"ପାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ 2405:205:A026:CC7F:889D:E8B3:B1DA:7603 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ [[User:J...
ଟ୍ୟାଗ: Rollback
୬୮ କ ଧାଡ଼ି:
ଏହାଛଡ଼ା ବୈଶାଖ ଓ ଜ୍ୟେଷ୍ଠ ମାସରେ ପାନ ଗଛରେ “ଦହିଆ” ଓ “କଳାରୋଗ” ବ୍ୟାପକ ଭାବରେ ଦେଖାଯାଏ।
== ଓଡ଼ିଶାରେ ପାନଚାଷ ==
ଓଡ଼ିଶାରେ ପାନଚାଷ ଅତି ପ୍ରାଚୀନ। ଏହାର ଏକ ସ୍ୱତନ୍ତ୍ର ଐତିହ୍ୟ ଓ ପରମ୍ପରା ରହିଛି। ବଙ୍ଗୋପସାଗର ଉପକୂଳବର୍ତ୍ତୀ ଚାରୋଟି ଜିଲ୍ଲା, [[ବାଲେଶ୍ୱର]], [[କଟକ]], [[ପୁରୀ]] ଓ [[ଗଞ୍ଜାମ_ଜିଲ୍ଲା|ଗଞ୍ଜାମ]]ର ପ୍ରାୟ ୨୦ରୁ ୩୦ କିଲୋମିଟର ଅଭ୍ୟନ୍ତର ସ୍ଥଳଭାଗରେ ପାଖାପାଖି ୮୦୦ ହେକ୍ଟର ଜମିରେ ଚାଷ ହୋଇ ଆସୁଛି। ପାନ ଚାଷପାଇଁ [[ବଙ୍ଗୋପସାଗର]] ଉପକୂଳବର୍ତ୍ତୀ ଏହି ଜଳବାୟୁ ପୃଥିବୀର ଅନ୍ୟ କୌଣସି ଜଳବାୟୁ ଠାରୁ ଉତ୍କୃଷ୍ଟ। </br>
 
ଓଡ଼ିଶାର ବାଲେଶ୍ୱର, ଗଞ୍ଜାମର ଶୋଳନ୍ଥରା, ଶିକିରି, ବୁରୁପୋଡ଼ା ଓ ଚିକିଟିରେ ପ୍ରାକୃତିକ ବନ ପରିବେଶରେ ପାନ ଲତା ମାଡ଼ୁଥିବାର ଦେଖା ଯାଇଥାଏ।
୮୪ କ ଧାଡ଼ି:
=== ପାନ ଚାଷର ସମସ୍ୟା ===
ପାନବରଜ ତିଆରି ପାଇଁ ଆନୁସଙ୍ଗିକ ଉପକରଣ, ବିଶେଷକରି ବାଉଁଶର ଅତ୍ୟଧିକ ଦରବୃଦ୍ଧି, ମୂଲ ମଜୁରୀ, ସାର ପିଡ଼ିଆ ଆଦିର ଦର ବୃଦ୍ଧି ହେତୁରୁ ପାନ ଚାଷ ଏବେ ଆଉ ଲାଭଜନକ ଚାଷ ହୋଇ ରହିନାହିଁ ବୋଲି ବରଜୀମାନେ ମତ ଦିଅନ୍ତି।
 
== ପାନ ବ୍ୟବସାୟ ==
[[ଫାଇଲ:ପାନ ବେପାରୀ.jpg|thumb|ବ୍ୟସ୍ତ ପାନ ବେପାରୀ ଓ ତା’ର ପାନର ପସରା]]
[[File:ପାନ ଦୋକାନ.jpg|thumb|ପାନ ଦୋକାନରେ ମିଠା ପାନ ଭାଙ୍ଗିବା ପାଇଁ ଆବଶ୍ୟକୀୟ ଉପାଦାନ ।]]
ପାନ ବ୍ଯବସାୟୀକୁ “ତାମ୍ବୁଳିକ” ବୋଲି ମଧ୍ୟ କୁହାଯାଏ । ଚାରା ରୋପଣର ଛଅ ମାସ ଭିତରେ ପାନ ଅମଳ ଆରମ୍ଭ ହୁଏ। ପ୍ରତି ପନ୍ଦର ଦିନରେ ପ୍ରାୟ ଥରେ ପାନ ତୋଳାଯାଏ ଓ ଡଙ୍କକୁ ମାଟି ପିନ୍ଧେଇ ଦିଆଯାଏ। ପାନ ପତ୍ର ସବୁକୁ ଭଲଭାବରେ ଧୋଇ ସାନ ବଡ଼ କ୍ରମେ ସଜାଇ ବାଉଁଶ ଝୁଡ଼ିରେ ୫୦ କିମ୍ବା ୧୦ଟି ଲେଖାଏଁ କ୍ରମରେ ସଜାଇ ବିଡ଼ା ବନ୍ଧାଯାଏ। ଓଦା ଅଖା, କଦଳୀ ପଟୁକା, ଓଦା କୁଟା, ନଡ଼ା କିମ୍ବା ଇଙ୍କଡ଼ ପତ୍ରରେ ଘୋଡେଇ ଝୁଡ଼ିରେ ଦୂରସ୍ଥାନକୁ ପଠାଇବାର ବ୍ୟବସ୍ଥା କରାଯାଏ। </br>
ଓଡ଼ିଶାରୁ ପାନଝୁଡ଼ିକୁ [[ବନାରସ]], [[ଆଗ୍ରା]], [[ଟାଟାନଗର]], [[ମୁମ୍ବାଇ]], [[କାନପୁର]], [[ଆଲ୍ଲାହାବାଦ]], [[ଦିଲ୍ଲୀ]] ଓ [[ବାଙ୍ଗାଲୋର]] ଆଦି ଜାଗାକୁ ପଠାଯାଏ। </br>
ବ୍ରହ୍ମପୁର ଅଞ୍ଚଳର ପାନ ବନାରସ ଯାଇଥାଏ। ବ୍ରହ୍ମପୁର ଅଞ୍ଚଳର ପାନ ଆକାରରେ ସାନ ଓ ଏଥିରେ ଅଧିକଦିନ ରହିବାର କ୍ଷମତା ଥିବାରୁ ଏହାକୁ ବାହାର ବେପାରୀମାନେ ପସନ୍ଦ କରିଥାନ୍ତି।</br>
"https://or.wikipedia.org/wiki/ପାନ"ରୁ ଅଣାଯାଇଅଛି