"ଲାଇକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩ କ ଧାଡ଼ି:
ଲାଇକା, ମସ୍କୋ ସ‌ହରର ଏକ ବୁଲା କୁକୁର ଥିଲା ଓ ସୋଭିଏତ ମହାକଶ‌ଯାନସ୍ପୁଟନିକ ୨ ପାଇଁ ଲାଇକାର ଚୟନ କରାଯାଇଥିଲା । ଏହି ମହାକାଶ‌ଯାନଟି ୩ ନଭେମ୍ବର ୧୯୫୭ରେ ଭୁପୃଷ୍ଠରୁ ମହାକାଶକୁ ଛଡ଼ାଯାଇଥିଲା ।
 
ଲାଇକାର ଏହି ଅଭିଯାନ ସମୟରେ, ପଶୁପକ୍ଷୀ ଏବଂ ଜୀବନ୍ତ ଜୀବ ମାନଙ୍କ ଉପରେ ମହାକାଶ ଯାତ୍ରାର ପ୍ରଭାବ କିପରି ପଡେ, ତାହା କାହାରିକୁ ଜଣା ନଥିଲା ଏବଂ ସେହି ସମୟରେ ପୃଥିବୀର ବାୟୁମଣ୍ଡଳରୁ ବାହାରକୁ ଯିବାର ପ୍ରଣାଳୀ ମଧ୍ୟ ସଠିକ ରୂପରେ କାହାରିକୁ ଉପଯୁକ୍ତ ଭାବରେ ଜଣା ନଥିଲା । ସେହି ସମୟରେ କେତେକ ବୈଜ୍ଞାନିକ ମାନଙ୍କ ମତ ଥିଲା ଯେ, ମହାକାଶର ବିଭିନ୍ନ ପରିସ୍ଥିତିର ମୁକାବିଲା କରିବା ପାଇଁ ମନୁଷ୍ୟ ଅସମର୍ଥ ଏବଂ ମନୁଷ୍ୟକୁ ମହାକାଶର ଅଭିଯାନରେ ପଠେଇବା ପୂର୍ବରୁ କୌଣସି ଏକ ଜୀବକୁ ନେଇ ପରୀକ୍ଷଣ କରିବା ନିହାତି ଆବଶ୍ୟକ ଥିଲା । ଜୀବନ୍ତ ଯାତ୍ରୀ ମହାକାଶକୁ ଯିବା ପାଇଁ ଉପଯୁକ୍ତ, ଏହାକୁ ସିଦ୍ଧ କରିବା ଏହି ପରୀକ୍ଷଣର ଲକ୍ଷ ଥିଲା ।
"https://or.wikipedia.org/wiki/ଲାଇକା"ରୁ ଅଣାଯାଇଅଛି