"ଗୋଳବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୩ କ ଧାଡ଼ି:
[[Image:AMS Cuttack, Orissa, Golbai.jpg|thumb|୧୯୫୯ର ଏକ ମାନଚିତ୍ରରେ ଗୋଳବାଇ ଶାସନ]]
 
'''ଗୋଳବାଇ ଶାସନ''' ବା '''ଗୋଳବାଇ''' [[ଖୋର୍ଦ୍ଧା]] ଜିଲ୍ଲା (ଅବିଭକ୍ତ ପୁରୀ ଜିଲ୍ଲା)ର ଏକ ଗ୍ରାମ । ଗୋଳବାଇର ଭୌଗୋଳିକ ଅବସ୍ଥିତି ହେଲା ୨୦°୨୫'୧୪" ଉତ୍ତର ଅକ୍ଷାଂଶ; ୮୫°୪୯'୦୩" ପୂର୍ବ ଦ୍ରାଘିମା । [[ଓଡ଼ିଶା]]<nowiki/>ର ରାଜଧାନୀ [[ଭୁବନେଶ୍ୱର|ଭୁବନେଶ୍ଵର]]<nowiki/>ରୁ ଦକ୍ଷିଣ-ପୂର୍ବ ଦିଗକୁ ପ୍ରାୟ ୬୦ କି.ମି. ଦୂରରେ ଅବସ୍ଥିତ । ସଡ଼କ ପଥ ଓ ରେଳପଥ ଦ୍ଵାରାରେଳପଥଦ୍ଵାରା ଗୋଳବାଇରେ ପହଞ୍ଚିହେବ । [[ବିଜୁ ପଟ୍ଟନାୟକ ବିମାନ ବନ୍ଦର|ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର]] ଗୋଳବାଇର ସବୁଠାରୁ ନିକଟତମ ବିମାନବନ୍ଦର । ଗୋଳବାଇର ପିନ୍ କୋଡ୍ ହେଉଛି ୭୫୨୦୨୦ ।
 
ଦ୍ଵାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ପର୍ଯ୍ୟନ୍ତ ଗୋଳବାଇ ଲୋକମୁଖରେ ସେତେଟା ପରିଚିତ ନଥିଲା । କିନ୍ତୁ ୧୯୯୦ ଦଶନ୍ଧିରେ ଏଠାରେ ଆବିଷ୍କୃତ ପ୍ରତ୍ନତାତ୍ତ୍ଵିକ ଓ ମଧ୍ୟଯୁଗୀୟ ମନ୍ଦିରର ଅବଶେଷ ଯୋଗୁଁ ଏହି ଗ୍ରାମ ଖ୍ୟାତି ଲାଭ କରିଛି ।<ref name=ASI/> ବର୍ତ୍ତମାନ ସମୟର ଗୋଳବାଇ ଗ୍ରାମର ଦକ୍ଷିଣ-ପୂର୍ବ ଦିଗରେ ପ୍ରାଚୀନ କାଳରେ ଏକ ସଭ୍ୟତା ବା ଜନବସତି ଗଢ଼ି ଉଠିଥିଲା ବୋଲି ଐତିହାସିକମାନେ ମତ ରଖିଛନ୍ତି ।
୧୨ କ ଧାଡ଼ି:
ପ୍ରତ୍ନତାତ୍ତ୍ଵିକ ବିଭାଗର ଚତୁର୍ଥ ଶାଖାରେ କାର୍ଯ୍ୟରତ ବି. କେ. ସିନ୍ହା ଗୋଳବାଇ ଶାସନରେ ଖନନ କାର୍ଯ୍ୟ ଆରମ୍ଭ କଲାପରେ ଏଠାରେ ନୂତନ ପାଷାଣ, ତାମ୍ର ପାଷାଣ ଓ ଲୌହ ଯୁଗର ବସ୍ତୁମାନ ଆବିଷ୍କୃତ ହୋଇଥିଲା । ୧୯୯୧ ମସିହାରେ ପ୍ରଥମେ ଖନନ କାର୍ଯ୍ୟ ଆରମ୍ଭ ହେବାପରେ ଖ୍ରୀ.ପୂ. ୨ୟ ଓ ପ୍ରଥମ ସହସ୍ରାବ୍ଦର ତାମ୍ର ପାଷାଣ ଓ ଲୌହ ଯୁଗୀୟ ବସ୍ତୁ ଆବିଷ୍କୃତ ହେଲା । ସିନ୍ହା ପାଉଁଶିଆ ଏବଂ ଲାଲ୍ ମାଟିପାତ୍ର ଉଦ୍ଧାର କରିଥିଲେ । ଗୋଳବାଇ ଓ ସାନଖେରଜଙ୍ଗରୁ ଉଦ୍ଧୃତ ବସ୍ତୁ ଏକା ଯୁଗର ବୋଲି ଅନୁମାନ କରାଯାଇଛି ।
 
ଗୋଳବାଇର ଢେପରେ ନୂତନ ପାଷାଣ, ତାମ୍ର ପାଷାଣ, ପ୍ରାକ୍-ଲୌହ, ପ୍ରାକ୍-ଐତିହାସିକ ଓ ମଧ୍ୟ ଯୁଗରେ ଜନ ବସତି ଗଢ଼ି ଉଠିଥିଲା । ଏହି ଢେପଟି ଆକାରରେ ବଡ଼ ଓ ଲଟା ବୁଦା ଦ୍ଵାରାବୁଦାଦ୍ଵାରା ଆଚ୍ଛନ୍ନ । ପୂର୍ବେ ଢେପଟି ଗୋଟିଏ ଉଚ୍ଚ ଛୋଟ ପାହାଡ଼ ପରି ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବିଭାଜିତ କରି ଏକ କଚ୍ଚା ସଡ଼କ ଯାଇଅଛି । ନଦୀକୁ ଯିବା ଆସିବା କଲା ବେଳେ ଏହି ରାସ୍ତାଟି ତିଆରି ହୋଇଥାଇ ପାରେ । ଶଗଡ଼, ଗୋରୁ ଓ ଲୋକ ଯିବା ଆସିବା କରୁଥିବା ଏହି ସଡ଼କ ଢେପକୁ ଏହାର ମୂଳରୁ ଦୁଇ ଭାଗରେ ବିଭକ୍ତ କରିଛି । ଏହା ବ୍ୟତୀତ ଢେପର ଅନ୍ୟ ଅଂଶ ଗୁଡ଼ିକ ସଂରକ୍ଷିତ କରାଯାଇପାରିଛି ।
 
ଭାରତୀୟ ପ୍ରତ୍ନତାତ୍ତ୍ଵିକ ସଂସ୍ଥାର ଚତୁର୍ଥ ଖନନ ବିଭାଗ ଦ୍ଵାରାବିଭାଗଦ୍ଵାରା ଢେପର ଦକ୍ଷିଣ ପାର୍ଶ୍ଵରେ କରାଯାଇଥିବା ଖନନର ପ୍ରଥମ ପର୍ଯ୍ୟାୟରେ ପାଉଁଶ, ଅଙ୍ଗାର, ଭଙ୍ଗା ମାଟିପାତ୍ର ଓ ଅନେକ ହାତହତିଆର ଆବିଷ୍କୃତ ହୋଇଥିଲା । ଉଦ୍ଧାର ହୋଇଥିବା ମାଟିପାତ୍ରର ଭଗ୍ନାବଶେଷ ଭିନ୍ନ ଭିନ୍ନ ଯୁଗର ବୋଲି ଜଣା ପଡ଼ିଥିଲା । ସର୍ବ ପୁରାତନ କାଳର ମାଟିପାତ୍ର ଢେପରେ ଅଧିକ ଗଭୀରତାରେ ଦେଖିବାକୁ ମିଳିଥିଲା ଯାହା ହାତଗଢ଼ା ବା ଧୀରେ ବୁଲୁଥିବା ସମାନ୍ତରାଳ ପୃଷ୍ଠ ବା ଚକରେ ରଖି ତିଆରି ହୋଇଥିବା ଅନୁମାନ କରାଯାଏ । ଉପର ସ୍ତରରେ ମିଳିଥିବା ମାଟିପାତ୍ର ଅପେକ୍ଷାକୃତ ଉନ୍ନତମାନର ଯାହା ହାତଗଢ଼ା ଓ କୁମ୍ଭାର ଚକ ସାହାଯ୍ୟରେ ତିଆରି ହୋଇଥିବ ବୋଲି ଅନୁମାନ କରାଯାଏ । ଖନନର ଦ୍ଵିତୀୟ ପର୍ଯ୍ୟାୟରେ ନୂତନ ପ୍ରସ୍ତର ଯୁଗର ମାଟିପାତ୍ର ଆବିଷ୍କୃତ ହୋଇଥିଲା । ଧାତୁ ନିର୍ମିତ ଅଧିକ ସାମଗ୍ରୀ ମିଳି ନଥିଲେ ମଧ୍ୟ କେତେକ ପଥରର ନିହାଣ, ଅନ୍ୟ ହତିଆର, ଉପକରଣ ଆଦି ମିଳିଥିଲା । <ref name=Sinha/> ଅନ୍ୟ ଆବିଷ୍କାରମାନଙ୍କ ମଧ୍ୟରେ ହରିଣ, ଛେଳି ଓ ଗୋରୁଙ୍କ ଶିଙ୍ଗ ଓ ହାଡ଼ରୁ ତିଆରି ହତିଆର ଓ ଉପକରଣ ଖୁବ୍ ମହତ୍ତ୍ଵପୂର୍ଣ୍ଣ । ଅଧିକାଂଶ ହାଡ଼ ବା ଶିଙ୍ଗର ହତିଆର ଅପରିମାର୍ଜିତ ହୋଇଥିବା ବେଳେ କିଛି ପ୍ରସ୍ତର ଯୁଗର ଶେଷ ଆଡ଼କୁ ପାଲିସ୍ କରାଯାଇ ତିଆରି ହୋଇଥିବା ହାଡ଼ର କେତେକ ହତିଆର ମଧ୍ୟ ମିଳିଛି । ମିଳିଥିବା ଉପକରଣ ଗୁଡ଼ିକ ମୁଖ୍ୟତଃ ଭୂଷିବା, କଣା କରିବା, କୋରିବା, ଖୋଳିବା ଆଦି କାର୍ଯ୍ୟରେ ବ୍ୟବହୃତ ହେଉଥିବ ବୋଲି ଅନୁମାନ କରାଯାଏ । ମିଳିଥିବା ଉପକରଣମାନଙ୍କ ମଧ୍ୟରେ ହାଡ଼ରେ ନିର୍ମିତ ବର୍ଚ୍ଛା, ହାଡ଼ରେ ତିଆରି ଧାରୁଆ କାତି ଇତ୍ୟାଦି ମନରେ କୌତୁହଳ ସୃଷ୍ଟି କରନ୍ତି । ଦନ୍ତାହାତୀ, ଗୋରୁଗାଈ ଓ ଛେଳିପରି ପ୍ରାଣୀଙ୍କ ହାଡ଼ ମଧ୍ୟ ମିଳିପାରିଛି । <ref name=Sinha/>
 
କାର୍ବନ୍-୧୪ କାଳନିର୍ଦ୍ଧାରଣ ପଦ୍ଧତି ଦ୍ଵାରାପଦ୍ଧତିଦ୍ଵାରା ଭଙ୍ଗା ମାଟିପାତ୍ରର ଯୁଗର ଅନୁମାନ କରାଯାଇଛି ।
 
===ନୂତନ ପାଷାଣ ଯୁଗର ସନ୍ଧାନ===
୩୪ କ ଧାଡ଼ି:
ଗୋଳବାଇ ଶାସନ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅଧିକ ପ୍ରତ୍ନତାତ୍ତ୍ଵିକ ବସ୍ତୁର ସନ୍ଧାନ ଜାରି ରହିଥିବା ସମୟରେ ଏକ ପ୍ରାକ୍-ଐତିହାସିକ ନଗର ସଭ୍ୟତାର ପ୍ରମାଣ ମିଳିପାରିଛି । ମାଳଗୁଣୀ ନଦୀର ବାମ ପଟକୁ ଗୋଳବାଇ ପ୍ରତ୍ନତାତ୍ତ୍ଵିକ ଖନନ ସ୍ଥାନ ଓ ନଦୀର ବାମକୂଳରେ ଜଳେଶ୍ଵର ମନ୍ଦିର ରହିଛି । ନଦୀର ଡାହାଣ କୂଳରେ ଜଳେଶ୍ଵର ମନ୍ଦିରର ବିପରୀତ ପାର୍ଶ୍ଵରେ ପୋତା ପ୍ରାଚୀର ଘେରା ଏକ ସ୍ଥାନର ସନ୍ଧାନ ମିଳିଛି । ପୋତି ହୋଇଯାଇଥିବା ଏହି ଦୁର୍ଗର ଅବଶେଷ “ତଳଗଡ଼” ନାମରେ ଜଣାଶୁଣା ଓ ଏହି ଭଗ୍ନାବଶେଷରୁ ଅଳ୍ପ ଦୂରରେ ଏକ ଗ୍ରାମ ରହିଛି ଯାହାର ବର୍ତ୍ତମାନ ନାମ ହେଉଛି ତଳପଡ଼ା । ତଳଗଡ଼ ଗୋଳବାଇଠାରୁ ୫୦୦-୧୦୦୦ ମିଟର୍ ଦୂରତାରେ ନଦୀର ଅପର ପାର୍ଶ୍ଵରେ ଅବସ୍ଥିତ ।
 
ନଗରର ପୋତି ହୋଇଯାଇଥିବା ପାଚେରୀର ଆକାର ପ୍ରାୟତଃ ବର୍ଗକ୍ଷେତ୍ର ସଦୃଶ ଓ ଏହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ ୫୫୦ ରୁ୫୫୦ରୁ ୫୮୦ ମିଟର୍ । ପାଚେରୀ ଘେରର ଚାରି ପଟରେ ଚାରୋଟି ମୁଖ୍ୟ ଦ୍ଵାରର ଅବଶିଷ୍ଟାଂଶ ରହିଛି । ପଶ୍ଚିମ ପଟର ଦ୍ଵାର କିଛି ମାତ୍ରାରେ ଭଲ ଅବସ୍ଥାରେ ରହିଥିବା ବେଳେ ଦକ୍ଷିଣ ପଟର ଦ୍ଵାର କୃଷିକ୍ଷେତ୍ର ମାଡ଼ିଯିବା ଯୋଗୁଁ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି । ଲୋକଙ୍କ ଗମନାଗମନ ପଥରେ ଉତ୍ତର ଓ ପୂର୍ବ ପଟର ଦ୍ଵାର ରହିଛି । ପୋତି ହୋଇଯାଇଥିବା ପାଚେରୀ ଭୂମିରୁ ୨.୫ ମି. ଉଚ୍ଚତାରେ ରହିଛି । ପ୍ରତି ପଟର ମୁଖ୍ୟ ଦ୍ଵାର ପାଚେରୀର ମଧ୍ୟଭାଗରେ ଅବସ୍ଥିତ । ଏହି ମୁଖ୍ୟ ଦ୍ଵାରଗୁଡ଼ିକର ଗଠନ ଦେଖିବାକୁ ପ୍ରଚୀନ କଳିଙ୍ଗର ଅନ୍ୟ ନଗର ସଭ୍ୟତା ଯଥା [[ଶିଶୁପାଳଗଡ଼]], ବା [[ରାଧାନଗର]] ବା [[ଜଉଗଡ଼]]ର ଦ୍ଵାରମାନଙ୍କ ପରି । ତଳଗଡ଼ର ଚାରି ପାର୍ଶ୍ଵରେ ପୂର୍ବେ ଜଳଘେରା ଖାଇ ରହିଥିବା ଅନୁମାନ କରାଯାଇପାରେ । ଏହି ଜଳ ବନ୍ଧନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପୋତି ହୋଇଗଲାଣି । କେବଳ ପଶ୍ଚିମ ପଟରେ ଏହି ଜଳ ବନ୍ଧନୀର କିଛି ଅଂଶ ଏଯାବତ୍ ରହିଛି । ତଳଗଡ଼ କ୍ଷେତ୍ରଫଳରେ ଶିଶୁପାଳଗଡ଼ର ଏକ-ଚତୁର୍ଥାଂଶ ହେବ ।<ref name=Pune/> ତଳଗଡ଼ରୁ ମିଳିଥିବା ମସୃଣ ଓ ଚିକ୍କଣିଆ ମାଟିପାତ୍ରର ଭଗ୍ନାବଶେଷ ଶିଶୁପାଳଗଡ଼ର ପ୍ରତ୍ନତାତ୍ତ୍ଵିକ ଅବଶେଷ ପରି । ଏପରି ଅନେକ ସାମଞ୍ଜସ୍ୟ ଯୋଗୁଁ ତଳଗଡ଼ ଓ ଶିଶୁପାଳଗଡ଼ ତଥା ଅନ୍ୟ କେତେକ ପ୍ରଚୀନ କଳିଙ୍ଗର ଗଡ଼ ସମସାମୟିକ ହୋଇଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।
 
ତଳଗଡର ସଭ୍ୟତା ଖ୍ରୀ.ପୂ. ୧୭୦୦ରୁ ଖ୍ରୀ.ପୂ ୧୧୦୦ ମଧ୍ୟରେ ରହିଥିବା ଅନୁମାନ କରାଯାଉଛି । ଏହି ସମୟରେ ଓଡ଼ିଶା ତଥା ପୂର୍ବ ଭାରତ ଅଞ୍ଚଳରେ ତାମ୍ର, ପ୍ରସ୍ତର ଯୁଗର ସଭ୍ୟତା ଅଭ୍ୟୁତ୍ଥାନ ହୋଇଥିବା ଅନୁମାନ କରାଯାଉଛି ।<ref name=SS/>
"https://or.wikipedia.org/wiki/ଗୋଳବାଇ"ରୁ ଅଣାଯାଇଅଛି