"ଗୋଳବାଇ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ପ୍ରାଚୀନ ନଗର ସଭ୍ୟତା |
|||
୧୦ କ ଧାଡ଼ି:
[[File:Golabai plan.jpg|thumb|ଗୋଳବାଇ ଶାସନ ନିକଟବର୍ତ୍ତୀ ପ୍ରତ୍ନତାତ୍ତ୍ଵିକ ଖନନ ସ୍ଥାନର ରେଖା ମାନଚିତ୍ର । ପ୍ରାକ୍-ଐତିହାସିକ ସମୟରେ ଏଠାରେ ଏକ ଜନବସତି ରହିଥିବା ଅନୁମାନ କରାଯାଏ]]
ପ୍ରତ୍ନତାତ୍ତ୍ଵିକ ବିଭାଗର ଚତୁର୍ଥ ଶାଖାରେ କାର୍ଯ୍ୟରତ ବି. କେ. ସିନ୍ହା ଗୋଳବାଇ ଶାସନରେ ଖନନ କାର୍ଯ୍ୟ ଆରମ୍ଭ କଲାପରେ ଏଠାରେ ନୂତନ ପାଷାଣ, ତାମ୍ର ପାଷାଣ ଓ ଲୌହ ଯୁଗର ବସ୍ତୁମାନ ଆବିଷ୍କୃତ ହୋଇଥିଲା । ୧୯୯୧ ମସିହାରେ ପ୍ରଥମେ ଖନନ କାର୍ଯ୍ୟ ଆରମ୍ଭ ହେବାପରେ ଖ୍ରୀ.ପୂ. ୨ୟ ଓ ପ୍ରଥମ ସହସ୍ରାବ୍ଦର ତାମ୍ର ପାଷାଣ ଓ ଲୌହ ଯୁଗୀୟ ବସ୍ତୁ ଆବିଷ୍କୃତ ହେଲା । ସିନ୍ହା ପାଉଁଶିଆ ଏବଂ ଲାଲ୍ ମାଟିପାତ୍ର ଉଦ୍ଧାର କରିଥିଲେ । ଗୋଳବାଇ ଓ ସାନଖେରଜଙ୍ଗରୁ ଉଦ୍ଧୃତ ବସ୍ତୁ
ଗୋଳବାଇର ଢେପରେ ନୂତନ ପାଷାଣ, ତାମ୍ର ପାଷାଣ, ପ୍ରାକ୍-ଲୌହ, ପ୍ରାକ୍-ଐତିହାସିକ ଓ ମଧ୍ୟ ଯୁଗରେ ଜନ ବସତି ଗଢ଼ି ଉଠିଥିଲା । ଏହି ଢେପଟି ଆକାରରେ ବଡ଼ ଓ ଲଟା ବୁଦା ଦ୍ଵାରା ଆଚ୍ଛନ୍ନ । ପୂର୍ବେ ଢେପଟି ଗୋଟିଏ ଉଚ୍ଚ ଛୋଟ ପାହାଡ଼ ପରି ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବିଭାଜିତ କରି ଏକ କଚ୍ଚା ସଡ଼କ ଯାଇଅଛି । ନଦୀକୁ ଯିବା ଆସିବା କଲା ବେଳେ ଏହି ରାସ୍ତାଟି ତିଆରି ହୋଇଥାଇ ପାରେ । ଶଗଡ଼, ଗୋରୁ ଓ ଲୋକ ଯିବା ଆସିବା କରୁଥିବା ଏହି ସଡ଼କ ଢେପକୁ ଏହାର ମୂଳରୁ ଦୁଇ ଭାଗରେ ବିଭକ୍ତ କରିଛି । ଏହା ବ୍ୟତୀତ ଢେପର ଅନ୍ୟ ଅଂଶ ଗୁଡ଼ିକ ସଂରକ୍ଷିତ କରାଯାଇପାରିଛି ।
ଭାରତୀୟ ପ୍ରତ୍ନତାତ୍ତ୍ଵିକ ସଂସ୍ଥାର ଚତୁର୍ଥ ଖନନ ବିଭାଗ ଦ୍ଵାରା ଢେପର ଦକ୍ଷିଣ ପାର୍ଶ୍ଵରେ କରାଯାଇଥିବା ଖନନର ପ୍ରଥମ ପର୍ଯ୍ୟାୟରେ ପାଉଁଶ, ଅଙ୍ଗାର, ଭଙ୍ଗା ମାଟିପାତ୍ର ଓ ଅନେକ ହାତହତିଆର ଆବିଷ୍କୃତ ହୋଇଥିଲା । ଉଦ୍ଧାର ହୋଇଥିବା ମାଟିପାତ୍ରର ଭଗ୍ନାବଶେଷ ଭିନ୍ନ ଭିନ୍ନ ଯୁଗର ବୋଲି ଜଣା ପଡ଼ିଥିଲା । ସର୍ବ ପୁରାତନ କାଳର ମାଟିପାତ୍ର ଢେପରେ ଅଧିକ ଗଭୀରତାରେ ଦେଖିବାକୁ ମିଳିଥିଲା ଯାହା ହାତଗଢ଼ା ବା ଧୀରେ ବୁଲୁଥିବା ସମାନ୍ତରାଳ
କାର୍ବନ୍-୧୪ କାଳନିର୍ଦ୍ଧାରଣ ପଦ୍ଧତି ଦ୍ଵାରା ଭଙ୍ଗା ମାଟିପାତ୍ରର ଯୁଗର ଅନୁମାନ କରାଯାଇଛି ।
|