"ଗୋଳବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩ କ ଧାଡ଼ି:
[[Image:AMS Cuttack, Orissa, Golbai.jpg|thumb|୧୯୫୯ର ଏକ ମାନଚିତ୍ରରେ ଗୋଳବାଇ ଶାସନ]]
 
'''ଗୋଳବାଇ ଶାସନ''' ବା '''ଗୋଳବାଇ''' [[ଖୋର୍ଦ୍ଧା]] ଜିଲ୍ଲା (ଅବିଭକ୍ତ ପୁରୀ ଜିଲ୍ଲା)ର ଏକ ଗ୍ରାମ । ଗୋଳବାଇର ଭୌଗୋଳିକ ଅବସ୍ଥିତି ହେଲା ୨୦°୨୫'୧୪" ଉତ୍ତର ଅକ୍ଷାଂଶ; ୮୫°୪୯'୦୩" ପୂର୍ବ ଦ୍ରାଘିମା । ଓଡ଼ିଶାର[[ଓଡ଼ିଶା]]<nowiki/>ର ରାଜଧାନୀ ଭୁବନେଶ୍ଵରରୁ[[ଭୁବନେଶ୍ୱର|ଭୁବନେଶ୍ଵର]]<nowiki/>ରୁ ଦକ୍ଷିଣ-ପୂର୍ବ ଦିଗକୁ ପ୍ରାୟ ୬୦ କି.ମି. ଦୂରରେ ଅବସ୍ଥିତ । ସଡ଼କ ପଥ ଓ ରେଳପଥ ଦ୍ଵାରା ଗୋଳବାଇରେ ପହଞ୍ଚିହେବ । [[ବିଜୁ ପଟ୍ଟନାୟକ ବିମାନ ବନ୍ଦର|ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର]] ଗୋଳବାଇର ସବୁଠାରୁ ନିକଟତମ ବିମାନବନ୍ଦର । ଗୋଳବାଇର ପିନ୍ କୋଡ୍ ହେଉଛି ୭୫୨୦୨୦ ।
 
ଦ୍ଵାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ପର୍ଯ୍ୟନ୍ତ ଗୋଳବାଇ ଲୋକମୁଖରେ ସେତେଟା ପରିଚିତ ନଥିଲା । କିନ୍ତୁ ୧୯୯୦ ଦଶନ୍ଧିରେ ଏଠାରେ ଆବିଷ୍କୃତ ପ୍ରତ୍ନତାତ୍ତ୍ଵିକ ଓ ମଧ୍ୟଯୁଗୀୟ ମନ୍ଦିରର ଅବଶେଷ ଯୋଗୁଁ ଏହି ଗ୍ରାମ ଖ୍ୟାତି ଲାଭ କରିଛି ।<ref name=ASI/> ବର୍ତ୍ତମାନ ସମୟର ଗୋଳବାଇ ଗ୍ରାମର ଦକ୍ଷିଣ-ପୂର୍ବ ଦିଗରେ ପ୍ରାଚୀନ କାଳରେ ଏକ ସଭ୍ୟତା ବା ଜନବସତି ଗଢ଼ି ଉଠିଥିଲା ବୋଲି ଐତିହାସିକମାନେ ମତ ରଖିଛନ୍ତି ।
 
==ପ୍ରତ୍ନତାତ୍ତ୍ଵିକ ମହତ୍ତ୍ଵ==
[[FileImage:Golabai plan.jpg|thumb|ଗୋଳବାଇ ଶାସନ ନିକଟବର୍ତ୍ତୀ ପ୍ରତ୍ନତାତ୍ତ୍ଵିକ ଖନନ ସ୍ଥାନର ରେଖା ମାନଚିତ୍ର । ପ୍ରାକ୍-ଐତିହାସିକ ସମୟରେ ଏଠାରେ ଏକ ଜନବସତି ରହିଥିବା ଅନୁମାନ କରାଯାଏ]]
 
ପ୍ରତ୍ନତାତ୍ତ୍ଵିକ ବିଭାଗର ଚତୁର୍ଥ ଶାଖାରେ କାର୍ଯ୍ୟରତ ବି. କେ. ସିନ୍ହା ଗୋଳବାଇ ଶାସନରେ ଖନନ କାର୍ଯ୍ୟ ଆରମ୍ଭ କଲାପରେ ଏଠାରେ ନୂତନ ପାଷାଣ, ତାମ୍ର ପାଷାଣ ଓ ଲୌହ ଯୁଗର ବସ୍ତୁମାନ ଆବିଷ୍କୃତ ହୋଇଥିଲା । ୧୯୯୧ ମସିହାରେ ପ୍ରଥମେ ଖନନ କାର୍ଯ୍ୟ ଆରମ୍ଭ ହେବାପରେ ଖ୍ରୀ.ପୂ. ୨ୟ ଓ ପ୍ରଥମ ସହସ୍ରାବ୍ଦର ତାମ୍ର ପାଷାଣ ଓ ଲୌହ ଯୁଗୀୟ ବସ୍ତୁ ଆବିଷ୍କୃତ ହେଲା । ସିନ୍ହା ପାଉଁଶିଆ ଏବଂ ଲାଲ୍ ମାଟିପାତ୍ର ଉଦ୍ଧାର କରିଥିଲେ । ଗୋଳବାଇ ଓ ସାନଖେରଜଙ୍ଗରୁ ଉଦ୍ଧୃତ ବସ୍ତୁ ଏହି ଯୁଗର ବୋଲି ଅନୁମାନ କରାଯାଇଛି ।
 
ଗୋଳବାଇର ଢେପରେ ନୂତନ ପାଷାଣ, ତାମ୍ର ପାଷାଣ, ପ୍ରାକ୍-ଲୌହ, ପ୍ରାକ୍-ଐତିହାସିକ ଓ ମଧ୍ୟ ଯୁଗରେ ଜନ ବସତି ଗଢ଼ି ଉଠିଥିଲା । ଏହି ଢେପଟି ଆକାରରେ ବଡ଼ ଓ ଲଟା ବୁଦା ଦ୍ଵାରା ଆଚ୍ଛନ୍ନ । ପୂର୍ବେ ଢେପଟି ଗୋଟିଏ ଉଚ୍ଚ ଛୋଟ ପାହାଡ଼ ପରି ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବିଭାଜିତ କରି ଏକ କଚ୍ଚା ସଡ଼କ ଯାଇଅଛି । ନଦୀକୁ ଯିବା ଆସିବା କଲା ବେଳେ ଏହି ରାସ୍ତାଟି ତିଆରି ହୋଇଥାଇ ପାରେ । ଶଗଡ଼, ଗୋରୁ ଓ ଲୋକ ଯିବା ଆସିବା କରୁଥିବା ଏହି ସଡ଼କ ଢେପକୁ ଏହାର ମୂଳରୁ ଦୁଇ ଭାଗରେ ବିଭକ୍ତ କରିଛି । ଏହା ବ୍ୟତୀତ ଢେପର ଅନ୍ୟ ଅଂଶ ଗୁଡ଼ିକ ସଂରକ୍ଷିତ କରାଯାଇପାରିଛି ।
 
ଭାରତୀୟ ପ୍ରତ୍ନତାତ୍ତ୍ଵିକ ସଂସ୍ଥାର ଚତୁର୍ଥ ଖନନ ବିଭାଗ ଦ୍ଵାରା ଢେପର ଦକ୍ଷିଣ ପାର୍ଶ୍ଵରେ କରାଯାଇଥିବା ଖନନର ପ୍ରଥମ ପର୍ଯ୍ୟାୟରେ ପାଉଁଶ, ଅଙ୍ଗାର, ଭଙ୍ଗା ମାଟିପାତ୍ର ଓ ଅନେକ ହାତହତିଆର ଆବିଷ୍କୃତ ହୋଇଥିଲା । ଉଦ୍ଧାର ହୋଇଥିବା ମାଟିପାତ୍ରର ଭଗ୍ନାବଶେଷ ଭିନ୍ନ ଭିନ୍ନ ଯୁଗର ବୋଲି ଜଣା ପଡ଼ିଥିଲା । ସର୍ବ ପୁରାତନ କାଳର ମାଟିପାତ୍ର ଢେପରେ ଅଧିକ ଗଭୀରତାରେ ଦେଖିବାକୁ ମିଳିଥିଲା ଯାହା ହାତଗଢ଼ା ବା ଧୀରେ ବୁଲୁଥିବା ସମାନ୍ତରାଳ ଆଧାରରେ ତିଆରି ହୋଇଥିବା ଅନୁମାନ କରାଯାଏ । ଉପର ସ୍ତରରେ ମିଳିଥିବା ମାଟିପାତ୍ର ଅପେକ୍ଷାକୃତ ଉନ୍ନତମାନର ଯାହା ହାତଗଢ଼ା ଓ କୁମ୍ଭାର ଚକ ସାହାଯ୍ୟରେ ତିଆରି ହୋଇଥିବ ବୋଲି ଅନୁମାନ କରାଯାଏ । ଖନନର ଦ୍ଵିତୀୟ ପର୍ଯ୍ୟାୟରେ ନୂତନ ପ୍ରସ୍ତର ଯୁଗର ମାଟିପାତ୍ର ଆବିଷ୍କୃତ ହୋଇଥିଲା । ଧାତୁ ନିର୍ମିତ ଅଧିକ ସାମଗ୍ରୀ ମିଳି ନଥିଲେ ମଧ୍ୟ କେତେକ ପଥରର ନିହାଣ, ଅନ୍ୟ ହତିଆର, ଉପକରଣ ଆଦି ମିଳିଥିଲା । <ref name=Sinha/> ଅନ୍ୟ ଆବିଷ୍କାରମାନଙ୍କ ମଧ୍ୟରେ ହରିଣ, ଛେଳି ଓ ଗୋରୁଙ୍କ ଶିଙ୍ଗ ଓ ହାଡ଼ରୁ ତିଆରି ହତିଆର ଓ ଉପକରଣ ଖୁବ୍ ମହତ୍ତ୍ଵପୂର୍ଣ୍ଣ । ଅଧିକାଂଶ ହାଡ଼ ବା ଶିଙ୍ଗର ହତିଆର ଅପରିମାର୍ଜିତ ହୋଇଥିବା ବେଳେ କିଛି ପ୍ରସ୍ତର ଯୁଗର ଶେଷ ଆଡ଼କୁ ପାଲିସ୍ କରାଯାଇ ତିଆରି ହୋଇଥିବା ହାଡ଼ର କେତେକ ହତିଆର ମଧ୍ୟ ମିଳିଛି । ମିଳିଥିବା ଉପକରଣ ଗୁଡ଼ିକ ମୁଖ୍ୟତଃ ଭୂଷିବା, କଣା କରିବା, କୋରିବା, ଖୋଳିବା ଆଦି କାର୍ଯ୍ୟରେ ବ୍ୟବହୃତ ହେଉଥିବ ବୋଲି ଅନୁମାନ କରାଯାଏ । ମିଳିଥିବା ଉପକରଣମାନଙ୍କ ମଧ୍ୟରେ ହାଡ଼ରେ ନିର୍ମିତ ବର୍ଚ୍ଛା, ହାଡ଼ରେ ତିଆରି ଧାରୁଆ କାତି ଇତ୍ୟାଦି ମନରେ କୌତୁହଳ ସୃଷ୍ଟି କରନ୍ତି । ଦନ୍ତାହାତୀ, ଗୋରୁଗାଈ ଓ ଛେଳିପରି ପ୍ରାଣୀଙ୍କ ହାଡ଼ ମଧ୍ୟ ମିଳିପାରିଛି । <ref name=Sinha/>
୩୮ କ ଧାଡ଼ି:
==ସାମୁଦ୍ରିକ ବାଣିଜ୍ୟରେ ଗୋଳବାଇର ସ୍ଥାନ==
 
ମାଳଗୁଣୀ ନଦୀ (ବା ମନ୍ଦାକିନୀ ନଦୀ)ର ଉତ୍ତର ପଟରେ (ବାମ ତଟରେ) ଗୋଳବାଇ ଗ୍ରାମ ଅବସ୍ଥିତ । ଗୋଳବାଇ ଗ୍ରାମର ଉତ୍ତର ଦିଗରେ କିଛି ଦୂରରେ [[ଚିଲିକା ହ୍ରଦ]] ଅବସ୍ଥିତ । ମାଳଗୁଣୀ ମୁଖ୍ୟତଃ ଏକ ପାହାଡ଼ିଆ ନଦୀ ଓ [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]-ଖୋର୍ଦ୍ଧା ଜିଲ୍ଲାର ସୀମାରେ ଏହାର ଉତ୍ପତ୍ତି ହୋଇଛି । ନିଜର ଉତ୍ପତ୍ତି ସ୍ଥଳରୁ ପ୍ରଥମେ ଉତ୍ତର-ପୂର୍ବ, ତା’ ପରେ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗକୁ ପ୍ରବାହିତ ହୋଇ, ଗୋଳବାଇ ଶାସନ ଅତିକ୍ରମ କରିଛି । [[ପୁରୀ ଜିଲ୍ଲା|ପୁରୀ]] ଜିଲ୍ଲାର ବଳଭଦ୍ରପୁର ଗ୍ରାମର ଉତ୍ତରକୁ ପ୍ରାୟ ୧ କି.ମି. ଦୂରରେ ମାଳଗୁଣୀ ନଦୀ [[ଦୟା ନଦୀ|ଦୟାନଦୀ]] ସହିତ ସମ୍ମିଳିତ ହୋଇଛି । ଦୟାନଦୀ ଚିଲିକାରେ ନିଷ୍କାସିତ ହୋଇଛି ।
 
ଗୋଳବାଇ ଓ ଚିଲିକା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରୁ ଆବିଷ୍କୃତ ପଥର, ଅସ୍ଥି ଓ ତାମ୍ର ନିର୍ମିତ ବିଭିନ୍ନ ପ୍ରକାରର ନିହାଣ, ଟାଙ୍ଗିଆ ପରି ହତିଆର, ମରାମତି ଉପକରଣରୁ ଗୋଳବାଇରେ ପ୍ରଚୀନ କାଳରେ ଏକ ଡଙ୍ଗା ବା ବୋଇତ ନିର୍ମାଣ ଓ ମରାମତି କେନ୍ଦ୍ର ରହିଥିଲା ବୋଲି ଐତିହାସିକମାନେ ଅନୁମାନ କରିଛନ୍ତି ।<ref name=Patra/> <ref name=Navy/> ପୁଣି ଏହି ଅଞ୍ଚଳରେ ଖନନରୁ ମିଳିଥିବା ତାମ୍ର ନିର୍ମିତ ବନିଶୀ କଣ୍ଟା ଓ ବହୁ ସଂଖ୍ୟକ କାଠ କାମ ଉପଯୋଗୀ ନିହାଣ ଏହି ଅଞ୍ଚଳର ଅନେକ ଲୋକ ମତ୍ସ୍ୟଜୀବୀ ଓ ଡଙ୍ଗା ନିର୍ମାଣକାରୀ ହୋଇଥିବାର ସୂଚନା ଦିଏ ।<ref name=Patra/> ନଦୀପଥରେ ମାଳଗୁଣୀ ନଦୀ ଓ ଦୟାନଦୀ ଯୋଗେ ଚିଲିକା ଓ ବଙ୍ଗୋପସାଗର ପର୍ଯ୍ୟନ୍ତ ଗମନାଗମନ ସମ୍ଭବପର ହୋଇଥିବାରୁ ଏଠାରେ ଯାହାଜ ମରାମତି କେନ୍ଦ୍ର ରହିଥିବା ସମ୍ଭବପର । ଗୋଳବାଇର ପ୍ରାଚୀନ ଯାହାଜ ନିର୍ମାଣ କେନ୍ଦ୍ର ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟର ବିକାଶରେ ସହାୟତା କରିଥିଲା ବୋଲି ମତପୋଷଣ କରାଯାଇଛି ।<ref name=Patra/> ଖ୍ରୀ. ୧୬ଶରୁ ନେଇ ୧୮ଶ ଶତାବ୍ଦୀ ବେଳକୁ ଇଉରୋପୀୟ ଔପନିବେଶିକ ଶୁକ୍ତିମାନଙ୍କ ଆଗମନ ପରେ ପିପିଲି ଯାହାଜ ନିର୍ମାଣ କେନ୍ଦ୍ର ଭାବେ ପ୍ରସିଦ୍ଧି ଲାଭ କରିଥିଲା ।<ref name=Navy/>
୫୪ କ ଧାଡ଼ି:
{{ଆଧାର|
<ref name=Sinha>{{cite book
|title= PURATATTVA, Bulletin of The Indian Archaeological Society – Number 21 (Excavations at Golabai Sasan)
|author= B K Sinha
|publisher= Indian Archaeological Society, New Delhi
|year=1990-91}}</ref>
<ref name=Pune>{{cite book
୭୩ କ ଧାଡ଼ି:
|publisher= Indian Navy
|title= Maritime Heritage of India}}</ref>
<ref name=SS>{{cite url|url=http://sarbasadharana.com/?p=5647|year=June 8, 2015}}</ref>
<ref name=ASI>{{cite url|url=http://www.indiamapped.com/archeological-sites-in-india/golabai/}}</ref>
}}
 
"https://or.wikipedia.org/wiki/ଗୋଳବାଇ"ରୁ ଅଣାଯାଇଅଛି