"ସୁବ୍ରତ ସ୍ୱାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୫ କ ଧାଡ଼ି:
୨୦୦୦ ମସିହାରେ ସୁବ୍ରତ ସ୍ୱାଇଁଙ୍କ ଦ୍ୱାରା ରଚିତ ଭଜନ 'ବାଉଁଶ ପତର ସରୁ ଲୋ ଝାଇଁ ଝୁମୁରୁ…’ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଥିଲା । ଏହି ଗୀତଟିରେ କଣ୍ଠଦାନ କରିଥିଲେ ହିନ୍ଦୀ କଥାଚିତ୍ର ଜଗତର ଲୋକପ୍ରିୟ ଗାୟକ ମହମଦ ଅଜିଜ୍ ।<ref name="‘ଶ୍ରୋତାଙ୍କ ମନରେ ଘର କରିବା ଭଳି ଗୀତ ଲେଖିବା ମୋର ଲକ୍ଷ୍ୟ’">{{cite news|title=‘ଶ୍ରୋତାଙ୍କ ମନରେ ଘର କରିବା ଭଳି ଗୀତ ଲେଖିବା ମୋର ଲକ୍ଷ୍ୟ’|url=http://sambad.in/entertainment/story-about-subrat-swain-40445/|accessdate=12 December 2017|newspaper=sambad.in|date=5 December 2017}}</ref> ସୁବ୍ରତ ୨୦୦୮ ମସିହାରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିଲେ । ଓଡ଼ିଆ କଥାଚିତ୍ର ମୁଖ୍ୟମନ୍ତ୍ରୀ ପାଇଁ ସେ ପ୍ରଥମ କରି ଗୀତ ରଚନା କରିଥିଲେ ।<ref name="‘ଶ୍ରୋତାଙ୍କ ମନରେ ଘର କରିବା ଭଳି ଗୀତ ଲେଖିବା ମୋର ଲକ୍ଷ୍ୟ’"/> ଏହାପରେ ୨୦୧୦ରେ ସେ ଓଡ଼ିଆ କଥାଚିତ୍ର [[ପ୍ରେମ ଅଢ଼େଇ ଅକ୍ଷର]] ପାଇଁ ଗୀତ ରଚନା କରିଥିଲେ । ଏହାପରେ ସେ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପ୍ରେମ ଆନନ୍ଦଙ୍କ ସ୍ୱର ସଂଯୋଜନା ସ‌ହ ସୁବ୍ରତଙ୍କର ଗୀତ ରଚନାରେ ଅନେକ ସଫଳ ଗୀତ ତିଆରି ହୋଇଥିଲା ।
 
"ଚାଲ୍ କରିବା ଠିଆ ପାଲା", "ଜାଲିମା ଓ ଜାଲିମା", "ଏମିତି ଏ ସମୟ", "ଓରେ ପ୍ରିୟା", "ଯଦି ଏଇ ଜୀବନରେ", "ମଲ୍‌କା ମଲ୍‌କା", "ଧୀରେ ଧୀରେ ଭଲ ପାଇଗଲି" ଆଦି ସଫଳ ଗୀତର ଗୀତ ରଚନା କରିଥିଲେ ସୁବ୍ରତ ।<ref>{{cite news|title=ସୁବ୍ରତଙ୍କୁ ରାଜ୍ୟ ସମ୍ମାନ|url=https://samajaepaper.in/epaperimages/03122017/03122017-md-sn-8/212201721921582.jpg|accessdate=7 December 2017|newspaper=ସମାଜ|date=3 December 2017}}</ref> ୨୦୧୬ ମସିହାରେ [[ଝିଅଟା ବିଗିଡ଼ିଗଲା]] ଚଳଚ୍ଚିତ୍ରର ଗୀତ ମଲ୍‌କା ମଲ୍‌କା ପାଇଁ ସୁବ୍ରତ ଓଡ଼ିଆ ଫିଲ୍ମ‌ଫେୟାର ପୁରସ୍କାର ପାଇଥିଲେ । ୨୦୧୭ ମସିହାରେ ସୁବ୍ରତ [[ଅଗସ୍ତ୍ୟ]] ଚଳଚ୍ଚିତ୍ରର ଗୀତ ଧିରେ ଧିରେ ଭଲ ପାଇଗଲି ପାଇଁ ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇଥିଲେ ।<ref>{{cite news|title=୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ପ୍ରଣବ ପଟ୍ଟନାୟକଙ୍କୁ ‘ଜୟଦେବ ପୁରସ୍କାର’, ଶ୍ରେଷ୍ଠ ଚଳଚ୍ଚିତ୍ର ‘ଚିନି’|url=http://khabarodisha.com/Entertainment/28th-state-film-award-Pranav-Patanaik-to-get-Jaydev-Award-23270|accessdate=12 December 2017|newspaper=ଖବର ଓଡ଼ିଶା|date=27 November 2017}}</ref><ref>{{cite news|title=ଓଡିଆ ଚଳଚ୍ଚିତ୍ର ଓ ଟେଲି ଜଗତର ପୁରସ୍କାର ଘୋଷଣା ! ‘ଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ‘ସିନ୍ଦୁରବିନ୍ଦୁୁ’ ଶ୍ରେଷ୍ଠ ଧାରିବାହିକ|url=http://kanaknews.com/state-film-awards/|accessdate=12 December 2017|newspaper=Kanak News|date=27 Nobember 2017}}</ref><ref>{{cite news|title=୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: କିଏ ପାଇଲେ କେଉଁ ପୁରସ୍କାର|url=http://sambad.in/entertainment/odisha-statefilmawards-35371/|accessdate=12 December 2017|newspaper=ସମ୍ବାଦ|date=27 November 2017}}</ref>
 
==ଆଧାର==