"ଗୌରହରି ପରିଚ୍ଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୧ କ ଧାଡ଼ି:
| children =
| parents =
}}'''ଗୌରହରି ପରିଚ୍ଛା''' (୧୭୯୪-୧୮୯୩<ref>ପାରଳାଖେମୁଣ୍ଡି ସଙ୍ଗ୍ରହାଳୟରେ ଥିବା କବିଙ୍କ ଚିତ୍ର ଓ ବିବରଣୀ ଅନୁସାରେ ।</ref>, ମତାନ୍ତରରେ ୧୭୯୪-୧୮୮୪<ref name=":1">''[https://books.google.co.in/books?id=rVowAQAAIAAJ&q=gaurahari+parichha&dq=gaurahari+parichha&hl=en&sa=X&ved=0ahUKEwi0qb7bz4PYAhUNUI8KHVX9C0gQ6AEIOzAF Orissan history, culture, and archaeology: in felicitation of Prof. P.K. Mishra]'', Sadasiba Pradhan, D.K. Printworld, 01-Jan-1999 - History - 477 pages.</ref>, ୧୭୯୮-୧୮୯୭<ref>''[https://www.telegraphindia.com/1101229/jsp/orissa/story_13362766.jsp Rare art form finds few takers - 150-year-old traditional dance languishes in neglect],'' SUNIL PATNAIK, The Telegraph Wednesday , December 29 , 2010.</ref> ଓ ପ୍ରମାଦପୂର୍ଣ୍ଣ ୧୮୨୯-୧୯୨୭<ref name=":0">''ଓଡ଼ିଆ ଲେଖକ ପରିଚୟ'' ''(୧୪୫୦-୧୮୫୦)'', ଡଃ କୃଷ୍ଣଚରଣ ସାହୁ (ସଂକଳକ) । ୧୯୮୧, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର - ୭୫୧୦୧୪ ।</ref>) ଓଡ଼ିଶାର ଜଣେ ପୁରାତନ କବି । [[ପାରଳାଖେମୁଣ୍ଡି|ପାରଳାଖେମୁଣ୍ଡିରେ]] ଜନ୍ମିତ । ସେ ରାଧାକୃଷ୍ଣ ସମ୍ବନ୍ଧିତ ଅନେକ ଚଉପଦୀ, ଛାନ୍ଦ ଓ କାବ୍ୟ ଲେଖି [[ଓଡ଼ିଶୀ ସଙ୍ଗୀତ]] ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଗୌରହରି କବିକଳହଂସ [[ଗୋପାଳକୃଷ୍ଣ ପଟ୍ଟନାୟକ]]<nowiki/>ଙ୍କ ସମସାମୟିକ ଥିଲେ ।<ref name=":0" /> ନିଜ କବିତ୍ୱ ଛଡ଼ା ସେ ନିଜ ବୀଣାବାଦନ ନିମନ୍ତେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ ।<ref name=":2" />
 
== ଜୀବନ ==
ଗୌରହରି ପରିଚ୍ଛା ପାରଳାଖେମୁଣ୍ଡିର ଗୋପିନୀ ସାହିରେ ଜନ୍ମଗ୍ରହଣ କରିଥିଲେ । ଗୌରହରି ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ଗୌରହରିଙ୍କ ପୂର୍ବଜ ରଘୁନାଥ ପରିଚ୍ଛା ''ଗୋପୀନାଥ ବଲ୍ଲଭ ନାଟକ'' ଭଳି ଏକ ଉଚ୍ଚାଙ୍ଗ ନାଟକ ରଚନା କରିଥିଲେ । ଏହି ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ ।<ref name=":3">''ରାଜା ରାମକୃଷ୍ଣ ଛୋଟରାୟ ବିରଚିତ ପ୍ରହ୍ଲାଦ ନାଟକ'', ସୁରେଶ ବଳବନ୍ତରାୟ (ସମ୍ପା) । ପ୍ରଥମ ସଂସ୍କରଣ, ୨୦୦୬, ଊର୍ମିଳା ବଳବନ୍ତରାୟମ ବହିପତ୍ର ପ୍ରକାଶନ, ସୁନ୍ଦରପଡ଼ା, ଭୁବନେଶ୍ଢ଼ର - ୭୫୧୦୦୨ । </ref>
 
=== ସମୟ ===
ଗୌରହରିଙ୍କ ସମୟକୁ ନେଇ ଏକାଧିକ ଗବେଷକଙ୍କ ଏକାଧିକ ମତ ଦେଖାଯାଏ । ଏହାକୁ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।
 
ଗବେଷକ ଡଃ ସଂଧାଂଶୁ ରଥ ଗୌରହରିଙ୍କୁ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ବୋଲି କୁହନ୍ତି । ଡଃ ରଥ ପାରଳାଖେମୁଣ୍ଡିର କିଛି ବୟସ୍କ ବ୍ୟକ୍ତିମାନଙ୍କ ମତାମତ ନେଇ ଗୌରହରିଙ୍କ ସମୟସୀମାକୁ ୧୭୯୪ ଖ୍ରୀଷ୍ଟାବ୍ଦ ଓ ୧୮୪୪ ଖ୍ରୀଷ୍ଟାବ୍ଦ ବୋଲି ତାଙ୍କର ଗବେଷଣା ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ।<ref name=":3" />
 
==== ଗୌରଚରଣଙ୍କ ସହିତ ଭ୍ରମ ====
ଉଲ୍ଲେଖଯୋଗ୍ୟ ଯେ ଏକାଧିକ ଲେଖକ ପାରଳାର ଗୌରହରି ପରିଚ୍ଛାଙ୍କୁ ପୁରୀ ଜିଲ୍ଲାର କବି [[ଗୌରଚରଣ ଅଧିକାରୀ]]<nowiki/>ଙ୍କ ସଙ୍ଗେ ସମାନ ବିଚାରିଛନ୍ତି । ଗୌରଚରଣଙ୍କ ଗ୍ରନ୍ଥାବଳୀଗୁଡ଼ିକରେ ଗୌରହରିଙ୍କ ଗୋଟି ଗୋଟି କବିତା ରହିଯାଇ ଥିବାରୁ ଏହା ଭ୍ରମ ସୃଷ୍ଟି କରୁଛି । ସ୍ଥାନେ ସ୍ଥାନେ ଉଭୟ କବି କେବଳ 'ଗୌର' ଶବ୍ଦଟି ଭଣିତାରେ ପ୍ରୟୋଗ କରିଥିବାରୁ ସେହି କବିତାଗୁଡ଼ିକରେ ପ୍ରମାଦ ରହୁଛି ।
 
ସେ କିଛି ସମୟ ପାଇଁ ଜଗନ୍ନାଥ ରାଜମଣି ନାମକ ମହାରାଜଙ୍କ ସାନ୍ନିଧ୍ୟରେ ଥିବା ଜଣାଯାଏ ।<ref name=":1" />
 
== ରଚନା ==
Line ୨୭ ⟶ ୪୦:
 
=== ପ୍ରହ୍ଲାଦ ନାଟକ ===
ଗୌରହରି [[ପ୍ରହ୍ଲାଦ ନାଟକ|ପ୍ରହ୍ଲାଦ ନାଟକଟି]] ଜଳନ୍ତରର ରାଜା ରାମକୃଷ୍ଣ ଛୋଟରାୟଙ୍କ ଉଦ୍ଦେଶ୍ୟରେ ରଚନା କରି ତାଙ୍କ ନାମରେ ତାହାକୁ ଭଣିଥିଲେ । ଏହା ପ୍ରହ୍ଲାଦ ନାଟକର ପ୍ରଥମ ଲିଖିତ ନାଟକ । ଏହାର ଅନୁସରଣରେ ପରବର୍ତ୍ତୀ ରାଜାମାନେ (ଯଥା [[ପଦ୍ମନାଭ ନାରାୟଣ ଦେବ]]) ନିଜ ନିଜ ଶୈଳୀରେ ପ୍ରହ୍ଲାଦ ନାଟକ ରଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରହ୍ଲାଦ ନାଟକଟି ଗୌରହରି ରଚିଥିବା ଗବେଷକଙ୍କ ଅନୁମାନ ଓ ଏହାର କୌଣସି ଲିଖିତ ପ୍ରମାଣ ମିଳିନାହିଁ ।
 
ଉଲ୍ଲେଖଯୋଗ୍ୟ ଯେ ପ୍ରହ୍ଲାଦ ନାଟକଟି ଗୌରହରି ରଚିଥିବା ଗବେଷକଙ୍କ ଅନୁମାନ ଓ ଏହାର କୌଣସି ଲିଖିତ ପ୍ରମାଣ ମିଳିନାହିଁ । ମଧ୍ୟଯୁଗରେ ରାଜାମାନଙ୍କ ନାମରେ କବିମାନେ ଭଣତି କରି ଗୀତ ରଚନା କରିବା ଲୋକସମ୍ମତ ପ୍ରଥା ଥିଲା । ଗୌରହରି ସେହି ପ୍ରଥା ଅନୁସାରେ ରାମକୃଷ୍ଣଙ୍କ ନାମରେ ଭଣତି କରିଥିବା ଅସମ୍ଭବ ମନେ ହୁଏ ନାହିଁ ।<ref name=":3" />
 
=== ଗୀତଗୋବିନ୍ଦ ଅନୁବାଦ ===
କବି ଗୀତଗୋବିନ୍ଦକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଆରେ ଅନୁବାଦ କରିଥିଲେ । ଏହି ଅନୁବାଦଟି ଲୋକପ୍ରିୟ ଛନ୍ଦଗୁଡ଼ିକରେ ରଚିତ । ଏହି ଅନୁବାଦ ଗ୍ରନ୍ଥକୁ ଗୌରହରି ''ଭାଷା ସଙ୍ଗୀତ ବିନୋଦ'' ନାମରେ ନାମିତ କରିଥିଲେ ।<ref name=":2">''[https://books.google.co.in/books?id=YCJrUfVtZxoC&lpg=PA118&ots=Kwnvi4BITG&dq=gaurahari%20parichha&pg=PA118#v=onepage&q&f=false A Dictionary of Indian Literature: Beginnings-1850]'', Sujit Mukherjee Orient Blackswan, 1998 - Literary Criticism - 434 pages.</ref>
 
=== ଅନ୍ୟାନ୍ୟ ===
Line ୩୯ ⟶ ୫୪:
==== ଲକ୍ଷଣ ଚନ୍ଦ୍ରୋଦୟ ====
କବିଙ୍କର ଅନ୍ୟ ଏକ କୃତି ହେଲା ''ଲକ୍ଷଣ ଚନ୍ଦ୍ରୋଦୟ ଗ୍ରନ୍ଥ'' ।<ref name=":0" /> ଏହି ଗ୍ରନ୍ଥରେ କାବ୍ୟ ଓ ସଙ୍ଗୀତର ସୂକ୍ଷ୍ମ ଲକ୍ଷଣଗୁଡ଼ିକ ବର୍ଣ୍ଣିତ ।
 
== ସଙ୍ଗୀତ ==
ଗୌରହରିଙ୍କ ରଚିତ ସମସ୍ତ ଗୀତିକବିତାଗୁଡ଼ିକ ଗଞ୍ଜାମ ଅଞ୍ଚଳ ଓ ବିଶେଷତଃ ପାରଳାଖେମୁଣ୍ଡିରେ ସୁପ୍ରଚଳିତ । ପାରଳାଖେମୁଣ୍ଡିର ଅତିପ୍ରସିଦ୍ଧ ଗାୟକ 'ଅନ୍ଧ ଆପନ୍ନା' [[ଅପର୍ଣ୍ଣା ପାଣିଗ୍ରାହୀ]]<nowiki/>ଙ୍କ କଣ୍ଠରେ ଗୌରହରିଙ୍କ 'କୁଞ୍ଜକୁ ଯିବୁ ପରା' ଅତି ଲୋକପ୍ରିୟ ହୋଇଥିଲା । ଏହା ପରେ ପରେ ପଣ୍ଡିତ [[ରଘୁନାଥ ପାଣିଗ୍ରାହୀ|ରଘୁନାଥ ପାଣିଗ୍ରାହୀଙ୍କ]] ତରୁଣ ବୟସରେ ରେକର୍ଡ଼ କରାଯାଇଥିବା ଗୌରହରିଙ୍କ ସଂକୀର୍ତ୍ତନ 'ଜୟ ଗୋକୁଳ ମଙ୍ଗଳ ମଧୁହାରି' ଓ ଓଡ଼ିଶୀ ଚଉପଦୀ 'ଆସିବେଟି ଶ୍ରୀହରି ବରନାଗରୀ' ଉଲ୍ଲେଖଯୋଗ୍ୟ ।
 
== ଆଧାର ==