"ବରାହୀ ଦେଉଳ, ଚଉରାଶି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଆହୁରି ତଥ୍ୟ
୪୩ କ ଧାଡ଼ି:
 
== ଇତିହାସ ==
ସୋମବଂଶୀ ରାଜୁତି କାଳରେ ୧୦ମ ଶତାବ୍ଦୀର ପ୍ରଥମ ଭାଗରେ (ଅନ୍ୟମତେ ୯ମ ଶତାବ୍ଦୀର ଶେଷ ଭାଗରେ) ମନ୍ଦିରଟି ଦେବୀ ବରାହୀଙ୍କ ନିମନ୍ତେ ନିର୍ମିତ । କେତେଜଣ ଗବେଷକଙ୍କ ମତରେ ଭୌମ ବଂଶର କୌଣସି ରାଜାଙ୍କଦ୍ୱାରା ମନ୍ଦିରଟି ନିର୍ମିତ ।<ref>''[https://books.google.co.in/books?id=WC5uAAAAMAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwj6gL6Vgv3XAhWHRY8KHSeBCw84FBDoAQgnMAA Journal of Historical Research, Volumes 46-48]'', Department of History, Ranchi University, 2004.</ref> ମନ୍ଦିରଟି ପୂର୍ବମୁହାଁ ଏବଂ ଏକ ବିଶେଷ ପଥରରେ (ଲାଲ ପଥର, [[:en:Sandstone]]) ଗଢ଼ାହୋଇଛି । ମୁଖ୍ୟ ମନ୍ଦିରଟିର ଉଚ୍ଚତା ପ୍ରାୟ ୨୫-୨୭ ଫୁଟ । ୨ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଶାକ୍ତପୀଠର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି '''''ବରାହୀ''''' । ତନ୍ତ୍ରରେ ବରାହୀ ଦେବୀ ବିଷ୍ଣୁଙ୍କ ବରାହ ଅବତାରର ନାରୀରୂପିଣୀ ଶକ୍ତି । ମନ୍ଦିରର ନିର୍ମାଣ ପରିସରର କ୍ଷେତ୍ରଫଳ ହେଉଛି ୧୫.୮୪ ମି. x ୮.୨୩ ମି. x ୮.୪୦ ମି. ।<ref name="shreekhetra">[http://www.shreekhetra.com/chaurasi.html The goddess associated with yoganidra of Vishnu], ଶ୍ରୀକ୍ଷେତ୍ର ।</ref>
 
=== ତାନ୍ତ୍ରିକ ରୀତିନୀତି ===
୫୧ କ ଧାଡ଼ି:
 
=== ମୁଖ୍ୟ ପ୍ରତିମା ===
ସ୍ଥାନୀୟ ଅଞ୍ଚଳରେ ଦେବୀ '''ମତ୍ସ୍ୟ ବରାହୀ''' ନାମରେ ଖ୍ୟାତ । ବରାହୀଙ୍କ ପ୍ରତିମା କଳାମୁଗୁନି ପଥରରେ ନିର୍ମିତ । ପ୍ରତିମାଙ୍କର ଦୈର୍ଘ୍ୟ ଓ ପ୍ରସ୍ଥ ୬<nowiki>'୯''</nowiki>"<ref>''[https://books.google.co.in/books?id=YVVQAQAAMAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwic5I3i8vzXAhUBLI8KHSkFAhU4ChDoAQhTMAk Orissa Review, Volume 52, Issues 6-12]''. 1996.</ref> (ଅନ୍ୟମତେ ୫<nowiki>'୫''</nowiki>"<ref name=":1">''[https://books.google.co.in/books?id=3T2Ph_SmjtoC&lpg=PA41&dq=varahi%20temple%20chaurasi&pg=PA41#v=onepage&q=varahi%20temple%20chaurasi&f=false Encyclopaedia of Education, Culture and Children's Literature: Volume 3]'', Jagannath Mohanty.</ref>)୬'୧"<nowikiref>''[https://books.google.co.in/books?id=VsQBAAAAMAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwj_mOuCjv3XAhUNS48KHdDHDbA4KBDoAQgnMAA Sidelights on History and Culture of Orissa]'', Manmath Nath Das. Vidyapuri, 1977.</nowikiref>) ଓ ୨'୯" । କପାଳର ମଧ୍ୟଭାଗରେ ତୃତୀୟ ନୟନ ସହ ବରାହ ମୁଖାକୃତି ଦେବୀ ଡାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ରକ୍ତପାତ୍ରପାନପାତ୍ର ବା ଖପୁରୀ (ଖର୍ପର) ଧାରଣ କରିଛନ୍ତି ।<ref name=":1" /> ପାନପାତ୍ର ଥିବାରୁ ଦେବୀ ରକ୍ତ ବା ମଦ୍ୟ ପାନ କରୁଥିବା ଭଙ୍ଗୀରେ ରୂପାୟିତ । ଦେବୀଙ୍କ ଉଦର ପୃଥୁଳ ।<ref>[https://books.google.co.in/books?id=TK61AAAAIAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwic5I3i8vzXAhUBLI8KHSkFAhU4ChDoAQhPMAg ''The Journal of Orissan History-'' Volume 5- Issue 1], Orissa History Congress, 1983.</ref> ଲୋକମତରେ ମାଆଁ ଭାବେ ବରାହୀ ସମଗ୍ର ସଂସାରକୁ ନିଜ ଉଦରରେ ଧାରଣ କରିଥିବାରୁ ତାଙ୍କ ଉଦର ବିଶାଳ । ତାଙ୍କ ବାହନ ଏକ ମଇଁଷି ବା ମହିଷ । ଦେବୀ ତାନ୍ତ୍ରିକ ଉପଚାରରେ ମାଛ ଭୋଗ ସହ ପୂଜିତ ହୁଅନ୍ତି ।
 
ପୁରାତନ ଶାକ୍ତ ଦେଉଳଗୁଡ଼ିକର ଗଠନଶୈଳୀ ଅନୁକରଣରେ ବରାହୀ ଦେଉଳ ନିର୍ମାଣ କରାଯାଇଛି ବୋଲି ମତ ରହିଛି । ଗର୍ଭଗୃହରେ ପ୍ରତିଷ୍ଠିତ ବରାହୀଙ୍କ ପ୍ରତିମା ବ୍ୟତୀତ ଜଗମୋହନରେ ଆଉ ଦୁଇଗୋଟି ବରାହୀ ମୂର୍ତ୍ତି ରହିଅଛି । ପାଖ ଅଞ୍ଚଳର କୌଣସି ମନ୍ଦିରରୁ ଏଗୁଡ଼ିକ ଅଣାଯାଇଥିବା ପରି ପ୍ରତୀତ ହୁଏ । ଏହି ଉଭୟ ମୂର୍ତ୍ତି ବର୍ତ୍ତମାନର ବରାହୀ ଦେଉଳଠାରୁ ପ୍ରାଚୀନ ।<ref name=":2">[https://books.google.co.in/books?id=7HRgstuWe6EC&lpg=PA130&dq=varahi%20temple%20chaurasi&pg=PA130#v=onepage&q&f=false ''Religious Institutions and Cults in the Deccan, C. A.D. 600-A.D. 1000''] (ଡେକ୍କାନର ଧାର୍ମିକ ସମ୍ପ୍ରଦାୟ), ରମେନ୍ଦ୍ର ନାଥ ନନ୍ଦୀ ।</ref>
 
=== ଗାତ୍ର ===
ଖାକରା ଶୈଳୀରେ ନିର୍ମିତ ଦେଉଳମାନଙ୍କ ମଧ୍ୟରୁ ବରାହୀ ଦେଉଳ ପ୍ରମୁଖ ଅଟେ । ମୁଖ୍ୟ ଦେଉଳର ଦ୍ୱାରଦେଶରେ ଦୁଇଗୋଟି ନାଗସ୍ତମ୍ଭ ରହିଛି । ଉତ୍କଳୀୟ ଶୈଳୀରେ ଏହା ନାଗସ୍ତମ୍ଭର ପ୍ରଥମ ଉଦାହରଣ ମଧ୍ୟରୁ ଅନ୍ୟତମ ।<ref>{{cite book|url=https://books.google.co.in/books?id=EZ5NAAAAYAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwj6gL6Vgv3XAhWHRY8KHSeBCw84FBDoAQgvMAI|title=Early temples of Orissa: from the sixth century A.D. to the end of Somavamsi rule|last=Parida|first=Asok Nath|date=09-Dec-2017|publisher=Commonwealth Publishers|year=01-Jan-1999|isbn=|location=|pages=|archive-url=|archive-date=|dead-url=}}</ref> ଗାତ୍ରରେ ଦୁଇଗୋଟି ପଟଳ ରହିଛି । ଉପର ପଟଳର ସ୍ଥିତି ଓ ବର୍ତ୍ତମାନ ଅବସ୍ଥା ଯୋଗୁଁ ଏଥିରେ ଖୋଦିତ ମୂର୍ତ୍ତିଗୁଡ଼ାକ ସଠିକ ଭାବେ ଚିହ୍ନିତ ହୋଇନାହିଁ । ଅନ୍ୟ ମନ୍ଦିର ଅପେକ୍ଷା ବରାହୀ ଦେଉଳର ଉଭୟ ପଟଳ ଅପେକ୍ଷାକୃତ ଛୋଟ ଆକାରର ହୋଇଛି । ଏହି କାରଣରୁ ଏଥିରେ ଅତ୍ୟଧିକ ଜିନିଷ ଚିତ୍ରିତ ହୋଇପାରିନାହିଁ କିନ୍ତୁ ମଧ୍ୟବର୍ତ୍ତୀ ଯୋଡ଼ାଣସବୁ ନିଖୁଣ ଭାବରେ କରାଯାଇଛି । ବରାହୀ ଦେଉଳର ଶିଳ୍ପ ଅନ୍ୟାନ୍ୟ ଉତ୍କଳୀୟ ମନ୍ଦିର ଅପେକ୍ଷା ଅଧିକ ନିପୁଣ ଭାବେ ସମ୍ପନ୍ନ କରାଯାଇଛି ।<ref name=":0" />
 
ଦେଉଳର ଗାତ୍ରରେ ଖୋଦିତ ମୂର୍ତ୍ତିଗୁଡ଼ିକରୁ ଦେବୀଙ୍କର ତାନ୍ତ୍ରିକ ସମ୍ବନ୍ଧର ବଳିଷ୍ଠ ପ୍ରମାଣ ମିଳେ । ତନ୍ତ୍ରରେ ''ଅଷ୍ଟକାମକଳାପ୍ରୟୋଗ''ର ବିଧି ଆଚରିତ ହୁଏ । ସଂସ୍କୃତ ଓ ଓଡ଼ିଆ ଭାଷାରେ ଲିଖିତ ଏକ ତନ୍ତ୍ରଶାସ୍ତ୍ର ମତରେ ଅଷ୍ଟକାମକଳାପ୍ରୟୋଗରେ ଆଠଗୋଟି କଳାରେ କାମକେଳି କରାଯାଏ । କୌଳ ଚୂଡ଼ାମଣି ଗ୍ରନ୍ଥରେ ଏଥିରୁ ଛଅଗୋଟି ସ୍ତର ବିଷୟରେ ଉଲ୍ଲେଖ ରହିଛି । ବରାହୀ ଦେଉଳରେ ଏହି ସବୁ ଖୋଦିତ ହୋଇଅଛି । ବରାହୀ ଦେଉଳରେ ଏହା ଛଡ଼ା ଅନେକ ଊର୍ଦ୍ଧ୍ୱଲିଙ୍ଗ ନଗ୍ନପୁରୁଷଙ୍କ ବିଗ୍ରହ ଅଙ୍କିତ ହୋଇଛି । ଏହା ବାମାଚାରର ପ୍ରଧାନ ପ୍ରତୀକମାନଙ୍କ ଭିତରୁ ଅନ୍ୟତମ ।<ref name=":3">''[https://books.google.co.in/books?id=0tX4wzIUY3QC&lpg=PA192&dq=varahi%20temple%20chaurasi&pg=PA192#v=onepage&q=varahi%20temple%20chaurasi&f=false A Social History of Early India]'', edited by Brajadulal Chattopadhyaya.</ref> ଶବ ଆସନ ଦେବାଦେବୀମାନେ ମଧ୍ୟ ତାହାର ନିଦର୍ଶନ । ପୂର୍ବକଥିତ ଆଠଗୋଟି କଳା ବା ଭାଗ ହେଲା : ବଶୀକରଣ, ସମ୍ମୋହନ, ଆକର୍ଷଣ, ଉଚ୍ଚାଟନ, ଯୋନ୍ୟାଭିଷେକ, ପୁରଶ୍ଚରଣ, ରଜୋପାନ, ପ୍ରସ୍ତାବ ଓ ନିବୃତ୍ତି ।<ref name=":2" /><ref name=":3" /> ବୋଧ ହୁଏ ଏହା ତାନ୍ତ୍ରିକ ପରମ୍ପରାରେ ପ୍ରବେଶ କରୁଥିବା ନୂତନ ଶିଷ୍ୟମାନଙ୍କ କାମତନ୍ତ୍ର ସହ ପ୍ରଥମ ପରିଚିତି ।<ref>''[https://books.google.co.in/books?id=JuwJAQAAIAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwj6gL6Vgv3XAhWHRY8KHSeBCw84FBDoAQhEMAc Early stone temples of Orissa]'', Vidya Dehejia. Vikas, 1979.</ref>
{| class="wikitable"
|+'''ତନ୍ତ୍ରଶାସ୍ତ୍ରରେ''' ''ଅଷ୍ଟକାମକଳାପ୍ରୟୋଗ''
୧୦୫ କ ଧାଡ଼ି:
 
=== ''ଶିଳ୍ପ ପ୍ରକାଶ'' ===
''ଶିଳ୍ପ ପ୍ରକାଶ'' ହେଉଛି ପଣ୍ଡିତ ସଦାଶିବ ରଥଶର୍ମା ଓ ଆଲିସ ବୋନରଙ୍କ ଦ୍ୱାରା ପୁନରୁଦ୍ଧୃତ ଓ ପ୍ରକାଶିତ ଏକ ପୁରାତନ ଉତ୍କଳୀୟ ଶିଳ୍ପଶାସ୍ତ୍ର । ଏହି ପୁସ୍ତକର ପ୍ରଣେତା ରାମଚନ୍ଦ୍ର କୌଳାଚାର ମହାନଦୀ ଉପକୁଳରେ ବସବାସ କରୁଥିବା କୌଳତନ୍ତ୍ର ସାଧକମାନଙ୍କ ଭିତରୁ ଜଣେ ଅଟନ୍ତି । ଏହି ପୁସ୍ତକର ତନ୍ତ୍ର ପ୍ରଣାଳୀରେ କିପରି ମନ୍ଦିର ଗଠନ କରାଯିବ ତାହାର ବିସ୍ତୃତ ବର୍ଣ୍ଣନା ରହିଛି । ଚଉରାଶିର ବରାହୀ ଦେଉଳ ଏହି ପୁସ୍ତକର ଅଧିକାଂଶ ଉଲ୍ଲେଖର ବାସ୍ତବିକ ରୂପାୟନ ଦେଖିହୁଏ । ଏହି ଗ୍ରନ୍ଥାନୁସାରେ ବରାହୀ ଦେଉଳ ଖାକରା ଶୈଳୀର କାମଗର୍ଭ ପ୍ରକାରର ମନ୍ଦିର ।<ref>''[https://books.google.co.in/books?id=P-y1AAAAIAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwisqoX-jv3XAhUDtI8KHSGHDao4PBDoAQgnMAA Studies in History, Volume 1, Issue 2]''. Vikas Publishing House, 1979.</ref>
 
ଶିଳ୍ପ ପ୍ରକାଶର ଉଲ୍ଲେଖ ଅନୁସାରେ ବରାହୀ ଦେଉଳରେ ନିବିଡ଼ ମୈଥୁନ ମୂର୍ତ୍ତି ଗାତ୍ରରେ ମିଳେ । ଶିଳ୍ପ ପ୍ରକାଶ ଅନୁସାରେ ସାଧାରଣ ଲୋକଙ୍କଠାରୁ ଯନ୍ତ୍ର ଶକ୍ତିକୁ ପ୍ରଚ୍ଛନ୍ନ ରଖିବା ନିମନ୍ତେ ବାହ୍ୟ ଆଭୂଷଣ ଭାବେ ମୈଥୁନ ମୂର୍ତ୍ତି ବା ରାମଚନ୍ଦ୍ରଙ୍କ ଭାଷାରେ 'କାମ ବନ୍ଧ' ବ୍ୟବହାର କରାଯାଏ ।<ref>[https://books.google.co.in/books?id=hayV4o50eUEC&lpg=PA434&ots=ZjPgCxwWoe&dq=varahi%20temple%20chaurasi&pg=PA434#v=onepage&q&f=false Secret Yantras and Erotic Display for Hindu Temples] (ଓଡ଼ିଆ : ହିନ୍ଦୁ ମନ୍ଦିରରେ ଗୁପ୍ତ ଯନ୍ତ୍ର ଓ କାମୁକ ପ୍ରଦର୍ଶନ), ମାଇକଲ ଡି ରେବ । Tantra in Practice (ଅଭ୍ୟାସରେ ତନ୍ତ୍ର), ଡେଭିଡ ଗର୍ଡନ ହ୍ୱାଇଟ (ସମ୍ପାଦକ) ।</ref>