"ବରାହୀ ଦେଉଳ, ଚଉରାଶି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Prateek Pattanaik ପୃଷ୍ଠାଟିକୁ ବାରାହୀ ଦେଉଳ, ଚଉରାଶିରୁ ବରାହୀ ଦେଉଳ, ଚଉରାଶିକୁ ଘୁଞ୍ଚାଇଲେ: ବରାହୀ ବ୍ୟାକରଣ ଓ ପ୍ର...
ଶିଳ୍ପ, ଇତିହାସ ଆଦି ବିଷୟରେ ଅଧିକ ତଥ୍ୟ
୪୦ କ ଧାଡ଼ି:
}}
 
'''ବରାହୀ ଦେଉଳ''' ବା '''ବରାହୀ ଦେଉଳ''' ଖ୍ରୀଷ୍ଟୀୟ ନବମ ଶତାବ୍ଦୀର ଅନ୍ତିମ ଭାଗ ବା ଦଶମ ଶତାବ୍ଦୀରେଶତାବ୍ଦୀର ପ୍ରଥମ ଭାଗରେ<ref name=":0">''[https://books.google.co.in/books?id=22wCxbKAdmkC&lpg=PR19&ots=dLBjhTlFb-&dq=varahi%20temple%20chaurasi&pg=PA74#v=onepage&q&f=false The Two-headed Deer: Illustrations of the Rāmāyaṇa in Orissa]'', Joanna Gottfried Williams.</ref> ନିର୍ମିତ ଏକ ଶକ୍ତିପୀଠ । ଓଡ଼ିଶାର ପୂର୍ବ ଉପକୂଳସ୍ଥ [[ପୁରୀ ଜିଲ୍ଲା]]ରେ ଚଉରାଶିଠାରେ [[ପ୍ରାଚୀ]] ନଦୀ କୁଳରେ ଏହା ଅବସ୍ଥିତ । ଚଉରାଶି [[କାକଟପୁର|କାକଟପୁରରୁ]] ଅନତିଦୂରରେ ଅବସ୍ଥିତ ।
 
== ଇତିହାସ ==
ସୋମବଂଶୀ ରାଜୁତି କାଳରେ ୧୦ମ ଶତାବ୍ଦୀର ପ୍ରଥମ ଭାଗରେ (ଅନ୍ୟମତେ ୯ମ ଶତାବ୍ଦୀର ଶେଷ ଭାଗରେ) ମନ୍ଦିରଟି ଦେବୀ ବରାହୀଙ୍କ ସମ୍ମାନାର୍ଥେନିମନ୍ତେ ନିର୍ମିତ । କେତେଜଣ ଗବେଷକଙ୍କ ମତରେ ଭୌମ ବଂଶର କୌଣସି ରାଜାଙ୍କଦ୍ୱାରା ମନ୍ଦିରଟି ପୂର୍ବନିର୍ମିତ ।<ref>''[https://books.google.co.in/books?id=WC5uAAAAMAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwj6gL6Vgv3XAhWHRY8KHSeBCw84FBDoAQgnMAA Journal of Historical Research, Volumes 46-48]'', Department of History, Ranchi University, 2004.</ref> ମନ୍ଦିରଟି ମୁହାଁପୂର୍ବମୁହାଁ ଏବଂ ଏକ ବିଶେଷ ପଥରରେ (ଲାଲ ପଥର)(, [[:en:Sandstone]]) ନିର୍ମିତଗଢ଼ାହୋଇଛିମୂଖ୍ୟମୁଖ୍ୟ ମନ୍ଦିରଟିର ଉଚ୍ଚତା ପ୍ରାୟ ୨୫ ଫୁଟ । ୨ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଶାକ୍ତପୀଠର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି '''''ବରାହୀ''''' । ତନ୍ତ୍ରରେ ବରାହୀ ଦେବୀ ବିଷ୍ଣୁଙ୍କ ବରାହ ଅବତାରର ନାରୀରୂପିଣୀ ଶକ୍ତି । ମନ୍ଦିରର ନିର୍ମାଣ ପରିସରର କ୍ଷେତ୍ରଫଳ ହେଉଛି ୧୫.୮୪ ମି. x ୮.୨୩ ମି. x ୮.୪୦ ମି.<ref name="shreekhetra">[http://www.shreekhetra.com/chaurasi.html The goddess associated with yoganidra of Vishnu], onଶ୍ରୀକ୍ଷେତ୍ର the shreekhetra site]</ref>
 
=== ତାନ୍ତ୍ରିକ ରୀତିନୀତି ===
୨ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଶାକ୍ତପୀଠର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ବରାହୀ । ସ୍ଥାନୀୟ ଅଞ୍ଚଳରେ ଦେବୀ '''ମତ୍ସ୍ୟ ବରାହୀ''' ନାମରେ ଖ୍ୟାତ । କପାଳରେ ତୂତୀୟ ନୟନ ସହ ବରାହ ମୁଖାକୃତି ଦେବୀ ଦାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ଥାଳୀ ଧାରଣ କରିଥାନ୍ତି । ଦେବୀ ତାନ୍ତ୍ରୀକ ଉପଚାରରେ ମାଛ ଭୋଗ ସହ ପୂଜିତ ହୁଅନ୍ତି ।
କେତେକ ଗବେଷକଙ୍କ ମତରେ ଚଉରାଶିର ବରାହୀ ଦେଉଳ ଓ ହୀରାପୁରର ଚଉଷଠି ଯୋଗିନୀ ମନ୍ଦିର ସମେତ ଅନ୍ୟାନ୍ୟ ଶାକ୍ତ-ତନ୍ତ୍ର ମନ୍ଦିରରେ ତାନ୍ତ୍ରିକ ରୀତିନୀତି ବିଶେଷ ଭାବେ ଅନୁଷ୍ଠିତ ହେଉଥିଲା । ଏହି କାରଣରୁ ଉଭୟ ମନ୍ଦିର ଜନବସତିଠାରୁ ଦୂରବର୍ତ୍ତୀ ଅଞ୍ଚଳରେ ସ୍ଥିତ । ଏହି ମନ୍ଦିରଗୁଡ଼ିକରେ କୌଳ ଓ କାପାଳିକ ସମ୍ପ୍ରଦାୟମାନଙ୍କ ପ୍ରଥା ଅନୁଯାୟୀ ମୈଥୁନ ବା ସମ୍ଭୋଗ ରୀତି ହେଉଥିଲା ବୋଲି ମଧ୍ୟ ମତ ରହିଛି ।<ref>''[https://books.google.co.in/books?id=rnnXAAAAMAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwic5I3i8vzXAhUBLI8KHSkFAhU4ChDoAQg3MAM Śakti Cult in Orissa]'' - Page 291, Francesco Brighenti. D.K. Printworld, 01-Jan-2001.</ref>
 
== ଶିଳ୍ପକଳା ==
 
=== ମୁଖ୍ୟ ପ୍ରତିମା ===
ସ୍ଥାନୀୟ ଅଞ୍ଚଳରେ ଦେବୀ '''ମତ୍ସ୍ୟ ବରାହୀ''' ନାମରେ ଖ୍ୟାତ । ବରାହୀଙ୍କ ପ୍ରତିମା କଳାମୁଗୁନି ପଥରରେ ନିର୍ମିତ । ପ୍ରତିମାଙ୍କର ଦୈର୍ଘ୍ୟ ଓ ପ୍ରସ୍ଥ ୬<nowiki>'୯''</nowiki><ref>''[https://books.google.co.in/books?id=YVVQAQAAMAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwic5I3i8vzXAhUBLI8KHSkFAhU4ChDoAQhTMAk Orissa Review, Volume 52, Issues 6-12]''. 1996.</ref> (ଅନ୍ୟମତେ ୫<nowiki>'୫''</nowiki><ref name=":1">''[https://books.google.co.in/books?id=3T2Ph_SmjtoC&lpg=PA41&dq=varahi%20temple%20chaurasi&pg=PA41#v=onepage&q=varahi%20temple%20chaurasi&f=false Encyclopaedia of Education, Culture and Children's Literature: Volume 3]'', Jagannath Mohanty.</ref>) ଓ ୨<nowiki>'୯''</nowiki> । କପାଳର ମଧ୍ୟଭାଗରେ ତୃତୀୟ ନୟନ ସହ ବରାହ ମୁଖାକୃତି ଦେବୀ ଡାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ରକ୍ତପାତ୍ର ବା ଖପୁରୀ (ଖର୍ପର) ଧାରଣ କରିଛନ୍ତି ।<ref name=":1" /> ଦେବୀଙ୍କ ଉଦର ପୃଥୁଳ ।<ref>[https://books.google.co.in/books?id=TK61AAAAIAAJ&q=varahi+temple+chaurasi&dq=varahi+temple+chaurasi&hl=en&sa=X&ved=0ahUKEwic5I3i8vzXAhUBLI8KHSkFAhU4ChDoAQhPMAg ''The Journal of Orissan History-'' Volume 5- Issue 1], Orissa History Congress, 1983.</ref> ଲୋକମତରେ ମାଆଁ ଭାବେ ବରାହୀ ସମଗ୍ର ସଂସାରକୁ ନିଜ ଉଦରରେ ଧାରଣ କରିଥିବାରୁ ତାଙ୍କ ଉଦର ବିଶାଳ । ତାଙ୍କ ବାହନ ଏକ ମଇଁଷି ବା ମହିଷ । ଦେବୀ ତାନ୍ତ୍ରିକ ଉପଚାରରେ ମାଛ ଭୋଗ ସହ ପୂଜିତ ହୁଅନ୍ତି ।
 
ପୁରାତନ ଶାକ୍ତ ଦେଉଳଗୁଡ଼ିକର ଗଠନଶୈଳୀ ଅନୁକରଣରେ ବରାହୀ ଦେଉଳ ନିର୍ମାଣ କରାଯାଇଛି ବୋଲି ମତ ରହିଛି । ଗର୍ଭଗୃହରେ ପ୍ରତିଷ୍ଠିତ ବରାହୀଙ୍କ ପ୍ରତିମା ବ୍ୟତୀତ ଜଗମୋହନରେ ଆଉ ଦୁଇଗୋଟି ବରାହୀ ମୂର୍ତ୍ତି ରହିଅଛି । ପାଖ ଅଞ୍ଚଳର କୌଣସି ମନ୍ଦିରରୁ ଏଗୁଡ଼ିକ ଅଣାଯାଇଥିବା ପରି ପ୍ରତୀତ ହୁଏ । ଏହି ଉଭୟ ମୂର୍ତ୍ତି ବର୍ତ୍ତମାନର ବରାହୀ ଦେଉଳଠାରୁ ପ୍ରାଚୀନ ।<ref name=":2">[https://books.google.co.in/books?id=7HRgstuWe6EC&lpg=PA130&dq=varahi%20temple%20chaurasi&pg=PA130#v=onepage&q&f=false ''Religious Institutions and Cults in the Deccan, C. A.D. 600-A.D. 1000''] (ଡେକ୍କାନର ଧାର୍ମିକ ସମ୍ପ୍ରଦାୟ), ରମେନ୍ଦ୍ର ନାଥ ନନ୍ଦୀ ।</ref>
 
=== ଗାତ୍ର ===
ମୁଖ୍ୟ ଦେଉଳର ଦ୍ୱାରଦେଶରେ ଦୁଇଗୋଟି ନାଗସ୍ତମ୍ଭ ରହିଛି । ଗାତ୍ରରେ ଦୁଇଗୋଟି ପଟଳ ରହିଛି । ଉପର ପଟଳର ସ୍ଥିତି ଓ ବର୍ତ୍ତମାନ ଅବସ୍ଥା ଯୋଗୁଁ ଏଥିରେ ଖୋଦିତ ମୂର୍ତ୍ତିଗୁଡ଼ାକ ସଠିକ ଭାବେ ଚିହ୍ନିତ ହୋଇନାହିଁ । ଅନ୍ୟ ମନ୍ଦିର ଅପେକ୍ଷା ବରାହୀ ଦେଉଳର ଉଭୟ ପଟଳ ଅପେକ୍ଷାକୃତ ଛୋଟ ଆକାରର ହୋଇଛି । ଏହି କାରଣରୁ ଏଥିରେ ଅତ୍ୟଧିକ ଜିନିଷ ଚିତ୍ରିତ ହୋଇପାରିନାହିଁ କିନ୍ତୁ ମଧ୍ୟବର୍ତ୍ତୀ ଯୋଡ଼ାଣସବୁ ନିଖୁଣ ଭାବରେ କରାଯାଇଛି । ବରାହୀ ଦେଉଳର ଶିଳ୍ପ ଅନ୍ୟାନ୍ୟ ଉତ୍କଳୀୟ ମନ୍ଦିର ଅପେକ୍ଷା ଅଧିକ ନିପୁଣ ଭାବେ ସମ୍ପନ୍ନ କରାଯାଇଛି ।<ref name=":0" />
 
ଦେଉଳର ଗାତ୍ରରେ ଖୋଦିତ ମୂର୍ତ୍ତିଗୁଡ଼ିକରୁ ଦେବୀଙ୍କର ତାନ୍ତ୍ରିକ ସମ୍ବନ୍ଧର ବଳିଷ୍ଠ ପ୍ରମାଣ ମିଳେ । ତନ୍ତ୍ରରେ ''ଅଷ୍ଟକାମକଳାପ୍ରୟୋଗ''ର ବିଧି ଆଚରିତ ହୁଏ । ସଂସ୍କୃତ ଓ ଓଡ଼ିଆ ଭାଷାରେ ଲିଖିତ ଏକ ତନ୍ତ୍ରଶାସ୍ତ୍ର ମତରେ ଅଷ୍ଟକାମକଳାପ୍ରୟୋଗରେ ଆଠଗୋଟି କଳାରେ କାମକେଳି କରାଯାଏ । ବରାହୀ ଦେଉଳରେ ଏହି ସବୁ ଖୋଦିତ ହୋଇଅଛି । ବରାହୀ ଦେଉଳରେ ଏହା ଛଡ଼ା ଅନେକ ଊର୍ଦ୍ଧ୍ୱଲିଙ୍ଗ ନଗ୍ନପୁରୁଷଙ୍କ ବିଗ୍ରହ ଅଙ୍କିତ ହୋଇଛି । ଏହା ବାମାଚାରର ପ୍ରଧାନ ପ୍ରତୀକମାନଙ୍କ ଭିତରୁ ଅନ୍ୟତମ ।<ref name=":3">''[https://books.google.co.in/books?id=0tX4wzIUY3QC&lpg=PA192&dq=varahi%20temple%20chaurasi&pg=PA192#v=onepage&q=varahi%20temple%20chaurasi&f=false A Social History of Early India]'', edited by Brajadulal Chattopadhyaya.</ref> ଶବ ଆସନ ଦେବାଦେବୀମାନେ ମଧ୍ୟ ତାହାର ନିଦର୍ଶନ । ପୂର୍ବକଥିତ ଆଠଗୋଟି କଳା ବା ଭାଗ ହେଲା : ବଶୀକରଣ, ସମ୍ମୋହନ, ଆକର୍ଷଣ, ଉଚ୍ଚାଟନ, ଯୋନ୍ୟାଭିଷେକ, ପୁରଶ୍ଚରଣ, ରଜୋପାନ, ପ୍ରସ୍ତାବ ଓ ନିବୃତ୍ତି ।<ref name=":2" /><ref name=":3" />
{| class="wikitable"
|+'''ତନ୍ତ୍ରଶାସ୍ତ୍ରରେ''' ''ଅଷ୍ଟକାମକଳାପ୍ରୟୋଗ''
!କ୍ରମ
!ନାମ
!ବିବରଣୀ
|-
|୧
|ବଶୀକରଣ
|ଯୁବତୀକୁ ବଶରେ ଆଣିବା
|-
|୨
|ସମ୍ମୋହନ
|ଯୁବତୀକୁ ମୋହିତ କରିବା
|-
|୩
|ଆକର୍ଷଣ
|ଯୁବତୀକୁ ନିଜ ପ୍ରତି ଆକର୍ଷିତ କରାଇବା
|-
|୪
|ଉଚ୍ଚାଟନ
|ଯୁବତୀକୁ ଉଚ୍ଚାଟ କରାଇବା
|-
|୫
|ଯୋନ୍ୟାଭିଷେକ
|ଯୋନିର ଅଭିଷେକ
|-
|୬
|ପୁରଶ୍ଚରଣ
|ପୂର୍ବକ୍ରିୟା
|-
|୭
|ରଜୋପାନ
|ରଜର ପାନ
|-
|୮
|ପ୍ରସ୍ତାବ ଓ ନିବୃତ୍ତି
|ସାଧାରଣ ସ୍ତରକୁ ଫେରିବା
|}
 
==== ରାମାୟଣ ପଟଳ ====
ଉତ୍କଳରେ ରାମାୟଣର ଚିତ୍ର ଓ ନାଟ୍ୟ ପରମ୍ପରାର ବିଶିଷ୍ଟ ଗବେଷିକା ଜୋଆନା ଉଇମିଆମ୍ସଙ୍କ ମତରେ ବରାହୀ ଦେଉଳରେ ସର୍ବତ୍ର ଦୃଶ୍ୟମାନ ତାନ୍ତ୍ରିକ ପ୍ରଭାବ ରାମାୟଣ ପଟଳରେ ପଡ଼ିନାହିଁ । ରାମାୟଣ କଳାକୃତିଗୁଡ଼ିକ କଠିଣ ଆଭରଣ ରହିଛି । ଦ୍ୱାରର ଦକ୍ଷିଣ ପଟରୁ ଆରମ୍ଭ ହୋଇ ଚକ୍ରଗତିରେ ରାମାୟଣ କାରୁକାର୍ଯ୍ୟଗୁଡ଼ିକ ସ୍ଥାପିତ ହୋଇଛି । ଶୂର୍ପଣଖା ପ୍ରସଙ୍ଗ, ମାୟାମୃଗ ଆଗମନ, ମାରୀଚ ମାରଣ, ଜଟାୟୁ ରାବଣ ସଙ୍ଗ୍ରାମ, ଦୁନ୍ଦୁଭି ଶବ, ସପ୍ତତାଳ ଭେଦ, ବାଳୀଯୁଦ୍ଧ, ସମୁଦ୍ରସେତୁ ନିର୍ମାଣ - ରାମାୟଣର ଏହି ସମସ୍ତ ପ୍ରସଙ୍ଗ ଚଉରାଶିରେ ରହିଛି ।<ref name=":0" />
 
=== ମାତୃକା ଭାବେ ବରାହୀ ===
ଗବେଷକଙ୍କ ମତରେ ଚଉରାଶିର ବରାହୀ ମନ୍ଦିରରୁ ସପ୍ତମାତୃକାଙ୍କ ତାନ୍ତ୍ରିକ ସମ୍ବନ୍ଧ ସୁସ୍ପଷ୍ଟ ଭାବେ ଗୋଚର ହୁଏ ।<ref name=":2" />
 
=== ''ଶିଳ୍ପ ପ୍ରକାଶ'' ===
''ଶିଳ୍ପ ପ୍ରକାଶ'' ହେଉଛି ପଣ୍ଡିତ ସଦାଶିବ ରଥଶର୍ମା ଓ ଆଲିସ ବୋନରଙ୍କ ଦ୍ୱାରା ପୁନରୁଦ୍ଧୃତ ଓ ପ୍ରକାଶିତ ଏକ ପୁରାତନ ଉତ୍କଳୀୟ ଶିଳ୍ପଶାସ୍ତ୍ର । ଏହି ପୁସ୍ତକର ପ୍ରଣେତା ରାମଚନ୍ଦ୍ର କୌଳାଚାର ମହାନଦୀ ଉପକୁଳରେ ବସବାସ କରୁଥିବା କୌଳତନ୍ତ୍ର ସାଧକମାନଙ୍କ ଭିତରୁ ଜଣେ ଅଟନ୍ତି । ଏହି ପୁସ୍ତକର ତନ୍ତ୍ର ପ୍ରଣାଳୀରେ କିପରି ମନ୍ଦିର ଗଠନ କରାଯିବ ତାହାର ବିସ୍ତୃତ ବର୍ଣ୍ଣନା ରହିଛି । ଚଉରାଶିର ବରାହୀ ଦେଉଳ ଏହି ପୁସ୍ତକର ଅଧିକାଂଶ ଉଲ୍ଲେଖର ବାସ୍ତବିକ ରୂପାୟନ ଦେଖିହୁଏ ।
 
ଶିଳ୍ପ ପ୍ରକାଶର ଉଲ୍ଲେଖ ଅନୁସାରେ ବରାହୀ ଦେଉଳରେ ନିବିଡ଼ ମୈଥୁନ ମୂର୍ତ୍ତି ଗାତ୍ରରେ ମିଳେ । ଶିଳ୍ପ ପ୍ରକାଶ ଅନୁସାରେ ସାଧାରଣ ଲୋକଙ୍କଠାରୁ ଯନ୍ତ୍ର ଶକ୍ତିକୁ ପ୍ରଚ୍ଛନ୍ନ ରଖିବା ନିମନ୍ତେ ବାହ୍ୟ ଆଭୂଷଣ ଭାବେ ମୈଥୁନ ମୂର୍ତ୍ତି ବା ରାମଚନ୍ଦ୍ରଙ୍କ ଭାଷାରେ 'କାମ ବନ୍ଧ' ବ୍ୟବହାର କରାଯାଏ ।<ref>[https://books.google.co.in/books?id=hayV4o50eUEC&lpg=PA434&ots=ZjPgCxwWoe&dq=varahi%20temple%20chaurasi&pg=PA434#v=onepage&q&f=false Secret Yantras and Erotic Display for Hindu Temples] (ଓଡ଼ିଆ : ହିନ୍ଦୁ ମନ୍ଦିରରେ ଗୁପ୍ତ ଯନ୍ତ୍ର ଓ କାମୁକ ପ୍ରଦର୍ଶନ), ମାଇକଲ ଡି ରେବ । Tantra in Practice (ଅଭ୍ୟାସରେ ତନ୍ତ୍ର), ଡେଭିଡ ଗର୍ଡନ ହ୍ୱାଇଟ (ସମ୍ପାଦକ) ।</ref>
 
== ପର୍ବପର୍ବାଣି ==
== ପର୍ବ ପର୍ବାଣୀ ==
ମନ୍ଦିରର ମୁଖ୍ୟ ପର୍ବ ପର୍ବାଣୀ ମଧ୍ୟରେ [[ବିଜୟା ଦଶମୀ]] ଏବଂ [[ଚୈତ୍ର]]ପର୍ବ ଅନ୍ୟତମ ।