"ବରାହୀ ଦେଉଳ, ଚଉରାଶି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗ: 2017 source edit
ଅଧିକ ତଥ୍ୟ
୪୦ କ ଧାଡ଼ି:
}}
 
'''ବାରାହୀ ଦେଉଳ''' ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରେ ନିର୍ମିତ ଏକ ଶକ୍ତିପୀଠ । ଓଡ଼ିଶାର ପୂର୍ବ ଉପକୂଳସ୍ଥ [[ପୁରୀ ଜିଲ୍ଲା]]ରେ ଚଉରାଶିଠାରେ [[ପ୍ରାଚୀ]] ନଦୀ କୁଳରେ ଏହା ଅବସ୍ଥିତ ।
 
== ଇତିହାସ ==
ସୋମବଂଶୀ ରାଜୁତି କାଳରେ ୧୦ମ ଶତାବ୍ଦୀର ପ୍ରଥମ ଭାଗରେ ମନ୍ଦିରଟି ଦେବୀ ବାରାହୀଙ୍କ ସମ୍ମାନାର୍ଥେ ନିର୍ମିତ । ମନ୍ଦିରଟି ପୂର୍ବ ମୁହାଁ ଏବଂ ଏକ ବିଶେଷ ପଥରରେ (ଲାଲ ପଥର)([[:en:Sandstone]]) ନିର୍ମିତ । ମୂଖ୍ୟ ମନ୍ଦିରଟିର ଉଚ୍ଚତା ପ୍ରାୟ ୨୫ ଫୁଟ । ମନ୍ଦିରର ନିର୍ମାଣ ପରିସରର କ୍ଷେତ୍ରଫଳ ହେଉଛି ୧୫.୮୪ ମି. x ୮.୨୩ ମି. x ୮.୪୦ ମି.<ref name="shreekhetra">[http://www.shreekhetra.com/chaurasi.html The goddess associated with yoganidra of Vishnu on the shreekhetra site]</ref>
 
୨ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଶାକ୍ତପୀଠର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ବାରାହୀ । ସ୍ଥାନୀୟ ଅଞ୍ଚଳରେ ଦେବୀ '''ମତ୍ସ୍ୟ ବାରାହୀ''' ନାମରେ ଖ୍ୟାତ । କପାଳରେ ତୂତୀୟ ନୟନ ସହ ବରାହ ମୁଖାକୃତି ଦେବୀ ଦାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ଥାଳୀ ଧାରଣ କରିଥାନ୍ତି । ଦେବୀ ତାନ୍ତ୍ରୀକ ଉପଚାରରେ ମାଛ ଭୋଗ ସହ ପୂଜିତ ହୁଅନ୍ତି ।
 
=== ଶିଳ୍ପ ପ୍ରକାଶ ===
''ଶିଳ୍ପ ପ୍ରକାଶ'' ହେଉଛି ପଣ୍ଡିତ ସଦାଶିବ ରଥଶର୍ମା ଓ ଆଲିସ ବୋନରଙ୍କ ଦ୍ୱାରା ପୁନରୁଦ୍ଧୃତ ଓ ପ୍ରକାଶିତ ଏକ ପୁରାତନ ଉତ୍କଳୀୟ ଶିଳ୍ପଶାସ୍ତ୍ର । ଏହି ପୁସ୍ତକର ପ୍ରଣେତା ରାମଚନ୍ଦ୍ର କୌଳାଚାର ମହାନଦୀ ଉପକୁଳରେ ବସବାସ କରୁଥିବା କୌଳତନ୍ତ୍ର ସାଧକମାନଙ୍କ ଭିତରୁ ଜଣେ ଅଟନ୍ତି । ଏହି ପୁସ୍ତକର ତନ୍ତ୍ର ପ୍ରଣାଳୀରେ କିପରି ମନ୍ଦିର ଗଠନ କରାଯିବ ତାହାର ବିସ୍ତୃତ ବର୍ଣ୍ଣନା ରହିଛି । ଚଉରାଶିର ବାରାହୀ ଦେଉଳ ଏହି ପୁସ୍ତକର ଅଧିକାଂଶ ଉଲ୍ଲେଖର ବାସ୍ତବିକ ରୂପାୟନ ଦେଖିହୁଏ ।
 
ଶିଳ୍ପ ପ୍ରକାଶର ଉଲ୍ଲେଖ ଅନୁସାରେ ବାରାହୀ ଦେଉଳରେ ନିବିଡ଼ ମୈଥୁନ ମୂର୍ତ୍ତି ଗାତ୍ରରେ ମିଳେ । ଶିଳ୍ପ ପ୍ରକାଶ ଅନୁସାରେ ସାଧାରଣ ଲୋକଙ୍କଠାରୁ ଯନ୍ତ୍ର ଶକ୍ତିକୁ ପ୍ରଚ୍ଛନ୍ନ ରଖିବା ନିମନ୍ତେ ବାହ୍ୟ ଆଭୂଷଣ ଭାବେ ମୈଥୁନ ମୂର୍ତ୍ତି ବା ରାମଚନ୍ଦ୍ରଙ୍କ ଭାଷାରେ 'କାମ ବନ୍ଧ' ବ୍ୟବହାର କରାଯାଏ ।<ref>[https://books.google.co.in/books?id=hayV4o50eUEC&lpg=PA434&ots=ZjPgCxwWoe&dq=varahi%20temple%20chaurasi&pg=PA434#v=onepage&q&f=false Secret Yantras and Erotic Display for Hindu Temples] (ଓଡ଼ିଆ : ହିନ୍ଦୁ ମନ୍ଦିରରେ ଗୁପ୍ତ ଯନ୍ତ୍ର ଓ କାମୁକ ପ୍ରଦର୍ଶନ), ମାଇକଲ ଡି ରେବ । Tantra in Practice (ଅଭ୍ୟାସରେ ତନ୍ତ୍ର), ଡେଭିଡ ଗର୍ଡନ ହ୍ୱାଇଟ (ସମ୍ପାଦକ) ।</ref>
 
== ପର୍ବ ପର୍ବାଣୀ ==
ମନ୍ଦିରର ମୁଖ୍ୟ ପର୍ବ ପର୍ବାଣୀ ମଧ୍ୟରେ [[ବିଜୟା ଦଶମୀ]] ଏବଂ [[ଚୈତ୍ର]]ପର୍ବ ଅନ୍ୟତମ ।
 
== ଅବସ୍ଥିତି ==
ନିମାପଡାନିମାପଡ଼ା-କାକଟପୁର ରାସ୍ତାରେ କୋଣାର୍କ ଠାରୁ ୩୦&nbsp; କି.ମି. ଏବଂ କାକଟପୁରଠାରୁ ୧୪&nbsp; କି.ମି. ଦୂରରେ ଚଉରାଶି ଅବସ୍ଥିତ । ପୁରୀ ଏବଂ କୋଣାର୍କ ଠାରୁ ସଡକପଥରେ ଏଠାକୁ ଗମନାଗମନର ସୁବିଧା ରହିଛି ।<ref name=shreekhetra/> ତଥାପି ଏହି ମନ୍ଦିରରେ ପହଞ୍ଚିବାର ସୁବିଧା ରାସ୍ତା ହେଉଛି, ଚାରିଛକ ଆଡକୁ ୨୯&nbsp;କି.ମି. ଯିବାପରେ ଦାହାଣ ପଟେ ଅମରେଶ୍ଵର ଆଡକୁ ୩&nbsp;କି.ମି. ଯାଇ ବାମ ପଟେ ୧.୮&nbsp;କି.ମି. ଯିବାକୁ ହେବ । ମନ୍ଦିରର ଭୌଗୋଳିମ ଅବସ୍ଥିତି ହେଉଛି ଅକ୍ଷାଂଶ ୮୬° ୦୭′ ୦୭″ ପୂର୍ବ ଏବଂ ଦ୍ରାଘୀମା ୨୦° ୦୩′ ୩୧″ ଉତ୍ତର ।<ref name="shreekhetra"/>