"ବାଲି ଦ୍ୱୀପ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Bikash Ojha (ଆଲୋଚନା | ଅବଦାନ) No edit summary |
Bikash Ojha (ଆଲୋଚନା | ଅବଦାନ) No edit summary |
||
୫ କ ଧାଡ଼ି:
ବାଲି ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ, ଏବଂ ୧୯୮୦ ମସିହା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି । ଏହା ଏଠାର ଉଚ୍ଚକୋଟୀର କଳା, ଯଥା ପାରମ୍ପରିକ ଓ ଆଧୁନିକ ନୃତ୍ୟ, ମୂର୍ତ୍ତି ଗଠନ, ଚିତ୍ର, ଚମଡା ଶିଳ୍ପ, ଧାତୁ କାମ, ସଙ୍ଗୀତ ଆଦି ପାଇଁ ପ୍ରସିଦ୍ଧ । ଇଣ୍ଡୋନେସିଆ ଆନ୍ତର୍ଜାତିକ ଚଳଚିତ୍ର ଉତ୍ସବ ପ୍ରତିବର୍ଷ ବାଲିରେ ଅନୁଷ୍ଠିତ ହୁଏ । ୨୦୧୭ ମାର୍ଚ୍ଚରେ ଟ୍ରିପ ଆଡ଼ଭାଇଜର (Trip Advisor) ବାଲିକୁ ପୃଥିବୀର ଶୀର୍ଷ ପର୍ଯ୍ୟଟନ ସ୍ଥଳୀ ଭାବେ ନାମିତ କରିଥିଲା ।
ବାଲି ପ୍ରବାଳ ତ୍ରିଭୁଜର ଏକ ଅଂଶ ଅଟେ
ନିକଟରେ ବାଲିରେ ୨୦୧୧ ଏସିଆନ ସମ୍ମିଳନୀ, ୨୦୧୩ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ଏଠାରେ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ ସ୍ଥଳୀର ମାନ୍ୟତା ପାଇଥିବା ''ସୁବାକ'' ଜଳସେଚନ ପ୍ରଣାଳୀ ରହିଛି । ଏଠାରେ ମଧ୍ୟ ୧୦ ଟି ପାରମ୍ପରିକ ବାଲୀୟ ରାଜ ପରିବାରକୁ ନେଇ ଗଠିତ ଏକ ମହାସଂଘ ରହିଛି । ପ୍ରତି ପରିବାର ଏକ ନିର୍ଦିଷ୍ଟ ଅଞ୍ଚଳଉପରେ ଶାସନ କରୁଥିଲେ ।
|