"ବାଲି ଦ୍ୱୀପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂଆ ପୃଷ୍ଠା
 
No edit summary
୧ କ ଧାଡ଼ି:
ବାଲି ଇଣ୍ଡୋନେସିଆର ଏକ ରାଜ୍ୟ ତଥା ଦ୍ୱୀପ ଅଟେ । ଏହି ରାଜ୍ୟରେ ବାଲି ସମେତ ଆଉ କେତେକ ଦ୍ୱୀପ ରହିଛି । ଏହା ଛୋଟ ସୁନ୍ଦ ଦ୍ୱୀପ ସମୂହର ପଶ୍ଚିମତମ ଅଂଶରେ ରହିଛି । ଏହାର ରାଜଧାନୀ ଏହି ଦ୍ବୀପର ଦକ୍ଷିଣ ଅଂଶରେ ଅବସ୍ଥିତ ।
 
୨୦୧୪ ମସିହା ସୁଦ୍ଧା ୪୨,୨୫,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପ ଅଧିକାଂଶ ଭାବେ ଇଣ୍ଡୋନେସିଆର ସଂଖ୍ୟାଲଘୁ ହିନ୍ଦୁମାନଙ୍କ ବାସସ୍ଥଳୀ । ୨୦୧୦ ଜଣ ଗଣନା ଅନୁଯାୟୀ, ଏହି ଦ୍ବୀପର ୮୩.୫% ବାଲିୟ ହିନ୍ଦୁ ହୋଇଥିବା ବେଳେ, ୧୩.୪% ମୁସଲିମ, ୨.୫% ଖ୍ରୀଷ୍ଟିୟାନ ଓ ୦.୫% ବୌଦ୍ଧ ଧର୍ମାବଲମ୍ବୀ ଅଟନ୍ତି ।
 
ବାଲି ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ, ଏବଂ ୧୯୮୦ ମସିହା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି । ଏହା ଏଠାର ଉଚ୍ଚକୋଟୀର କଳା, ଯଥା ପାରମ୍ପରିକ ଓ ଆଧୁନିକ ନୃତ୍ୟ, ମୂର୍ତ୍ତି ଗଠନ, ଚିତ୍ର, ଚମଡା ଶିଳ୍ପ, ଧାତୁ କାମ, ସଙ୍ଗୀତ ଆଦି ପାଇଁ ପ୍ରସିଦ୍ଧ । ଇଣ୍ଡୋନେସିଆ ଆନ୍ତର୍ଜାତିକ ଚଳଚିତ୍ର ଉତ୍ସବ ପ୍ରତିବର୍ଷ ବାଲିରେ ଅନୁଷ୍ଠିତ ହୁଏ । ୨୦୧୭ ମାର୍ଚ୍ଚରେ ଟ୍ରିପ ଆଡ଼ଭାଇଜର (Trip Advisor) ବାଲିକୁ ପୃଥିବୀର ଶୀର୍ଷ ପର୍ଯ୍ୟଟନ ସ୍ଥଳୀ ଭାବେ ନାମିତ କରିଥିଲା ।
 
ବାଲି ପ୍ରବାଳ ତ୍ରିଭୁଜର ଏକ ଅଂଶ ଅଟେ । ଏହି ତ୍ରିଭୁଜର ବିଶେଷତ୍ୱ ହେଲା ଯେ, ଏଠାରେ ସମୁଦ୍ର ଜୀବଙ୍କ ପ୍ରଚୁର ଜୈବ ବିବିଧତା ପରିଲକ୍ଷିତ ହୁଏ । କେବଳ ଏହି ଅଞ୍ଚଳରେ ୫୦୦ ରୁ ଅଧିକ ପ୍ରଜାତିର ପ୍ରବାଳ ଦେଖିବାକୁ ମିଳିଥାଏ । ଏହା କାରବିଆନ ସାଗର ତୁଳନାରେ ପାଖାପାଖି ୭ ଗୁଣ ଅଧିକ ଅଟେ ।