"ଟ୍ରାନ୍ସ୍ ସଙ୍ଗୀତ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ଏସିଆ |
ଟିକେ →ଇତିହାସ |
||
୨୫ କ ଧାଡ଼ି:
==ଇତିହାସ==
[[File:Trance Energy Utrecht 2002.jpg|thumbnail|left|ହଲାଣ୍ଡ୍ର ୟୁଟ୍ରେଖ୍ଟ୍ ସହରରେ ଟ୍ରାନ୍ସ୍ ଏନର୍ଜି ଉତ୍ସବ]]
[[File:Psychedelic trance culture of Kazantip (2006-08-134) (329954412).jpg|thumb|right|କାଜାନ୍ଟିପ୍ର ସାଇକାଡେଲିକ୍ ଟ୍ରାନ୍ସ୍ ସଂସ୍କୃତି - ୨୦୦୬]]
ଟ୍ରାନ୍ସ୍ ସଙ୍ଗୀତ ଶୁଣି ମନ ଆବେଗ, ଆନନ୍ଦ, ଉତ୍ସାହ ଓ ଉନ୍ମାଦନାରେ ଭରି ଉଠେ ବୋଲି ଟ୍ରାନ୍ସ୍ପ୍ରେମୀ ଶ୍ରୋତାମାନେ ଅନୁଭବ କରନ୍ତି । ପ୍ରାରମ୍ଭିକ ସମୟରେ ବା ୧୯୯୦ ଦଶନ୍ଧିରେ ଏପରି ଶୈଳୀର ସଙ୍ଗୀତ ମନର ଆବେଗପୂର୍ଣ୍ଣ ଟ୍ରାନ୍ସ୍ ପରିସ୍ଥିତିକୁ ବର୍ଣ୍ଣନା କରୁଥିଲା ବୋଲି ସଙ୍ଗୀତପ୍ରେମୀ କହୁଥିଲେ ବୋଲି ଏପରି ନାମକରଣ କରାଯାଇଥିବା ସମ୍ଭବପର । ପରେ କିନ୍ତୁ ଏହି ଶୈଳୀରେ ଅନେକ ପରିବର୍ତ୍ତନ ଦେଖାଦେଲା ।
୧୯୯୧-୧୯୯୪ ମସିହା ସମୟରେ “ଷ୍ଟ୍ରିଟ୍ସ୍ ଅଫ୍ ରେଜ୍" ନାମକ ଏକ ଭିଡ଼ିଓ ଗେମ୍ ପାଇଁ ୟୁଜୋ କୋଶିରୋ ଏବଂ ମୋତୋହିରୋ କାୱାଶିମା ବୈଦୁତିକ ପ୍ରଣାଳୀରେ କେତେକ ଗୀତ ରଚନା କରିଥିଲେ । ଯୁକ୍ତରାଜ୍ୟର ମେଗାଟ୍ରିପୋଲିସ୍ କ୍ଲବ୍ରେ ଏହି ସବୁ ଗୀତ ବାଜିବା ପରେ ଏହା ଅନ୍ତର୍ଜାତୀୟ ଖ୍ୟାତି ଲାଭ କଲା ଓ ଏହା ଟ୍ରାନ୍ସ୍ ସଙ୍ଗୀତର ପ୍ରଥମ ସୋପାନ ଥିଲା ।
ଜର୍ମାନ୍ ଡିଜେ ଯୁଗଳ ଜାମ୍ ଓ ସ୍ପୁନ୍ ୧୯୯୦ ମସିହାର ଏକ ଗୀତ “ଦ ଏଜ୍ ଅଫ୍ ଲଭ୍” ର ୧୨ ମିନିଟିଆ ରିମିକ୍ସ୍ ୧୯୯୨ରେ ପ୍ରସ୍ତୁତ କରିଥିଲେ । ଆଉ ଏକ ଡିଜେ ଯୁଗଳ ଡ୍ୟାନ୍ସ୍ ଟୁ ଟ୍ରାନ୍ସ୍ ୧୯୯୦ ମସିହାରେ “ୱି କେମ୍ ଇନ୍ ପିସ୍” ପ୍ରସ୍ତୁତ କରିଥିଲେ। ଏହି ସବୁ ଗୀତକୁ ପ୍ରାରମ୍ଭିକ ସମୟର ଟ୍ରାନ୍ସ୍ ଗୀତ ବୋଲି କୁହାଯାଇପାରିବ ।
ଜନୈକ ଲେଖକ କହିଛନ୍ତି ଯେ ଡିଜେ ପଲ୍ ଭାନ୍ ଡାଇକ୍ ୧୯୯୩ ମସିହାରେ ପ୍ରସ୍ତୁତ କରିଥିବା “ଲଭ୍ ସିମ୍ୟୁଲେସନ୍” ଗୀତର ରିମିକ୍ସ୍ରୁ ଟ୍ରାନ୍ସ୍ ଶୈଳୀର ଆରମ୍ଭ । ପ୍ରକୃତରେ ପଲ୍ ଭାନ୍ ଡାଇକ୍ ଏହା ପୂର୍ବରୁ “ଭିଜନ୍ ଅଫ୍ ଶିବ” ନାମକ ଏକ ଗୀତ ଅନୁରୂପ ଶୈଳୀରେ ପ୍ରସ୍ତୁତ କରିସାରିଥିଲେ । କ୍ରମଶଃ ପପ୍ ସଙ୍ଗୀତ ଓ ପ୍ରୋଗ୍ରେସିଭ୍ ଟ୍ରାନ୍ସ୍ର ମିଶ୍ରଣରେ ଭୋକାଲ୍ ଟ୍ରାନ୍ସ୍, ପାରମ୍ପରିକ, ଚଳଚ୍ଚିତ୍ର ଓ ଟ୍ରାନ୍ସ୍ ଶୈଳୀର ମିଶ୍ରଣରେ “ଏପିକ୍ ଟ୍ରାନ୍ସ୍”ର ଉଦ୍ଭବ ହେଲା ।
୧୯୯୦ ଦଶନ୍ଧିର ଦ୍ଵିତୀୟାର୍ଦ୍ଧରୁ ନେଇ ୨୦୦୦ ଦଶନ୍ଧିର ପ୍ରଥମ ଭାଗ ପର୍ଯ୍ୟନ୍ତ ଟ୍ରାନ୍ସ୍ ସଙ୍ଗୀତ ବହୁଳ ବ୍ୟାବସାୟିକ ସଫଳତା ଲାଭ କରିଥିଲା ।
==ରଚନା==
[[File:JP-8000.png|thumb|right|270px|[[Roland JP-8000]] ସିନ୍ଥେସାଇଜର୍ ଯନ୍ତ୍ର]]
ପାରମ୍ପରିକ ଟ୍ରାନ୍ସ୍ ଶୈଳୀରେ ମିନିଟ୍ ପ୍ରତି ୧୨୫ରୁ ୧୫୦ଟି ତାଳ ରହିଥାଏ ଓ ଏହାର ବେଗ ହାଉସ୍ ଶୈଳୀରୁ ଅଧିକ ।
ଟ୍ରାନ୍ସ୍ ଗୀତରେ ଗୀତର ବେଗ ଧୀରେ ଧୀରେ ବଢେ । ଉପକ୍ରମଣିକା ବେଗକୁ “ମିକ୍ସ୍-ଇନ୍” ଓ ଉପସଂହାର ବେଗକୁ “ମିକ୍ସ୍-ଆଉଟ୍” କୁହାଯାଏ । ଡିଜେମାନଙ୍କୁ ସମତାଳରେ ରହିଥିବା ପୂର୍ବ ଗୀତର ମିକ୍ସ୍-ଆଉଟ୍ ଅଂଶ ସହିତ ଆଗାମୀ ଗୀତର ମିକ୍ସ୍-ଇନ୍ ମିଶାଇବାକୁ (ମିକ୍ସିଂ କରିବାକୁ) ପଡ଼େ । କ୍ଷିପ୍ର ଗତିରେ ଚାଲୁଥିବା ତାଳ ସହିତ ଅନେକ ଛୋଟ ଧ୍ଵନି ମିଶାଯାଏ । ଟ୍ରାନ୍ସ୍ ଗୀତରେ ଏକ ମୂଳ “ହୁକ୍” ବା ମୁଖ୍ୟ ସ୍ଵର ରହିଥାଏ । ସମଗ୍ର ଗୀତରେ ଏହି ସ୍ଵରଟି ଅନବରତ ବାଜୁଥାଏ । ଗୀତର ଆବେଗ ଅନୁସାରେ ଏହି ପୁନରାବୃତ୍ତି ସମୟ ଦୁଇଟି ତାଳରୁ ନେଇ ୩୨ଟି ବାର୍ ମଧ୍ୟରେ ଯେକୌଣସି ସମୟରେ ହୋଇପାରେ ।
ବର୍ତ୍ତମାନ ସମୟରେ ଟ୍ରାନ୍ସ୍ ସଙ୍ଗୀତ ଇଲେକ୍ଟ୍ରୋ, ପ୍ରୋଗ୍ରେସିଭ୍ ହାଉସ୍ ପରି ନୂତନ ଶୈଳୀ ମଧ୍ୟ ବ୍ୟବହାର କଲାଣି । ହାଉସ୍ ସଙ୍ଗୀତରେ ପ୍ରତି ମିନିଟ୍କୁ ୧୨୦-୧୩୫ଟି ତାଳ (BPM) ରହିଥାଏ ।
==ଟ୍ରାନ୍ସ୍ ଶୈଳୀ==
|