"ଉପେନ୍ଦ୍ର ଭଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
No edit summary
୧୦୯ କ ଧାଡ଼ି:
ଉପେନ୍ଦ୍ର ଭଞଙ୍କ ପୂର୍ବବର୍ତ୍ତୀ କବିମାନେ ତତ୍କାଳିନ ପାଠକମାନଙ୍କର ପସନ୍ଦକୁ ଅନୁସାରେ କେବଳ ରାଧାକୃଷ୍ଣଙ୍କ ଉପରେ ବର୍ଣିତ କାବ୍ୟକବିତା ଲେଖିଥିଲେ । ଉପେନ୍ଦ୍ର ପ୍ରଥମ କରି ଓଡ଼ିଆ ସାହିତ୍ୟରେ ସୀତାରାମଙ୍କୁ ନେଇ କାବ୍ୟ ଲେଖିଲେ । ନୂଆ ପ୍ରକାରର କାବ୍ୟ ରସାମୃତ ପରିବେଷଣ ହେବା ଫଳରେ ସେତେବେଳର ସମାଜରେ ତାହା ବେଶ୍ ଅଲୋଡନ ସୃଷ୍ଟି କରିବା ସହିତ ପାଠକମାନଙ୍କଦ୍ଵାରା ଆଦରଲାଭ ମଧ୍ୟ କଲା । ନିଜର ଆରାଧ୍ୟ ଠାକୁର ରାମସୀତାଙ୍କ ଲୀଳା ବର୍ଣ୍ଣନା କରିବାରେ ତାଙ୍କର ଲେଖନୀ ଚଳଚଞ୍ଛଳ ହୋଇ ଉଠିଲା । ନିପୁଣ ଭାବରେ ସେ ରାମସୀତା ଚରିତ ବିଭିନ୍ନ ଛନ୍ଦରେ ମାଳଟିଏ ଗୁନ୍ଥିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ସାଧାରଣ ପାଠକଟିଏ ଏହି କାବ୍ୟଟି ପଢିବାଦ୍ଵାରା ତାର ଆଧ୍ୟାତ୍ମ୍ୟ ଜ୍ଞାନ ବୃଦ୍ଧି ପାଇଲା ।
 
ଉପେନ୍ଦ୍ର ଭଞଭଞ୍ଜ ବହୁ ଶାସ୍ତ୍ର ପଢିଥିଲେ, ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ । ତାଙ୍କ ପୁର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା । ତେଣୁ ଓଡ଼ିଆ ଭାଷୀ ଲୋକମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା । ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡ଼ିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ । ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢିଲେ ଆଶ୍ଚର୍ଯ଼୍ୟ ଲାଗେ । ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବାଦ୍ଵାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ଵଳ ମଣିତୁଲ୍ୟ ଶୋଭାପାଉଛି । କବି ସମାଜରେ ଉପେନ୍ଦ୍ର ଭଞଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା । ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପରିଚିତ ।<ref>ଗୌରୀକୁମାର ବ୍ରହ୍ମା, ଭଞ୍ଜ ଭୂମିକା</ref>
 
== ରଚନାବଳୀ==
୧୪୬ କ ଧାଡ଼ି:
* ଦମୟନ୍ତୀ ବିଳାସ ("ଦ"ରେ ଆରମ୍ଭ ହୋଇଥିବା ସବୁ ପଦ)
* ପଦ୍ମାବତୀ ପରିଣୟ ("ପ"ରେ ଆରମ୍ଭ ହୋଇଥିବା ସବୁ ପଦ)<ref name="mansingha" />
 
=== ଚଉପଦୀ ===
ଭଞ୍ଜଙ୍କ ଲିଖିତ ଅନେକ କ୍ଷୁଦ୍ର ଚଉପଦୀ ଗୀତ ପ୍ରସିଦ୍ଧି ଲାଭ କରିଛି ।
* ଆଜ ଦେଖିଲିରେ ନବୀନ ବୟସୀ ବାଳା
* ଆହା ମୋ ଜୀବନ ଧନୀ ଜୀବନେ କି ଥିବରେ
* ଶ୍ରୀମତି ଶ୍ରୀପତି ବୃନ୍ଦାବନେ କେଳି ରଚିଲେ
* ମଲ୍ଲୀମାଳ ଶ୍ୟାମକୁ ଦେବି ମନ ତୋଷିବି
* ଏ ଘୋର ବରଷା କାଳେ ପ୍ରିୟା ରସା
* ଦେଖିଲିଟି କୃଷ୍ଣଙ୍କୁ ଆଜ ସଖି
* କାନ୍ତ ବିନା ଦିବା ରଜନୀ ସଜନୀ
* ନ କର ରେ ରାମା ମାନ
* ମୋ ରାମା ମନେ କି ପାଞ୍ଚିଲା
* ରମଣୀବର ଆସୁଛି କରି ଭଙ୍ଗୀରେ
* ପରମାନନ୍ଦଙ୍କୁ ପଚାରିବୁ ଦୂତୀ
* ଆରେ ମଦାଳସା ଶେଷ ହୋଇ ଯାଉଥିଲା ଚନ୍ଦ୍ରନିଶା
* କହ କି କରିବି ବୁଦ୍ଧି ଦିଶୁନାହିଁ
* ଆହା ମୋ ଲାବଣ୍ୟନିଧି
* ବିଦେଶେ ନାୟକ ଭାଳଇ ବସି
* ଆଉ କାହା କର ଧରିବି
* କମଳଲୋଚନା କରିଛି ମାନ
* ନୂଆ ନୂଆ ଦିନା କେତେ
* ବୀଣାଜିଣା ଭାରତୀ ତୁ ଶୁଣାରେ
* କିଏ ପକାଇଲା କାମନଟେ
* କେଳି ସଦନ ମଣ୍ଡି ବସିଛି ବାଳା
* ରମଣୀରତନ ବେଦଯୁଗ୍ମ ଋତୁ ବୟସ
* ରଖିଲା ମନ ବିମ୍ବାଧରୀ ଧରି ରେ
* କାଲି ରଜନୀ ଗୋ ବଞ୍ଚିଲି ମୁଁ ଶ୍ୟାମ ସଙ୍ଗେ
* ରସେ ରସିକା ରସି
* ବାଳାମଣି ଚାହିଁ ଚନ୍ଦ୍ରନିଶାକୁ
* ସଙ୍ଗାତ ମନା କଲି ପରା ତୋତେ
* ରମଣୀ ରତନ ରତାନ୍ତରେ ଏକଦିନ
* ଜାଣେ ଯେତେ ଭାବେ ପ୍ରୀତି
* ଦୂତୀ କହିବୁ ଗୋ ଚିତ୍ତଚୋରାଙ୍କୁ ଏତେକ
* ଆଜ କେଳି କଉତୁକୀ ଶ୍ରୀଛାମୁରେ
* ଦ୍ୱିତୀୟା ଯାମିନୀରେ ମୋ ପ୍ରାଣସହି
 
== ଆଧାର ==