"ଟ୍ରାନ୍‍ସ୍ ସଙ୍ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୮ କ ଧାଡ଼ି:
}}
 
'''ଟ୍ରାନ୍‍ସ୍ ସଙ୍ଗୀତ''' (Trance Music) ଏକ ପ୍ରକାରର ବୈଦୁତିକ ସଙ୍ଗୀତ ଯାହା ଟେକ୍‍ନୋ ସଙ୍ଗୀତରୁ ଉଦ୍ଧୃତ କିନ୍ତୁ ଟେକ୍‍ନୋ ଅପେକ୍ଷା ଅଧିକ ଶ୍ରୁତିମଧୁର । ୧୯୯୦ ଦଶନ୍ଧିରେ ଜର୍ମାନୀ ଓ ଇଉରୋପ୍‍ର ଅନ୍ୟ ଦେଶମାନଙ୍କରେ ଏହାର ସୃଷ୍ଟି ହୋଇଥିଲା । ଟ୍ରାନ୍‍ସ୍ ସଙ୍ଗୀତରେ ମିନିଟ୍‍ ପ୍ରତି ୧୨୫ ରୁ ୧୫୦ ତାଳ (Beats per Minute - BPM) ରହିଥାଏ । ଏକ ଟ୍ରାନ୍‍ସ୍ ଗୀତରେ ଗୋଟିଏ ନିର୍ଦ୍ଦିଷ୍ଟ ଧ୍ଵନି ବା ସ୍ଵରର ପୁନରାବୃତ୍ତି ହେଉଥାଏ । ଟ୍ରାନ୍‍ସ୍ ଗୀତରେ କ୍ଷୁଦ୍ର ଧ୍ଵନିମାନେ ସମ୍ମିଳିତ ହୋଇ ଉର୍ଦ୍ଧ୍ଵମୁଖୀ ଆବେଗରେ ଶିଖରରେ ପହଞ୍ଚିଯାଆନ୍ତି । ପ୍ରତି ଟ୍ରାନ୍‍ସ୍ ଗୀତରେ ଗୋଟିଏରୁ ଦୁଇଟି ଶିଖର ବା ଗହ୍ଵର ରହିଥାଏ । ଟ୍ରାନ୍‍ସ୍ ସଙ୍ଗୀତକୁ ବୈଦୁତିକ ସଙ୍ଗୀତ ଜଗତରେ ଏକ ସ୍ଵତନ୍ତ୍ର ସଙ୍ଗୀତ ଶୈଳୀର ମାନ୍ୟତା ମିଳିଛି ସତ, କିନ୍ତୁ ଏଥିରେ ଟେକ୍‍ନୋ<ref name="tranceexperience">Fassbender, Torsten (2008). ''The Trance Experience''. Knoxville, Tennessee: Sound Org Inc. {{ISBN|978-0-2405-2107-7}}: p. 15, 16, 17, 19</ref>, ହାଉସ୍, ପପ୍, ଚିଲ୍-ଆଉଟ୍, ପାରମ୍ପରିକ ସଙ୍ଗୀତ, ଟେକ୍ ହାଉସ୍, ଲୋକପ୍ରିୟ ଓ ଚଳଚ୍ଚିତ୍ର ସଙ୍ଗୀତର ପ୍ରଭାବ ମଧ୍ୟ ସ୍ପଷ୍ଟ ରୂପରେ ଜଣାପଡେ ।
 
ଚେତନା ପ୍ରାପ୍ତିରେ ମଜ୍ଜିଥିବା ବା ସମ୍ମୋହିତ ମାନସିକ ଅବସ୍ଥାକୁ ଈଂରାଜୀରେ “ଟ୍ରାନ୍‍ସ୍” ଅବସ୍ଥା କୁହନ୍ତି । ଏପରି ମାନସିକ ଅବସ୍ଥାକୁ ସଙ୍ଗୀତ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ଧ୍ଵନିର ଏକାଧିକ ସ୍ତରକୁ ପୃଥକ୍ ଭାବେ ଯୋଡ଼ି ଶିଖର-ଗହ୍ଵର ଆବେଗର ରୂପ ଦିଆଯାଏ । ଟ୍ରାନ୍‍ସ୍ ଗୀତରେ କେବେକେବେ ଗୀତ ମଝିରେ ଉପସଂହାର ପରି ଆବେଗ ରଚନା କରାଯାଏ ଓ ଏହି ସମାପ୍ତି ପରି ଲାଗୁଥିବା ସ୍ଥାନରୁ ପୁଣି ଗୀତର ବେଗ ବଢି ସାଧାରଣ ଆବେଗକୁ ପହଞ୍ଚିଯାଏ । ଟ୍ରାନ୍‍ସ୍ ଗୀତ ସାଧାରଣତଃ ଟିକେ ଲମ୍ଵା ଥାଏ । ଗୀତ ଲମ୍ଵା ହୋଇଥିବା ଯୋଗୁଁ ଗୋଟିଏ ଗୀତରୁ ଆଉ ଏକ ଗୀତକୁ ଯିବାବେଳେ ତାଳ ମିଶାଇବା ପାଇଁ ଡିଜେମାନଙ୍କୁ ସୁବିଧା ହୁଏ ।
୩୨ କ ଧାଡ଼ି:
 
==ଟ୍ରାନ୍‍ସ୍ ଶୈଳୀ==
ସାଧାରଣତଃ ଟ୍ରାନ୍‍ସ୍ ସଙ୍ଗୀତକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇନଥାଏ । କିନ୍ତୁ ଲୋକମୁଖରେ ପ୍ରଚଳିତ ହୋଇ ଏହାର କେତେକ ସାମୟିକ ଶ୍ରେଣୀ ସୃଷ୍ଟି ହୋଇଛି । '''ଏସିଡ୍ ଟ୍ରାନ୍‍ସ୍''', '''ପାରମ୍ପରିକ ଟ୍ରାନ୍‍ସ୍''', '''ହାର୍ଡ୍ ଟ୍ରାନ୍‍ସ୍''', '''ପ୍ରୋଗ୍ରେସିଭ୍ ଟ୍ରାନ୍‍ସ୍''', '''ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍''' ଆଦି ଶୈଳୀ ଲୋକପ୍ରିୟ ଥିଲା କିନ୍ତୁ ବର୍ତ୍ତମାନ ଆଉ ପୃଥକ୍ ଶୈଳୀ ଭାବେ ଶୁଣାଯାଏନାହିଁ । ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ଶୈଳୀକୁ ଆନ୍ଥେମ୍ ଟ୍ରାନ୍‍ସ୍, ଏପିକ୍ ଟ୍ରାନ୍‍ସ୍, ବ୍ୟବସାୟିକ ଟ୍ରାନ୍‍ସ୍, ଷ୍ଟାଡ଼ିୟମ୍ ଟ୍ରାନ୍‍ସ୍ ବା ୟୁଫୋରିକ୍ ଟ୍ରାନ୍‍ସ୍ ମଧ୍ୟ କୁହାଯାଏ । ଏହି ଶୈଳୀ ୧୯୯୦ ଓ ୨୦୦୦ ଦଶକର ପାଶ୍ଚାତ୍ୟ ପାରମ୍ପରିକ ସଙ୍ଗୀତରୁ ପ୍ରଭାବିତ ହୋଇଥିଲା । ଫେରି କୋର୍ଷ୍ଟେନ୍, ଆର୍ମିନ୍ ଭାନ୍ ବ୍ୟୁରେନ୍, ଟିଏଷ୍ଟୋ, ପୁଶ୍, ପଂକ୍, ରାଂକ୍-ୱାନ୍ ପରି ଅନେକ ଡିଜେବା କଳାକାର ଏହି ଶୈଳୀକୁ ଜନାଦୃତ କରାଇଥଲେ । ବର୍ତ୍ତମାନ ସମୟରେ ଆଣ୍ଡି ବ୍ଲୁମ୍ୟାନ୍, ସିରୋ ଭିଜୋନେ, ସାଉଣ୍ଡଲିଫ୍ଟ୍, ଆର୍କ୍‍ଟିକ୍ ମୁନ୍, ସର୍ଗି ନେଭୋନ୍ ଓ ସିମୋନ୍ ଓ’ଶାଇନ୍ ପରି କଳାକାରମାନଙ୍କ ଯୋଗୁଁ “ଅର୍କେଷ୍ଟ୍ରାଲ୍“'''ଅର୍କେଷ୍ଟ୍ରାଲ୍ ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍”ଟ୍ରାନ୍‍ସ୍'''” ବା “ଅପ୍‍ଲିଫ୍ଟିଂଗ୍“'''ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ୱିଥ୍ ସିଂଫୋନିକ୍ ଅର୍କେଷ୍ଟ୍ରା”ଅର୍କେଷ୍ଟ୍ରା'''” ବେଶ୍ ଜନପ୍ରିୟ ହୋଇଛି । ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ପରି ଆଉ ଏକ ଶୈଳୀ ହେଉଛି ୟୁରୋ ଟ୍ରାନ୍‍ସ୍ । ବ୍ୟବସାୟିକ ସ୍ତରରେ ସମସ୍ତ ପ୍ରକାରର ଇଉରୋପୀୟ ଟ୍ରାନ୍‍ସ୍ ଓ ଡାନ୍‍ସ୍ ସଙ୍ଗୀତକୁ ୟୁରୋ ଟ୍ରାନ୍‍ସ୍ ଭାବେ ଅଭିହିତ କରାଯାଇଛି । ବୈଦୁତିକ ସଙ୍ଗୀତର କିଛି ଶୈଳୀର ମିଶ୍ରଣରେ ନୂଆ ଶୈଳୀର ଉଦ୍ଭବ ହୋଇଛି । ଯଥା ଟେକ୍‍ନୋ ଓ ଟ୍ରାନ୍‍ସ୍‍ର ମିଶ୍ରଣରେ ଟେକ୍ ଟ୍ରାନ୍‍ସ୍ ଓ ଟ୍ରାନ୍‍ସ୍ ସଙ୍ଗୀତରେ କିଛି ଅଂଶ ପାଇଁ ଜଣେ ଶିଳ୍ପୀ କଣ୍ଠଦାନ କଲେ ତାହାକୁ “ଭୋକାଲ୍“'''ଭୋକାଲ୍ ଟ୍ରାନ୍‍ସ୍”ଟ୍ରାନ୍‍ସ୍'''” କୁହାଯାଏ । ୧୯୯୦ ଦଶନ୍ଧିର ମଧ୍ୟଭାଗରେ ରବର୍ଟ୍ ମାଇଲ୍‍ସ୍ ନାମକ ଜଣେ ଡିଜେ ଡ୍ରିମ୍ ଟ୍ରାନ୍‍ସ୍ ଶୈଳୀର ଆରମ୍ଭ କରାଇଥଲେ ।
{{Gallery
|title= ବିଶ୍ଵର କେତେକ ନାମୀଦାମୀ ଟ୍ରାନ୍‍ସ୍ ଡିଜେ (ଟ୍ରାନ୍‍ସ୍ ସଙ୍ଗୀତ ଶିଳ୍ପୀ)
୪୮ କ ଧାଡ଼ି:
ସମଗ୍ର ବିଶ୍ଵରେ ଅନୁଷ୍ଠିତ ହେଉଥିବା କେତେକ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବମାନଙ୍କର ଏକ ତାଲିକା ନିମ୍ନର ପ୍ରଦତ୍ତ କରାଗଲା ।
===ଏସିଆ===
* ଚୀନ୍ : ଚୀନ୍‍ର ୟୁନାନ୍‍ର କୁନ୍‍ମିଂଗ୍‍ ସହର ବାହାରେ “ସ୍ପିରିଟ୍“'''ସ୍ପିରିଟ୍ ଟ୍ରାଇବ୍”ଟ୍ରାଇବ୍'''” ନାମକ ଉତ୍ସବ ନିୟମିତ ରୂପେ ଅନୁଷ୍ଠିତ ହୁଏ ।<ref>{{cite web|title=A look back at April's Spirit Tribe Trance celebration|date=6 May 2016|publisher=GoKunming|url=http://www.gokunming.com/en/blog/item/3733/a_look_back_at_aprils_spirit_tribe_trance_celebration|accessdate=12 May 2016}}</ref>
* ଭାରତ : ୨୦୦୭ ମସିହା ଡିସେମ୍ଵର୍ ମାସରେ ଦକ୍ଷିଣ-ଏସିଆର ପ୍ରଥମ ବୈଦୁତିକ ସଙ୍ଗୀତ ସମାରୋହ “ସନ୍‍ବର୍ଣ୍ଣ୍“'''ସନ୍‍ବର୍ଣ୍ଣ୍ ଉତ୍ସବ”ଉତ୍ସବ'''” ଭାରତର ଗୋଆଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଲ୍ କକ୍ସ୍ ଓ ଜନ୍ ‘୦୦’ ଫ୍ଲେମିଂଗ୍ ପରି ନାମୀଦାମୀ ଡିଜେ (DJ) ପ୍ରଦର୍ଶନ କରିଥିଲେ । “ଗୋଆ“'''ଗୋଆ ଟ୍ରାନ୍‍ସ୍”ଟ୍ରାନ୍‍ସ୍'''” ସଙ୍ଗୀତ ସଂସ୍କୃତିର ଲୋକପ୍ରିୟତା ଯୋଗୁଁ ଭାରତର ପଶ୍ଚିମ ତଟରେ ଏହି ଉତ୍ସବର ଆରମ୍ଭ ହୋଇଛି । ୨୦୦୮ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବ ୩ ଦିନ ଧରି ଚାଲିଥିଲା ଓ ଏଥିରେ ୫୦୦୦ ରୁ ଅଧିକ ସଙ୍ଗୀତପ୍ରେମୀ ଟ୍ରାନ୍‍ସ୍ ସଙ୍ଗୀତ ଉପଭୋଗ କରିଥିଲେ । ୨୦୦୯ ମସିହାର ଉତ୍ସବରେ ଆର୍ମିନ୍ ଭାନ୍ ବ୍ୟୁରେନ୍ ଓ ସାଣ୍ଡର୍ ଭାନ୍ ଡୁର୍ଣ୍ଣ୍ ପରି ଡିଜେ ୧୫୦୦୦ ରୁ ୧୮୦୦୦ ଶ୍ରୋତାଙ୍କ ସମ୍ମୁଖରେ ସଙ୍ଗୀତ ପରିବେଷଣ କରିଥିଲେ । ୨୦୧୦ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବରେ ପଲ୍ ଭାନ୍ ଡାଇକ୍ ଓ ଅନେକ ଡିଜେ ୩୦୦୦୦ ଶ୍ରୋତାଙ୍କ ସମ୍ମୁଖରେ ଟ୍ରାନ୍‍ସ୍‍ ସଙ୍ଗୀତ ପରିବେଷଣ କରିଥିଲେ । ୨୦୧୫ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବରେ ମାର୍ଟିନ୍ ଗ୍ୟାରିକ୍ସ୍ ଓ ଆଫ୍ରୋଜାକ୍ ପରି ଡିଜେ ସଙ୍ଗୀତ ପରିବେଷଣ କରିଥିଲେ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ରେକର୍ଡ୍ ସଂଖ୍ୟକ ୩୫୦୦୦୦ ଟ୍ରାନ୍‍ସ୍ ସଙ୍ଗୀତପ୍ରେମୀ ଏକତ୍ରିତ ହୋଇଥିଲେ ।<ref>{{Cite web|url=http://www.youredm.com/2016/01/07/sunburn-goa-sets-record-attendance-350000/|title=Martin Garrix & Other Top 100 DJs Helped This EDM Festival Break Massive Record|last=Meadow|first=Matthew|website=Your EDM|access-date=5 March 2016}}</ref> ସନ୍‍ବର୍ଣ୍ଣ୍ କିନ୍ତୁ ଭାରତର ପ୍ରଥମ ଟ୍ରାନ୍‍ସ୍ ଉତ୍ସବ ନୁହେଁ । ୧୯୮୦ ଓ ୧୯୯୦ ଦଶନ୍ଧିରେ ଗୋଆରେ ଅନେକ ଛୋଟ ଛୋଟ ଟ୍ରାନ୍‍ସ୍ ଉତ୍ସବ ଅନୁଷ୍ଠିତ ହେଉଥିଲା । ସେ ସମୟରେ “ଗୋଆ ପାର୍ଟିଜ୍” ବହୁତ ଲୋକପ୍ରିୟତା ହାସଲ କରିଥିଲା ।<ref name="d'andrea">{{cite web|last1=D'Andrea|first1=Anthony|title=Global Nomads: Techno and New Age as Transnational Countercultures in Ibiza|url=https://books.google.com/books?id=eYNrp4oXoYcC&pg=PA177&lpg=PA177&dq=First+trance+parties+in+goa+1998&source=bl&ots=_MVk4ss1eV&sig=jZ_Y_ES3NgIJojam7hvipN5Rjv8&hl=en&sa=X&redir_esc=y#v=onepage&q=First%20trance%20parties%20in%20goa%201998&f=false|website=books.google.com|publisher=Routledge|date=24 January 2007| page =177|accessdate=25 January 2016}}</ref><ref name="st-john">{{cite web|last1=St John|first1=Graham|title=Rave Culture and Religion|url=https://books.google.com/books?id=ze2MCltwfigC&pg=PA242&lpg=PA242&dq=First+trance+parties+in+goa+1998&source=bl&ots=yr3-8LkgcC&sig=plULSVbVKLnDf4BpcVNm5yfbag8&hl=en&sa=X&redir_esc=y#v=onepage&q=First%20trance%20parties%20in%20goa%201998&f=false|publisher=Routledge|date=1 June 2004| page= 242|accessdate=25 January 2016}}</ref>
* ଥାଇଲ୍ୟାଣ୍ଡ : ୧୯୮୫ ମସିହାରୁ କୋଃ ଫାନାଂଗ୍ ଦ୍ଵୀପରେ ପ୍ରତିମାସରେ '''ଫୁଲ୍ ମୁନ୍''' ଉତ୍ସବ (Full Moon Party) ଅନୁଷ୍ଠିତ ହୋଇଥାଏ । ସମଗ୍ର ବିଶ୍ଵରୁ ପୂର୍ଣ୍ଣ ଚନ୍ଦ୍ରର ଆଲୋକରେ ପ୍ଳାବିତ ରାତିରେ ସମୁଦ୍ର କୂଳରେ ଟ୍ରାନ୍‍ସ୍ ସଙ୍ଗୀତ ଉପଭୋଗ କରି ଆନନ୍ଦରେ ନାଚିବା ପାଇଁ ସମଗ୍ର ବିଶ୍ଵରୁ ଲୋକେ ହାଡ୍ ରିନ୍ ନୋକ୍ (ବା ସନ୍‍ରାଇଜ୍ ବିଚ୍)ରେ ଏକତ୍ରିତ ହୋଇଥାନ୍ତି ।
* ଥାଇଲ୍ୟାଣ୍ଡ : ପ୍ରଥମେ ଚେକ୍ ଗଣରାଜ୍ୟର ପ୍ରାଗ୍‍ରୁ ଆରମ୍ଭ ହୋଇଥିବା '''ଟ୍ରାନ୍‍ସ୍‍ମିଶନ୍''' ଉତ୍ସବ ବର୍ତ୍ତମାନ ବ୍ୟାଂକକ୍‍ରେ ମଧ୍ୟ ଅନୁଷ୍ଠିତ ହେଉଛି ।
* ଜାପାନ : '''ରି-ବର୍ଥ୍''' (ପୁନର୍ଜନ୍ମ) ଉତ୍ସବ
===ଇଉରୋପ୍===
[[File:Gatecrasher.jpg|thumb|275px|୨୦୦୬ ଅପ୍ରେଲ୍ ୧୬ ତାରିଖରେ ଗେଟ୍‍କ୍ରାଶର୍ ଉତ୍ସବରେ ଜନ ସମାଗମ]]
* ରୋମେନିଆ : '''ଡାକିନି''' ଉତ୍ସବ
* ହଙ୍ଗେରି : '''ଓଜୋରା''' ଉତ୍ସବ
* ସ୍ଵିଜରଲ୍ୟାଣ୍ଡ : ୧୯୯୨ ମସିହାରୁ ଜୁରିକ୍ ସହରରେ ଅନୁଷ୍ଠିତ ହେଉଥିବା '''ଷ୍ଟ୍ରିଟ୍ ପରେଡ଼୍''' ବିଶ୍ଵର ସର୍ବବୃହତ୍ ବୈଦୁତିକ ସଙ୍ଗୀତୋତ୍ସବ । ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ଷ୍ଟ୍ରିଟ୍ ପରେଡ଼୍ ଦେଖିବାକୁ ଆସନ୍ତି ।
* ପର୍ତ୍ତୁଗାଲ୍ : ୧୯୯୭ ମସିହାରୁ ପ୍ରଚଳିତ '''ବୁମ୍''' ଉତ୍ସବର ଗତ ସଂସ୍କରଣ ଇଦାନା-ଆ-ନୋଭାଠାରେ ଅନୁଷ୍ଠିତ ହୋଇଥିଲା । ସାଇକାଡେଲିକ୍ ଗୋଆ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରାଯାଉଥିବା ଏହି ଉତ୍ସବ ପ୍ରତି ଦୁଇ ବର୍ଷରେ ଥରେ ମୁକ୍ତ ଆକାଶ ତଳେ କୌଣସି ଏକ ବଡ ଖୋଲା ଯାଗାରେ ଅନୁଷ୍ଠିତ ହୁଏ । ଅନେକ ଦିନ ଯାଏଁ ଚାଲୁଥିବା ଏହି ଉତ୍ସବରେ କର୍ମଶାଳା, ଚଳଚ୍ଚିତ୍ର ଇତ୍ୟାଦି ମଧ୍ୟ ପ୍ରଦର୍ଶିତ ହୋଇଥାଏ । '''ଫ୍ରିଡମ୍''' ଉତ୍ସବ, '''କିନ୍ ଓ ଫୋର୍ ଏଲିମେଣ୍ଟ୍‍ସ୍''' ଉତ୍ସବ ପରି ଅନେକ ଉତ୍ସବ ପର୍ତ୍ତୁଗାଲରେ ଅନୁଷ୍ଠିତ ହୁଏ । ବର୍ତ୍ତମାନ ସମୟରେ ଅନେକ ପ୍ରଖ୍ୟାତ ଟ୍ରାନ୍‍ସ୍ ଡିଜେ ପର୍ତ୍ତୁଗାଲ ଭ୍ରମଣ କରି ସଙ୍ଗୀତ ପରିବେଷଣ କରିସାରିଛନ୍ତି ।
* ଜର୍ମାନୀ : '''ୱାଲ୍‍ଡ୍‍ଫ୍ରିଡେନ୍ ୱାଣ୍ଡରଲ୍ୟାଣ୍ଡ''', ଷ୍ଟେମ୍ଵେଡେ ଇତ୍ୟାଦି ଉତ୍ସବ ୧୯୯୭ ମସିହାରୁ ଅନୁଷ୍ଠିତ ହୋଇଆସୁଛି । ପ୍ରତିବର୍ଷ ଅଗଷ୍ଟ ମାସରେ '''ଫରେଷ୍ଟ ପିସ୍ ୱାଣ୍ଡରଲ୍ୟାଣ୍ଡ''' ନାମକ ଏକ ମୁକ୍ତାକାଶ ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଥାଏ । ଏହି ସମାରୋହରେ ମୁଖ୍ୟତଃ '''ସାଇକାଡେଲିକ୍ ଟ୍ରାନ୍‍ସ୍''' ପରିବେଷିତ ହୋଇଥାଏ । <ref>https://www.wald-frieden.de/index.php/en/</ref>
* ସ୍ଵିଡେନ୍ : ୨୦୦୨ ମସିହାଠାରୁ ଷ୍ଟକହୋମ୍ ଓ ବାଲ୍‍ଟିକ୍ ଦେଶମାନଙ୍କ ମଧ୍ୟରେ ଯାତାୟତ କରୁଥିବା ଏକ ନିର୍ଦ୍ଦିଷ୍ଟ ଯାହାଜରେ '''ମଣ୍ଡେ ବାର୍ କ୍ରୁଜ୍''' (Monday Bar Cruize) ଉତ୍ସବ ପାଳନ କରାଯାଏ । ଏହି ଉତ୍ସବ ପାଳିତ ହେଉଥିବା ଯାହାଜର ଯାତ୍ରୀବାହୀ କ୍ଷମତା ପ୍ରାୟ ୨୦୦୦ ଓ ଏହା ବର୍ଷକୁ ୪ ଥର ପାଳିତ ହୁଏ । ଟ୍ରାନ୍‍ସ୍, ସାଇଟ୍ରାନ୍‍ସ୍, ହାର୍ଡ୍ ଷ୍ଟାଇଲ୍‌ ଓ ହାର୍ଡ୍‍କୋର୍ ଶୈଳୀର ବୈଦୁତିକ ସଙ୍ଗୀତ ଏହି ଯାହାଜରେ ପରିବେଷିତ ହୁଏ । <ref>{{cite web|url=http://www.mondaybar.com|title=Monday Bar -|publisher=|accessdate=22 November 2016}}</ref>
* ବେଲ୍‍ଜିୟମ୍ : ୨୦୦୫ ମସିହାରୁ ବୁମ୍‍ଠାରେ '''ଟୁମୋରୋଲ୍ୟାଣ୍ଡ୍''' ଉତ୍ସବ ଅନୁଷ୍ଠିତ ହେଉଅଛି । ଏହା ବେଲ୍‍ଜିୟମ୍‍ର ସର୍ବବୃହତ୍ ମୁକ୍ତାକାଶ ସଙ୍ଗୀତ ସମାରୋହରେ ଆର୍ମିନ୍ ଭାନ୍ ବ୍ୟୁରେନ୍, ଟିଏଷ୍ଟୋ, ଆର୍ଟି, କସ୍‍ମିକ୍ ଗେଟ୍‍ଙ୍କ ପରି ଅନେକ ପ୍ରଖ୍ୟାତ ଡିଜେ ଯୋଗ ଦେଇଥାନ୍ତି ।
* ଚେକ୍ ଗଣରାଜ୍ୟ : ପ୍ରାଗ୍‍ ନଗରରେ ୨୦୦୬ ମସିହାରୁ '''ଟ୍ରାନ୍‍ସ୍‍ମିଶନ୍''' ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଏହା ପୂର୍ବ ଓ ମଧ୍ୟ ଇଉରୋପ୍‍ର ସର୍ବବୃହତ୍ ସଙ୍ଗୀତ ସମାରୋହ । ମାର୍କୁସ୍ ଶୁଲ୍‍ଜ୍ ନାମକ ଡିଜେ ଏହି ଉତ୍ସବର ଜଣେ ମୁଖ୍ୟ ପ୍ରଦର୍ଶକ ରହି ଆସିଛନ୍ତି ।
* ଜର୍ମାନୀ : ୨୦୧୦ରୁ ବର୍ଲିନ୍ ନଗରରେ “ୱି“'''ୱି ଆର୍ ୱାନ୍”ୱାନ୍'''” ଉତ୍ସବ ଆୟୋଜିତ ହୋଇ ଆସୁଛି । ଡିଜେ ପଲ୍ ଭାନ୍ ଡାଇକ୍‍ଙ୍କ ନେତୃତ୍ଵରେ ଆୟୋଜନ କରାଯାଉଥିବା ଏହି ଉତ୍ସବରେ ବିଭିନ୍ନ ଶୈଳୀର ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରାଯାଏ ।
* ଫିନ୍‍ଲ୍ୟାଣ୍ଡ : ୨୦୧୧ ମସିହାରୁ ହେଲସିଂକିରେ '''ସମର୍ ସାଉଣ୍ଡ୍''' ନାମକ ଉତ୍ସବ ଆୟୋଜିତ ହୋଇଆସୁଛି । ଏହା ସ୍କାଣ୍ଡିନେଭିଆର ସର୍ବବୃହତ୍ ସଙ୍ଗୀତ ସମାରୋହ । ୨୦୧୧ ମସିହାରେ ହେଲସିଂକିର ସୁଭିଲାତିରେ ଏକ ଦିନିଆ ଉତ୍ସବ ଭାବେ ଆରମ୍ଭ ହୋଇଥିବା ସଙ୍ଗୀତ ସମାରୋହ ପରେ ଏକ ତିନି ଦିନିଆ ସମାରୋହରେ ପରିଣତ ହେଲାଣି । ପ୍ରତିବର୍ଷ ଗ୍ରୀଷ୍ମଋତୁରେ ଟିଏଷ୍ଟୋ, ଆର୍ମିନ୍ ଭାନ୍ ବ୍ୟୁରେନ୍ ଓ ଫେଥ୍‍ଲେସ୍ ପରି ଡିଜେ ଏହି ଉତ୍ସବରେ ସଙ୍ଗୀତ ପରିବେଷଣ କରନ୍ତି । <ref>{{cite web|url=http://www.summersound.fi|title=SUMMER SOUND FESTIVAL 2015|publisher=|accessdate=22 November 2016}}</ref>
* ଗ୍ରୀସ୍ : ପ୍ରଚୀନ ଅଲିମ୍ପିଆ ସହରରେ ୨୦୧୪ ମସିହାରୁ '''ଡ୍ରିମ୍‍ଲ୍ୟାଣ୍ଡ୍''' ନାମକ ଉତ୍ସବ ଅନୁଷ୍ଠିତ ହୁଏ । ବିଭିନ୍ନ ପ୍ରକାରର ବୈଦୁତିକ ସଙ୍ଗୀତ ଶୈଳୀର ପ୍ରଚାର ଓ ବ୍ୟବସାୟିକ ସହଯୋଗିତା ସହ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । <ref>{{cite web|url=http://dreamland-greece.gr|title=dreamland greece - dreamland greece|publisher=|accessdate=22 November 2016}}</ref>
* ଯୁକ୍ତରାଜ୍ୟ : ବିଭିନ୍ନ ସମୟରେ ଅନେକ ଛୋଟବଡ଼ ସମାରୋହ (ଯଥା ବ୍ରିମିଂଗ୍‍ହାମ୍ ଏନ୍. ଇ. ସି.) ଗେଟ୍‍କ୍ରାଶର୍‍ଙ୍କ ଦ୍ଵାରା ଆୟୋଜିତ ହୋଇଛି ।
 
==== ନେଦର୍‍ଲ୍ୟାଣ୍ଡସ୍ ====
* ନେଦର୍‍ଲ୍ୟାଣ୍ଡସ୍ ବା ହଲାଣ୍ଡରେ ALDA Events, ID&T, UDC ଓ Q-Dance ପରି ଆୟୋଜକ ସଂସ୍ଥା ମୁଖ୍ୟତଃ ସମସ୍ତ ସଙ୍ଗୀତୋତ୍ସବର ଆୟୋଜନ ଦାୟିତ୍ତ୍ଵ ସମ୍ଭାଳିଥାନ୍ତି । ହଲାଣ୍ଡର କେତେକ ପ୍ରମୁଖ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ ହେଲେ :
** '''ଆର୍ମିନ୍ ଓନ୍‍ଲି''' : ଏହି ଉତ୍ସବ ୟୁଟ୍ରେଖ୍‍ଟ୍ ସହରର ୟାବର୍ସ୍‍ଠାରେ ଅନୁଷ୍ଠିତ ହୁଏ । ଏହି ଉତ୍ସବରେ କେବଳ ଆର୍ମିନ୍ ଭାନ୍ ବ୍ୟୁରେନ୍ ନାମକ ଜଣେ ଡିଜେ ପ୍ରଦର୍ଶନ କରନ୍ତି । ୨୦୦୫ ମସିହାରେ ALDA Events ଦ୍ଵାରା ଆୟୋଜିତ ଆର୍ମିନ୍ ଓନ୍‍ଲି ରୋଟର୍‍ଡ୍ୟାମ୍‍ର ଆହୋୟରେ ଅନୁଷ୍ଠିତ ହୋଇଥିଲା । ୨୦୦୮ ଓ ୨୦୧୦ ମସିହାରେ ୟାବର୍ସ୍‍ରେ ଆର୍ମିନ୍ ଓନ୍‍ଲି ସମାରୋହ ଅନୁଷ୍ଠିତ ହୋଇଥିଲା । ୨୦୧୩ ମସିହାର ଆର୍ମିନ୍ ଓନ୍‍ଲି ଆମ୍‍ଷ୍ଟର୍‍ଡ୍ୟାମ୍‍ର ଜିଗୋ ଡୋମ୍‍ରେ ଆୟୋଜିତ ହୋଇଥିଲା ।
** UDC ଆୟୋଜନ କରୁଥିବା ମୁକ୍ତାକାଶ ସଙ୍ଗୀତ ସମାରୋହ '''ଡ୍ୟାନ୍‍ସ୍ ଭ୍ୟାଲି''' ସ୍ପାର୍ଣ୍ଣୁଡ୍‍ରେ ଅନୁଷ୍ଠିତ ହୁଏ ।
** ଆମ୍‍ଷ୍ଟର୍‍ଡ୍ୟାମ୍‍ ଏରିନାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା '''ସେନ୍‍ସେସନ୍''' ଉତ୍ସବ ID&T ଦ୍ଵାରା ଆୟୋଜିତ ହୋଇଥାଏ ।
** ୟୁଟ୍‍ରେଖ୍‍ଟ୍‍ର ୟାବର୍ସ୍‍ରେ '''ଏନର୍ଜି''' ନାମକ ଏକ ଉତ୍ସବ ଆୟୋଜିତ ହୁଏ । ଏଥିରେ କେବଳ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ ହେଉଥିବାରୁ ପୂର୍ବେ ଏହାର ନାମ '''ଟ୍ରାନ୍‍ସ୍ ଏନର୍ଜି''' ଥିଲା । ୨୦୧୧ ମସିହାରେ ଏହି ଉତ୍ସବର ନାମ ବଦଳାଯାଇ “ଏନର୍ଜି” ରଖାଗଲା ଓ ଅନ୍ୟାନ୍ୟ ଶୈଳୀର ବୈଦୁତିକ ସଙ୍ଗୀତ ପ୍ରଦର୍ଶନ କରିବା ଆରମ୍ଭ କରାଗଲା । ID&T ଏହାର ଆୟୋଜନ କରିଥାଏ ।
** ପ୍ରତିବର୍ଷ ଅକ୍ଟୋବର ମାସରେ '''ଆମ୍‍ଷ୍ଟର୍‍ଡ୍ୟାମ୍ ଡ୍ୟାନ୍‍ସ୍ ଇଭେଣ୍ଟ୍''' ଅନୁଷ୍ଠିତ ହୁଏ ।
** '''ଏ ଷ୍ଟେଟ୍ ଅଫ୍ ଟ୍ରାନ୍‍ସ୍''' : ଆର୍ମିନ୍ ଭାନ୍ ବ୍ୟୁରେନ୍‍ଙ୍କ ରେଡ଼ିଓ କାର୍ଯ୍ୟକ୍ରମ "ଏ ଷ୍ଟେଟ୍ ଅଫ୍ ଟ୍ରାନ୍‍ସ୍"ର ପ୍ରତି ୫୦ତମ ଅଧ୍ୟାୟ ହଲାଣ୍ଡର ୟୁଟ୍‍ରେଖ୍‍ଟ୍ ପରି ସହରରୁ ପ୍ରସାରିତ ହୁଏ ।
** '''ଇଲେକ୍ଟ୍ରୋନିକ୍ ଫ୍ୟାମିଲି''' ସମାରୋହ ALDA Events ଦ୍ଵାରା ଆୟୋଜିତ ହୁଏ ।
** ID&T ଦ୍ଵାରା ଆୟୋଜିତ '''ମିଷ୍ଟ୍ରିଲ୍ୟାଣ୍ଡ୍''' ବୈଦୁତିକ ସଙ୍ଗୀତର ଅନେକ ଉତ୍ସବର ସମାହାର । ଏହି ଉତ୍ସବ ୧୯୯୩ ମସିହାରୁ ଅନୁଷ୍ଠିତ ହୋଇଆସୁଛି ।
** ୨୦୦୭ ମସିହାରୁ ଆମ୍‍ଷ୍ଟର୍‍ଡ୍ୟାମ୍‍ରେ ଲ୍ୟୁମିନୋସିଟି ଇଭେଣ୍ଟ୍‍ସ୍ ନାମକ ସଂସ୍ଥା '''ଲ୍ୟୁମିନୋସିଟି''' ଉତ୍ସବର ଆୟୋଜନ କରିଆସୁଛି । ଶହ ଶହ ଲୋକ ଦେଖିବାକୁ ଯାଉଥିବା ଏହି ଉତ୍ସବର ଶ୍ଳୋଗାନ୍ ହେଲା “ଟ୍ରାନ୍‍ସ୍ ସଙ୍ଗୀତ ପ୍ରତି ଶ୍ରଦ୍ଧାର ପ୍ରଚାର” । କେଟି ୱିଟ୍‍ଲି ପରି ଟ୍ରାନ୍‍ସ୍ ଗୁରୁ ଏହି ଉତ୍ସବରେ ଯୋଗଦାନ କରନ୍ତି ।
** '''ସାଇ-ଫାଇ''' ନାମକ ଏକ ମୁକ୍ତାକାଶ ସଙ୍ଗୀତ ଉତ୍ସବ ଲିଉୱାର୍ଡେନ୍‍ରେ ଅନୁଷ୍ଠିତ ହୁଏ ଓ ଏଥିରେ ସାଇକାଡେଲିକ୍ ଟ୍ରାନ୍‍ସ୍ ସଙ୍ଗୀତ ପ୍ରଦର୍ଶନ କରାଯାଏ ।
{{Gallery
|title= କିଛି ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ (ଟ୍ରାନ୍‍ସ୍ ପାର୍ଟି)
୯୬ କ ଧାଡ଼ି:
==== କ୍ୟାନାଡ଼ା ====
* ମଣ୍ଟ୍ରିୟାଲ୍ ସହରରେ ପ୍ରତିବର୍ଷ ଅପ୍ରେଲ୍ ମାସ ଇଷ୍ଟର୍ ଛୁଟିରେ ବଲ୍-ଏ-ବ୍ଲା ନାମକ ଏକ ରେଭ୍ ପାର୍ଟି ଆୟୋଜିତ ହୁଏ । ଏହି ଉତ୍ସବ ସମୟରେ ଦୁଇଟି ପ୍ରକାଣ୍ଡ କୋଠରୀରୁ ଗୋଟିଏରେ ହାଉସ୍ ସଙ୍ଗୀତ ଓ ଅନ୍ୟଟିରେ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରାଯାଏ । ଏହି ସମାରୋହ ୧୪ ଘଣ୍ଟା ପର୍ଯ୍ୟନ୍ତ ଚାଲେ ।
* ୨୦୧୪ ମସିହା ଜୁନ୍ ମାସରେ ଟରଣ୍ଟୋରେ '''ଡିଜିଟାଲ୍ ଡ୍ରିମ୍‍ସ୍''' ଉତ୍ସବ ଅନୁଷ୍ଠିତ ହୋଇଥିଲା ।
* କ୍ୟାନାଡ଼ାର ଅଟ୍ଟାୱାରେ କ୍ୟାନାଡ଼ା ଡେ (ଜୁଲାଇ ୧) ଉପଲକ୍ଷେ '''ଏସ୍କେପେଡ଼୍''' ସଙ୍ଗୀତ ଉତ୍ସବ ଅନୁଷ୍ଠିତ ହୁଏ ।
 
==== ଯୁକ୍ତରାଷ୍ଟ୍ର ଆମେରିକା ====
* ଯୁକ୍ତରାଷ୍ଟ୍ର ଆମେରିକାର ସଙ୍ଗୀତ ମହୋତ୍ସବମାନଙ୍କରେ ଟ୍ରାନ୍‍ସ୍, ହାଉସ୍, ଟେକ୍‍ନୋ, ଡବ୍‍ଷ୍ଟେପ୍, ଡ୍ରମ୍ ଏଣ୍ଡ୍ ବେସ୍, ଇଲେକ୍ଟ୍ରୋ ଏପରି ଅନେକ ଶୈଳୀର ବୈଦୁତିକ ସଙ୍ଗୀତ ପ୍ରଦର୍ଶିତ ହୁଏ ।
* '''ଫ୍ରାକ୍ଟାଲ୍‍ଫେଷ୍ଟ୍''' – ନ୍ୟୁୟର୍କ୍‍ର ଷ୍ଟିଫେନ୍‍ଟାଉନ୍‍ରେ “ଫ୍ରାକ୍ଟାଲ୍‍ଟ୍ରାଇବ୍”ର ବାର୍ଷିକ ସାଇ-ଟ୍ରାନ୍‍ସ୍ ଉତ୍ସବ ମୁକ୍ତାକାଶ ତଳେ ଅନୁଷ୍ଠିତ ହୁଏ । ଅନେକ କଳାକାର, ସଙ୍ଗୀତଜ୍ଞ, ସଙ୍ଗୀତ ଆୟୋଜକମାନେ ମିଳିତ ହୋଇ ଫ୍ରାକ୍ଟାଲ୍‍ଟ୍ରାଇବ୍ ଗୋଷ୍ଠୀ ଗଠନ କରିଛନ୍ତି । ସାଇକାଡେଲିକ୍ ଟ୍ରାନ୍‍ସ୍ ସଙ୍ଗୀତର ତାଳରେ ଲୋକଙ୍କୁ ଏମାନେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥାନ୍ତି ।
* '''ଡେସିବେଲ୍ ଉତ୍ସବ''' : ସିଆଟେଲ୍ ସହରରେ ୨୦୦୪ ମସିହାରୁ ଏହି ବାର୍ଷିକ ସଙ୍ଗୀତୋତ୍ସବ ଆରମ୍ଭ ହୋଇଥିଲା । ଏହି ଉତ୍ସବ ବୈଦୁତିକ ସଙ୍ଗୀତ ଓ କଳା ପ୍ରତି ଉତ୍ସର୍ଗୀକୃତ । ଏହି ଉତ୍ସବରେ ଅନେକ କଳା ଓ ଚଳଚ୍ଚିତ୍ର, ସଙ୍ଗୀତ ଏପରି ଅନେକ କାର୍ଯ୍ୟକ୍ରମର ଉପଭୋଗ କରାଯାଇପାରିବ ।
* '''ଅଲ୍‍ଟ୍ରା''' ସଙ୍ଗୀତ ଉତ୍ସବ ଫ୍ଲୋରିଡ଼ାର ମିଆମିଠାରେ ଆୟୋଜିତ ହୁଏ । ଏହି ଉତ୍ସବ ବର୍ଷକୁ ଥରେ ମାର୍ଚ୍ଚ୍ ମାସରେ ଅନୁଷ୍ଠିତ ହୁଏ । ଏ ଷ୍ଟେଟ୍ ଅଫ୍ ଟ୍ରାନ୍‍ସ୍‍ର ଅନେକ ଅଧ୍ୟାୟ ଅଲ୍‍ଟ୍ରା ଉତ୍ସବର ସେଟ୍‍ରୁ ପ୍ରସାରିତ ହୋଇଛି ।
* ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ ଦ୍ଵାରା ପ୍ରତିବର୍ଷ ଇଲେକ୍ଟ୍ରିକ୍ ଡେଇଜି କାର୍ଣ୍ଣିଭାଲ୍ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇଥାଏ । ୧୯୯୭ ରୁ ୨୦୧୦ ପର୍ଯ୍ୟନ୍ତ ଏହି ଉତ୍ସବ ଦକ୍ଷିଣ କାଲିଫର୍ଣ୍ଣିଆ ତଥା ୨୦୧୧ ପରଠାରୁ ଏହା ଲାସ୍ ଭେଗାସ୍‍ରେ ଆୟୋଜିତ ହେଉଛି । ୨୦୦୯ ମସିହାର ସଂସ୍କରଣରେ ଉତ୍ସବ ୩ ଦିନ ଧରି ପାଳିତ ହୋଇଥିଲା ।
* ଦକ୍ଷିଣ କାଲିଫର୍ଣ୍ଣିଆରେ ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ ପ୍ରତିବର୍ଷ '''ନୋକ୍ଟର୍ନାଲ୍ ଫେଷ୍ଟିଭାଲ୍‍ରଫେଷ୍ଟିଭାଲ୍‍'''ର ଆୟୋଜନ କରେ । ଏହି ଆୟୋଜକ ସଂସ୍ଥା ଅଗଷ୍ଟ ଓ ସେପ୍ଟେମ୍ଵର୍ ମାସରେ କାଲିଫର୍ଣ୍ଣିଆର ସାନ୍ ବର୍ଣ୍ଣାର୍ଡିନୋରେ ଥର୍ଣ୍ଣ୍‍ଡେଲ୍ ଉତ୍ସବର ଆୟୋଜନ ମଧ୍ୟ କରିଥାଏ ।
* ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ ଦ୍ଵାରା ଉତ୍ତର କାଲିଫର୍ଣ୍ଣିଆରେ ଆୟୋଜିତ ଆଉ ଏକ ବୈଦୁତିକ ସଙ୍ଗୀତ ଉତ୍ସବ ହେଉଛି ବେୟଣ୍ଡ ୱାଣ୍ଡର୍‍ଲ୍ୟାଣ୍ଡ ।
* '''ଡ୍ରିମ୍‍ଷ୍ଟେଟ୍''' ନାମକ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ ୨୦୧୫ ମସିହା ନଭେମ୍ଵର୍ ୨୭-୨୮ ତାରିଖରେ କାଲିଫର୍ଣ୍ଣିଆର ସାନ୍ ବର୍ଣ୍ଣାର୍ଡିନୋରେ ଅନୁଷ୍ଠିତ ହୋଇଥିଲା । ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ ଏହାର ଆୟୋଜକ ଥିଲା ।
* ଶ୍ରମ ଦିବସ ଛୁଟିରେ ନ୍ୟୁୟର୍କ ନଗରର ରାଣ୍ଡାଲ୍ ଆଇଲାଣ୍ଡ୍ ପାର୍କରେ '''ଇଲେକ୍ଟ୍ରିକ୍ ଜୁ ଫେଷ୍ଟିଭାଲ୍''' ନାମକ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୁଏ ।
* ମିସିଗାନ୍‍ରେ ଅନୁଷ୍ଠିତ ହେଉଥିବା ଏକ ଚାରି ଦିନିଆ ବାର୍ଷିକ ସଙ୍ଗୀତ ଉତ୍ସବ ହେଲା ଇଲେକ୍ଟ୍ରିକ୍ ଫରେଷ୍ଟ୍ ଫେଷ୍ଟିଭାଲ୍ ।
* ଟୁମୋରୋ ୱାଲ୍‍ଡ୍ ହେଉଛି ଟୁମୋରୋ ଲ୍ୟାଣ୍ଡ ପରି ଆଉ ଏକ ଉତ୍ସବ ଓ ID&T ଏହାର ଆୟୋଜକ । ଏହି ତିନି-ଦିନିଆ ବାର୍ଷିକୋତ୍ସବ ଜର୍ଜିଆ ସହରରେ ଅନୁଷ୍ଠିତ ହୁଏ ।
* '''ସୋନିକ୍ ବ୍ଲୁମ୍''' ନାମକ ତିନି-ଦିନିଆ ବାର୍ଷିକୋତ୍ସବ କଲରାଡ଼ୋ ସହରରେ ଅନୁଷ୍ଠିତ ହୁଏ ।
* '''ସ୍ପ୍ରିଙ୍ଗ୍ ଏୱେକେନିଗ୍ଏୱେକେନିଂଗ୍''', ନାମକ ତିନି-ଦିନିଆ ବାର୍ଷିକୋତ୍ସବ ସିକାଗୋରେ ଅନୁଷ୍ଠିତ ହୁଏ ।
 
==== ମେକ୍ସିକୋ ====
* ଇନ୍ସୋମ୍‍ନିଆକ୍ ଇଭେଣ୍ଟ୍‍ସ୍ ନାମକ ଏକ ସଂସ୍ଥା ଉତ୍ତର ମେକ୍ସିକୋରେ '''ବେୟଣ୍ଡ୍ ୱାଣ୍ଡରଲ୍ୟାଣ୍ଡ୍''' ମେକ୍ସିକୋ ଉତ୍ସବର ଆୟୋଜନ କରିଥାଏ ।
===ଓସେନିଆ===
 
==== ଅଷ୍ଟ୍ରେଲିଆ ====
* '''ଡୁଫ୍''' – ଏହା ମୁକ୍ତାକାଶ ତଳେ ହେଉଥିବା ଏକ ସମାରୋହ । ସାଧାରଣତଃ ସହର ବାହାରର ବୁଦାଳିଆ ପଡ଼ିଆ, ଜଙ୍ଗଲ ବା ଗାଁ ନିକଟରେ ଏପରି ଉତ୍ସବର ଆୟୋଜନ କରାଯାଏ । ଡୁଫ୍ ଉତ୍ସବରେ ବୈଦୁତିକ ସଙ୍ଗୀତର ଅନେକ ଶୈଳୀ ଯଥା ଗୋଆ ଟ୍ରାନ୍‍ସ୍, ଟେକ୍‍ନୋ, ଡ୍ରମ୍ ଆଣ୍ଡ୍ ବେସ୍, ସାଇକାଡେଲିକ୍ ଟ୍ରାନ୍‍ସ୍ ଡିଜେମାନଙ୍କ ଦ୍ଵାରା ପ୍ରଦର୍ଶିତ ହୁଏ ।
 
* '''ଡେଫ୍‍କନ୍ ଡଟ୍ ୱାନ୍''' ଉତ୍ସବ – ଏହି ସଙ୍ଗୀତୋତ୍ସବରେ ମୁଖ୍ୟତଃ ହାର୍ଡ୍କୋର୍ ଟେକ୍‍ନୋ, ହାର୍ଡ୍ ହାଉସ୍ ଓ ହାର୍ଡ୍ ଟ୍ରାନ୍‍ସ୍ ଶୈଳୀ ଅନୁସରଣ କରାଯାଏ । ୨୦୦୯ ମସିହା ସେପ୍ଟେମ୍ଵରରୁ ଏହି ଉତ୍ସବ ସିଡ୍‍ନିରେ ଆୟୋଜିତ ହୋଇଆସୁଛି ।
* '''ରେନ୍‍ବୋ ସର୍ପେଣ୍ଟ୍''' ଉତ୍ସବ – ଭିକ୍ଟୋରିଆରେ ଅନୁଷ୍ଠିତ ହେଉଥିବା ଏହା ଏକ ବୃହତ୍ ବୈଦୁତିକ ସଙ୍ଗୀତ ସମାରୋହ । ସାଇକାଡେଲିକ୍ ଟ୍ରାନ୍‍ସ୍ ସଙ୍ଗୀତ ଏହି ଉତ୍ସବର ମୁଖ୍ୟ ଆକର୍ଷଣ । ସମୟ ସମୟରେ କିଛି ଟେକ୍‍ନୋ ଓ ଅଣ-ବୈଦୁତିକ ସଙ୍ଗୀତ ମଧ୍ୟ ପ୍ରଦର୍ଶିତ ହୋଇଥାଏ ।
* '''ଷ୍ଟିରିଓସୋନିକ୍''' - ଏହା ଓସେନିଆର ସର୍ବବୃହତ୍ ସଙ୍ଗୀତ ସମାରୋହ । ୨୦୧୩ ମସିହାରେ ଏହି ଉତ୍ସବ ଦୁଇ ଦିନ ଧରି ଚାଲିଥିଲା । ଏହି ଉତ୍ସବରେ କେବଳ ଟ୍ରାନ୍‍ସ୍ ଗୀତ ପ୍ରଦର୍ଶିତ ହୁଏ । ଏବୋଭ୍ ଆଣ୍ଡ୍ ବେୟୋଣ୍ଡ୍, ଆର୍ମିନ୍ ଭାନ୍ ବ୍ୟୁରେନ୍‍ଙ୍କ ପରି ଖ୍ୟାତନାମା ଡିଜେ ଏହି ଉତ୍ସବରେ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରନ୍ତି ।
===ଦକ୍ଷିଣ ଆମେରିକା===
କ୍ରମଶଃ ଦକ୍ଷିଣ ଆମେରିକାରେ ଟ୍ରାନ୍‍ସ୍ ସଙ୍ଗୀତ ଲୋକପ୍ରିୟ ହେବାରେ ଲାଗିଛି । ଦକ୍ଷିଣ ଆମେରିକାର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଟ୍ରାନ୍‍ସ୍ ଉତ୍ସବ ହେଉଛି “ୟୁନିଭର୍ସୋ“'''ୟୁନିଭର୍ସୋ ପାରାଲେଲୋ”ପାରାଲେଲୋ'''” । ବ୍ରାଜିଲ୍ ଦେଶରେ ସାଇ-ଟ୍ରାନ୍‍ସ୍ ଖୁବ୍ ଲୋକପ୍ରିୟ ଥିଲା । ୨୦୦୦ ଦଶନ୍ଧିରେ '''xxxperience''' ଉତ୍ସବ କିଛି ବର୍ଷ ପାଇଁ ଖୁବ୍ ଲୋକପ୍ରିୟ ଥିଲା ।
 
==== ବ୍ରାଜିଲ୍ ====
'''ଶିବାନେରିସ୍ ଇଷ୍ଟର୍ ଉତ୍ସବ'''
 
'''ଟ୍ରାନ୍‍ସ୍ ଇନ୍ ମୁନ୍'''
 
==ଆଧାର==