"କନଫୁସିଅସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
'''କନଫୁସିଅସ''' ଜଣେ ବିଶିଷ୍ଟ ଚିନୀୟ ଶିକ୍ଷକ, ସମ୍ପାଦକ, ରାଜନିତୀଜ୍ଞ ଓ ଦାର୍ଶନିକ ଥିଲେ । ତାଙ୍କ ପ୍ରକୃତ ନାଁ ଥିଲା କୋଙ୍ଗ୍ କି ବା ଜୋଙ୍ଗ୍ ନି । ପିଲା ବୟସରୁ ତାଙ୍କର ବହୁ ବିଷୟରେ ଜାଣିବାର ଆଗ୍ରହ ଥିଲା ଏବଂ ସେ ପାରମ୍ପରିକ କର୍ମକାଣ୍ଡ ବିଷୟରେ ଜାଣିବା ପାଇଁ ବେଶ ଆଗ୍ରହୀ ଥିଲେ । ବଡ଼ ହେବା ପରେ ସେ ଜଣେ ରାଜ କର୍ମଚାରୀ ଭାବେ କାମ କରିଥିଲେ । ପରେ ସେ ଶିକ୍ଷକ ହେଲେ ।
 
ତାଙ୍କ ଦର୍ଶନ କନଫୁସିଅସବାଦ ନାମରେ ଜଣାଯାଏ । ଏହା ବ୍ୟକ୍ତିଗତ ଓ ଶାସନତନ୍ତ୍ରର ନୈତିକତା, ସାମାଜିକ ସମ୍ପର୍କର ସଠିକତା, ନ୍ୟାୟ ଓ ସତ୍ୟଶୀଳତା ଉପରେ ଗୁରୁତ୍ତ୍ୱାରୋପ କରିଥିଲା । ତାଙ୍କ ଶିକ୍ଷାର ପାରମ୍ପରିକ ଚିନୀୟ ପ୍ରଥା ଓ ବିଶ୍ୱାସ ସହ ସମତା ଥାଏ ।
ତାଙ୍କ ସମୟ ବେଳକୁ ଚୀନରେ ଅନେକ ରାଜ୍ୟ ପରସ୍ପର ସହ ଯୁଦ୍ଧ କରୁଥିଲେ । ଏହାକୁ ସାଓ ବଂଶର ବସନ୍ତ ଓ ଶରତ ସମୟ କୁହାଯାଏ । କନଫୁସିଅସ ଏହି ସମୟରେ ସମାଜରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ ।
 
କନଫୁସିଅସଙ୍କୁ ଇତିହାସରେ ଅନ୍ୟତମ ମୁଖ୍ୟ ଓ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ଗ୍ରହଣ କରାଯାଏ, ଯାହାଙ୍କର ଶିକ୍ଷା ବିପୁଳ ଭାବରେ ମାନବତାକୁ ପ୍ରଭାବିତ କରିଛି । ତାଙ୍କ ଶିକ୍ଷା ଓ ଦର୍ଶନ ପୃଥିବୀସାରା ଲୋକମାନଙ୍କ ଉପରେ ପ୍ରଭାବ ପକାଇଛି ଓ ବର୍ତ୍ତମାନର ସମାଜରେ ମଧ୍ୟ ରହିଛି ।
 
== ଶିକ୍ଷା ==
"https://or.wikipedia.org/wiki/କନଫୁସିଅସ"ରୁ ଅଣାଯାଇଅଛି