"ବ୍ରାହ୍ମ ସମାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୬ କ ଧାଡ଼ି:
'''ବ୍ରାହ୍ମ ସମାଜ''' ରାଜା ରାମମୋହନ ରାୟଙ୍କଦ୍ୱାରା ୧୮୨୮ ମସିହା ଅଗଷ୍ଟ ୨୦ ତାରିଖରେ ପ୍ରତିଷ୍ଠିତ ଏକ ଧାର୍ମିକ ଅନୁଷ୍ଠାନ। ବ୍ରହ୍ମ ସମାଜ ଥିଲା ରାଜା ରାମମୋହନ ରାୟଙ୍କର ଏକ ଅନବଦ୍ୟ ସୃଷ୍ଟି। ଏହି ଅନୁଷ୍ଠାନ ମାଧ୍ୟମରେ ହିଁ ସେ ଜନସାଧାରଣମାନଙ୍କୁ ତାଙ୍କ ବାଣୀ ପ୍ରଚାର କରିଥିଲେ। ଆଧ୍ୟତ୍ମିକତା, ସହିଷ୍ଣୁତା ଓ ସର୍ବ ଧର୍ମସମନ୍ବୟ ଥିଲା ବ୍ରାହ୍ମ ସମାଜର ଆଦର୍ଶ। [[ରାମସେ ମେକଡୋନାଲଡ]]ଙ୍କ ଭାଷାରେ ବ୍ରାହ୍ମ ସମାଜ [[ହିନ୍ଦୁ ଧର୍ମ]]କୁ ପରିତ୍ୟାଗ ନକରି ପାଶ୍ଚାତ୍ୟ ଜଗତର ଧର୍ମ ବିଶ୍ବାସ ପ୍ରତି ଉଦାର ଓ ସହାନୁଭୂତି ସମ୍ପନ୍ନ ହେବାକୁ ଚେଷ୍ଟା କରୁଥିଲା। ଏହି ସମାଜ ଦ୍ବାରା ରାମମୋହନ ହିନ୍ଦୁ ଧର୍ମର ରକ୍ଷଣଶୀଳତାକୁ ଦୂର କରିବା ନିମନ୍ତେ ଚେଷ୍ଟା କରି କେତେକାଂଶରେ କୃତକାର୍ଯ୍ୟ ହୋଇଥିଲେ। ବାସ୍ତବପକ୍ଷେ ଭାରତୀୟମାନଙ୍କ ମନରେ ସ୍ବାଧୀନ ଚିନ୍ତାଧାରା ଓ ଦୁଃସାହାସିକ ମନୋଭାବର ବୀଜ ବପନ କରିବାରେ ସାହାର୍ଯ୍ୟ କରିଥିଲା ବ୍ରହ୍ମ ସମାଜ। ପରେ ପରେ ଏହି ବୀଜ ଏକ ବିରାଟ [[ବୃକ୍ଷ]]ରେ ପରିଣତ ହୋଇ ସ୍ବାଧୀନତା ଲାଭ ନିମନ୍ତେ ସଂଗ୍ରାମ କରିବାକୁ ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା। ଏହା ଏକ ପ୍ରଭାବଶାଳୀ ଧାର୍ମିକ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ଥିଲା,<ref>[[J. N. Farquhar]], [http://www.archive.org/stream/modernreligiousm00farquoft/modernreligiousm00farquoft_djvu.txt ''Modern Religious Movements of India''] (1915), p. 29</ref> ଯାହା ଆଧୁନିକ ଭାରତ ନିର୍ମାଣର ବିଶ୍ଵାସଯୋଗ୍ୟ । <ref>"Brahmo Samaj and the making of modern India, David Kopf, publ. 1979 Princeton University Press (USA)."</ref>
==ରାଜା ରାମମୋହନ ରାୟଙ୍କ ଅବଦାନ==
ବ୍ରାହ୍ମ ସମାଜ ପ୍ରତିଷ୍ଠା କରିବାରେ ରାମମୋହନ ରାୟଙ୍କ ଅବଦାନ ଅନେକ ଥିଲା। ନିଜ ଜୀବନକାଳ ମଧ୍ୟରେ ଅଦମ୍ୟ ପ୍ରୟାସ ଦ୍ବାରା ସେ ବ୍ରହ୍ମ ସମାଜ ପ୍ରତିଷ୍ଠା କରାଇପାରିଥିଲେ। [[ବଙ୍ଗପ୍ରଦେଶ]]ସ୍ଥ [[ବର୍ଦ୍ଧମାନ ଜିଲ୍ଲା]] ଅନ୍ତର୍ଗତ [[ରାଧାକାନ୍ତପୁର]] ଗ୍ରାମରେ ଗୋଟିଏ ରକ୍ଷଣଶୀଳ [[ବ୍ରାହ୍ମଣ]] ପରିବାରରେ ୧୭୭୪ ମେ ୨୨ ତାରିଖ ଦିନ ରାମମୋହନଙ୍କ ଜନ୍ମ। ତାଙ୍କ ପିତାଙ୍କ ନାମ ଥିଲା ରମାକାନ୍ତ ରାୟ ଓ ମାତାଙ୍କ ନାମ ଥିଲା ତାରିଣୀ ଦେବୀ। ପ୍ରାଚୁର୍ଯ୍ୟ ଓ ଐଶ୍ବର୍ଯ୍ୟ ମଧ୍ୟରେ ରାମମୋହନ ରାୟ ତାଙ୍କର ବାଲ୍ୟାବସ୍ଥା ଅତିବାହିତ କରିଥିଲେ ମଧ୍ୟ ବାଲ୍ୟଚାଳରୁ ଧର୍ମ [[ପୁସ୍ତକ]] ପଠନରେ ତିଙ୍କରତାଙ୍କର ଯଥେଷ୍ଟ ଆଗ୍ରହ ପ୍ରକାଶ ପାଇଥିଲା। ଅନ୍ୟାନ୍ୟ ଭାଷା ଅଧ୍ୟୟନରେ ମଧ୍ୟ ତାଙ୍କର ପ୍ରବଳ ଆଗ୍ରହ ଜନ୍ମିବାରୁ ଅଳ୍ପଦିନ ମଧ୍ୟରେ ସେ [[ସଂସ୍କୃତ]], [[ପାରସିକ]], [[ଆରବିକ]] ଏବଂ [[ଇଂରାଜୀ]] ଭାଷାରେ ପ୍ରସିଦ୍ଧି ଲାଭ କରିବା ସଙ୍ଗେ ସଙ୍ଗେ [[ଇଟାଲୀ]] ଓ [[ଗ୍ରୀକ]] ଭାଷାରେ ମଧ୍ୟ କିଛି ଜ୍ଞାନ ଆହାରଣ କରିପାରିଥିଲେ।
===ହିନ୍ଦୁ ଦର୍ଶନର ପରିବର୍ତ୍ତନ ସମ୍ପର୍କରେ ସୂଚନା===
[[ଧର୍ମଗ୍ରନ୍ଥ]] ଅଧ୍ୟୟନ କରିବା ସମୟରେ ରିମମୋସନ ଅତି ଦୁଃଖର ସହିତ ଆବିଷ୍କାର କରିଥିଲେ ଯେ ବେଦରେ ଉଦଘୋଷିତ ହୋଇଥିବା ହିନ୍ଦୁ ଦର୍ଶନ କାଳକ୍ରମେ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କ ଦ୍ବାରା କିଛି ପରିମାଣରେ ପରିବର୍ତ୍ତିତ ହୋଇଯାଇଛି। ସେ ନିଜେ [[ବଙ୍ଗଳା]] ଭାଷାରେ ଏକ କ୍ଷୁଦ୍ର ପୁସ୍ତିକା ପ୍ରକାଶ କରି ପ୍ରତ୍ୟକ୍ଷ ଭାବରେ ଘୋଷଣା କରିଥିଲେ ଯେ ଭାରତୀୟ ଦର୍ଶନରେ ପ୍ରତିମାପୂଜାର ସ୍ଥାନ ନାହିଁ। ଏତାଦୃଶ ଲେଖାପାଇଁ ତାଙ୍କ ରକ୍ଷଣଶୀଳ ପିତା ତାଣ୍ଠ ଉପରେ ବିରକ୍ତ ହୋଇ ତାଙ୍କୁ ଗୃହରୁ ବହିଷ୍କାର କରିଦେଇଥିଲେ। ତେଣୁ ସେ ଜଣେ ନିର୍ବାସିତର ଜୀବନଯାପନ କରିବା ବ୍ୟତୀତ ରାମମୋହନଙ୍କ ଅନ୍ୟ କିଛି ଉପାୟ ନଥିଲା। ସେତେବେଳେ ସେ ମାତ୍ର ୧୫ ବର୍ଷର ଯୁବକ ଥିଲେ।
୭୨ କ ଧାଡ଼ି:
===ଶେଷ ସମୟ===
ପୃଥିବୀର ବିଭିନ୍ନ ଧର୍ମ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା କରିବା ତାଙ୍କର ପ୍ରଚେଷ୍ଟା ଅଭିନନ୍ଦନୀୟ। ଜୀବନର ଶେଷ ପାଦକୁ ସାମାଜିକ ସଂସ୍କାର ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ଆତ୍ମନିବେଶ କରି ପରିଶେଷରେ ୧୮୩୩ ମସିହାରେ [[ଇଂଲଣ୍ଡ]]ସ୍ଥିତ ବ୍ରିଷ୍ଟଲ ସହରରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
 
==ଆଧାର==
{{ଆଧାର}}