"କରୁଣାକର କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ଭାଷା ଗବେଷକ
Content deleted Content added
"କରୁଣାକର କର (୧୮୯୫ - ୧୯୬୭) ଜଣେ ଓଡ଼ିଆ ଭାଷା ଗବେଷକ ଅଟ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୦୦:୦୬, ୧୫ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

କରୁଣାକର କର (୧୮୯୫ - ୧୯୬୭) ଜଣେ ଓଡ଼ିଆ ଭାଷା ଗବେଷକ ଅଟନ୍ତି । ଓଡ଼ିଆ ଭାଷାର ପ୍ରାଚୀନତାକୁ ଗବେଷଣା କରି କରୁଣାକର କର ସିଦ୍ଧ କରିଥିଲେ ।


ଗବେଷଣା

ଚର୍ଯ୍ୟା ଗୀତି ଗୁଡିକ ପ୍ରଥମେ ହର ପ୍ରସାଦ ଶାସ୍ତ୍ରୀ ୧୯୦୦ ଖ୍ରୀ ଅରେ ନେପାଳରୁ ସଂଗ୍ରହ କରିଥିଲେ ଯାହାର ମୂଳ ଉତ୍ସ ହେଉଛି ତିବ୍ବତ । ସେ ସେଗୁଡ଼ିକୁ ପ୍ରାଚୀନ ବଙ୍ଗଳା ବୋଲି ପ୍ରତିପାଦନ କରିବାକୁ ଚେଷ୍ଟା କରିଥିଲେ । ସେ ଏ ସମ୍ପର୍କରେ ଏକ ବହି ମଧ୍ୟ ଲେଖିଥିଲେ ଯାହାର ନାମ ଚର୍ଯ୍ୟା ଚୟ ବିନିଶ୍ଚୟ । ପରବର୍ତ୍ତୀ ସମୟରେ କରୁଣାକର କର ଏ ସମ୍ପର୍କରେ ଅଧିକ ଗବେଷଣା କରି ଏଗୁଡ଼ିକ ପ୍ରାଚୀନ ଓଡ଼ିଆ ବୋଲି ପ୍ରମାଣିତ କଲେ । ଏହା ତାଙ୍କର Ph.D ସନ୍ଦର୍ଭ । ତାଙ୍କ ଏହି ସଫଳ ସାଧନା ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କଲା । ୧୯୪୪ ଖ୍ରୀଅରେ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଏହା ପ୍ରଥମ ପିଏଚଡି ସନ୍ଦର୍ଭ ( Ph.D theses) ଥିଲା । ତାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବହୁ ଘଣ୍ଟା ଚକଟା ହୋଇ ତାହା ୧୯୬୯ ଖ୍ରୀଅରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପୁସ୍ତକ ଆକାରରେ ପ୍ରକାଶିତ ହେଲା । [୧] ଯଦି ଚର୍ଯ୍ୟା ଗୀତିଗୁଡ଼ିକ ପ୍ରାଚୀନ ଓଡ଼ିଆ ଭାଷାର ନହୋଇ ପ୍ରାଚୀନ ବଙ୍ଗଳା ଭାଷାରେ ହୋଇଥାନ୍ତା ତେବେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ହରାଇଥାଆନ୍ତା । ଏଣୁ ତାଙ୍କ ଗବେଷଣା ଓଡ଼ିଆ ଭାଷା ପାଇଁ ଏକ କୀର୍ତ୍ତିସ୍ଥମ୍ଭ ମନେକରାଯାଏ ।

ଅବଦାନ

ପୁସ୍ତକ

ଆଧାର

ଆଧାର

  1. ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ, ଗ୍ରନ୍ଥ ପ୍ରକାଶନୀ,କଟକ, ପ୍ରକାଶକ: ଓଡ଼ିଆ ସାହିତ୍ୟ ଏକାଡେମୀ, ଦ୍ୱିତୀୟ ସଂସ୍କରଣ ୧୯୮୯
  2. http://projectpothi.org/acknowledgements-pothi/