"ପଞ୍ଚତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୧ କ ଧାଡ଼ି:
 
==ପଣ୍ଡିତ ବିଷ୍ଣୁ ଶର୍ମା==
ପଣ୍ଡିତ ବିଷ୍ଣୁଶର୍ମା, ବାସ୍ତବ ଭାବରେ ସମାନଷ୍ପଦ ଜ୍ଞାନୀ ଓ ଜ୍ଞାନରେ ସର୍ବୋତ୍ତମ ଭାବେ ବିଶ୍ୱରେ ସମ୍ମାନିତ । ପଣ୍ଡିତ ବିଷ୍ଣୁଶର୍ମା ଏହି ‘ପଞ୍ଚତନ୍ତ୍ର’ର କାହାଣୀଗୁଡ଼ିକ ସୃଷ୍ଟି କରିବା ସମୟରେ ତାହାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ଯେ, ଏଥିରେ କେବଳ ସଦାଚାର ତଥା ନିତ୍ୟ ଶିକ୍ଷାକଥା ହିଁ ଆଲୋଚ୍ୟ ବିଷୟବସ୍ତୁ ହେବ । ଶାସ୍ତ୍ର ଅନୁସାରେ ପଣ୍ଡିତ ବିଷ୍ଣୁଶର୍ମା ଜଗତରେ ଥିବା ସମସ୍ତ ନୀତିଶାସ୍ତ୍ରଗୁଡ଼ିକ ଅଧ୍ୟୟନ ପୂର୍ବକ ସେଥିରୁ ସମସ୍ତ ସାର ରସତକ ସଂଗ୍ରହ କରି ଏପରି ଏକ ପୁସ୍ତକ ପ୍ରଣୟନ କଲେ ଯେଉଁ ପୁସ୍ତକର ନାମ ହେଉଛି ପଞ୍ଚତନ୍ତ୍ର । ଏପରି ଶାସ୍ତ୍ରର ଭାଷା ସମ୍ପୂର୍ଣ୍ଣ ସରଳ ଏବଂ ନୀତି ଆଦର୍ଶନ ଦ୍ୱାରା ସମୃଦ୍ଧ ହୋଇଛି । ଏଥିରେ ରାଜନୀତି, ଲୋକନୀତି ସମ୍ପର୍କରେ ଏପରି ଆଲୋଚନା ହୋଇଛି । ବିଷ୍ଣୁଶର୍ମା ଜଣେ ଚାରିବର୍ଣ୍ଣ ଶ୍ରେଷ୍ଠ ବ୍ରାହ୍ମଣ କୂଳରେ ଜାତ ହୋଇଥିଲେ । ସେ ସମୟରେ ବ୍ରାହ୍ମଣମାନଙ୍କର ଲାଗି ସମାଜରେ ବହୁ ଉଚ୍ଚସ୍ଥାନ ଥିଲା । ଆଉ ମଧ୍ୟ ବୈଶ୍ୟ, ଶୂଦ୍ର, କ୍ଷତ୍ରିମାନ ଯେପରି ନିଜ ନିଜର ସେବା ଓ କର୍ମକୁ କରିବା ନିମନ୍ତେ ଏ ସମାଜରେ ଅଗ୍ରାଧିକାର ପାଇଥିଲେ ସେହିପରି ବ୍ରାହ୍ମଣମାନେ ମଧ୍ୟ ସମାଜରେ ଶ୍ରେଷ୍ଠ ବର୍ଣ୍ଣ ଭାବରେ ବିବେଚିତ ହେବାର କାରଣ ଥିଲା ଯେ, ସେମାନେ ଥିଲେ ବେଦବିତ୍ତ ପଣ୍ଡିତ । କାରଣ ବ୍ରାହ୍ମଣମାନେ ସେତେବେଳେ ପାଣ୍ଡିତ୍ୟ ଗୁଣ ନିମନ୍ତେ ପୂଜା ପାଉଥିଲେ । ପଣ୍ଡିତ ବିଷ୍ଣୁ ଶର୍ମା ଜଣେ ସଂସ୍କୃତ ବିଷାରଦ ଥିଲେ ।<ref name="Olivelle1999xii">{{cite book|author=Patrick Olivelle|authorlink=Patrick Olivelle|title=Pañcatantra: The Book of India's Folk Wisdom|url=https://books.google.com/books?id=-BQj8cz0vvMC|year=1999|publisher=Oxford University Press|isbn=978-0-19-283988-6|pages=xii–xiii}}</ref><ref name="Alexander2006p157">{{cite book|author=Konrad Meisig|editor=Vera Alexander|title=Peripheral Centres, Central Peripheries: India and Its Diaspora(s)|url=https://books.google.com/books?id=MCz682epff8C&pg=PA157|year=2006|publisher=LIT Verlag Münster|isbn=978-3-8258-9210-4|pages=157–161}}</ref> ସେ ଜଣେ ହିନ୍ଦୁ ଥିଲେ । ସେ ଜଣେ ବୈଷ୍ଣବ ଧର୍ମୀ ଥିଲେ। <ref>{{cite book|author=Patrick Olivelle|authorlink=Patrick Olivelle|title=Pañcatantra: The Book of India's Folk Wisdom|url=https://books.google.com/books?id=-BQj8cz0vvMC|year=1999|publisher=Oxford University Press|isbn=978-0-19-283988-6|pages=xii–xiii, 5-6, 54, 122-123, 135, 166-167}}</ref><ref>Johannes Hertel (1915), [https://babel.hathitrust.org/cgi/pt?id=pst.000002343747;view=1up;seq=10 The Panchatantra], Harvard University Press, Editor: Charles Lanman (Harvard Oriental Series Vol. 14), page ix, Quote: "This volume contains the Sanskrit text of the Tantrakhyayika or Panchatantra, a collection of ancient Hindu tales in its oldest extant form. (...) The Panchatantra, he adds, is not only the oldest extant work of Hindu artistic fiction, but it is (...)".</ref> ନିଜକୁ ଜଣେ ସର୍ବଶାସ୍ତ୍ରର ପାଣ୍ଡିତ୍ୟ ଆଣିବାର ଯୋଗ୍ୟତା ନିମନ୍ତେ ସେ ମଧ୍ୟ ଚାଣକ୍ୟ, ବ୍ୟାସ, ବାଚସ୍ପତି ଏବଂ ମନୁଙ୍କ ପରି ବହୁ ପଣ୍ଡିତଙ୍କୁ ଅନ୍ୱେଷଣ କରିଛନ୍ତି ଏବଂ ସେମାନଙ୍କ ପ୍ରଣିତ ଶାସ୍ତ୍ରକୁ ପଠନ କରି ପାଣ୍ଡିତ୍ୟ ଅର୍ଜନ କରିଥିଲେ ।
 
==ଆଧାର==