"ପଞ୍ଚତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
[[File:18th century Panchatantra manuscript page, the talkative turtle.jpg|thumb|An 18th century Pancatantra manuscript page (The Talkative Turtle).]]
[[File:Mendhut-Tantri02.jpg|thumb|A 'Panchatantra' [[relief]] at the [[Mendut]] temple, [[Central Java]], Indonesia.]]
ପୃଥିବୀରେ ଅନେକ କାହାଣୀ ଗ୍ରନ୍ଥ ରହିଅଛି ତନ୍ମଧ୍ୟରୁ ପଞ୍ଚତନ୍ତ୍ର ଗ୍ରନ୍ଥଟି ଅନ୍ୟତମ । ସଂସ୍କୃତ ନୀତିକଥା ଗୁଡିକରେ ଏବେ ମଧ୍ୟ ପଞ୍ଚତନ୍ତ୍ରର ସ୍ଥାନ ପ୍ରଥମ ଅଟେ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଅଛି। ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ । <ref name=pancatantrabrit>[https://www.britannica.com/topic/Panchatantra-Indian-literature Panchatantra: Indian Literature], Encyclopaedia Britannica</ref> ଯଦ୍ୟପି ଏହି ପୁସ୍ତକ ଏବେ ନିଜ ମୂଳ ରୂପରେ ନାହିଁ ତ‌ଥାପି ବି ଉପଲବ୍ଧ ଅନୁବାଦ ଗୁଡିକ ଅନୁସାରେ ଏହା ତୃତୀୟ ଶତାବ୍ଦୀରେ ଲେଖାଯାଇଥିଲା । <ref>{{Harvnb|Jacobs|1888}}, Introduction, page xv; {{Harvnb|Ryder|1925}}, अनुवादक अपनी प्रस्तावना में, हर्टेल को उद्धृत करते हुए: "that the original work was composed in Kashmir, about 200 B.C. At this date, however, many of the individual stories were already ancient."</ref><ref>{{Harvnb|Jacobs|1888}}, Introduction, page xv; {{Harvnb|Ryder|1925}}, Translator's introduction, quoting Hertel: "the original work was composed in Kashmir, about 200 B.C. At this date, however, many of the individual stories were already ancient."</ref>ଏହି ଗ୍ରନ୍ଥକୁ ପଣ୍ଡିତ ବିଷ୍ଣୁ ଶର୍ମା ରଚନା କରିଛନ୍ତି । ପଣ୍ଡିତ ବିଷ୍ଣୁ ଶର୍ମା ଏହି ପଞ୍ଚତନ୍ତ୍ର ପୁସ୍ତକଟିରେ ପଶୁପକ୍ଷୀମାନଙ୍କର ଚରିତ୍ରକୁ ଏଭଳି ଭାବରେ ବର୍ଣ୍ଣନା କରିଅଛନ୍ତି ଯେ ଯେଉଁଥିରେ କି ସେଥି ମଧ୍ୟରୁ ଜୀବନ ଗଠନ କରିବାର ପ୍ରଣାଳୀର ସଠିକ୍ ପଥଟିକୁ ଆହରଣ କରାଯାଇ ପାରିବ। ପଞ୍ଚତନ୍ତ୍ର କେବଳ ମାତ୍ର ପଶୁପକ୍ଷୀମାନଙ୍କର ଚରିତ୍ର ଉପରେ ଲେଖାଯାଇଥିଲେ ମଧ୍ୟ ସେଥିରେ ବେଦ ଉପନିଷଦ ପରି ମହାପୂଣ୍ୟ ପୁସ୍ତକମାନଙ୍କରେ ମିଳୁଥିବା ଜ୍ଞାନମଧ୍ୟ ଏହି ପୁସ୍ତକରେ ସ୍ଥାନପାଇଛି ।<ref>[http://www.i-c-r.org.uk/publications/monographarchive/Monograph36.pdf Doris Lessing, ''Problems, Myths and Stories],'' London: Institute for Cultural Research Monograph Series No. 36, 1999, p 13</ref> ଯେତେବେଳେ ଏହି ଗ୍ରନ୍ଥଟି ସମାପ୍ତ ହେଲା ସେତେବେଳେ ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ବୟସ ୮୦ ବର୍ଷ ଥିଲା ।ଏହି ପଞ୍ଚତନ୍ତ୍ର ପଲ୍ଲବୀ ଭାଷାରେ ସିରିଆ, ଆରବୀ ଭାଷାରେ ପୈଶାଚୀ ଭାଷାରେ ନେପାଳୀ ପ୍ରଭୃତି ବହୁ ଭାଷାରେ ଅନୁବାଦିତ ବୋଲି ଶାସ୍ତ୍ରମତରେ କୁହାଯାଇଅଛି
ପଞ୍ଚତନ୍ତ୍ରକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।
# '''ମିତ୍ରଭେଦ'''(ବନ୍ଧୁ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା)
୧୦ କ ଧାଡ଼ି:
# '''ଅପରିକ୍ଷିତକାରକ'''(ପରଖା ଯାଇନଥିବା କାମ କରିବା ଆଗରୁ ସାବଧାନ)
 
==ପଣ୍ଡିତ ବିଷ୍ଣୁ ଶର୍ମା==
ପଣ୍ଡିତ ବିଷ୍ଣୁଶର୍ମା, ବାସ୍ତବ ଭାବରେ ସମାନଷ୍ପଦ ଜ୍ଞାନୀ ଓ ଜ୍ଞାନରେ ସର୍ବୋତ୍ତମ ଭାବେ ବିଶ୍ୱରେ ସମ୍ମାନିତ । ପଣ୍ଡିତ ବିଷ୍ଣୁଶର୍ମା ଏହି ‘ପଞ୍ଚତନ୍ତ୍ର’ର କାହାଣୀଗୁଡ଼ିକ ସୃଷ୍ଟି କରିବା ସମୟରେ ତାହାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ଯେ, ଏଥିରେ କେବଳ ସଦାଚାର ତଥା ନିତ୍ୟ ଶିକ୍ଷାକଥା ହିଁ ଆଲୋଚ୍ୟ ବିଷୟବସ୍ତୁ ହେବ । ଶାସ୍ତ୍ର ଅନୁସାରେ ପଣ୍ଡିତ ବିଷ୍ଣୁଶର୍ମା ଜଗତରେ ଥିବା ସମସ୍ତ ନୀତିଶାସ୍ତ୍ରଗୁଡ଼ିକ ଅଧ୍ୟୟନ ପୂର୍ବକ ସେଥିରୁ ସମସ୍ତ ସାର ରସତକ ସଂଗ୍ରହ କରି ଏପରି ଏକ ପୁସ୍ତକ ପ୍ରଣୟନ କଲେ ଯେଉଁ ପୁସ୍ତକର ନାମ ହେଉଛି ପଞ୍ଚତନ୍ତ୍ର । ଏପରି ଶାସ୍ତ୍ରର ଭାଷା ସମ୍ପୂର୍ଣ୍ଣ ସରଳ ଏବଂ ନୀତି ଆଦର୍ଶନ ଦ୍ୱାରା ସମୃଦ୍ଧ ହୋଇଛି । ଏଥିରେ ରାଜନୀତି, ଲୋକନୀତି ସମ୍ପର୍କରେ ଏପରି ଆଲୋଚନା ହୋଇଛି । ବିଷ୍ଣୁଶର୍ମା ଜଣେ ଚାରିବର୍ଣ୍ଣ ଶ୍ରେଷ୍ଠ ବ୍ରାହ୍ମଣ କୂଳରେ ଜାତ ହୋଇଥିଲେ । ସେ ସମୟରେ ବ୍ରାହ୍ମଣମାନଙ୍କର ଲାଗି ସମାଜରେ ବହୁ ଉଚ୍ଚସ୍ଥାନ ଥିଲା । ଆଉ ମଧ୍ୟ ବୈଶ୍ୟ, ଶୂଦ୍ର, କ୍ଷତ୍ରିମାନ ଯେପରି ନିଜ ନିଜର ସେବା ଓ କର୍ମକୁ କରିବା ନିମନ୍ତେ ଏ ସମାଜରେ ଅଗ୍ରାଧିକାର ପାଇଥିଲେ ସେହିପରି ବ୍ରାହ୍ମଣମାନେ ମଧ୍ୟ ସମାଜରେ ଶ୍ରେଷ୍ଠ ବର୍ଣ୍ଣ ଭାବରେ ବିବେଚିତ ହେବାର କାରଣ ଥିଲା ଯେ, ସେମାନେ ଥିଲେ ବେଦବିତ୍ତ ପଣ୍ଡିତ । କାରଣ ବ୍ରାହ୍ମଣମାନେ ସେତେବେଳେ ପାଣ୍ଡିତ୍ୟ ଗୁଣ ନିମନ୍ତେ ପୂଜା ପାଉଥିଲେ । ପଣ୍ଡିତ ବିଷ୍ଣୁ ଶର୍ମା ଜଣେ ସଂସ୍କୃତ ବିଷାରଦ ଥିଲେ । ନିଜକୁ ଜଣେ ସର୍ବଶାସ୍ତ୍ରର ପାଣ୍ଡିତ୍ୟ ଆଣିବାର ଯୋଗ୍ୟତା ନିମନ୍ତେ ସେ ମଧ୍ୟ ଚାଣକ୍ୟ, ବ୍ୟାସ, ବାଚସ୍ପତି ଏବଂ ମନୁଙ୍କ ପରି ବହୁ ପଣ୍ଡିତଙ୍କୁ ଅନ୍ୱେଷଣ କରିଛନ୍ତି ଏବଂ ସେମାନଙ୍କ ପ୍ରଣିତ ଶାସ୍ତ୍ରକୁ ପଠନ କରି ପାଣ୍ଡିତ୍ୟ ଅର୍ଜନ କରିଥିଲେ ।
==ଆଧାର==
{{ଆଧାର}}