"ମହୁ ଚାଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଆବଶ୍ୟକତା ଅନୁଯାୟୀ ମହୁମାଛି କିସମର ଚୟନ, ତାକୁ ସଂଗ୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୪ କ ଧାଡ଼ି:
 
ଆମର ଉତ୍ପାଦିତ ୧/୩ୟାଂଶ ଖାଦ୍ୟଶସ୍ୟ ଯେଉଁ ଫସଲରୁ ଅମଳ ହୋଇଥାଏ ସେଗୁଡିକ ଏବଂ ୩/୪ଥାଶଂ କୃଷି, ଉଦ୍ୟାନ ଓ ପରିବେଶ ଉପଯୋଗୀ ଉଭିଦ ଗୁଡିକ ପରାଗସଙ୍ଗମ ପାଇଁ ମହୁମାଛି ଉପରେ ନିର୍ଭର କରିଥାନ୍ତି। ଏକ ବୈଜ୍ଞାନିକ ଗବେଶଣାରୁ ଜଣାଯାଇଛି ଯଦି ପୃଥିବୀ ପୃଷ୍ଠରେ ମହୁମାଛିମାନେ ସମ୍ପୁର୍ଣ ରୂପରେ ଲୋପ ପାଇ ଯିବେ ତେବେ ଏହାର ୨ ରୁ ୩ ବର୍ଷ ମଧ୍ୟରେ ମାନବ ସଭ୍ୟତା ମଧ୍ୟ ଲୋପପାଇଯିବାର ସମ୍ଭାବନା ରହିଛି। ଉପକାରିତା କାରଣ ଏହା ଆଣ୍ଟିଅକ୍ସିଡାଣ୍ଟ୍ ଭାବରେ କାମ କରିଥାଏ। ଏହା ଶକ୍ତିର ଉସ୍ଚ ଭାବରେ ମଧ୍ୟ କାମକରିଥାଏ। ତେଣୁ ଏହାକୁ କଠିନ ପରିଶ୍ରମ ଯୁକ୍ତ ବ୍ୟାୟାମ କରିବା ପୂର୍ବରୁ ବା ପରେ ଖିଆଯାଇପାରିବ ନିୟମିତ ସେବନ ଦ୍ୱାରା ଆଲର୍ଜିର ପ୍ରଭାବ ମଧ୍ୟ କମିଯାଏ ମଧୁମେହ ରୋଗୀ ମାନେ ଏହାକୁ ଚିନି ଯାଗାରେ ବ୍ୟବହାର କରି ପାରିବେ ପ୍ରତିଦିନ ମହୁ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ। ମଣିଷ ଶରୀରର ଉପଯୁକ୍ତ ଓଜନକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ରକ୍ତ ସଫା କରିବା ପାଇଁ ଓ ଏହାର ପ୍ରବାହ ଠିକ୍‌ କରିବା ପାଇଁ ପଦ୍ମ ମହୁକୁ ବ୍ୟବହାର କରି ହେବ। ମହୁ ଖାଇଲେ ଥଣ୍ଡା କଫ କାଶ ଆଦି ରୋଗ ଭଲ ହୋଇଯାଏ। ଚକ୍ଷୁର ଯତ୍ନ ପାଇଁ ମଧ୍ୟ ମହୁ ବ୍ୟବହାର କରାଯାଏ। ମହୁଖାଇବା ଦ୍ୱାରା ଅନ୍ତନାଡିରେ ଥିବା ଅଲ୍‌ସର୍,ପେଟ ଗ୍ୟାସ୍,ବଦ ହଜମି ଓ କୋଷ୍ଟକାଠିନ୍ୟ ଦୂରହୁଏ। ତରଳ ଝାଡାରେ ମହୁ ପାଣି ପିଲେ ୪-୫ ଘଣ୍ଟା ମଧ୍ୟରେ ଏହା ନିୟନ୍ତ୍ରଣକୁ ଆସିଥାଏ। ରକ୍ତ ହୀନତାରେ ପୀଡିତ ବ୍ୟକ୍ତି ପାଇଁ ମହୁ ଅଶେଷ ଉପକାରୀ। ପ୍ରତିଦିନ ୧ ଚାମଚ୍ ମହୁ ଖାଇବା ଦ୍ୱାରା ଶରୀରରେ ଉତ୍ପନ୍ନ୍ ହେଉଥିବା ଚର୍ବି କମିବା ସହିତ ସ୍ନାୟୁଗତ ଦୁର୍ବଳତା ହ୍ରାସହୁଏ ଏବଂ ଇନ୍‌ସୁଲିନ୍ କ୍ଷରଣ ହେବାର ସମ୍ଭାବନ ବୃଦ୍ଧି ପାଏ। ମହୁ ବ୍ୟବହାର କଲେ ଚର୍ମର ସବୁ ରୋଗ ଏପରିକି ଏଗ୍‌ଜିମା,ରିଙ୍ଗ୍‌ୱାରମ୍,ସୋରିଆସିସ୍,ସୁଷ୍କତା ବା ଫାଟିବା ଦୂରହୁଏ ଦୃଷ୍ଟି ଶକ୍ତି ବଢେ,ମୁଣ୍ଡ ବ୍ୟଥା କମେ, ଜନନ ଇନ୍ଦ୍ରିୟର କ୍ଷମତା ବୃଦ୍ଧି ପାଏ। ଏକ ଚାମଚ ମହୁ ସହିତ ୫ କପ ଗରମ ପାଣି ମିଶାଇ କେଶକୁ ଭଲଭାବରେ ଧୋଇ ଥରେ ଦେଖନ୍ତୁ,ବିଶ୍ୱାସ କରି ହେବନି ନୁଜକୁ। ମହୁର ଜୀବାଣୁନାଶକ ଗୁଣ ଯୋଗୁ,ଏହାକୁ ଖଣ୍ଡିଆ,ଗଳାକ୍ଷତ ଆଦି ଉପସମ ପାଇଁ ବ୍ୟବହାର କରାଯାଏ। ଗରମ ପାଣି ବା ଚା ସହ ମହୁ ଖାଇଲେ ଗଳାର ସମସ୍ତ ଅସୁବିଧା ଦୂର ହୁଏ ଓ ଗଳା ସଫା ମଧ୍ୟ ରହିଥାଏ। ନିଦ୍ରା ହୀନତା ଦୂର କରିବା ପାଇଁ ମଧ୍ୟ ମହୁର ଘରୋଇ ବ୍ୟବହାର ଦେଖାଯାଇଥାଏ। ଶୁଷ୍କ ମହୁଫେଣା ଓ ତୈଳକୁ ଏକତ୍ର କରି ମୁଣ୍ଡରେ ଲଗାଇଲେ କେଶ ଘନ କଳା ହେବା ସହ ଝଡିବା ବନ୍ଦ ହୁଏ ଓ ନୂତନ କେଶ ଜନ୍ମ ନେଇଥାଏ। ଦିଗ୍‌ଦର୍ଶନରେ ଏମାନେ ଫୁଲରୁ ମକରନ୍ଦ ଖାଦ୍ୟ ପାଇଁ ସଂଗ୍ରହ କରନ୍ତି ଓ ମହୁଫେଣା ତିଆରି କରି ସେଥିରେ ରଖିଥାନ୍ତି। କାରଣ ଏମାନଙ୍କ ବିନା ମହୁ ଭଳି ଏକ ଦୁର୍ଲଭ ପଦାର୍ଥ ପାଇବା ଅସାଧ୍ୟ ଅଟେ।
 
<ref>http://www.icar.org.in/en/node/9213</ref>
"https://or.wikipedia.org/wiki/ମହୁ_ଚାଷ"ରୁ ଅଣାଯାଇଅଛି