"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Regular Character Changes
୧୪୮ କ ଧାଡ଼ି:
ତାଙ୍କ ଅର୍ଥନୈତିକ ପରାମର୍ଶଦାତା ମାନେ ତାଙ୍କୁ ଟିକସ ହ୍ରାସ କରିବାର ଉପଦେଶ ଦେଲେ କିନ୍ତୁ ତା ବଦଳରେ କେନେଡ଼ି ଏକ ସନ୍ତୁଳିତ ବଜେଟ ବାଛିଲେ । ହାଉସ ରୁଲ୍ସ କମିଟିର ସଦସ୍ୟତା ବଢ଼ାଇବା ଲାଗି ଦରକାର ଭୋଟ ପାଇଁ ଏହା ଆବଶ୍ୟକ ଥିଲା ଓ ଏହାଦ୍ୱାରା ଆଇନ ପ୍ରସ୍ତୁତି ବିଧିରେ ଡେମୋକ୍ରାଟ ମାନଙ୍କୁ ବହୁମତ ମିଳିପାରିଲା । ରାଷ୍ଟ୍ରପତି କେନେଡ଼ି ସରକାର ସମ୍ମୁଖରେ ଥିବା ବର୍ତ୍ତମାନ ସମସ୍ୟା ଉପରେ ଅଧିକ ଧ୍ୟାନ ଦେଇଥିଲେ ଓ ନଗଣ୍ୟ ତାତ୍ତ୍ୱିକ ସମସ୍ୟା ଗୁଡ଼ିକୁ ଉପେକ୍ଷା କରିଥିଲେ । ଥରେ ତାଙ୍କ ସହକାରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ୱାଲ୍ଟ ହ୍ୱିଟମ୍ୟାନ ରୋଷ୍ଟୋ ସାମ୍ୟବାଦର ବୃଦ୍ଧି ବିଷୟରେ ସମାଲୋଚନା ଆରମ୍ଭ କରନ୍ତେ କେନେଡ଼ି ତାଙ୍କୁ ଅଧାରୁ ଅଟକେଇ ପଚାରିଲେ "ସେ ବିଷୟରେ ମୁଁ ଆଜି ଦିନକରେ କଣ କରି ପାରିବି (କି)?"
 
କେନେଡ଼ି F-111 TFX (Tactical Fighter Experimental) ଗୋଳାବର୍ଷକ ଯୁଦ୍ଧବିମାନ ନିର୍ମାଣର ଠିକା ବୋ‍ଇଂ କମ୍ପାନୀ (ସେନାବାହିନୀର ପସନ୍ଦ)କୁ ନଦେଇ ଜେନେରାଲ ଡାଇନାମିକ୍ସ କମ୍ପାନୀ (ନାଗରିକ ପ୍ରତିରକ୍ଷା ବିଭାଗର ପସନ୍ଦ) କୁ ଦେବାର ପ୍ରତିରକ୍ଷା ସେକ୍ରେଟାରୀ ରବର୍ଟ ମ୍ୟାକ୍‌ନାମାରାଙ୍କ ବିବାଦାସ୍ପଦ ନିର୍ଣ୍ଣୟକୁ ସମର୍ଥନ କରିଥିଲେ । ପରେ ସାଂସଦ ହେନେରୀ ଜ୍ୟାକସନଙ୍କ ଅନୁରୋଧରେ ସାଂସଦ ଜନ ମ୍ୟାକ୍‌କ୍ଲେଲ୍ଲାନ ୧୯୬୩ରେ ଫେବ୍ରୁଆରୀରୁ ନଭେମ୍ବର ଭିତରେ ୪୬ ଦିନ ଧରି ସ୍ଥାୟୀ ଜାଞ୍ଚ ସବକମିଟି ସହ ରୁଦ୍ଧ ଦ୍ୱାର ବୈଠକରେ ଏଇ TFX ଠିକାରେ ହୋ‍ଇଥିବା ଗୋଳମାଳର ଜାଞ୍ଚ କରିଥିଲେ ।
 
===ବୈଦେଶିକ ନୀତି===