"ସାଧାରଣ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
ଟିକେ
ସାଧାରଣ ଆପେକ୍ଷିକ ତତ୍ତ୍ଵ (ଇଂରାଜୀରେ General Theory of Relativity), ମାଧ୍ୟାକର୍ଷଣ/ମହାକର୍ଷଣର ପ୍ରଭାବ ଉପରେ ପର୍ଯ୍ୟବେଶିତ ଏକ ଜ୍ୟାମିତିକ ତତ୍ତ୍ଵ । ଏହାକୁ ପ୍ରସିଦ୍ଧ ଭୌତିକ ବିଜ୍ଞାନୀ [[ଆଲବର୍ଟ ଆଇନଷ୍ଟାଇନ|ଆଲବର୍ଟ୍ ଆଇନଷ୍ଟାଇନ]] ୧୯୧୫ ମସିହାରେ ସର୍ବ ପ୍ରଥମେ ପ୍ରକାଶ କରିଥିଲେ ।<ref>O'Connor, J.J. and Robertson, E.F. (1996), ''[http://www-history.mcs.st-and.ac.uk/HistTopics/General_relativity.html General relativity]''. ''[http://www-history.mcs.st-and.ac.uk/Indexes/Math_Physics.html Mathematical Physics index]'', [http://www.st-andrews.ac.uk/maths/ School of Mathematics and Statistics], [http://www.st-andrews.ac.uk/ University of St. Andrews], Scotland. Retrieved 2015-02-04.</ref> ଭୌତିକ ବିଜ୍ଞାନୀମାନଙ୍କ ପାଇଁ ଏହି ତତ୍ତ୍ଵ ମାଧ୍ୟାକର୍ଷଣ/ମହାକର୍ଷଣର ଏକ ଆଧୁନିକ ଉପସ୍ଥାପନା । ଏହି ତତ୍ତ୍ଵ ଆଇନଷ୍ଟାଇନଙ୍କଦ୍ଵାରା ପୂର୍ବରୁ ପ୍ରକାଶିତ ବିଶେଷ ଆପେକ୍ଷିକ ତତ୍ତ୍ଵ ଏବଂ ପ୍ରଖ୍ୟାତ ବ୍ରିଟିଶ୍ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନଙ୍କଦ୍ଵାରା ଆବିଷ୍କୃତ ମାଧ୍ୟାକର୍ଷଣ/ମହାକର୍ଷଣ ନିୟମକୁ ଏକସୂତ୍ରରେ ସଂଯୋଗ କରୁଥିବାରୁ ଭୌତିକ ବିଜ୍ଞାନର ଏକ ଅତି ବଳିଷ୍ଠ ତତ୍ତ୍ଵ ।<ref>Landau, Lev Davidovich, ed. The classical theory of fields. Vol. 2. Elsevier, 2013, p 245</ref> ଏହି ତତ୍ତ୍ଵ ଅନୁସାରେ ମାଧ୍ୟାକର୍ଷଣ ଏକ ଶକ୍ତି ନୁହେଁ, ବରଂ ଜାଗତିକ ମହାବସ୍ତୁମାନେ ଅବସ୍ଥାନ କରୁଥିବା ସ୍ଥାନ-କାଳର ଏକ ଜ୍ୟାମିତିକ ପ୍ରକୃତି ବା ପ୍ରବୃତ୍ତି । ଅତ୍ୟଧିକ ବସ୍ତୁତ୍ଵବିଶିଷ୍ଟ ଏକ ମହାବସ୍ତୁଦ୍ଵାରା ସ୍ଥାନ-କାଳର ପ୍ରକୃତି ପ୍ରଭାବିତ ହୋଇଥାଏ । ସେମାନଙ୍କ ପ୍ରଭାବରେ ସ୍ଥାନ-କାଳର ପଟ୍ଟରେ/ପୃଷ୍ଠରେ ବକ୍ରାକୃତି ଦେଖାଯାଏ ।
 
ସାଧାରଣ ଆପେକ୍ଷିକ ତତ୍ତ୍ଵରେ ଅସ୍ଥିର ସମୟ/କାଳର ଗଣନା, ସ୍ଥାନ/ବ୍ୟୋମର ଜ୍ୟାମିତି, ମୁକ୍ତ ପତନଶୀଳ ବସ୍ତୁର ଗତି ଓ ତ୍ଵରଣ, ମହାକାଶରେ ଆଲୋକର ଗତିପଥ ଏବଂ ତତ୍ ସମ୍ବନ୍ଧୀୟ ଅନେକ ତଥ୍ୟ ଉପସ୍ଥାପିତ ହୋଇଛି । ପାରମ୍ପରିକ ଭୌତିକ ବିଜ୍ଞାନଦ୍ଵାରା ଉପସ୍ଥାପିତ ଅନୁରୂପ ବିଷୟ ଓ ତଥ୍ୟମାନଙ୍କ ଠାରୁ ଏହା ଅବଶ୍ୟ ଯଥେଷ୍ଟ ଭିନ୍ନ । ଏହାର କେତେକ ଉଦାହରଣ ହେଲେ ମହାକର୍ଷଣୀୟ ପ୍ରସାରିତ ସମୟ, ମହାକର୍ଷଣ ପ୍ରଭାବରେ ଆଲୋକର ଲୋହିତାଭିମୁଖୀ ଅପସାରଣ, ମହାକର୍ଷଣୀୟ ବିଳମ୍ବ, ମହାକର୍ଷଣୀୟ ଲେନ୍ସିଂ (ମହାକର୍ଷଣଦ୍ଵାରା ପ୍ରଭାବିତ ହୋଇ ସୁଦୂର ଏକ ନକ୍ଷତ୍ରରୁ ଆସୁଥିବା ଆଲୋକର ପଥ ବକ୍ରାକୃତି ହେବା) । ସାଧାରଣ ଆପେକ୍ଷିକ ତତ୍ତ୍ଵ ସମ୍ବନ୍ଧିତ ସମସ୍ତ ବୈଜ୍ଞାନିକ ପରୀକ୍ଷା ଏବଂ ଅନୁଶୀଳନରୁ ଅଦ୍ୟାବଧି ମିଳିଥିବା ତଥ୍ୟ, ଏହି ତତ୍ତ୍ଵ ପ୍ରୟୋଗରେ କରାଯାଇଥିବା କେତେକ ପରିକଳ୍ପନାର ସତ୍ୟତା ପ୍ରମାଣ କରେ । ସାଧାରଣ ଆପେକ୍ଷିକ ତତ୍ତ୍ଵ ମହାକର୍ଷଣ ସମ୍ଵନ୍ଧୀୟ ଏକମାତ୍ର ତତ୍ତ୍ଵ ନୁହେଁ; ଅଥଚ ଏହା ଅତି ସରଳ ଓ ସମସ୍ତ ବୈଜ୍ଞାନିକ ନିରୀକ୍ଷଣର ସମର୍ଥନପ୍ରାପ୍ତ । କିନ୍ତୁ ପ୍ରମାତ୍ର ବିଜ୍ଞାନ (Quantum Physics) ଓ ଏହି ତତ୍ତ୍ଵ ମଧ୍ୟରେ ଅନେକ ମତାନ୍ତର ଦେଖାଯାଏ । ଆଧୁନିକ ଭୌତିକ ବିଜ୍ଞାନର ଏହି ଦୁଇ ଭିନ୍ନ ସିଦ୍ଧାନ୍ତର ମିଶ୍ରଣରେ କିପରି ମହାକର୍ଷଣ ସମ୍ପର୍କୀୟ ଏକ ଓ ଅଦ୍ଵୈତ ତତ୍ତ୍ଵର ପରିପ୍ରକାଶ ହେବ, ତାହା ଏକ ବୃହତ୍ ପ୍ରଶ୍ନବାଚୀ ।
୩,୧୪୦

ଗୋଟି ସମ୍ପାଦନା