"ସାରଳା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+୧ ଚିତ୍ର
ଟିକେ Regular Character Changes
୩୫ କ ଧାଡ଼ି:
* ଚଣ୍ଡୀପୁରାଣ <ref>{{cite web |url= http://www.orissadiary.com/personality/poet/SARALA_DAS%20.asp |title=SARALA DAS |work=orissadiary.com |quote=In a clear statement the poet declares the Vilanka Ramayana, the Mahabharat and the Chandi Purana to be respectively the first, second and third of his compositions |accessdate=11 April 2013}}</ref>
 
ଆଦିକବି ଶାରଳା ଦାସ ନିଜ ଗ୍ରନ୍ଥମାନଙ୍କରେ ନିଜକୁ ମୁର୍ଖ, ଅଜ୍ଞାନ ତଥା କେବଳ ମା ଶାରଳାଙ୍କ ଆଶୀର୍ବାଦ ଯୋଗୁ କାବ୍ୟ ଲେଖିଛ୍ହନ୍ତି ବୋଲି ଵର୍ଣନା କରିଛନ୍ତି; ତେଣୁ କିଛି ସମାଲୋଚକ ତାଙ୍କୁ ମହାମୁର୍ଖ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ଯେକୌଣସି ପାଠକ ଯଦି ତାଙ୍କ ସାହିତ୍ୟ ପଢିବ, ତାହାହେଲେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋଟେ ଗଜମୁର୍ଖ ନ ଥିଲେ । ବରଂ ସେ ଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ, ତେଣୁ ସେ ତତ୍କାଳୀନ ସମାଜର ବୁଦ୍ଧିଜୀବିମାନଙ୍କୁ ମୂର୍ଖ ବନାଇ ଦେଉଥିଲେ । ଶାରଳା ଦାସ ଅଵଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ, କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରଵେଶ ଥିଲା । ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିବାରୁ ତାଙ୍କର ଅସୀମ ଜ୍ଞାନ ଥିଲା । ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ମଧ୍ୟ ବହୁତ ଥିଲା । ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବା ଦ୍ଵାରାଆସିବାଦ୍ଵାରା ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ । ଏତେ ସବୁ ସତ୍ତ୍ଵେ ସେ ସେତେବେଳର ସମାଜକୁ ଭୟ କରୁଥିଲେ, ତେଣୁ ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡ଼ିଆରେ କେଖୁଥିଲେ । ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି । ଯାହା ମା ଶାରଳା କୁହନ୍ତି, ତାକୁ ସେ ଲେଖନ୍ତି । ମା ଶାରଳାଙ୍କ ନାମକୁ ନେଇ କବି ତାଙ୍କ ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଜଣେ ଵିରଳ ପ୍ରତିଭା । ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ "ଵିଲଙ୍କା ରାମାୟଣ", "ମହାଭାରତ", "ଚଣ୍ଡି ପୁରାଣ" ଏବଂ "ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ । ଆହୁରି ଅନେକ ଗ୍ରନ୍ଥ ଶାରଳାଙ୍କ ଦ୍ଵାରାଶାରଳାଙ୍କଦ୍ଵାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କ ଦ୍ଵାରାଆଦିକବିଙ୍କଦ୍ଵାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ ।
 
'''ବିଲଙ୍କା ରାମାଯ଼ଣ'''
୯୬ କ ଧାଡ଼ି:
ଶୁକ-ପରୀକ୍ଷିତ ସମ୍ବାଦ ଛଳରେ କବି ଚଣ୍ଡିପୁରାଣରେ ସମସ୍ତ କଥାକୁ ବର୍ଣ୍ଣନା କରିଛନ୍ତି । ମହାଭାରତର ଵିଲଙ୍କା ରାମାୟଣ ପରି ଚଣ୍ଡିପୁରାଣ ଗ୍ରନ୍ଥଟି କବି ସାରଳା ଦାସ ଚଣ୍ଡିଙ୍କ ଆଜ୍ଞାରେ ତାଙ୍କରି ଭାଷାକୁ ପ୍ରକାଶ କରିବାର ବର୍ଣ୍ଣନା କରିଛନ୍ତି । ଏହି ପୁରାଣ ପରବର୍ତ୍ତୀ କାଳରେ ହିନ୍ଦୁମାନଙ୍କ ଘରେ ଚଣ୍ଡିପୁରାଣ ଭାବେ ଅଦ୍ୟାବଧି ପୂଜିତ ହେଉଛି ।
 
ବ୍ରହ୍ମାଙ୍କ ବଳରେ ବଳିୟାନ ମହିଷାସୁର ଦେବ, ଦାନବ, ଯକ୍ଷ, ରକ୍ଷ, ଗନ୍ଧର୍ବ, ନର ଓ ବାନର କାହା ଦ୍ଵାରାକାହାଦ୍ଵାରା ମୃତ୍ୟୁ ହେବନାହିଁ ବୋଲି ଜାଣି ପ୍ରବଳ ଯୁଦ୍ଧ ପରେ ସମସ୍ତଙ୍କୁ ପରାସ୍ତ କଲା । ଦିଗ୍ବିଜୟୀ ଵୀର ହୋଇ ଶେଷରେ ସ୍ଵର୍ଗ ଉପରେ ଆକ୍ରମଣ କଲା ଓ ଦେବଗଣଙ୍କୁ ପରାସ୍ତ କଲା । ଅନେକ ଦେବତାଙ୍କୁ ଆଣି ବନ୍ଦୀ କରିବାରୁ ଦେବତାମାନେ ଭୟରେ ଲୁଚିଲେ । ଦେଵତାଙ୍କ ମୁଖର ଅଗ୍ନିରୁ ଦେଵୀ ଦୁର୍ଗା ଜନ୍ମ ନେଲେ । ମହିଷାସୁର ଦେବୀଙ୍କ ମୋହିନୀ ରୁପରେ ଟାଣି ହୋଇ ତାଙ୍କୁ ସ୍ତ୍ରୀ ରୁପେ ପାଇବାପାଇଁ ତାର ସେନାପତି ଚାମର, ବେମାଳ, କାଳ, ଵିକାଳ, କାନ୍ତିମାଳା, ଵିଡାଳାକ୍ଷ, ରକ୍ତବିର୍ୟ, ଵୀରଘଣ୍ଟ ଓ କାଳଦନ୍ତ ଆଦିଙ୍କୁ ପଠାଇଲା । ମାତ୍ର ଦେବୀ ସମସ୍ତଙ୍କୁ ମାରି ଶେଷରେ ମହିଷାସୁରକୁ ବଧ କରି ସମସ୍ତଙ୍କୁ ଶାନ୍ତି ପ୍ରଦାନ କଲେ ।
 
'''ଲକ୍ଷ୍ମୀନାରାୟଣ ବଚନିକା'''
୧୦୨ କ ଧାଡ଼ି:
କବିଙ୍କ ଅନ୍ୟାନ୍ୟ ଗ୍ରନ୍ଥ ଗୁଡିକ "ଦାଣ୍ଡିବୃତ୍ତ"ରେ ଲେଖାଯାଇଛି । "ଲକ୍ଷ୍ମୀନାରାୟଣ ବଚନିକା" ଗ୍ରନ୍ଥଟି ଖୁବ କ୍ଷୁଦ୍ର, ଅଣାଅଶୀ ପଦର । ଗ୍ରନ୍ଥଟିରେ ଲକ୍ଷ୍ମୀ ନାରାୟଣଙ୍କର କଥୋପକଥନ ବର୍ଣ୍ଣନା କରାଯାଇଛି ।
 
ଲକ୍ଷ୍ମୀନାରାୟଣ ତାଙ୍କର ଗୁରୁବାର ବ୍ରତ ସମ୍ବନ୍ଧରେ ଯାହା କିଛି ବର୍ଣ୍ଣନା କରିଛନ୍ତି ତାହାହିଁ ଗ୍ରନ୍ଥଟିର ବିଷୟବସ୍ତୁ । ଲକ୍ଷ୍ମୀ ମଣ୍ଡାଫୁଲ, ପଦ୍ମଫୁଲ ଓ ଅଁଳା ପୂଜାରେ ବହୁତ ଖୁସି ହୁଅନ୍ତି ଏବଂ ଭକ୍ତମାନଙ୍କୁ ମନଜାଣି ଫଳ ଦେଇଥାନ୍ତି । ଲକ୍ଷ୍ମୀ ପୁରୁଷ ଓ ସ୍ତ୍ରୀମାନଙ୍କର ବିଭିନ୍ନ ଆଚାର ବ୍ୟବହାର କଥା କହି କାହା ପାଖରେ କମ୍ ରହନ୍ତି ବର୍ଣ୍ଣନା କରିଛନ୍ତି । ଏହାଛଡା ସମାଜର ସମସ୍ତ ଅନୀତି କାର୍ଯ୍ୟକୁ ବାରଣ କରିଛନ୍ତି । ସମାଜରେ କେଉଁ ଦିନ କଣ କରିବ,କଣ ନ କରିବ, ଭଲ ବା ମନ୍ଦ କାମ କଲେ କି ଫଳ ମିଳେ, ଗୁରୁବାର ବ୍ରତ ଭାବେ ସମାଜକୁ ଉପଦେଶ ଦେଇଛନ୍ତି । ଗାଇ ବାଛୁରୀ ଜନ୍ମ ଦେଲେ କେତେ ଦିନ ପରେ ଦୁହିଁବା କଥା, କେଉଁ ତିଥିରେ କଣ ଖାଇବା ନିଷେଧ, ଦାନ୍ତରେ ନଖ କଟିଲେ କି ଫଳ ମିଳେ ବର୍ଣ୍ଣନା ରହିଛି । ଏସବୁ ଦ୍ଵାରାଏସବୁଦ୍ଵାରା ବିଶୃଙ୍ଖଳା ଦୂର ହୋଇ ସମାଜ ସୁସ୍ଥ ହୋଇପାରିବ ବୋଲି ଜଣାଯାଏ ।
 
=== ମହାଭାରତ ===