"ରଘୁନାଥ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Regular Character Changes
୨୨ କ ଧାଡ଼ି:
୧୯୬୩ ମସିହାରେ ସେ ପ୍ରଥମ କରି [[ଓଡ଼ିଆ କଥାଚିତ୍ର]]ରେ ତାଙ୍କର କଣ୍ଠଦାନ କରିଥିଲେ । ୧୯୬୩ରେ '[[ଶ୍ରୀ ଶ୍ରୀ ପତିତପାବନ]]', ୧୯୭୬ରେ '[[ସିନ୍ଦୂର ବିନ୍ଦୁ]]', ୧୯୭୭ରେ '[[ମୁକ୍ତି (କଥାଚିତ୍ର)|ମୁକ୍ତି]]', ୧୯୯୮ରେ 'ଅହଲ୍ୟା' ପ୍ରଭୃତି କଥାଚିଚିତ୍ରରେ ସେ କଣ୍ଠଦାନ କରିଥିଲେ । 'ଅଭିନେତ୍ରୀ' କଥାଚିତ୍ରରେ ସେ ୧୯୬୫ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୧୯୭୭ମସିହାରେ 'ମୁକ୍ତି' ଚଳଚ୍ଚିତ୍ର ପାଇଁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବରେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର । ସେହିପରି 'ଅହଲ୍ୟା' ଚଳଚ୍ଚିତ୍ର ପାଇଁ ୧୯୯୮ରେ ଶ୍ରେଷ୍ଠ ସଙ୍ଗୀତ ସଂଯୋଜନା ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ । ୧୯୬୮ମସିହାରେ ମୁମ୍ବାଇର ସୁର୍ ସିଙ୍ଗାର ସଂସଦ (କାଲ୍‌କୋ କଳାକାର) ତରଫରୁ ତାଙ୍କୁ ସୁରମଣି ଉପାଧିରେ ଭୂଷିତ କରାଯାଇଥିଲା । ସେହିଦିନଠାରୁ ସେ ସୁରମଣି ନାମରେ ନାମିତ । ସେ ଗାଇଥିବା ଗୀତ ଗୁଡିକ ମଧ୍ୟରେ 'ଆହେ ନୀଳଶଇଳ', 'ଆକାଶେ ଦିଶେ କି ସୁନ୍ଦର', ବାଲ୍ୟକାଳୁ ଧର୍ମ ଧନମୁଁ ସଞ୍ଚିବି', 'ବିଶ୍ଵ ଦେଖ ମଧୁମୟରେ ଜୀବନ', 'ଚକାନୟନଙ୍କୁ ପତିତ କେହି', 'ଦେଖଭାଇ ମହାମାୟୀ', 'ଧୀର ସମୀରେ ଯମୁନା ତୀରେ', 'ଯାହାମୁଁ କରଇ ଯାହାମୁଁ', 'ଲଳିତ ଲବଙ୍ଗ ଲତା ପରିଶିଳନ', 'ମା ନାମ ମଧୁର ଅଟେ', 'ନମୋ ନିରଞ୍ଜନ ନିଖିଳ ନିଦାନ', 'ନ ଯା ରାଧିକା ଏକା ଏକା', 'ନାଚ ନାଚ ସଜନୀ ନାଚରେ', ପଶ୍ୟତି ଇଚ୍ଛା କରହେ ପୂର୍ଣ୍ଣ' ପ୍ରଭୃତି ଗୀତ ଅତି ଲୋକପ୍ରିୟ ।
 
ଓଡ଼ିଶୀ ନୃତ୍ୟଶିଳ୍ପୀ [[ସଂଯୁକ୍ତା ପାଣିଗ୍ରାହୀ]] ତାଙ୍କ ସହଧର୍ମିଣୀ ଥିଲେ । କଳାକ୍ଷେତ୍ର ନୃତ୍ୟ ବିଦ୍ୟାଳୟରେ ରଘୁନାଥ ପ୍ରଥମେ ଓଡ଼ିଶୀ ନୃତ୍ୟପ୍ରବୀଣା ସଂଯୁକ୍ତାଙ୍କୁ ଭେଟିଥିଲେ । ୧୯୬୦ ମସିହାରେ ସେ ୨୬ବର୍ଷ ବୟସରେ ସଂଯୁକ୍ତାଙ୍କୁ ବିବାହ କରିଥିଲେ ।<ref>{{cite web|url=http://www.newindianexpress.com/entertainment/tamil/Stint-in-Chennai-proved-to-be-the-game-changer-for-Raghunath-Panigrahi/2013/08/29/article1757745.ece|title=Stint in Chennai proved to be the game changer for Raghunath Panigrahi|work=The New Indian Express|accessdate=31 July 2016}}</ref> ସଂଯୁକ୍ତାଙ୍କ ନୃତ୍ୟରେ ୧୯୭୦ମସିହାରୁ ଦୁଇଦଶନ୍ଧି ବ୍ୟାପି ସେ ସଙ୍ଗୀତକାର ଭାବେ ନିଜକୁ ନିୟୋଜିତ କରିଥିଲେ । ସୁରମଣିଙ୍କ କଣ୍ଠସ୍ଵରରେ ତାଳଦେଇ ଓଡ଼ିଶୀ ମୁଦ୍ରାର ସ୍ଵତନ୍ତ୍ର ଭଙ୍ଗୀ ଉପସ୍ଥାପନା କରୁଥିଲେ ସଂଯୁକ୍ତା। ଏସିଆ ଓ ୟୁରୋପ ମହାଦେଶର ବିଭିନ୍ନ ଦେଶ ଗ୍ରସ୍ତ କରି ଏହି ଦମ୍ପତି ଓଡ଼ିଶୀ ନୃତ୍ୟ ସଙ୍ଗୀତ ପରିବେଷଣ ପୂର୍ବକ ଓଡ଼ିଶା ସଂସ୍କୃତିର ମହାନତା ପ୍ରଦର୍ଶନ କରିଥିଲେ । ସଂଯୁକ୍ତାଙ୍କ ସହିତ ମିଶି ରଘୁନାଥ ଓଡ଼ିଶୀ ନୃତ୍ୟର ଅନେକ ପଲ୍ଲବୀ, ଅଭିନୟ ଓ ନୃତ୍ୟନାଟିକା ଭଳି ବିଭିନ୍ନ ବିଭବର ସଙ୍ଗୀତ ସଂଯୋଜନା କରିଥିଲେ ଯାହା ଏବେ ବି ମଞ୍ଚସ୍ଥ ହେଉଛି । ଆଜି ଓଡ଼ିଶୀ ନୃତ୍ୟର ଯେଉଁ ଅର୍ଦ୍ଧନାରୀଶ୍ଵର ବିଭବ [[ପୃଥିବୀ]]ବ୍ୟାପୀ ନୃତ୍ୟାଙ୍ଗନାଙ୍କ ଦ୍ଵାରାନୃତ୍ୟାଙ୍ଗନାଙ୍କଦ୍ଵାରା ପରିବେଷିତ ହେଉଛି,ରଘୁନାଥ ଥିଲେ ଏହାର ସଙ୍ଗୀତର ସ୍ରଷ୍ଟା। ଏହାଛଡା '''ଅଭିନୟ''', '''ବର୍ଷା''' ଭଳି ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତ ପ୍ରସ୍ତୁତ କରିଯାଇଛନ୍ତି ସେ।
 
୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡ଼ିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢ଼ିଥିଲେ ଯାହାର ନାମ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ' । ୨୦୦୧ରୁ ଏହି ଟ୍ରଷ୍ଟ ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ କରିଆସୁଛି। ଏହା ବ୍ୟତୀତ ସେ ପ୍ରତିମା ଦେବୀଙ୍କ ନୃତ୍ୟ ଅନୁଷ୍ଠାନ 'ନୃତ୍ୟଗ୍ରାମ' ସହିତ ସଂଶ୍ଳିଷ୍ଟ ରହି ସେ ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।<ref>ଓଡ଼ିଶା ଏକ୍ସପ୍ରେସ, ସଂଚାର, ପ୍ରମେୟ, ୨୬.୮୨୦୧୩</ref> <ref>http://www.orissadiary.com/CurrentNews.asp?id=43489</ref> <ref>[[ଧରିତ୍ରୀ]] ଖବର କାଗଜ, ତା ୨୬-୦୮-୧୩, ପୃ. ୩</ref>