"ମାଧବୀ ଦାସୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜଡ଼ା
ଟ୍ୟାଗ: 2017 source edit
ଟିକେ Regular Character Changes
୪୪ କ ଧାଡ଼ି:
 
== ଜନ୍ମ ଓ ଜୀବନ ==
ମାଧବୀ ଦାସୀ ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ପୁରୀର ବେଣ୍ଟପୁର ଗ୍ରାମରେ 'ମାଧବୀ ପଟ୍ଟନାୟକ' ଭାବେ ଏକ କରଣ ଘରେ ଜନ୍ମଗ୍ରହଣ କରିଥିଲେ ।<ref name=":0">[http://odisha.gov.in/e-magazine/Srimandir/srimandirenglish/Epdf/Ech10.pdf Hymns to Jagannatha : Madhavi Dasi], Srimandir </ref> ସେ [[ଚୈତନ୍ୟ]]ଙ୍କ ପ୍ରସିଦ୍ଧ ସହଚର [[ରାମାନନ୍ଦ ରାୟ|ରାୟ ରାମାନନ୍ଦ ପଟ୍ଟନାୟକ]]ଙ୍କ ଭଉଣୀ ଥିଲେ । ରାୟ ରାମାନନ୍ଦ ପଟ୍ଟନାୟକ ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କ ସଭାରେ ମନ୍ତ୍ରୀ ଥିଲେ । ବାଲ୍ୟ କାଳରେ ସେ ବିଧବା ହୋଇଥିବାରୁ ନିଜ ଭାଇଙ୍କ ସହ ରାୟ ରାମାନନ୍ଦଙ୍କ ଦ୍ୱାରାରାମାନନ୍ଦଙ୍କଦ୍ୱାରା ପ୍ରତିପାଳିତ ହୋଇଥିଲେ । ତାଙ୍କ ନିଜ ଭାଇଙ୍କ ନାମ ଶିଖି ମହାନ୍ତି ଥିଲା ।<ref name=":1">Savitri Rout - [https://books.google.co.in/books?id=2SCzRH24LnAC&lpg=PA32&ots=n7JMv_i6Hi&dq=Madhavi%20Dasi&pg=PA32#v=onepage&q=Madhavi%20Dasi&f=false Women Pioneers in Oriya Literature, Page 32]</ref>
 
ପରେ ମାଧବୀ ଦାସୀ ଚୈତନ୍ୟଙ୍କ ଠାରୁ ବୈଷ୍ଣବ ଧର୍ମ ଦୀକ୍ଷା ଗ୍ରହଣ କରିଥିଲେ । ଚୈତନ୍ୟଙ୍କ ଅନ୍ୟ ଏକ ଶିଷ୍ୟ ଛୋଟ ହରିଦାସଙ୍କ ସହ ସମ୍ପର୍କ ରଖିବାରୁ ସେ ସାମାଜିକ ଅପଖ୍ୟାତି ପାଇଥିଲେ । ଚେତାବନୀ ପରେ ମଧ୍ୟ ମାଧବୀଙ୍କ ପାଖକୁ ବାରମ୍ବାର ଯିବାରୁ ହରିଦାସ ରାମାନନ୍ଦଙ୍କଠୁଁ ମାଡ଼ ଖାଇଥିଲେ । <ref name=":2">[http://shodhganga.inflibnet.ac.in/bitstream/10603/119345/8/08_chapter%204.pdf ଶୋଧଗଙ୍ଗା]</ref>ଚୈତନ୍ୟ ମହାପ୍ରଭୁ ଏହା ଜାଣିବା ପରେ ଉଭୟ ମାଧବୀ ଓ ହରିଦାସଙ୍କୁ ନିଜ ବୈଷ୍ଣବ ଧର୍ମରୁ ବାସନ୍ଦ କରିଥିଲେ । ଏହା ପରେ କଳଙ୍କିତ ହୋଇ ହରିଦାସ ନିଜ ଜନ୍ମସ୍ଥାନ ବଙ୍ଗାଳ ଫେରିଯାଇ ସେଠାରେ ଗଙ୍ଗା ନଦୀରେ ବୁଡ଼ି ଜୀବନ ତ୍ୟାଗ କରିଥିଲେ ।<ref name=":1" /> କେତେଜଣ ଗବେଷକଙ୍କ ମତରେ ଏହା ଚୈତନ୍ୟ ଓ ଅତିବଡ଼ି ଜଗନ୍ନାଥଙ୍କ ଦାସଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଓ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଥିବା ଶତ୍ରୁତାର ସୂଚକ । <ref name=":2" />
୫୧ କ ଧାଡ଼ି:
ପିତୃସ୍ଥାନୀୟ ଭବାନନ୍ଦ ରାୟଙ୍କ କହିବାରୁ ମାଧବୀ ଛୋଟବେଳୁଁ ଅନେକ ଧର୍ମଶାସ୍ତ୍ର ପଢ଼ିଥିଲେ । କିନ୍ତୁ ଗଭୀର ଧର୍ମତତ୍ତ୍ୱ ଓ ଜଟିଳ ଚର୍ଚ୍ଚାରେ ତାଙ୍କ ମନ ଲାଗିନଥିଲା । ତାଙ୍କର ନିଜସ୍ୱ ଧର୍ମ ଥିଲା ଜଗନ୍ନାଥଙ୍କ ପ୍ରତି ନିଃସ୍ୱାର୍ଥ ଭକ୍ତି, ଯାହା ତାଙ୍କ ରଚନାଗୁଡ଼ିକରେ ସ୍ପଷ୍ଟ ଭାବେ ଲକ୍ଷ୍ୟ କରାଯାଇପାରେ ।
 
ଚୈତନ୍ୟ ମହାପ୍ରଭୁଙ୍କ ଓଡ଼ିଶାରେ ଆଗମନ ପରେ ରାଧାକୃଷ୍ଣ ପ୍ରେମ ତତ୍ତ୍ୱ ପ୍ରଚଳିତ ହେଲା । ଚୈତନ୍ୟ ସନ୍ନ୍ୟାସୀ ହୋଇଥିବାରୁ ନାରୀ ମୁଖ ଦେଖୁନଥିଲେ । ହୋଇଥିବାରୁ ଚୈତନ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଶିଷ୍ୟା ଭାବେ ଗ୍ରହଣ କରିଲେ ନାହିଁ । ପରେ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରାମହାପ୍ରଭୁଙ୍କଦ୍ୱାରା ମାଧବୀ ନିଜ ଭାଇ ଶିଖିଙ୍କ ସଙ୍ଗେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ, କିନ୍ତୁ ନାରୀ ହୋଇଥିବାରୁ ସେ ଅର୍ଦ୍ଧ-ଶିଷ୍ୟା ବୋଲି ଗୃହୀତ ହେଲେ । ଏହି କାରଣରୁ ବୈଷ୍ଣବ ଧର୍ମର ନାରୀ ବିରୋଧରେ ଏହି ଭାବନା ବିଷୟରେ ନିଜ ରଚନାରେ ଲେଖିଛନ୍ତି ଓ ସ୍ଥାନେ ସ୍ଥାନେ ନିଜ ନାରୀ ଜନ୍ମକୁ ଧିକ୍କାର ମଧ୍ୟ କରିଛନ୍ତି । <ref name=":1" /> ଚୈତନ୍ୟଙ୍କ ସହ ସଂସ୍ପର୍ଶରେ ଆସିବା ଦ୍ୱାରାଆସିବାଦ୍ୱାରା ତାଙ୍କର ମତବାଦ ଓ ଚର୍ଚ୍ଚା ରହିତ ସରଳ ଭକ୍ତିର ମାନସିକତା ଆହୁରି ଦୃଢ଼ ହୋଇଥିଲା ।<ref name=":0" />
 
ବୈଷ୍ଣବ ଧର୍ମରେ ଦୀକ୍ଷାଗ୍ରହଣ କରିବା ପରେ ପରେ ମାଧବୀ ନିଜ କରଣ କୁଳସଜ୍ଞା ପଟ୍ଟନାୟକ ସ୍ଥାନରେ ଦାସୀ ପ୍ରୟୋଗ କରିଥିଲେ । ତାଙ୍କ ପ୍ରସିଦ୍ଧ ରଚନା 'କଲହ କରିୟା ଛଲା'ର ଭଣିତା ପଦରେ ଅଛି- {{Rquote|center|