"ବ୍ୟାଟେରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Regular Character Changes
ଟିକେ (Bot: Automated text replacement (- ଟି +ଟି ))
ଟିକେ (Regular Character Changes)
[[File:AA AAA AAAA A23 battery comparison-1.jpg|thumb| (ବାମରୁ) AA, AAA, AAAA ଓ A23 ବ୍ୟାଟେରୀ]]
 
ବ୍ୟାଟେରୀ ଏକ ଉପକରଣ ଯାହା ରସାୟନିକ [[ଶକ୍ତି]]କୁ ବୈଦ୍ୟୁତିକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ସଳଖ ବିଦ୍ୟୁତ୍ (Direct Current) ଉତ୍ପନ୍ନ କରେ । ଏଥିରେ ଦୁଇଟି ଟର୍ମିନାଲ ଥାଏ: କ୍ୟାଥୋଡ଼ ବା ଧନାତ୍ମକ ଓ ଆନୋଡ଼ ବା ଋଣାତ୍ମକ । ଧନାତ୍ମକ ଟର୍ମିନାଲଟି ଋଣାତ୍ମକ ଠାରୁ ଉଚ୍ଚ ବିଭବ (potential)ରେ ଥାଏ । ଋଣାତ୍ମକ ଟର୍ମିନାଲଟି ଇଲେକ୍ଟ୍ରନର ସ୍ରୋତ । ବାହ୍ୟ ସର୍କିଟ ବ୍ୟାଟେରୀ ସହ ସଂଯୋଗ କଲେ, ଋଣାତ୍ମକ ଟର୍ମିନାଲରୁ ଇଲେକ୍ଟ୍ରନ ଗୁଡ଼ିକ ଗତିଶୀଳ ହୋ‍ଇ ଅନ୍ୟ ଟର୍ମିନାଲକୁ ଯାଆନ୍ତି ଯାହା ଫଳରେ ସର୍କିଟ ଦେଇ ବିଦ୍ୟୁତ୍ ପ୍ରବାହ ହୁଏ ।ଏହି ଇଲେକ୍ଟ୍ରନ ଗୁଡ଼ିକ ବ୍ୟାଟେରୀରେ ଥିବା ରସାୟନ ମଧ୍ୟରେ ରାସାୟନିକ ପ୍ରକ୍ରିୟା ଦ୍ୱାରାପ୍ରକ୍ରିୟାଦ୍ୱାରା ଇଲେକ୍ଟ୍ରୋଲାଇଟ୍ରୁ ଭାଙ୍ଗି ଆୟନରେ ପରିଣତ ହେବା ଯୋଗୁଁ ଉତ୍ପନ୍ନ ହୁଏ । ଆଜିକାଲି ବ୍ୟାଟେରୀ ବୋ‍ଇଲେ ଯାହା ବୁଝାଏ, ପୂର୍ବେ ତାହାକୁ ସେଲ୍ ବୋଲି କୁହାଯାଉଥିଲା । କେତେ ଗୁଡ଼ିଏ ସେଲ୍‌ର ସମଷ୍ଟିକୁ ବ୍ୟାଟେରୀ ବୋଲି କୁହାଯାଉଥିଲା, କିନ୍ତୁ ଆଜିକାଲି ଗୋଟିଏ ସେଲ୍‌କୁ ମଧ୍ୟ ବ୍ୟାଟେରୀ କୁହାଯାଉଛି ।
 
[[File:22,5 V batterij.jpg|thumb|22,5 V ବ୍ୟାଟେରୀ]]
[[File:Batteries for recycling.JPG|thumb|ପୁନଃପ୍ରକ୍ରିୟାକରଣ (Recycling) ପାଇଁ ରଖାଯାଇଥିବା ବିଭିନ୍ନ ପ୍ରକାରର ବ୍ୟାଟେରୀ]]
 
ଆଲେସାନ୍ଦ୍ରୋ ଭୋଲ୍ଟା, ୧୮୦୦ ମସିହାରେ ପ୍ରଥମ ବିଦ୍ୟୁତ୍-ରସାୟନିକ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ, ଯାହାର ନାମ ଥିଲା ଭୋଲ୍ଟାଇକ ପାଇଲ୍ । ଏହା ତମ୍ବା ଓ ଦସ୍ତା ଫଳକ ଗୁଡ଼ିକୁ ଗଦାଇ ତିଆରି ହୋ‍ଇଥିଲା । ଫଳକ ଗୁଡିକ ଲୁଣିପାଣିରେ ଭିଜିଥିବା କାଗଜପଟା ଦ୍ୱାରାକାଗଜପଟାଦ୍ୱାରା ପୃଥକ୍ ହୋ‍ଇ ରହିଥିଲା ।ଏଥିରୁ ସ୍ଥିର ଭାବେ ଅଳ୍ପ କରେଣ୍ଟ ଦୀର୍ଘ ସମୟ ଧରି ଉତ୍ପନ୍ନ ହେ‍ଉଥିଲା । ଭୋଲ୍ଟା ଜାଣିପାରି ନଥିଲେ ଯେ କରେଣ୍ଟ, ରାସାୟନିକ ପ୍ରକ୍ରିୟା ଯୋଗୁଁ ଉତ୍ପନ୍ନ ହେଉଛି । ସେ ଧରିନେଇଥିଲେ ଯେ ତାଙ୍କ ସେଲ୍ ବିଦ୍ୟୁତ୍ର ଅକ୍ଷୟ ଭଣ୍ଡାର । ରାସାୟନିକ ପ୍ରକ୍ରିୟାରେ ଇଲେକ୍ଟ୍ରୋଡ ଗୁଡ଼ିକର ଅବକ୍ଷୟ ଯେ ସେଲ୍ର କାର୍ଯ୍ୟପ୍ରଣାଳୀର ଅଂଶ ଓ କୌଣସି ପାର୍ଶ୍ୱ ପ୍ରଭାବ ନୁହଁ ତାହା ସେ ହୃଦୟଙ୍ଗମ କରିପାରିନଥିଲେ, ଯାହାକି ପରେ ୧୮୩୪ରେ ମାଇକେଲ ଫାରାଡ଼େ ପଦର୍ଶିତ କରିଥିଲେ ।
 
==ମୌଳିକ ସିଦ୍ଧାନ୍ତ==
୩୯,୦୫୬

ଗୋଟି ସମ୍ପାଦନା