"ପୃଥିବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ Regular Character Changes
୪୧ କ ଧାଡ଼ି:
ମାନବ ସମେତ ଲକ୍ଷାଧିକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ଘର ହେଉଛି ପୃଥିବୀ । ବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ସ୍ଥାନ ଯେଉଁଠି ଜୀବନ ଅଛି । ପୃଥିବୀ ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା । ପୃଥିବୀର ଜୀବମାନେ ଗ୍ରହକୁ ଅନେକାଂଶରେ ପ୍ରଭାବିତ କରନ୍ତି । ଦୃଷ୍ଟାନ୍ତ ସ୍ୱରୂପ, ପୂର୍ବରୁ ଜୀବମାନେ ବାୟୁମଣ୍ଡଳକୁ ସମ୍ପୂର୍ଣ ପରିବର୍ତ୍ତନ କରିଦେଇଥିଲେ । ସମସ୍ତ ଜୀବଙ୍କୁ ନେଇ ଜୀବମଣ୍ଡଳ ଗଠିତ ।
 
ପୃଥିବୀର ପ୍ରାୟ ୭୧% ଲୁଣିଆ ମହାସାଗର ଦ୍ୱାରାମହାସାଗରଦ୍ୱାରା ଆଚ୍ଛାଦିତ । ବର୍ତ୍ତମାନ କେବଳ ପୃଥିବୀରେ ତରଳ ଜଳ ଥିବାର ଜଣାଯାଇଛି ।
 
ବାକି ୨୯% ହେଉଛି ମହାଦେଶ ଓ ଦ୍ୱୀପ । ପୃଥିବୀ ସୌରମଣ୍ଡଳର ଅନ୍ୟ ବସ୍ତୁ, ମୁଖ୍ୟତଃ ସୂର୍ଯ୍ୟ ଓ ଚନ୍ଦ୍ର ଦ୍ୱାରାଚନ୍ଦ୍ରଦ୍ୱାରା ପ୍ରଭାବିତ ହୁଏ । ପୃଥିବୀ ସୂର୍ଯ୍ୟକୁ ପ୍ରାୟ ୩୬୫.୨୫ ଦିନରେ ପରିକ୍ରମା କରେ । ପୃଥିବୀର ଗୋଟିଏ ଆବର୍ତ୍ତନକୁ ଗୋଟିଏ ଦିନ ଓ ସୂର୍ଯ୍ୟ ଚାରିପଟେ ଗୋଟିଏ ପରିକ୍ରମଣକୁ ବର୍ଷ କୁହାଯାଏ । ସେଥିପାଇଁ ଗୋଟିଏ ବର୍ଷ ୩୬୫ ଦିନ ଅଟେ । ପୃଥିବୀର ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର ।
 
== ଇତିହାସ ==
୭୩ କ ଧାଡ଼ି:
[[ଫାଇଲ:Plates tect2 en.svg|thumb|right|ପୃଥିବୀର ମୁଖ୍ୟ ଭୂଚଳନ ସ୍ତର ।]]
ପୃଥିବୀ ହେଉଛି ସକ୍ରିୟ ଭୂଚଳନ ସ୍ତର ଥିବା ଏକମାତ୍ର ଗ୍ରହ ।
ଭୂତ୍ୱକ୍‌, ତଳେ ଥିବା ତରଳ ଶିଳାସ୍ତର ଉପରେ ଭାସୁଥାଏ । ଭୂତ୍ୱକ୍‌ କେତେକ ଅଂଶ ବା ସ୍ତରରେ ବିଭକ୍ତ । ସ୍ତରମାନେ ଗତି କଲାବେଳେ ପରସ୍ପର ପ୍ରଭାବ ଦ୍ୱାରାପ୍ରଭାବଦ୍ୱାରା ଭୂକମ୍ପ, ଆଗ୍ନେୟଗିରି, ପର୍ବତଶ୍ରେଣୀ ଆଦି ତିଆରି ହୋଇଥାଏ । ସ୍ତରମାନଙ୍କର ମିଳନସ୍ଥଳରେ ସୀମାରେଖା ଥାଏ । ନିର୍ମାଣ, ବିନାଶ ଓ ପରିବର୍ତ୍ତନ ଭାବରେ ତିନି ପ୍ରକାରର ସୀମାରେଖା ଥାଏ ।
* ଦୁଇଟି ସ୍ତର ପରସ୍ପରଠାରୁ ଦୂରେଇଯାଇ ଫାଟ ସୃଷ୍ଟି କରନ୍ତି, ଫଳରେ ଆଗ୍ନେୟଗିରି ସୃଷ୍ଟି ହୁଏ ଓ ତରଳ ମାଗ୍ମା ବାହରକୁ ଆସେ । ଏହିପରି ସୀମାରେଖା ଗଭୀର ସମୁଦ୍ର, ସମୁଦ୍ରତଳ ଆଗ୍ନେୟଗିରି ଆଦି ସୃଷ୍ଟି କରନ୍ତି । ଉଦାହରଣ: ସମୁଦ୍ର ବନ୍ଧ
 
୮୩ କ ଧାଡ଼ି:
ପୃଥିବୀର ପୃଷ୍ଠତଳରେ ସ୍ଥଳବିଶେଷରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ପୃଥିବୀର ୭୦%ରୁ ଅଧିକ ଜଳରେ ଆଚ୍ଛାଦିତ । ସମୁଦ୍ରତଳ ଅନେକାଂଶରେ ସ୍ଥଳଭାଗ ସହିତ ସମାନ । ୩୦% ସ୍ଥଳଭାଗ ଜଙ୍ଗଲ, ମରୁଭୂମି, ସମତଳ, ପର୍ବତ ଓ ମାଳଭୂମିକୁ ନେଇ ଗଠିତ । ମାନବ ସଭ୍ୟତା ସହରୀକରଣର ମାୟାରେ ମୋହିତ ।
 
ଭୂପୃଷ୍ଠକୁ ପରିବର୍ତ୍ତନ କରିବା ପାଇଁ ଅନେକ କାରକ ଅଛି । ମୁଖ୍ୟ କାରକ ହେଉଛି ଭୂଚଳନ, ଅନ୍ୟ କାରକମାନେ ହେଲେ ପବନ, ଜଳ, ସାଗର ଦ୍ୱାରାସାଗରଦ୍ୱାରା ମୃତ୍ତିକା କ୍ଷୟ, ଗ୍ରହାଣୁ ସଂଘାତ ଇତ୍ୟାଦି । ପୃଥିବୀପୃଷ୍ଠ ସାଧାରଣତଃ ୩ ପ୍ରକାରର ଶିଳାକୁ ନେଇ ଗଠିତ ।
* ଭୂଗର୍ଭର ଲାଭା ବା ମାଗ୍ମା ଭୂପୃଷ୍ଠରେ ଥଣ୍ଡା ହେଲେ ଆଗ୍ନେୟ ଶିଳା ତିଆରି ହୁଏ । ଥଣ୍ଡା ହେଲେ ଏହା ଶିଳା ରୂପ ଧାରଣ କରେ ।
* ବାଲି ଓ କ୍ଷୁଦ୍ର ଶିଳା ଚାପି ହୋଇ ସ୍ତରୀଭୂତ ଶିଳା ଗଠନ କରନ୍ତି ।
"https://or.wikipedia.org/wiki/ପୃଥିବୀ"ରୁ ଅଣାଯାଇଅଛି