"ପାରାଦ୍ୱୀପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Regular Character Changes
୬୩ କ ଧାଡ଼ି:
 
== ଭୌଗଳିକ ଅବସ୍ତିତି ==
ଏହି ସ୍ଥାନଟି ୨୦.୧୬° ଉ. ଓ ୮୬.୪୦° ପୂ.ରେ ଅବସ୍ଥିତ । ଏଠାରେ ଓଡ଼ିଶାର ପ୍ରଧାନ ନଦୀ ମହାନଦୀ ସମୁଦ୍ରରେ ମିଶିଅଛି । ଜିଲ୍ଲା ବିଭାଜନ ପୂର୍ବରୁ ଅବିଭକ୍ତ କଟକ ଜିଲ୍ଲାର ଅଂଶ ଥିବା ଏହି ସହର ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ରହିଛି । ପାରାଦୀପ ସଡ଼କ ପଥ ଦ୍ୱାରାପଥଦ୍ୱାରା କଟକ ଓ ଭୁବନେଶ୍ୱର ସହ ସଂଯୁକ୍ତ । ରାଜ୍ୟ ରାଜପଥ ବ୍ୟତୀତ ଏକ ଦ୍ରୁତଗାମୀ ଜାତୀୟ ରାଜପଥ ଦ୍ୱାରାରାଜପଥଦ୍ୱାରା ଏହା ଚଣ୍ଡିଖୋଲ, ଦୈତାରୀ, ଡୁବୁରୀ ଆଦି ସ୍ଥାନ ସହ ସଂଯୁକ୍ତ । କଟକରୁ ଏଠାକୁ ରେଳପଥର ସଂଯୋଗ ରହିଛି । ଜିଲ୍ଲା ସଦରମହକୁମା ଜଗତସିଂହପୁର ସହର ଠାରୁ ଏହା ୬୦ କି.ମି. ଓ କଟକ ସହର ଠାରୁ ୯୦ କି.ମି. ଦୂର । ବିଭିନ୍ନ ମାଲ ରପ୍ତାନୀ ଓ ଆମଦାନୀ ପାରାଦୀପ ବନ୍ଦର ମଧ୍ୟଦେଇ ହେଉଥିବାରୁ ଉଭୟ ସଡ଼କ ଓ ରେଳପଥର ଗୁରୁତ୍ତ୍ୱ ବୃଦ୍ଧି ପାଇଛି ।
==ଇତିହାସ==
ପ୍ରାଚୀନ କାଳର ପାରଦୀପ ସମ୍ପର୍କରେ ଯଦିଓ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ, ତଥାପି ଏହାକୁ ପ୍ରାଚୀନ ବନ୍ଦର ''ମନ୍ନଦ''ର ସ୍ଥାନରେ ଥିବାର ବିଶ୍ୱାସ କରାଯାଏ । ଇଂରେଜ ଅଧୀନକୁ ଆସିବା ପୂର୍ବରୁ ଏହା କୁଜଙ୍ଗ ରାଜ୍ୟର ଅଂଶ ଥିଲା । ତତ୍କାଳୀନ ଦେଶୀୟ ରାଜ୍ୟ କୁଜଙ୍ଗର ରାଜଧାନୀ ଗଡ଼କୁଜଙ୍ଗ ଏହି ସ୍ଥାନ ନିକଟରେ । ପାରାଦୀପରେ ସମ୍ଭବତଃ ଏକ ଦୁର୍ଗ ବା ଗଡ଼ ରହିଥିଲା । କୁଜଙ୍ଗର ଷଣ୍ଢ ରାଜାଙ୍କ ନାମରେ ଏଠାରେ ଥିବା ଷଣ୍ଢକୂଦ ନାମିତ ହୋଇଛି ।
୭୦ କ ଧାଡ଼ି:
 
== ଶିଳ୍ପ ଓ ଅର୍ଥନୀତି ==
ପାରାଦୀପ ପୂର୍ବ ଭାରତର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର । ଏଠାରେ ଥିବା ବନ୍ଦର ଦ୍ୱାରାବନ୍ଦରଦ୍ୱାରା ଅନେକ ପ୍ରକାରର ମାଲ ଆମଦାନୀ ରପ୍ତାନୀ ହୋଇଥାଏ । କଞ୍ଚାମାଲର ଉପଲବ୍ଧି ଯୋଗୁ ଏଠାରେ ଅନେକ ଶିଳ୍ପ ଗଢି ଉଠିଛି । ତନ୍ମଧ୍ୟରେ ପାରାଦୀପ ଫସପେଟସ ଲିମିଟେଡ଼ ଓ ଇଫକୋର ସାର କାରଖାନା, ଇଣ୍ଡିଆନ ଅଏଲ ଦ୍ୱାରାଅଏଲଦ୍ୱାରା ନିର୍ମିତ ତୈଳ ବିଶୋଧନାଗାର ପ୍ରମୁଖ ଅଟେ । ଏହି ବନ୍ଦର ମଧ୍ୟ ଦେଇ ଲୁହାପଥର ବିଦେଶକୁ ରପ୍ତାନୀ କରାଯାଇ ଥାଏ ତଥା କୋଇଲା ଓ ଅନ୍ୟାନ୍ୟ କଞ୍ଚାମାଲ ଓ ଭାରୀ କଳ-କବଜା ପ୍ରଭୁତି ଆମଦାନୀ ହୋଇଥାଏ । ଏଠାରେ ଥିବା ମାଛଧରା ବନ୍ଦର ବିଭିନ୍ନ ସାମୁଦ୍ରିକ ଖାଦ୍ୟର ବାଣିଜ୍ୟ ବୃଦ୍ଧି କରିଛି।
== ଦର୍ଶନୀୟ ସ୍ଥାନ ==