"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
ଟିକେ Regular Character Changes
୨୧ କ ଧାଡ଼ି:
୫୬ କ ଧାଡ଼ି:
== କାରଣ ==
[[ଫାଇଲ:Streptococcus pneumoniae.jpg|thumb|right|ଇଲେକ୍‌ଟ୍ରନ୍ ମାଇକ୍ରୋସ୍କୋପ୍‌ରେ ସ୍ଟ୍ରେପ୍ଟୋକୋକସ୍ ନିମୋନି ଜୀବାଣୁ]]
ନିମୋନିଆ ରୋଗ [[ଜୀବାଣୁ]] କିମ୍ଵା [[ଭୁତାଣୁ]] ଓ ଅଳ୍ପ ମାତ୍ରାରେ [[କବକ]] କିମ୍ଵା [[ପରଜୀବୀ]] ଦ୍ଵାରା ସୃଷ୍ଟି ହୁଏ । ଏକ ଶହରୁ ଅଧିକ ପ୍ରଜାତିର ସଂକ୍ରମଣ ପ୍ରତିନିଧି ଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଅଳ୍ପ କେତେକଙ୍କ ଦ୍ଵାରାକେତେକଙ୍କଦ୍ଵାରା ଏହି ନିମୋନିଆ ରୋଗ ହୁଏ । ଜୀବାଣୁ ଓ ଭୁତାଣୁର ମିଶ୍ରିତ ସଂକ୍ରମଣ ୧୫% ଯୁବକ ଓ ୪୫% ପିଲାମାନଙ୍କଠାରେ ଦେଖାଯାଏ । ଯତ୍ନର ସହ ପରୀକ୍ଷା କଲେ ମଧ୍ୟ ଅର୍ଧେକ ରୋଗର ପ୍ରତିନିଧି ଚିହ୍ନି ହୁଏ ନାହିଁ ।
ଫୁସଫୁସର ପ୍ରଦାହକୁ ନିମୋନିଆ କୁହାଯାଏ; ଯାହା କେବଳ ସଂକ୍ରମଣ ଦ୍ଵାରାସଂକ୍ରମଣଦ୍ଵାରା ନ ହୋଇ ଅଟୋ ଇମ୍ମ୍ୟୁନ, ଔଷଧ କିମ୍ଵା ରାସାୟନିକ ଦ୍ରବ୍ୟଦ୍ଵାରା ମଧ୍ୟ ହୋଇପାରେ । ଚିକିତ୍ସା ବିଜ୍ଞାନ ଅନୁସାରେ ଏହାର ପ୍ରକୃତ ନାମ ନିମୋନାଇଟିସ୍(Pneumonitis) ।<ref name="isbn0-7234-3200-7">{{cite book |author=Lowe, J. F.; Stevens, Alan |authorlink= |editor= |others= |title=Pathology |edition=2nd |publisher=Mosby |location=St. Louis |year=2000 |page=197 |isbn=0-7234-3200-7 |oclc= |doi= |url=http://books.google.co.uk/books?id=AfVxLi4QTZQC&pg=PA197|accessdate=}}</ref><ref>{{cite book|last=Snydman|first=editors, Raleigh A. Bowden, Per Ljungman, David R.|title=Transplant infections|year=2010|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=978-1-58255-820-2|page=187|url=http://books.google.com/books?id=NWa4FJv-eBYC&pg=PA447|edition=3rd}}</ref>
ଧୁମ୍ରପାନ, ପ୍ରତିରୋଧ ଅକ୍ଷମତା, ମଦ୍ୟାଶକ୍ତ, ଅବରୋଧକାରୀ ଫୁସଫୁସ୍ ରୋଗ, ପୁରାତନ ବୃକ୍‌କ ରୋଗ ଓ ଯକୃତ ରୋଗ ଇତ୍ୟାଦି ନିମୋନିଆର ବାହକ ରୁପେ ପରିଚିତ । ପ୍ରୋଟୋନ୍ ପମ୍ପ ବିରୋଧକାରୀ ଔଷଧ କିମ୍ଵା ଏଚ୍୨ ପ୍ରତିରୋଧକ ଔଷଧ ଖାଉଥିଲେ ନିମୋନିଆ ହେବା ସମ୍ଭାବନା ବଢିଯାଏ ।<ref>{{cite journal|last=Eom|first=CS|coauthors=Jeon, CY; Lim, JW; Cho, EG; Park, SM; Lee, KS|title=Use of acid-suppressive drugs and risk of pneumonia: a systematic review and meta-analysis|journal=CMAJ : Canadian Medical Association journal = journal de l'Association medicale canadienne|date=22 February 2011 |volume=183|issue=3|pages=310–9|pmid=21173070|doi=10.1503/cmaj.092129|pmc=3042441}}</ref> ଅଧିକ ବୟଷର ଲୋକଙ୍କର ମଧ୍ୟ ନିମୋନିଆ ସମ୍ଭାବନା ଅଧିକ ରହେ ।
=== ଜୀବାଣୁ ===
ଗୋଷ୍ଠି ଗ୍ରହିତ ନିମୋନିଆ ରୋଗୀଙ୍କ କ୍ଷେତ୍ରରେ ୫୦% ରୋଗ କେବଳ ସ୍ଟ୍ରେପ୍ଟୋକୋକସ୍ ନିମୋନି ଜୀବାଣୁଦ୍ଵାରା ହୁଏ ।<ref name=EOP10>{{cite journal |author=Anevlavis S | coauthors = Bouros D |title=Community acquired bacterial pneumonia|journal=Expert Opin Pharmacother |volume=11 |issue=3 |pages=361–74 |year=2010 |month=February|pmid=20085502|doi=10.1517/14656560903508770 }}</ref> ଅନ୍ୟ ଜୀବାଣୁ ମଧ୍ୟରେ ୨୦% ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି, ୧୩% କ୍ଲାମିଡିଆ ନିମୋନି ଓ ୩% ମାଇକୋପ୍ଲାଜ୍ମା ନିମୋନି ଦ୍ଵାରାନିମୋନିଦ୍ଵାରା ନିମୋନିଆ ହୁଏ । ସ୍ଵଲ୍ପ ମାତ୍ରାରେ ରୋଗ ସୃଷ୍ଟିକାରୀ ଅନ୍ୟ ଜୀବାଣୁମାନଙ୍କର ନାମ ସ୍ଟାଫିଲୋକୋକସ୍ ଅରିଅସ୍, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଓ ବିଯୁକ୍ତାର୍ମକ ଗ୍ରାମ୍ ଜୀବାଣୁ । ଔଷଧ ବିରୋଧୀ ସ୍ଟ୍ରେପ୍ଟୋକୋକସ୍ ନିମୋନି ଓ ମେଥିସିଲିନ ଔଷଧ ବିରୋଧୀ ସ୍ଟାଫିଲୋକୋକସ୍ ଅରିଅସ୍ ମଧ୍ୟ ସାଧାରଣତଃ ରୋଗ ସୃଷ୍ଟି କରନ୍ତି ।
ସଂକଟ ପରିସ୍ଥିତି ଥିଲେ ରୋଗ ବାପିବାରେ ସୁବିଧା ହୁଏ । ମଦ୍ୟପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ଅବାୟୁଜୀବୀ ଓ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବର୍‌କୁଲୋସିସ୍; ଧୂମପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଜୀବାଣୁମାନଙ୍କଦ୍ଵାରା ନିମୋନିଆ ହୁଏ । ପକ୍ଷୀ ସଂସ୍ପର୍ଷରେ ଆସିଲେ କ୍ଲାମିଡିଆ ସିଟାସି, ଫାର୍ମ ପଶୁମାନଙ୍କଠାରୁ କୋକ୍ସିଏଲା ବୁମେଟ୍ଟି, ପାକସ୍ଥଳୀ ଦ୍ରବ୍ୟ କାଢିବା ପରେ ଅବାୟୁଜୀବୀମାନେ ନିମୋନିଆ ସୃଷ୍ଟି କରନ୍ତି । ଶୀତଦିନେ ସ୍ଟ୍ରେପ୍ଟୋକୋକସ୍ ନିମୋନିଦ୍ଵାରା ଅଧିକ ନିମୋନିଆ ହୁଏ ।
=== ଭୁତାଣୁ ===
ସମସ୍ତ ନିମୋନିଆ ରୋଗୀଙ୍କ ମଧ୍ୟରୁ ୧/୩ ଭାଗ ବୟଃପ୍ରାପ୍ତ ଲୋକଙ୍କୁ ହୁଏ ଓ ୧୫% ପିଲାମାନଙ୍କୁ ହୁଏ । ରୋଗ ସୃଷ୍ଟିକାରୀ ଭୁତାଣୁମାନଙ୍କ ନାମ: ରାଇନୋ ଭୁତାଣୁ, କରୋନା ଭୁତାଣୁ, ଇନ୍‌ଫ୍ଲୁଏଞ୍ଜା ଭୁତାଣୁ, ରେସ୍‌ପିରେଟରି ସିନ୍‌ସିଟିଆଲ୍ ଭୁତାଣୁ, ଆଡେନୋ ଭୁତାଣୁ ଓ ପାରାଇନ୍‌ଫ୍ଲୁଏଞ୍ଜା ଭୁତାଣୁ । ନବଜାତ, କ୍ୟାନ୍‌ସର୍ ରୋଗୀ, ପ୍ରତିରୋପିତ ରୋଗୀ ଓ ପୋଡା ଘାଆ ରୋଗୀଙ୍କ ବ୍ୟତିତ ଅନ୍ୟ ଲୋକଙ୍କୁ ହର୍‌ପ୍ଲେକ୍ସ ସିମ୍‌ପ୍ଲେକ୍ସ ଭୁତାଣୁ କ୍ଵଚିତ ଆକ୍ରମଣ କରେ ।<ref name=Text2010>{{cite book|last=Behera|first=D.|title=Textbook of pulmonary medicine|year=2010|publisher=Jaypee Brothers Medical Pub.|location=New Delhi|isbn=8184487495|pages=391–394|url=http://books.google.ca/books?id=0TbJjd9eTp0C&pg=PA391|edition=2nd }}</ref> ଅଙ୍ଗ ପ୍ରତିରୋପିତ ଓ ପ୍ରତିରୋଧ ଅକ୍ଷମ ଲୋକଙ୍କୁ ସାଇଟୋମେଗାଲୋ ଭୁତାଣୁ ଆକ୍ରମଣ କରେ । ଭୁତାଣୁ ସଂକ୍ରମିତ ନିମୋନିଆ ରୋଗୀଙ୍କର ଅନ୍ୟ କିଛି ସ୍ଵାସ୍ଥ୍ୟଗତ ଅସୁବିଧା ଥିଲେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ସ୍ଟାଫିଲୋକୋକସ୍ ଅରିଅସ୍, କିମ୍ଵା ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି ଜୀବାଣୁ ଦ୍ଵାରାଜୀବାଣୁଦ୍ଵାରା ମଧ୍ୟ ସଂକ୍ରମିତ ହୁଅନ୍ତି । ଋତୁ ଅନୁସାରେ ଭିନ୍ନ ଭିନ୍ନ ଭୁତାଣୁ ଆକ୍ରମଣ କରନ୍ତି ଯେପରିକି ଶୀତଋତୁରେ ଇନ୍‌ଫ୍ଲୁଏଞ୍ଜା ଭୁତାଣୁ ଅର୍ଦ୍ଧାଧିକ ରୋଗୀଙ୍କ କାରଣ ରୁପେ ବିବେଚିତ ହୁଏ । ବେଳେ ବେଳେ ହାନ୍ଟା ଓ କରୋନା ଭୁତାଣୁ ଦ୍ଵୟ ମଧ୍ୟ ନିମୋନିଆ ରୋଗ କରନ୍ତି ।
=== କବକ ===
ଯେଉଁମାନଙ୍କର ଦୁର୍ବଳ ପ୍ରତିରୋଧ ଥାଏ, ଏଡ୍‌ସ୍ ଥାଏ, ପ୍ରତିରୋଧ ବାଧକ ଔଷଧ ସେବନ କରନ୍ତି କିମ୍ଵା ଅନ୍ୟ ରୋଗଗ୍ରସ୍ତ ଥାଆନ୍ତି, ସେମାନଙ୍କୁ ସାଧାରଣତଃ କବକ ଆକ୍ରମଣ କରେ । <ref name=Fungus2009>{{cite book|last=Maskell|first=Nick|title=Oxford desk reference.|year=2009|publisher=Oxford University Press|location=Oxford|isbn=9780199239122|pages=196|url=http://books.google.ca/books?id=MfEUkzQQ1BEC&pg=PA196|coauthors=Millar, Ann}}</ref> ଏହି କବକମାନଙ୍କର ନାମ: ହିସ୍ଟୋପ୍ଲାଜ୍ମା କ୍ୟାପ୍‌ସୁଲେଟମ୍, ବ୍ଲାସ୍ଟୋମାଇସେସ୍, କ୍ରିପ୍ଟୋକୋକସ୍ ନିଓଫର୍‌ମାନ୍ସ୍, ନିମୋସାଇଟିସ୍ ଜିରୋଭେସି ଓ କକ୍‌ସିଡିଓଡେସ୍ ଇମିଟିସ୍ । ମିସିସିପି ନଦୀ ଇଲାକାରେ ହିସ୍ଟୋପ୍ଲାଜ୍‌ମୋସିସ୍ କବକ ଜନିତ ଓ ଦକ୍ଷିଣ ପଶ୍ଚିମ ଆମେରିକାରେ କକ୍‌ସିଡିଓମାଇସେସ୍ କବକ ଜନିତ ନିମୋନିଆ ହୁଏ । କମ୍ ପ୍ରତିରୋଧ ଶକ୍ତି ଯୋଗୁ ଓ ଗମନାଗମନ ସୁବିଧା ଯୋଗୁ ବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗରେ ଅଧିକ ରୋଗ ହୋଇଥିଲା ।
୭୨ କ ଧାଡ଼ି:
== ବିକାରୀ ଶରୀର କ୍ରିୟା(Pathophysiology) ==
[[ଫାଇଲ:New Pneumonia cartoon.jpg|thumb|right|alt=A schematic diagram of the human lungs with an empty circle on the right representing a normal alveola and one on the right showing an alveola full of fluid as in pneumonia|ଫୁସ୍‌ଫୁସ୍‌ରେ ଥିବା ବାୟୁ ଥଳୀରେ ନିମୋନିଆ ଦ୍ଵାରାନିମୋନିଆଦ୍ଵାରା ତରଳ ପଦାର୍ଥ ପୂରି ରହିଛି(ଡାହାଣ ପାଖ), ବାମ ପାଖଟିର ସାଧାରଣ ଅବସ୍ଥା ଅଛି ।]]
ଅଧିକାଂଶ ସମୟରେ ଶ୍ଵାସ ନଳୀର ଉପର ଭାଗରେ ସଂକ୍ରମଣ ହେବା ପରେ ନିମ୍ନ ଭାଗ ସଂକ୍ରମିତ ହୁଏ ।
=== ଭୁତାଣୁ ଜନିତ ===
୮୫ କ ଧାଡ଼ି:
=== ଇମେଜିଙ୍ଗ ===
[[ଫାଇଲ:CT scan of the chest, demonstrating right-sided pneumonia.jpg|thumb|alt=A black and white image show the internal organs in cross section as generated by CT. Where one would expect black on the left one seen a whiter area with black sticks through it.|ପାଠକ ଦେଖୁଥିବା ଚିତ୍ରର ବାମ ପଟରେ ବା ଛାତିର ଡାହାଣ ପାଖରେ ନିମୋନିଆ ଥିବା ସି.ଟି. ସ୍କାନରେ ଜଣା ଯାଉଛି ।]]
ରୋଗ ନିର୍ଣ୍ଣୟ ନିମନ୍ତେ ଅଧିକତର ଛାତି ଏକ୍ସ-ରେ କରି ଦେଖାଯାଏ । ମୃଦୁ ରୋଗ ହୋଇଥିଲେ ଯଦି ଔଷଧ ଦ୍ଵାରାଔଷଧଦ୍ଵାରା ଉନ୍ନତି ହେଉ ନାହିଁ ବା ମୂଳ କାରଣ ଜଣା ନାହିଁ ତାହା ହେଲେ ଇମେଜିଙ୍ଗ ଦରକାର ହୁଏ ।<ref name=BTS09>{{cite journal|last=Lim|first=WS|coauthors=Baudouin, SV, George, RC, Hill, AT, Jamieson, C, Le Jeune, I, Macfarlane, JT, Read, RC, Roberts, HJ, Levy, ML, Wani, M, Woodhead, MA, Pneumonia Guidelines Committee of the BTS Standards of Care, Committee|title=BTS guidelines for the management of community acquired pneumonia in adults: update 2009|journal=Thorax|date=October 2009 |volume=64 |issue=Suppl 3|pages=iii1–55|pmid=19783532|doi=10.1136/thx.2009.121434}}</ref> ଆଡମିଶନ ହେବା ଭଳି ଅବସ୍ଥା ହେଲେ ଛାତି ଏକ୍ସ-ରେ ଆବଶ୍ୟକ ହୁଏ । ପରୀକ୍ଷା ତଥ୍ୟରୁ ରୋଗର ଭୟାବହତା ବା ଜୀବାଣୁ/ ଭୁତାଣୁ ରୋଗ ହୋଇଛି କି ନାହିଁ ସେ ବିଷୟରେ କିଛି ଜଣା ପଡେ ନାହିଁ ।
ଏକ୍ସ-ଛବି ଦେଖି ତିନି ପ୍ରକାର ବର୍ଗୀକରଣ କରାଯାଏ ଯଥା ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ ଓ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।<ref>{{cite book|last=Helms|first=editors, William E. Brant, Clyde A.|title=Fundamentals of diagnostic radiology|publisher=Wolters Kluwer/Lippincott Williams & Wilkins|location=Philadelphia|isbn=9781608319114|pages=435|url=http://books.google.ca/books?id=o_4eoeOinNgC&pg=PA435|edition=4th ed.}}</ref> ଗୋଷ୍ଠିଗତ ନିମୋନିଆ ଥିଲେ ଫୁସ୍‌ଫୁସ୍‌ର ଗୋଟିଏ ସେଗମେଣ୍ଟାଲ୍ ଲୋବ୍‌ରେ କନସୋଲିଡେସନ୍ ଦେଖାଯାଏ ଯାହାକୁ ଲୋବାର ନିମୋନିଆ କୁହାଯାଏ । କିନ୍ତୁ ତଥ୍ୟ ସବୁ ଅଲଗା ଅଲଗା ହୋଇପାରେ । ଫୁସ୍‌ଫୁସ୍‌ର ଦୁଇ ପାଖର ନିମ୍ନ ଭାଗ ବିଶେଷତଃ ଡାହାଣ ପାଖ ଅସ୍ଵଚ୍ଛ ଦେଖାଗଲେ ଆସ୍ପିରେସନ୍ ନିମୋନିଆ ସମ୍ଭାବନା ରହେ । ଭୁତାଣୁ ନିମୋନିଆ ହେଲେ ସାଧାରଣ ଦେଖା ଯାଇପାରେ, ଫୁଲି ଯାଇ ଦୁଇ ପାର୍ଶ୍ଵରେ ଛୋଟ ଛୋଟ ଖଣ୍ଡ ଅସ୍ଵଚ୍ଛତା ଦେଖାଯାଏ । ପ୍ରାରମ୍ଭ ବେଳେ, ନିର୍ଜଳନ(Dehydration) ଥିଲେ ବା ପୃଥୁଳକାୟ ହୋଇଥିଲେ କୌଣସି ଅସାଧାରଣ ଛବି ଦେଖା ଯିବନାହିଁ । ସି.ଟି. ସ୍କାନ କଲେ ଅଧିକ ତଥ୍ୟ ମିଳେ ।
=== ଅଣୁଜୀବ ବିଜ୍ଞାନ ===
ସାଂଘାତିକ ହୋଇ ନ ଥିବା ବା ଘରେ ଚିକିତ୍ସିତ ହେଉଥିବା ରୋଗୀ ଚିକିତ୍ସା ଦ୍ଵାରାଚିକିତ୍ସାଦ୍ଵାରା ଆରାମ ନ ପାଉଥିଲେ କଫ ପରୀକ୍ଷା କରିବା ଆବଶ୍ୟକ ହୁଏ ଓ ଯକ୍ଷ୍ମା ଜୀବାଣୁର ଉପସ୍ଥିତି ଜାଣିବା ନିମନ୍ତେ ଖଙ୍କାର କଲ୍‌ଚର୍ କରାଯାଏ । ଜନ ସ୍ଵାସ୍ଥ୍ୟ କାରଣରୁ ମହାମାରୀ ସମୟରେ ଜୀବାଣୁ ଚିହ୍ନିବା ଦରକାର ହୁଏ । ଡାକ୍ତରଖାନାରେ ଭର୍ତ୍ତି ହେଲେ ଖଙ୍କାର ସହ ରକ୍ତ କଲ୍‌ଚର୍ କରାଯାଏ ।<ref name=BTS09/> ଏହା ସହ ଲେଜିଓନେଲା ଓ ସ୍ଟ୍ରେପ୍ଟୋକୋକସ୍ ଆଣ୍ଟିଜେନ ଉପସ୍ଥିତି ଜାଣିବା ନିମନ୍ତେ ପରିସ୍ରା ପରୀକ୍ଷା କରାଯାଏ । ଭୁତାଣୁ ଉପସ୍ଥିତି ଜାଣିବା ନିମନ୍ତେ କଲ୍‌ଚର ଓ [[ପଲିମରେଜ୍ ଚେନ୍ ରିଆକ୍‌ସନ୍]] ବା ପି.ସି.ଆର ପରୀକ୍ଷା କରାଯାଏ । କିନ୍ତୁ ଏଠାରେ ଉଲ୍ଲେଖନୀୟ, କେବଳ ୧୫% ରୋଗୀଙ୍କର ନିୟମିତ ପରୀକ୍ଷା ଦ୍ଵାରାପରୀକ୍ଷାଦ୍ଵାରା ରୋଗ ଜୀବାଣୁ ଜାଣି ହୁଏ ।
=== ବର୍ଗୀକରଣ ===
୧୦୯ କ ଧାଡ଼ି:
କେତେକ ରୋଗ ଯଥା ଏଚ୍.ଆଇ.ଭି., ଡାଏବେଟିସ୍ ଓ ଅପପୁଷ୍ଟିର ଚିକିତ୍ସା କଲେ ନିମୋନିଆ ସଂକଟ ଦୂର ହୁଏ ।<ref>{{cite journal |author=Green H, Paul M, Vidal L, Leibovici L |title=Prophylaxis for Pneumocystis pneumonia (PCP) in non-HIV immunocompromised patients |journal=Cochrane Database Syst Rev |volume= |issue=3 |pages=CD005590 |year=2007 |pmid=17636808 |doi=10.1002/14651858.CD005590.pub2 |url= |editor1-last=Green |editor1-first=Hefziba}}</ref>
ଛଅ ମାସରୁ କମ ଶିଶୁମାନଙ୍କୁ ସ୍ତନ ପାନ କରାଇଲେ ନିମୋନିଆ ସଂକଟ ତଥା ଭଯାବହତା କମିଯାଏ । ଟ୍ରାଇମେଥୋପ୍ରିମ୍/ସଲ୍ଫାମେଥୋକ୍ସାଜୋଲ୍ ଔଷଧ ଖାଇଲେ ନିମୋସିସ୍ଟିକ୍ ନିମୋନିଆ ସଙ୍କଟ କମିଯାଏ ଓ ଏଚ୍.ଆଇ.ଭି ବ୍ୟତୀତ ଅନ୍ୟ ପ୍ରତିରୋଧ ଅକ୍ଷମତା ଥିଲେ ଉପକାର କରେ ।<ref>{{cite journal |author=Green H, Paul M, Vidal L, Leibovici L |title=Prophylaxis for Pneumocystis pneumonia (PCP) in non-HIV immunocompromised patients |journal=Cochrane Database Syst Rev |volume= |issue=3 |pages=CD005590 |year=2007 |pmid=17636808 |doi=10.1002/14651858.CD005590.pub2 |url= |editor1-last=Green |editor1-first=Hefziba}}</ref>
ଗର୍ଭିଣୀ ମହିଳାମାନଙ୍କର ଗ୍ରୁପ୍ ବି ସ୍ଟ୍ରେପ୍ଟୋକୋକସ୍ ଓ କ୍ଲାମିଡିଆ ଟ୍ରକୋମାଟିସ୍ ଜୀବାଣୁ ଅଛି କି ନାହିଁ ପରୀକ୍ଷା କରି ଯଦି ଥାଏ ତାହା ହେଲେ ଆଣ୍ଟିବାୟୋଟିକ ଦେଲେ ନବଜାତ ଶିଶୁଙ୍କର ନିମୋନିଆ ରୋଗ ହାର କମିଯାଏ ।<ref>{{cite journal|last=Taminato|first=M|coauthors=Fram, D; Torloni, MR; Belasco, AG; Saconato, H; Barbosa, DA|title=Screening for group B Streptococcus in pregnant women: a systematic review and meta-analysis|journal=Revista latino-americana de enfermagem|date=November–December 2011 |volume=19|issue=6|pages=1470–8|pmid=22249684}}</ref><ref>{{cite journal|last=Darville|first=T|title=Chlamydia trachomatis infections in neonates and young children|journal=Seminars in pediatric infectious diseases|date=October 2005 |volume=16|issue=4|pages=235–44|pmid=16210104|doi=10.1053/j.spid.2005.06.004}}</ref> ଏଚ୍.ଆଇ.ଭି. ନିବାରଣ ପନ୍ଥା ପ୍ରଦାନ କଲେ ମାଆଠାରୁ ଶିଶୁକୁ ଡେଇଁବା ଭୟ କମିଯାଏ ।<ref>{{cite book|title=Global Action Plan for Prevention and Control of Pneumonia (GAPP)|year=2009|publisher=World Health Organization|url=http://whqlibdoc.who.int/hq/2009/WHO_FCH_CAH_NCH_09.04_eng.pdf}}</ref> ନବଜାତ ଶିଶୁର ତଣ୍ଟିରୁ [[ମେକୋନିଅମ୍]] ଓ [[ଆମ୍ନିଓଟିକ୍]] ପଦାର୍ଥ ଶୋଷିବା ଦ୍ଵାରାଶୋଷିବାଦ୍ଵାରା ଆସ୍ପିରେଶନ୍ ନିମୋନିଆ<ref name=Rog2009>{{cite journal|last=Roggensack|first=A|coauthors=Jefferies, AL; Farine, D; Basso, M; Delisle, MF; Hudon, L; Mundle, WR; Murphy-Kaulbeck, LC; Ouellet, A; Pressey, T|title=Management of meconium at birth|journal=Journal of obstetrics and gynaecology Canada : JOGC = Journal d'obstetrique et gynecologie du Canada : JOGC|date=April 2009 |volume=31|issue=4|pages=353–4, 355–7|pmid=19497156}}</ref> କମିବା ହାର କମିବା ଜଣା ନ ପଡୁ ଥିବାରୁ ଅନେକ ସ୍ଥାନରେ ଏହି ପ୍ରଥାକୁ ଉତ୍ସାହିତ କରାଯାଉ ନାହିଁ । ଦୁର୍ବଳ ତଥା ବୟସ୍କା ମହିଳାମାନଙ୍କର ପାଟି ସ୍ଵାସ୍ଥ୍ୟର ଯତ୍ନ ନେଲେ ଆସ୍ପିରେଶନ୍ ନିମୋନିଆ ସଙ୍କଟ କମ୍ ହୁଏ ।<ref>{{cite journal|last=van der Maarel-Wierink|first=CD|coauthors=Vanobbergen, JN; Bronkhorst, EM; Schols, JM; de Baat, C|title=Oral health care and aspiration pneumonia in frail older people: a systematic literature review|journal=Gerodontology|date=6 March 2012 |pmid=22390255|doi=10.1111/j.1741-2358.2012.00637.x|pages=no}}</ref>
== ଚିକିତ୍ସା ==
{|class="wikitable" align="right"
୧୩୦ କ ଧାଡ଼ି:
ସାଧାରଣତଃ ଖାଇବା ଆଣ୍ଟିବାୟୋଟିକ୍, ବିଶ୍ରାମ, କଷ୍ଟ ଦୂରକାରୀ ଔଷଧ ଓ ତରଳ ପଦାର୍ଥ ଗ୍ରହଣ ରୋଗ ଭଲ ହେବା ନିମନ୍ତେ ଯଥେଷ୍ଟ ହୁଏ । ଯଦି ଅନ୍ୟ କୌଣସି ରୋଗ ସାଥୀରେ ଥାଏ ବା ଶ୍ଵାସ କଷ୍ଟ ହେଉଥାଏ, ତାହା ହେଲେ ଉନ୍ନତ ଚିକିତ୍ସା ଆବଶ୍ୟକ ହୁଏ । ଜଦି ଲକ୍ଷଣମାନଙ୍କର ଉନ୍ନତି ହେଉ ନ ଥାଏ, ଘରୋଇ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ବା ଜଟୀଳତା ଦେଖାଯାଏ ତେବେ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ହୁଏ । ପୃଥିବୀରେ ପିଲାମାନେ ଭୋଗୁଥିବା ନିମୋନିଆରେ ୭ରୁ ୧୩ % ରୋଗୀ ଭର୍ତ୍ତି ହୁଅନ୍ତି । ବୟସ୍କମାନଙ୍କ କ୍ଷେତ୍ରରେ ସି.ୟୁ.ଆର୍.ବି-୬୫(CURB-65)ସ୍କୋର୍ ଅନୁସାରେ ଆଡ୍‌ମିସନ୍ କରାହୁଏ । ସ୍କୋର ୦ବା୧ ଥିଲେ ଘରୋଇ ଚିକିତ୍ସା, ୨ ଥିଲେ ସ୍ଵଳ୍ପ ସମୟ ଭର୍ତ୍ତି ଓ ୩-୫ ଥିଲେ ଭଲ ରୁପେ ନିଘା ରଖାଯାଏ । ପିଲାମାନଙ୍କର ଶ୍ଵାସ ଅସୁବିଧା ବା ୯୦ % ଅମ୍ଳଜାନ ସାଚୁରେସନରୁ କମ ଥିଲେ ଭର୍ତ୍ତି କରାୟାଏ ।<ref name=PIDS11>{{cite journal|last=Bradley|first=JS|coauthors=Byington, CL, Shah, SS, Alverson, B, Carter, ER, Harrison, C, Kaplan, SL, Mace, SE, McCracken GH, Jr, Moore, MR, St Peter, SD, Stockwell, JA, Swanson, JT|title=The Management of Community-Acquired Pneumonia in Infants and Children Older Than 3 Months of Age: Clinical Practice Guidelines by the Pediatric Infectious Diseases Society and the Infectious Diseases Society of America|journal=Clinical infectious diseases : an official publication of the Infectious Diseases Society of America|date=2011-08-31|pmid =21880587|volume= 53|issue= 7|pages= e25–76|doi=10.1093/cid/cir531}}</ref>
=== ଜୀବାଣୁ ଜନିତ ===
ଜୀବାଣୁ ଜନିତ ନିମୋନିଆର ଚିକିତ୍ସା ଫଳକୁ ଆଣ୍ଟିବୟୋଟିକ ବହୁତ ଉନ୍ନତ କରିଛି । ବିଭିନ୍ନ ଆଣ୍ଟିବାୟୋଟିକ ବିଭିନ୍ନ ପରିସ୍ଥିତି ଅନୁଯାୟୀ ଦିଆଯାଏ ଯଥା: ବୟସ, ସ୍ଵାସ୍ଥ୍ୟ ଓ ରୋଗ ଗ୍ରହଣ ସ୍ଥାନ । ଇଂଲଣ୍ଡରେ ଗୋଷ୍ଠିଗତ ରୋଗରେ ପ୍ରଥମ ଧାଡି ଚିକିତ୍ସା ରୁପେ ଆମୋକ୍ସିସିଲିନ୍ ସହ ଡକ୍ସିସାଇକ୍ଲିନ୍ ବା କ୍ଲାରିଥ୍ରୋମାଇସିନ ଦିଆଯାଏ । ଉତ୍ତର ଆମେରିକାରେ ଅଣଗତାନୁଗତିକ ଗୋଷ୍ଠିଗତ ନିମୋନିଆ ଦେଖାଯାଏ । ଏଥି ନିମନ୍ତେ ଆମୋକ୍ସିସିଲିନ୍ ବଦଳରେ ଯୁବକମାନଙ୍କୁ ଆଜିଥ୍ରୋମାଇସିନ କିମ୍ଵା ଏରିଥ୍ରୋମାଇସିନ୍ ସହ ଡକ୍ସିସାଇକ୍ଲିନ ଦିଆଯାଉଛି ।<ref name=Lutfiyya>{{cite journal |author=Lutfiyya MN | coauthors = Henley E, Chang LF, Reyburn SW |title=Diagnosis and treatment of community-acquired pneumonia |journal=Am Fam Physician |volume=73 |issue=3 |pages=442–50 |year=2006 |month=February |pmid=16477891 |url=http://www.aafp.org/afp/2006/0201/p442.pdf |format=PDF}}</ref> ପିଲାମାନଙ୍କର ମୃଦୁ ବା ମଧ୍ୟମ ଧରଣର ନିମୋନିଆ ହୋଇଥିଲେ ଆମୋକ୍ସିସିଲିନ୍ ପ୍ରଥମ ଧାଡି ଚିକିତ୍ସା ରୁପେ ଦିଆଯାଏ । ଜଟୀଳତା ବିହୀନ ରୋଗରେ ଆନୁସଙ୍ଗିକ ଅବାଞ୍ଛିତ ପ୍ରତିକ୍ରିୟା ଯୋଗୁ ଫ୍ଲୋରୋକୁଇନୋଲିନ୍ ଦିଆ ଯାଉ ନାହିଁ ।<ref name=EOP10/><ref>{{cite journal|last=Eliakim-Raz|first=N|coauthors=Robenshtok, E; Shefet, D; Gafter-Gvili, A; Vidal, L; Paul, M; Leibovici, L|title=Empiric antibiotic coverage of atypical pathogens for community-acquired pneumonia in hospitalized adults|journal=Cochrane database of systematic reviews |date=12 September 2012 |volume=9|pages=CD004418|pmid=22972070|doi=10.1002/14651858.CD004418.pub4|editor1-last=Eliakim-Raz|editor1-first=Noa}}</ref> ସାଧାରଣତଃ ୧୦ ଦିନ ଔଷଧ ଦିଆଯାଉ ଥିଲେ ମଧ୍ୟ ୩ରୁ ୫ ଦିନର ଚିକିତ୍ସାରେ ମଧ୍ୟ ଉପକାର ମିଳୁଛି । ଡାକ୍ତରଖାନାରୁ ସଂକ୍ରମିତ ରୋଗ ନିମନ୍ତେ ଚତୁର୍ଥ ପିଢି ସେଫାଲୋସ୍ପୋରିନ, ଫ୍ଲୋରୋକୁଇନୋଲୋନ୍, ଆମିନୋଗ୍ଲାଇକୋସାଇଡ୍ ଓ ଭାଙ୍କୋମାଇସିନ ଦିଆଯାଉଛି ।<ref name=HAPGuideline>{{cite journal |author=[[American Thoracic Society]]; [[Infectious Diseases Society of America]] |title=Guidelines for the management of adults with hospital-acquired, ventilator-associated, and healthcare-associated pneumonia |journal=Am J Respir Crit Care Med |volume=171 |issue=4 |pages=388–416 |year=2005 |month=February |pmid=15699079 |doi=10.1164/rccm.200405-644ST}}</ref> ଏହି ଔଷଧ ଶିରା ମାଧ୍ୟମରେ ଦିଆଯାଏ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତରଖାନାରେ ୯୦% ରୋଗ ପ୍ରାରମ୍ଭିକ ଆଣ୍ଟିବାୟୋଟିକ୍ ଦ୍ଵାରାଆଣ୍ଟିବାୟୋଟିକ୍ଦ୍ଵାରା ଭଲ ହୋଇଯାଆନ୍ତି ।
=== ଭୁତାଣୁ ଜନିତ ===
ଇନ୍ଫ୍ଲୁଏଞ୍ଜା ଏ ଓ ବି ଭୁତାଣୁ ଦ୍ଵାରାଭୁତାଣୁଦ୍ଵାରା ହେଉଥିବା ନିମୋନିଆ ନିମନ୍ତେ ନିୟୁରାମିନିଡେଜ୍ ଇନହିବିଟର ଜାତୀୟ ଔଷଧ ଦିଆଯାଏ । ଗୋଷ୍ଟିଗତ ନିମୋନିଆ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧର ଉପଦେଶ ଦିଆଯାଉ ନାହିଁ । ଇନ୍ଫ୍ଲୁଏଞ୍ଜା ଏ ନିମନ୍ତେ ରିମାଟିଡିନ୍ ଓ ଆମାଟିଡିନ୍ ଦିଆଯାଏ ଓ ଉଭୟ ଏ ଓ ବି ନିମନ୍ତେ ଓସେଲ୍ଟାମିଭିର୍, ଜାନାମିଭିର୍ କିମ୍ଵା ପେରାମିଭିର ଦିଆଯାଏ । ରୋଗ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଗଲେ ବହୁତ ଉପକାର ମିଳେ । ଆଭିଆନ୍ ଇନ୍‌ଫ୍ଲୁଏଞ୍ଜା ବା "ବାର୍ଡ ଫ୍ଲୁ", ରିମାଟିଡିନ୍ ଓ ଆମାଟିଡିନ୍ ଔଷଧ ପ୍ରତିରୋଧ ଦେଖାଏ । ସମ ସାମୟିକ ଜୀବାଣୁ ସଂକ୍ରମଣର ସମ୍ଭାବନାକୁ ଏଡେଇ ଦେବା ଅସମ୍ଭବ ହେତୁ ଆଣ୍ଟିବାୟୋଟିକ୍ ଦିଆଯାଏ । ବ୍ରିଟିସ୍ ଥୋରାସିକ୍ ସୋସାଇଟି କମ୍ ମାତ୍ରାର ରୋଗରେ ଆଣ୍ଟିବାୟୋଟିକ ଦେବାକୁ ବାରଣ କରନ୍ତି ।
=== ଶୋଷଣ ===
(Aspiration)
ଆସ୍ପିରେସନ୍ ପରବର୍ତ୍ତୀ ନିମୋନିଆରେ କେଉଁ ଜୀବାଣୁ ଓ କେଉଁ ପରିସ୍ଥିତିରେ ଜୀବାଣୁ ଆସିଛି ସେ ସବୁର ସମୀକ୍ଷା କରି ଔଷଧ ଦିଆଯାଏ । କ୍ଲିଣ୍ଡାମାଇସିନ୍, ଆମିନୋଗ୍ଲାଇକୋସାଇଡ କିମ୍ଵା ବିଟାଲାକ୍ଟାମ୍ ଆଣ୍ଟିବାୟୋଟିକ୍ ଓ ମେଟ୍ରୋନିଡାଜଲ୍ ଦ୍ଵୟ ଦିଆଯାଏ । କର୍ଟିକୋସ୍ଟିରଏଡ ଦିଆଯାଏ କିନ୍ତୁ ଏହାର ସୀମିତ ଉପକାରୀତା ଅଛି ।
== ପୂର୍ବାନୁମାନ ==
ଅଧିକାଂଶ ଧରଣର ନିମୋନିଆ ଚିକିତ୍ସା ଦ୍ଵାରାଚିକିତ୍ସାଦ୍ଵାରା ୩ରୁ ୬ ଦିନ ମଧ୍ୟରେ ଉନ୍ନତି କରନ୍ତି । ଚାରି ସପ୍ତାହ ମଧ୍ୟରେ ଏକ୍ସ-ରେ ଚିତ୍ର ପୁର୍ବାବସ୍ଥାକୁ ଫେରି ଆସେ ଓ ମୃତ୍ୟୁ ହାର ୧ %ରୁ କମ ରହେ । ବୟସ୍କ ଲୋକ ଓ ପୂର୍ବରୁ ଅନ୍ୟ କିଛି ଫୁସ୍‌ଫୁସ୍ ଅସୁବିଧା ଥିଲେ ଭଲ ହେବାକୁ ୧୨ ସପ୍ତାହ ଲାଗେ । ଡାକ୍ତରଖାନାରେ ଆଡ୍‌ମିଶନ୍ ହୋଇଥିବା ଲୋକଙ୍କର ମୃତ୍ୟୁ ହାର ୧୦ % ହେଲେ ଇଣ୍ଟେନ୍‌ସିଭ କେୟାରରେ ଥିବା ଲୋକଙ୍କର ମୃତ୍ୟୁ ହାର ୩୦ରୁ ୫୦ % ହୁଏ ।
ଆଗରୁ ଅନ୍ୟ ଫୁସ୍‌ଫୁସ୍ ରୋଗ ଥିଲେ ବା ବୟସ୍କ ଲୋକ ହୋଇଥିଲେ ଜଟୀଳତା ବହୁତ ଅଧିକ ହୁଏ ।
=== ପୂର୍ବାନୁମାନର ନିୟମ ===
୧୪୫ କ ଧାଡ଼ି:
=== ପ୍ଲୁରାଲ୍ ଇଫ୍ୟୁଜନ୍, ଏମ୍ପାଇମା, ଆବସେସ୍ ===
[[ଫାଇଲ:Pleural effusion.jpg|thumb|right|alt=An X-ray showing a chest lying horizontal. The lower black area which is the right lung is smaller with a whiter area below it of a pulmonary effusion. There are red arrows marking the size of these.|ଏକ୍ସ-ରେ ଚିତ୍ରରେ ଦେଖାଯାଉଥିବା[[ପ୍ଲୁରା ଏଫ୍ୟୁଜନ୍]]: A ତୀର ଛାତିରେ ଥିବା ତରଳ ପଦାର୍ଥ ସ୍ତର ଦର୍ଶାଉଛି । B ତୀର ଫୁସ୍‌ଫୁସ୍‌ର ଓସାର ଦର୍ଶାଉଛି । ପ୍ଲୁରାରେ ତରଳ ପଦାର୍ଥ ଜମିଥିବା ଯୋଗୁ ଫୁସ୍‌ଫୁସ୍ ଆକାର କମି ଯାଇଛି । ]]
ଫୁସ୍‌ଫୁସ୍ ଚାରି ପାଖରେ ଘେରି ରହିଥିବା ପ୍ଲୁରା ମଧ୍ୟରେ ତରଳ ପଦାର୍ଥ ଜମି ଯାଇ ପାରେ । ବେଳେ ବେଳେ ଏହି ପଦାର୍ଥ ଜୀବାଣୁ ଦ୍ଵାରାଜୀବାଣୁଦ୍ଵାରା ସଂକ୍ରମିତ ହୋଇ ପୂଜ ହୋଇ ଗଲେ ତାହାକୁ ଏମ୍ପାଇମା କହନ୍ତି । ପାରାନିମୋନିକ୍ ଇଫ୍ୟୁଜନ ଓ ଏମ୍ପାଇମା ଦ୍ଵୟର ପାର୍ଥକ୍ୟ ଜାଣିବା ନିମନ୍ତେ ଛୁଞ୍ଚି ଦ୍ଵାରାଛୁଞ୍ଚିଦ୍ଵାରା ତାହାକୁ କାଢି ପରୀକ୍ଷା କରାଯାଏ । ଏମ୍ପାଇମା ଥିଲେ ତାହାକୁ ନିଷ୍କାସନ କରିବା ଦରକାର ହୁଏ । ନିଷ୍କାସନ ନ କଲେ ଆଣ୍ଟିବାୟୋଟିକ ପ୍ଲୁରାଲ୍ କ୍ୟାଭିଟି ଭିତରେ ପହଞ୍ଚି ପାରିବ ନାହିଁ । ପୂଜ ନ ଥିଲେ ଜଦି ଚିକିତ୍ସା ଦ୍ଵାରାଚିକିତ୍ସାଦ୍ଵାରା ଏହର ଆକାର ନ କମେ ତାହା ହେଲେ ନିଷାସନ ଆବଶ୍ୟକ ହୁଏ ।
କ୍ଵଚିତ ଏହି ଜୀବାଣୁ ଫୁସ୍‌ଫୁସ୍‌ରେ ଛୋଟ ଥଳୀ ତିଆରି କରନ୍ତି ଯାହାକୁ ଆବସେସ୍(Lung abcess) କହନ୍ତି । ଏହା ଦେଖିବା ନିମନ୍ତେ ଏକ୍ସ୍-ରେ ବା ସି.ଟି. ସ୍କାନ ଦରକାର ହୁଏ । ଆସ୍ପିରେସନ୍ ନିମୋନିଆରେ ଏହା ଅଧିକ ହୁଏ । ବହୁତ ଦିନ ଧରି ଏହା ନିମନ୍ତେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ । ବେଳେ ବେଳେ ସର୍ଜନ୍ ଏହାର ନିଷ୍କାସନ କରନ୍ତି ।
=== ବିଫଳ ଶ୍ଵାସକୀୟ ଓ ରକ୍ତ ସଞ୍ଚାଳନ ===
୧୭୨ କ ଧାଡ଼ି:
ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୪୫୦ ନିୟୁତ ଲୋକ ନିମୋନିଆ ରୋଗରେ ଆକ୍ରାନ୍ତ ହୁଅନ୍ତି । ସବୁ ବୟଷର ଲୋକ ଆକ୍ରାନ୍ତ ହୋଇ ବର୍ଷକୁ ପ୍ରାୟ ୪ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ମୃତ୍ୟୁ ହାର ଶିଶୁ ଓ ବୟଷ୍କ ଲୋକଙ୍କର ଅଧିକ(୭ %) ହୁଏ । ବିକାଶଶୀଳ ଦେଶମାନଙ୍କରେ ବିକଶିତ ଦେଶମାନଙ୍କ ଅପେକ୍ଷା ୫ଗୁଣ ଅଧିକ ମୃତ୍ୟୁ ହୁଏ । ଭୁତାଣୁ ଜନିତ ନିମୋନିଆ ୨୦୦ ନିୟୁତ ଲୋକଙ୍କୁ ହୁଏ । ଆମେରିକାରେ ୨୦୦୯ ମସିହାରେ ଏହି ରୋଗ ମୃତ୍ୟୁ ତାଲିକାରେ ନବମ ସ୍ଥାନ ଅଧିକାର କରିଥିଲା ।
=== ଶିଶୁ ===
୨୦୦୮ ମସିହାରେ ୧୫୬ ନିୟୁତ ଲୋକଙ୍କୁ ନିମୋନିଆ ଆକ୍ରମଣ କରିଥିଲା ଓ ତନ୍ମଧ୍ୟରୁ ୧୫୬ ନିୟୁତ କେବଳ ବିକଶିତ ରାଷ୍ଟ୍ରରେ ହୋଇଥିଲା । ଅଧିକ ରୋଗ ହେଉଥିବା ଦେଶମାନଙ୍କର ନାମ ଭାରତ,(୪୩ ନିୟୁତ), ଚୀନ ଓ ପାକିସ୍ଥାନ । ନବଜାତ ଶିଶୁମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ଶିଶୁମାନଙ୍କ ମଧ୍ୟରେ ପ୍ରତି ୩ଜଣରେ ଜଣେ ନିମୋନିଆ ଯୋଗୁ ମୃତ୍ୟୁ ବରଣ କରେ । ପ୍ରାୟ ଅଧା ରୋଗ ଟିକା ଦ୍ଵାରାଟିକାଦ୍ଵାରା ନିବାରଣ କରି ହେବ ।
== ଇତିହାସ ==
[[ଫାଇଲ:WPA Pneumonia Poster.jpg|thumb|alt=A poster with a shark in the middle of it which reads "Pneumonia Strikes Like a Man Eating Shark Led by its Pilot Fish the Common Cold"|left|[[Works Progress Administration|WPA]] ପୋଷ୍ଟରରେ 'ନିମୋନିଆ ଏକ ମଣିଷମରା ସାର୍କ' ଲେଖାଯାଇଛି, ୧୯୩୬/୧୯୩୭]]
ମାନବ ଇତିହାସରେ ନିମୋନିଆ ଗୋଟିଏ ସାଧାରଣ ରୋଗ<ref name=History03>{{cite book|last=al.]|first=Ralph D. Feigin ... [et|title=Textbook of pediatric infectious diseases|year=2003|publisher=W. B. Saunders|location=Philadelphia|isbn=978-0-7216-9329-3|page=299|edition=5th|url=http://books.google.com/books?id=G6k0tpPMRsIC&pg=PA299}}</ref> । ହିପୋକ୍ରେଟଙ୍କ(ଖ୍ରୀ.ପୂ. ୪୬୦ରୁ ଖ୍ରୀ.ପୂ. ୩୭୦) ଲିଖିତ ଲକ୍ଷଣ: "ପେରିନିମୋନିଆ ଓ ପ୍ଲୁରା ରୋଗ ଏହି ଭଳି ଲକ୍ଷ କରିବା କଥା: ଯଦି ଜ୍ଵର ତୀବ୍ର ଅଛି, ଯନ୍ତ୍ରଣା ଗୋଟିଏ ପଟରେ ବା ଉଭୟ ପାଖରେ ହେଉଛି, ଯଦି କାଶ ହେଉଛି, କଫ ମାଟିଆ ରଙ୍ଗ ହେଉଛି, ଫେଣ ଯୁକ୍ତ ହେଉଛି । ଯଦି ଶ୍ଵାସ କ୍ରିୟାରେ କଷ୍ଟ ହେଉଛି, ଝାଡା ହେଉନାହିଁ, ପରିସ୍ରା ପତଳା ହେଉଛି, ଝାଳ ବୋହୁଛି ତାହା ହେଲେ ଏହି ରୋଗ ଭଲ ହେବା ସମ୍ଭାବନା କମ ଅଛି"।<ref name=hippo>Hippocrates ''On Acute Diseases'' [[s:On Regimen in Acute Diseases|wikisource link]]</ref>
ଏମ୍ପାଇମା ହୋଇଥିଲେ ପୂଜ ନିଷ୍କାସନ କରିବା କଥା ଲେଖିଥିଲେ । ମେମୋନିଡେସ୍ ଲେଖିଥିଲେ: ତୀବ୍ର ଜର, ପ୍ଲୁରା ଯନ୍ତ୍ରଣା, ଛୋଟ ଓ ଦୃତ ଶ୍ଵାସ କ୍ରିୟା, ନାଡି ଦନ୍ତୁରିତ ଓ କାଶ,<ref name=maimo>Maimonides, ''Fusul Musa'' ("''Pirkei Moshe''").</ref> ଏହି ସମସ୍ତ ନିମୋନିଆର ଲକ୍ଷଣ । ପୁରୁଣା ଲୋକମାନେ ନିମୋନିଆ ରୋଗ ବିଷୟରେ ଜାଣିଥିବା କଥା ହିପୋକ୍ରେଟ ଲେଖିଥିଲେ । ସେତେବେଳେ ଲେଖିଥିବା ଲକ୍ଷଣ ସମୂହ ଆଜିକାଲିର ବର୍ଣ୍ଣନା ସହ ମିଶିଯାଉଛି ।
୧୮୭୫ ମସିହାରେ ଏଡ୍‌ଵିନ୍ କ୍ଲେବ୍ ପ୍ରଥମେ ମୃତ ନିମୋନିଆ ରୋଗୀର ଶ୍ଵାସ ନଳୀରେ ଜୀବାଣୁ ଥିବା ଲକ୍ଷ କରିଥିଲେ ।<ref name=klebs>{{cite journal |author=Klebs E |title=Beiträge zur Kenntniss der pathogenen Schistomyceten. VII Die Monadinen |journal=Arch. Exptl. Pathol. Parmakol. |volume=4 |issue=5/6 |pages=40–488 |date=1875-12-10}}</ref> କାର୍ଲ୍ ଫ୍ରିଏଡ୍‌ଲାଣ୍ଡର(୧୮୮୨)<ref name=fried>{{cite journal |author=Friedländer C |title=Über die Schizomyceten bei der acuten fibrösen Pneumonie |journal=Virchow's Arch pathol. Anat. U. Physiol. |volume=87 |issue=2 |pages=319–324 |date=1882-02-04 |doi=10.1007/BF01880516}}</ref> ଓ ଆଲ୍‌ବର୍ଟ ଫ୍ରାଙ୍କେଲ୍(୧୮୮୪)<ref name=fraenkel>{{cite journal |author=Fraenkel A |title=Über die genuine Pneumonie, Verhandlungen des Congress für innere Medicin |journal=Dritter Congress |volume=3 |pages=17–31 |date=1884-04-21}}</ref> ଯଥାକ୍ରମେ ପ୍ରଥମେ କ୍ଲେବସିଲା ଓ ସ୍ଟ୍ରେପ୍ଟୋକୋକସ୍ ଜୀବାଣୁ ଚିହ୍ନି ଥିଲେ । ଫ୍ରିଏଡ୍‌ଲାଣ୍ଡର ପ୍ରଥମେ ଗ୍ରାମ ସ୍ଟେନ୍ ପ୍ରଚଳନ କରିଥିଲେ । କ୍ରିସ୍ଟିଆନ୍ ଗ୍ରାମ୍ ପ୍ରଥମେ ଏହି ସ୍ଟେନ୍ ଦ୍ଵାରାସ୍ଟେନ୍ଦ୍ଵାରା ଜୀବାଣୁ ପୃଥକୀକରଣ କରିଥିଲେ ଓ ଦେଖେଇ ଥିଲେ ନିମୋନିଆ ଏକାଧିକ ଜୀବାଣୁ ଦ୍ଵାରାଜୀବାଣୁଦ୍ଵାରା ହୋଇପାରେ ।<ref name=gram>{{cite journal |author=Gram C |title=Über die isolierte Färbung der Schizomyceten in Schnitt- und Trocken-präparaten |journal=Fortschr. Med |volume=2 |issue=6 |pages=185–9 |date=1884-03-15}}</ref>
ଆଧୁନିକ ଭେଷଜ ବିଜ୍ଞାନର ପିତା ରୁପେ ପରିଚିତ ସାର ଉଇଲିଅମ୍ ଓସ୍‌ଲର୍ ୧୯୧୮ ମସିହାରେ ନିମୋନିଆକୁ ମୃତ୍ୟୁ ମାନବମାନଙ୍କର କ୍ୟାପଟେନ ନାମରେ ଅଭିହିତ କରିଥିଲେ । ଏହାକୁ ସେ ବୃଦ୍ଧମାନଙ୍କର ସାଙ୍ଗ ନାମ ଦେଇଥିଲେ କାରଣ ଲୋକମାନେ କଷ୍ଟ ବିହୀନ ଚଞ୍ଚଳ ମୃତ୍ୟୁ ଲାଭ କରୁଥିଲେ ।
ବିଂଶ ଶତାବ୍ଦିରେ ପେନିସିଲିନ ଓ ଅନ୍ୟାନ୍ୟ ଆଣ୍ଟିବାୟୋଟିକର ଆବିଷ୍କାର, ଅପରେଶନ, ଇଣ୍ଟେନ୍‌ସିଭ କେୟାର ଇତ୍ୟାଦିର ପ୍ରଚଳନ ପରେ ନିମୋନିଆ ଚିକିତ୍ସାର ଫଳାଫଳରେ ପରିବର୍ତ୍ତନ ଦେଖାଗଲା । ଟିକା ଉଦ୍ଭାବନ ପରେ ମଧ୍ୟ ନିମୋନିଆର ହାର ଆହୁରି କମିଗଲା ।
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି