"ଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ Regular Character Changes
୫୪୯ କ ଧାଡ଼ି:
 
== ଚାଷ ପ୍ରଣାଳୀ ==
ଏହି ଶସ୍ୟଟିକୁ ସାଧାରଣତଃ ବର୍ଷାଦିନେ ଚାଷ କରାଯାଏ ଓ ଶୀତରୁତୁରେ ଅମଳ କରାଯାଏ । [[ଭାରତ]]ରେ ଚାଷ ଜମିଗୁଡିକୁ ଭାଗ ଭାଗ କରି ଏହାକୁ ଚାଷ କରାଯାଏ । ଧାନ ଫସଲରେ ଖାଦ୍ୟ ସାରର ସୁପରିଚାଳନା ଦ୍ଵାରାସୁପରିଚାଳନାଦ୍ଵାରା ଅଧିକ ଅମଳ ମିଳେ ଓ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୁଏ। ସଠିକ ସମୟରେ ଏହି ସାରର ପ୍ରୟୋଗ ଦ୍ଵାରାପ୍ରୟୋଗଦ୍ଵାରା ଧାନରେ ଅଧିକ ଅମଳ ମିଳିଥାଏ। ସାରର ମାତ୍ରା ତଥା ପ୍ରୟୋଗର ସମୟ ଧାନରେ ଅମଳକୁ ପ୍ରଭାବିତ କରେ। ଧାନ ପାଇଁ ଆବଶ୍ୟକ ମୁଖ୍ୟ ଖାଦ୍ୟ ସାର ଗୁଡିକ ହେଲା : ଯବକ୍ଷାରଜାନ, ଫସଫୋରସ, ପୋଟାସ, ଜିଙ୍କ ଓ ସଲଫର।
 
ମଞ୍ଜି ଠାରୁ ବିଭିନ୍ନ ଅଭିବୃଦ୍ଧି ଅବସ୍ଥାରେ ଧାନର ସାରର ଆବଶ୍ୟକତା ଭିନ୍ନ ଏବଂ ପ୍ରତି ସମୟରେ ଏହି ଖାଦ୍ୟସାର ଧାନର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରୁଥିବା ଦରକାର । ଅଙ୍କୁରୋଦଗମ ଠାରୁ ତଳି ପ୍ରସ୍ତୁତି ପର୍ଯ୍ୟନ୍ତ କିମ୍ବା ବୁଣା ଧାନରେ ୨ ସପ୍ତାହ ପର୍ଯ୍ୟନ୍ତ ଧାନର ଅଭିବୃଦ୍ଧି ଅତି ଧୀର ଗତିରେ ହୁଏ। ତେଣୁ ସେତେବେଳେ ଏହାକୁ କମ୍ ଖାଦ୍ୟସାର ଦରକାର ହୁଏ । ଏହି ଅବସ୍ଥାରେ ଫସଫୋରସ, ପୋଟାସ ଏବଂ ସଲଫର ହେଉଛି ମୁଖ୍ୟ ଖାଦ୍ୟସାର । କିନ୍ତୁ, ଯବକ୍ଷାରଜାନର ପ୍ରୟୋଗ ଏହି ସମୟରେ ବହୁତ କମ ହେବା ଉଚିତ । ପ୍ରାରମ୍ଭିକ ବୃଦ୍ଧି ସମୟରେ ଧାନକୁ ସୁଷମ ଖାଦ୍ୟସାର ଦରକାର ହୁଏ। ପୁରା ଫସଫୋରସର ମାତ୍ରା ଏହି ଅବସ୍ଥାରେ ହିଁ ପ୍ରୟୋଗ କରାଯିବ ଦରକାର । ଏହା ଧାନ ଗଛର ଚେରକୁ ମଜବୁତ କରିଥାଏ ଏବଂ ଗଛକୁ ସୁସ୍ଥ ସବଳ ହୋଇ ବଢିବାରେ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ଧାନର ପିଲ ବାହାରେ , ସେତେବେଳେ ଏହାକୁ ଅଧିକ ଖାଦ୍ୟସାର ଦରକାର ହୁଏ ଓ ଅଧିକ ଯବକ୍ଷାରଯାନ ଦରକାର ହୁଏ। ସେହିପରି କେଣ୍ଡା ବାହାରିବା ସମୟରେ ଯବକ୍ଷାରାଜାନର ପ୍ରୟୋଗ ନିତାନ୍ତ ଆବଶ୍ୟକ। ଏହା ଦ୍ଵାରାଏହାଦ୍ଵାରା ଅଧିକ କେଣ୍ଡା ବାହାରେ ଯାହା ଅଧିକ ଅମଳ ଦେଇଥାଏ।<ref>http://rkb.irri.org/rkb/ssnm</ref>
== ଉତ୍ପାଦିତ ଖାଦ୍ୟ ==
ଏଥିରୁ ଉତ୍ପାଦିତ ଖାଦ୍ୟ (ସାଧାରଣତଃ ଓଡ଼ିଶାରେ ମିଳୁଥିବା ଓ ତିଆରି କରାଯାଉଥିବା) [[ଚାଉଳ]], [[ଚୁଡ଼ା]], [[ମୁଢ଼ି]], [[ଲିଆ]]। ଓଡ଼ିଶାରେ ଏହାକୁ ପୂଜାସମଗ୍ରୀ ରୂପେ ମଧ୍ୟ ବ୍ୟବହାର କରାଯାଏ।
"https://or.wikipedia.org/wiki/ଧାନ"ରୁ ଅଣାଯାଇଅଛି