"ଜୟଦ୍ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ no summary specified
ଟିକେ Regular Character Changes
୧ କ ଧାଡ଼ି:
 
{{delete}}[[ଫାଇଲ:Death_of_Jayadratha.jpg|thumb|300x300_ପିକସେଲ|ଅର୍ଜୁନଙ୍କ ପଶୁପତସ୍ତ୍ର ଦ୍ଵାରାପଶୁପତସ୍ତ୍ରଦ୍ଵାରା  ଜୟଦ୍ରଥ ବଧ ]]
ଭାରତର କିମ୍ବଦନ୍ତୀ କଥା [[ମହାଭାରତ]]ରେ ଜୟଦ୍ରଥ ଜଣେ ଚର୍ଚିତ ଚରିତ୍ର । କଥାନୁସାରେ ସେ ତତ୍କାଳୀନ ସିନ୍ଧୁ ସାମ୍ରାଜ୍ୟର ରାଜା ଥିଲେ । ୧୦୦ କୌରବ ଭାଇ ମାନଙ୍କ ଏକମାତ୍ର ଭଗିନୀ ଦୁଶାଳାଙ୍କୁ ସେ ବିବାହ କରିଥିଲେ । '''
 
୧୨ କ ଧାଡ଼ି:
 
== ଭଗବାନ ଶିବଙ୍କ ପ୍ରଥମ ଆଶୀର୍ବାଦ ==
ପାଣ୍ଡବ ମାନଙ୍କ ଠାରୁ ପାଇଥିବା ଏହି ଅପମାନର ପ୍ରତିଶୋଧ ନେବା ପାଇଁ ଜୟଦ୍ରଥ ସର୍ବଦା ଉଦ୍ୟମ ରତ ଥିଲେ । ସେ ଭଗବାନ ଶିବଙ୍କୁ କଠୋର ତପସ୍ୟା ମାଧ୍ୟମରେ ସନ୍ତୁଷ୍ଟ କରି ତାଙ୍କ ପାଖରୁ ପାଣ୍ଡବ ମାନଙ୍କୁ ପରାସ୍ତ କରିବାର ବର ମାଗିଲେ । କିନ୍ତୁ ଶିବ ତାଙ୍କୁ ସେ ବର ନ ଦେଇ ତାଙ୍କୁ ପାଣ୍ଡବ ଶକ୍ତି ଦ୍ଵାରାଶକ୍ତିଦ୍ଵାରା ପରାଜିତ ନ ହେବାର ବର ପ୍ରଦାନ କଲେ । କିନ୍ତୁ ସେ ଜୟଦ୍ରଥଙ୍କୁ କହିଲେ କେବଳ ଅର୍ଜୁନ  ଙ୍କ ହିଁ ତାଙ୍କୁ ମାରି ପାରିବାର ଶକ୍ତି ରହିବ । 
 
== ତାଙ୍କ ପିତାଙ୍କ ଠୁ ଆଶୀର୍ବାଦ  ==
୧୮ କ ଧାଡ଼ି:
 
== କୁରୁଷେତ୍ର ଯୁଦ୍ଧ ରେ ==
କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଜୟଦ୍ରଥ ସ୍ଵାଭାବିକ ଭାବରେ କୌରବ ମାନଙ୍କ ସହ ଯୋଗ ଦେଇ ପାଣ୍ଡବ ସେନାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ଦ୍ରୋଣଚାର୍ଜ୍ୟଙ୍କ ଦ୍ଵାରାଦ୍ରୋଣଚାର୍ଜ୍ୟଙ୍କଦ୍ଵାରା ପ୍ରଣିତ ଚକ୍ରବୁହ୍ୟ ରଚନାରେ ଜୟଦ୍ରଥ ନେତୃତ୍ଵ ନେଇ ପାଣ୍ଡବ ମାନଙ୍କୁ ଅସୁବିଧାରେ ପକେଇଲେ । କେହି ପାଣ୍ଡବ ସେ ଚକ୍ରବୁହ୍ୟ ଭେଦ କରିବାରେ ସମର୍ଥ ନ ହେବାରୁ ଅର୍ଜୁନଙ୍କ ପୁତ୍ର ବାଳକ ଅଭିମନ୍ୟୁ ଅଲୌକିକ ଶକ୍ତି ବଳରେ ସେହି ଚକ୍ରବୁହ୍ୟ ଭେଦ କରିବାକୁ ସମର୍ଥ ହେଲେ । କିନ୍ତୁ ସେ ଚକ୍ରବୁହ୍ୟ ଭିତରେ କୌରବ ମାନଙ୍କୁ ପରାସ୍ତ କଲା ପରେ ବାହାରକୁ ଆସିବାର କୌଶଳ ଶିଖି ନଥିବାରୁ ବାହାରି ପାରିଲେ ନାହି । ତେଣୁ ସେ ଅନ୍ୟତ୍ର ଯୁଦ୍ଧରେ ମଗ୍ନ ଥିବା ଅନ୍ୟ ପାଣ୍ଡବ ମାନଙ୍କ ଠାରୁ ଅଲଗା ହେଇଗଲେ । ଏକାକୀ ଅଭିମନ୍ୟୁ କୌରବ ମାନଙ୍କ ସମ୍ମିଳିତ ଆକ୍ରମଣରେ ବର୍ବର ଭାବେ ନିହତ ହେଲେ । 
 
ପାଣ୍ଡବ ମାନେ ଅଭିମନ୍ୟୁଙ୍କୁ ଉଦ୍ଧାର କରିବାକୁ   ଭିତରକୁ ଯିବାର ଯେତେ ଉଦ୍ୟମ କଲେ ମଧ୍ୟ ଜୟଦ୍ରଥ ଶିବଙ୍କ ଠାରୁ ପାଇଥିବା ବର ବଳରେ ସମସ୍ତ ପାଣ୍ଡବ ଶକ୍ତିଙ୍କୁ ଅଟକେଇ ରଖିବାରେ ସମର୍ଥ ହେଇଥିଲେ । ଅର୍ଜୁନ ଅଭିମନ୍ୟୁଙ୍କ ମୃତ୍ୟୁର କାରଣ ଜୟଦ୍ରଥ ବୋଲି ଜାଣି ତାଙ୍କୁ ନିହତ କରିବାର ଶପଥ ନେଲେ । ଆର ଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଜୟଦ୍ରଥଙ୍କୁ ନିହତ କରିବାକୁ ଅର୍ଜୁନ ତାଙ୍କର ପ୍ରତିଙ୍ଗ୍ୟା କଲେ , ନ ପାରିଲେ ନିଜେ ମଶାଣି ଶିଖାରେ ଆତ୍ମାହୁତି ଦେବି ବୋଲି କହିଲେ । ୧୪ ଶ ଦିନର ଯୁଦ୍ଧ ଏହା ଉପରେ ପର୍ଜ୍ୟବେଶିତ ହେଲା । 
୨୬ କ ଧାଡ଼ି:
ପରଦିନ ଭୀମ, ସାତ୍ୟକି ଓ ଅର୍ଜୁନ କୌରବ ସେନାକୁ ଭେଦ କରି ଭୀଷଣ ଯୁଦ୍ଧରେ ବ୍ୟସ୍ତ ରହିଲେ ଭି ସୂର୍ଯ୍ୟ ଅସ୍ତ ହେବାର କିଛି ସମୟ ଆଗ ଯାଏ ଅର୍ଜୁନ ଜୟଦ୍ରଥଙ୍କ ନିକଟକୁ ପହଞ୍ଚି ପାରିନଥିଲେ । ସାରା କୌରବ ସେନା ଜୟଦ୍ରଥଙ୍କୁ କବଚ ପରି ଘେରି ସୁରକ୍ଷ୍ୟା ଦଉଥିଲେ । ଏହି ସମୟରେ ଶ୍ରୀକୃଷ୍ଣ ତାଙ୍କର କୂଟନୀତି ଆରମ୍ଭ କରିଥିଲେ । ସେ ତାଙ୍କର ସୁଦର୍ଶନ ଚକ୍ରକୁ ସୂର୍ଯ୍ୟଙ୍କୁ ଘୋଡେଇ ସନ୍ଧ୍ୟା ହେଇଯାଇଥିବାର ଭ୍ରମ ସୃଷ୍ଟି କରିବାକୁ ଆଦେଶ ଦେଲେ । ସନ୍ଧ୍ୟା ପରେ ଯୁଦ୍ଧ ନ କରିବାର ପରମ୍ପରା ଥିବା ଯୋଗୁ କୌରବ ସେନା ଜୟଦ୍ରଥଙ୍କୁ ରଷ୍ୟା କରିପାରିଛୁ ଭାବି ଆନନ୍ଦାରେ କୋଳାହଳ କଲେ ଓ ଅର୍ଜୁନ ଆତ୍ମଦାହ କରିବେ ବୋଲି ଭାବିଲେ । ଏହି ସମୟରେ ହଠାତ ସୁଦର୍ଶନ ଚକ୍ର ସୂର୍ଯ୍ୟଙ୍କୁ ଅନାବରଣ କଲେ ଓ ସେହି ସୁଯୋଗରେ ଅର୍ଜୁନ ଜୟଦ୍ରଥଙ୍କୁ ବଧ କଲେ । ଅର୍ଜୁନଙ୍କ ଅସ୍ତ୍ର ଆନ୍ଧାସ୍ତ୍ର ଜୟଦ୍ରଥଙ୍କ ସିର ଛେଦନ କରି ତାକୁ ଅରଣ୍ୟରେ ଥିବା ଜୟଦ୍ରଥଙ୍କ ପିତାଙ୍କ କୋଳରେ ପକେଇ ଦେଲା । ତପସ୍ୟା ରତ  ବୃଦ୍ଧକ୍ଷତ୍ର ହଠତ୍ ଉଠିପଡିବାରୁ ଜୟଦ୍ରଥଙ୍କ ଶିର ଭୂମିରେ ପତନ ହେଇ ତାହା ପିତାଙ୍କ ବର  ଅନୁସାରେ ସହସ୍ର ଖଣ୍ଡରେ ପରିଣତ ହେଲା । 
 
ଉପର ଲିଖିତ କାହାଣୀର କିଛି ଅନ୍ୟ ପ୍ରକାର ବର୍ଣ୍ଣନା ମଧ୍ୟ ରହିଛି । କେତେକଙ୍କ ମତରେ ଅର୍ଜୁନ ତାଙ୍କର ଧନୁ ଦ୍ଵାରାଧନୁଦ୍ଵାରା ହିଁ ଜୟଦ୍ରଥଙ୍କୁ ବଧ କରିଥିଲେ । 
 
== ପରବର୍ତୀ ଘଟଣା ==
"https://or.wikipedia.org/wiki/ଜୟଦ୍ରଥ"ରୁ ଅଣାଯାଇଅଛି