"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ Regular Character Changes
୮୭ କ ଧାଡ଼ି:
==ସେନାବାହିନୀରେ କେନେଡ଼ି (୧୯୪୧-୪୫)==
 
ସେପ୍ଟେମ୍ବର ୧୯୪୧ରେ ତାଙ୍କର ଦୀର୍ଘକାଳୀନ ଅଣ୍ଟା ବ୍ୟଥା ଅସୁବିଧା ଲାଗି ଆମେରିକୀୟ ସେନାବାହିନୀ ଦ୍ୱାରାସେନାବାହିନୀଦ୍ୱାରା ସ୍ୱାସ୍ଥ୍ୟ ଆଧାରରେ ପ୍ରତ୍ୟାଖ୍ୟିତ ହେଲେ । ତେବେ ଏଥିରେ ହାରି ନ ଯାଇ ସେ ନୌବାହିନୀରେ ଯୋଗଦେବା ଲାଗି ଉଦ୍ୟମ କଲେ । ନୌବାହିନୀ ଗୁପ୍ତବିଭାଗର ଡାଇରେକ୍ଟର ତାଙ୍କ ପିତା ଜୋସେଫ କେନେଡ଼ିଙ୍କ ଚିହ୍ନା ହୋ‍ଇଥିବାରୁ ତାଙ୍କୁ ନୌବାହିନୀରେ ସ୍ଥାନ ମିଳିଲା । ନୌବାହିନୀ ସେକ୍ରେଟାରୀଙ୍କ କାର୍ଯ୍ୟାଳୟରେ ସେ ଏନସାଇନ୍ ଭାବେ କାମ କରୁଥିଲେ ।ଏହି ସମୟରେ ପଲ୍ ହାର୍ବର ଆକ୍ରମଣ ହେବାରୁ ସେ ନୌବାହିନୀ ରିଜର୍ଭ ଅଫିସର ଟ୍ରେନିଂ କର୍ପରେ ଓ ପରେ ମୋଟର ଟର୍ପେଡ଼ୋ ବୋଟ ସ୍କ୍ୱାଡ଼୍ରନ (ମେଲଭିଲ, ରୋଡ଼ ଆଇଲ୍ୟାଣ୍ଡ)ରେ ଯୋଗ ଦେଲେ । ତାଙ୍କ ପ୍ରଥମ କମାଣ୍ଡ ଥିଲା PT-101 (୭ ଡିସେମ୍ବର ୧୯୪୨-୨୩ ଫେବ୍ରୁଆରୀ ୧୯୪୩) ଯାହା ଟ୍ରେନିଂ ପାଇଁ ବ୍ୟବହାର ହେଉଥିଲା । ତା ପରେ ତାଙ୍କ ନେତୃତ୍ୱରେ ତିନିଟି PT ବୋଟ (PT-98, PT-99, PT-101)କୁ ରୋଡ଼ ଆଇଲ୍ୟାଣ୍ଡରୁ ଜ୍ୟାକସନଭିଲ, ଫ୍ଲୋରିଡ଼ାକୁ ନିଆଗଲା । ଏହି ଯାତ୍ରା ସମୟରେ ଥଣ୍ଡା ପାଣି ସଂସ୍ପର୍ଶରେ ଆସିବା ଯୋଗୁଁ ସେ କିଛି ସମୟ ରୋଗଗ୍ରସ୍ତ ହୋ‍ଇଥିଲେ । ତା’ପରେ ତାଙ୍କୁ ପାନାମା ଓ ପରେ ପ୍ରଶାନ୍ତ ମହାସାଗରରେ ନିୟୋଜିତ କରାଗଲା । ସେ ଲେଫ୍ଟିନାଣ୍ଟ ପଦବୀକୁ ଉତ୍ତୀର୍ଣ୍ଣ ହେବା ସହ ଆଉ ଦୁଇଟି ପାଟ୍ରୋଲ ଟର୍ପେଡ଼ୋ (PT) ବୋଟର ନେତୃତ୍ୱ ନେଇଥିଲେ ।
[[File:PT-109 crew.jpg|thumb|250px|[[Lieutenant (junior grade)]] John F. Kennedy (standing at right) with his ''PT-109'' crew, 1943.]]
୨ ଅଗଷ୍ଟ ୧୯୪୩ରେ କେନେଡ଼ିଙ୍କ PT-109 ବୋଟ ସହ PT-162 ଓ PT-169 ସୋଲୋମନ ଦ୍ୱୀପ ପାଖରେ ପାଟ୍ରୋଲିଂ କରୁଥିଲା ବେଳେ PT-109, ଜାପାନୀ ଯୁଦ୍ଧଜାହାଜ ଆମାଗିରି ଧକ୍କାରେ ନଷ୍ଟ ହୋ‍ଇଗଲା । କେନେଡ଼ି ନିଜ ବଞ୍ଚିଥିବା ନାବିକ ମାନଙ୍କୁଏକତ୍ରିତ କରି ଲଢ଼ିବା କିମ୍ୱା ଆତ୍ମସମର୍ପଣ କରିବା, ସେ ନେଇ ଭୋଟ କଲେ । ତାଙ୍କ ଭାଷାରେ "ଏପରି ଶୋଚନୀୟ ଅବସ୍ଥାରେ କଣ କରିବାକୁ ହୁଏ ତାହା ଆମକୁ ପଢ଼ାଯାଇ ନାହିଁ । ମୁଁ ଜାଣେ ତମ ମାନଙ୍କର ପରିବାର ଅଛି,କିଛିଙ୍କ ପିଲାଛୁଆ ବି ଅଛନ୍ତି । ତମେ ମାନେ କଣ କରିବାକୁ ଚାହଁ? ମୋର ହରାଇବା ଲାଗି କିଛି ନାହିଁ ।" କେନେଡ଼ିଙ୍କ ସହକର୍ମୀ ମାନେ ଭୀରୁ ରୂପେ ଆତ୍ମସମର୍ପଣ ନ କରି ଗୋଟେ ଛୋଟ ଦ୍ୱୀପକୁ ପହଁରି ଗଲେ ।
୯୮ କ ଧାଡ଼ି:
ଜାନୁଆରୀ ୧୯୪୫ ବେଳେ ସେ ନିଜ ଅଣ୍ଟା ବ୍ୟଥା ଲାଗି ଆରିଜୋନାର କାସଲ ହଟ ସ୍ପ୍ରିଂ ନାମକ ରେସର୍ଟ ଓ ସେନା ହାସପାତାଳରେ ତିନିମାସ କାଳ କାଟିଥିଲେ । ୧୯୪୫ରେ ଜାପାନର ଆତ୍ମସମର୍ପଣର କିଛି ଦିନ ପୂର୍ବେ ହିଁ ତାଙ୍କୁ ସେନାରୁ ସେନା ଡ୍ୟୁଟିରୁ ପୂର୍ଣ୍ଣ ମୁକ୍ତି ମିଳିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କୁ ମିଳିଥିବା ପଦକ ଗୁଡ଼ିକ ହେଲା: ପର୍ପଲ ହାର୍ଟ, ଆମେରିକାନ ଡିଫେନ୍ସ ସର୍ଭିସ ମେଡାଲ, ଆମେରିକାନ କାମ୍ପେନ ମେଡାଲ, ଏସିଆଟିକ-ପାସିଫିକ କାମ୍ପେନ ମେଡାଲ, ତିନିଟି ବ୍ରୋଞ୍ଜ ସର୍ଭିସ ଷ୍ଟାର ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟ ମେଡାଲ । ଥରେ କେନେଡ଼ିଙ୍କୁ ପଚରାଗଲା ଯେ ସେ କିପରି ଯୁଦ୍ଧ ହିରୋ ହେଲେ, ସେ ବ୍ୟଙ୍ଗରେ ଉତ୍ତର ଦେଲେ "ସେଇଟା ଅତି ସହଜ ଥିଲା । ଜାପାନୀ ମାନେ ମୋ PT ବୋଟକୁ ଦୁଇ ଖଣ୍ଡ କରିଦେବାରୁ (ମୁଁ ହିରୋ ପାଲଟିଗଲି) ।"
 
ଏପ୍ରିଲ ୧୯୪୫ରେ କେନେଡ଼ିଙ୍କ ପିତା, ନିଜ ବନ୍ଧୁ ୱିଲିୟମ ରାଣ୍ଡୋଲ୍‌ଫ ହର୍ଷ୍ଟଙ୍କ ମାଧ୍ୟମରେ କେନେଡ଼ିଙ୍କୁ ହର୍ଷ୍ଟ ସମ୍ବାଦପତ୍ର ଗ୍ରୁପରେ ସମ୍ବାଦଦାତା ରୂପେ ନିଯୁକ୍ତ କରାଇଲେ । ଏହା ଦ୍ୱାରାଏହାଦ୍ୱାରା କେନେଡ଼ି ଜନମାଧ୍ୟମରେ ପରିଚିତ ହେବା ସହ କୂଟନୀତିରେ ପାରଙ୍ଗମ ହେଲେ । ସେହି ମେରେ ସେ ପୋଷ୍ଟଡ଼ାମ କନଫରେନ୍ସ ଓ ଅନ୍ୟାନ୍ୟ ଖବର ଲାଗି ସମ୍ୱାଦଦାତା ରୂପେ କାର୍ଯ୍ୟ କରିଥିଲେ ।
 
==ସଂସଦରେ କେନେଡ଼ି==
୧୧୧ କ ଧାଡ଼ି:
ତା ପର ଦୁଇ ବର୍ଷ ନିଜ ଅଣ୍ଟା ଲାଗି ତାଙ୍କର ବାରମ୍ବାର ମେରୁହାଡ଼ ଓ ସୁଷୁମ୍ନାକାଣ୍ଡ ଅସ୍ତ୍ରୋପଚାର ହୋ‍ଇଥିଲା ଏଣୁ ସେ ପ୍ରାୟ ସଂସଦରୁ ଅନୁପସ୍ଥିତ ରହୁଥିଲେ । କିଛି ସମୟରେ ତାଙ୍କ ଅବସ୍ଥା ଏତେ ଗୁରୁତର ହୋ‍ଇଥିଲା ଯେ ତାଙ୍କର କ୍ୟାଥଲିକ ବିଧିରେ ମୃତ୍ୟୁ ପୂର୍ବ ଶେଷକୃତ୍ୟ କରାଯାଇଥିଲା କିନ୍ତୁ ଶେଷରେ ସେ ମୃତ୍ୟୁକୁ ପରାସ୍ତ କରି ସକ୍ରିୟ ଜୀବନକୁ ଫେରି ଆସିଥିଲେ । ବିରତି ସମୟରେ ତାଙ୍କ ଲିଖିତ "Profiles in Courage", ଯେଉଁଥିରେ ନିଜ ବ୍ୟକ୍ତିଗତ ବିଶ୍ୱାସ ଲାଗି ନିଜ କ୍ୟାରିୟରକୁ ମଧ୍ୟ ବିପନ୍ନ କରିଥିବା ଆମେରିକୀୟ ସାଂସଦ ମାନଙ୍କ କଥା ଲେଖା ଥିଲା, ତାହା ୧୯୫୭ରେ ପୁଲିଜର ପୁରସ୍କାର ଲାଭ କରିଥିଲା । ଏହି ପୁରସ୍କାର ପାଇବାରେ ସେ ଏକମାତ୍ର ଆମେରିକୀୟ ରାଷ୍ଟ୍ରପତି । ପରେ ଗୁଜବ ଉଠିଥିଲା ଯେ ଏହାକୁ ଲେଖିବାରେ ତାଙ୍କ ପରାମର୍ଶଦାତା ଓ ବକ୍ତୃତାଲେଖକ ଟେଡ଼ ସୋରେନସନ ସାହାଯ୍ୟ କରିଥିଲେ । ୨୦୦୮ରେ ପ୍ରକାଶିତ ସୋରେନସନଙ୍କ ଆତ୍ମଜୀବନୀରୁ ଏହା ପ୍ରମାଣିତ ମଧ୍ୟ ହେଲା ।
 
୧୯୫୬ରେ ଜାତୀୟ ଡେମୋକ୍ରାଟିକ ସମ୍ମିଳନୀରେ ରାଷ୍ଟ୍ରପତି ପ୍ରାର୍ଥୀ ଆଡ଼ଲାଇ ଷ୍ଟିଭେନସନ, ଭୋଟ ଦ୍ୱାରାଭୋଟଦ୍ୱାରା ଉପ-ରାଷ୍ଟ୍ରପତି ପ୍ରାର୍ଥୀ ବାଛିବା ଲାଗି ପ୍ରସ୍ତାବ ଦେଲେ । ଏଥିରେ କେନେଡ଼ି, ଟେନେସିର ସାଂସଦ ଏସ୍ତେସ କେଫାଉଭରଙ୍କ ପଛରେ ଦ୍ୱିତୀୟ ହେଲେ । ହାରିଥିଲେ ମଧ୍ୟ କେନେଡ଼ି ଗଣମାଧ୍ୟମ ଯୋଗେ ଦେଶବ୍ୟାପୀ ପରିଚିତି ଲାଭ କଲେ । ତେବେ ତାଙ୍କ ପିତାଙ୍କ ମତରେ ଏହା ହିଁ ତାଙ୍କୁ ସୁହାଇଥିଲା କାରଣ ସେଥର ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଆଇଜେନହାୱାର, ତତ୍କାଳୀନ ଆମେରିକାର ସର୍ବପ୍ରିୟ ବ୍ୟକ୍ତି । ତାଙ୍କ ବଳରେ ସେଥର ରିପବ୍ଲିକାନ ଦଳ ଜିତିବା ପ୍ରାୟ ନିଶ୍ଚିତ ଥିଲା । ତେଣୁ କେନେଡ଼ି ଯେ ଏହି ହାରରେ ସଂଶ୍ଳିଷ୍ଟ ନହେଲେ ତଥାପି ଡେମୋକ୍ରାଟିକ ଦଳର ଭବିଷ୍ୟତ ରାଷ୍ଟ୍ରପତି ଆଶାୟୀ ରୂପେ ପରିଚିତି ଲାଭ କଲେ ତାହା ହିଁ ସର୍ବଶ୍ରେଷ୍ଠ ବୋଲି କେନେଡ଼ିଙ୍କ ପିତା ତାଙ୍କୁ ବୁଝାଇଥିଲେ ।
 
ସଂସଦରେ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ସେନେଟରେ ଆସିଥିବା ରାଷ୍ଟ୍ରପତି ଆଇଜେନହାୱାରଙ୍କ ନାଗରିକ ଅଧିକାର ଆଇନ ୧୯୫୭ ସମ୍ବନ୍ଧରେ ଥିଲା । ଆଇନର ଶୀର୍ଷକ-୩ ଲାଗି ସେ ଭୋଟ ଦେଲେ କିନ୍ତୁ ବହୁମତ ନେତା ଲିଣ୍ଡନ ବି. ଜନସନ ମଧ୍ୟମାର୍ଗ ରୂପେ ଏହି ବିଧାନକୁ ପରିତ୍ୟାଗ କରିବା ଲାଗି ସମର୍ଥନ କଲେ । ଆଇନର ଶୀର୍ଷକ-୪ (ଜୁରୀ ଟ୍ରାଏଲ ଆମେଣ୍ଡମେଣ୍ଟ) ଲାଗି ମଧ୍ୟ କେନେଡ଼ି ଭୋଟ ଦେଇଥିଲେ । ସେହି ସମୟରେ ନାଗରିକ ଅଧିକାର ସମର୍ଥକ ମାନେ ଏହାକୁ ସମାଲୋଚନା କରିଥିଲେ ଯେ ଏହାଦ୍ୱାରା ଆଇନଟିର ଶକ୍ତି କ୍ଷୁଣ୍ଣ ହେବ । ଶେଷରେ ସେପ୍ଟେମ୍ବର ୧୯୫୭ରେ ସଂଶୋଧିତ ମଧ୍ୟମାର୍ଗ ଆଇନ ଗୃହୀତ ହେଲା ।
୧୪୬ କ ଧାଡ଼ି:
କେନେଡ଼ି, ହ୍ୱାଇଟ ହାଉସର ନିର୍ଣ୍ଣୟନ ପ୍ରଣାଳୀରେ ବିଶେଷ ପରିବର୍ତ୍ତନ ଆଣିଥିଲେ । ତାଙ୍କ ପୂର୍ବାଧିକାରୀ ଜେନେରାଲ ଆଇଜେନହାୱାର ବିକେନ୍ଦ୍ରିତ ନିର୍ଣ୍ଣୟନ ପ୍ରଣାଳୀ ଆପଣେଇ ଥିବା ବେଳେ କେନେଡ଼ି ଏହା ବଦଳରେ ଏକ କୈନ୍ଦ୍ରିକ ନିର୍ଣ୍ଣୟନ ପ୍ରଣାଳୀ ଆପଣେଇ ଥିଲେ । ତାଙ୍କ ସଙ୍ଗଠନାତ୍ମକ ସଂରଚନା ଠିକ ଗୋଟେ ଚକ ଭଳି ଥିଲା, ତାର ସବୁ ଅଖ କେନ୍ଦ୍ରକୁ ଗଲା ଭଳି ସବୁ ବିଷୟର ଶେଷ ନିର୍ଣ୍ଣୟ କେନେଡ଼ିଙ୍କ ହାତରେ ରହୁଥିଲା । ଏପରି ପରିସ୍ଥିତିରେ ତାଙ୍କୁ ଅନେକ ଗୁଡ଼ିଏ ଅବସ୍ଥାରେ ଅଳ୍ପ ସମୟ ମଧ୍ୟରେ ନିର୍ଣ୍ଣୟ ନେବାକୁ ପଡ଼ୁଥିଲା । ସେ ନିଜ କ୍ୟାବିନେଟ ଲାଗି ଉଭୟ ଅଭିଜ୍ଞ ଓ ଅନଭିଜ୍ଞ ଲୋକଙ୍କୁ ବାଛିଥିଲେ, ତାଙ୍କ ମତରେ "ଆମେ ମାନେ ମିଳିମିଶି ଆମ କାମ ବିଷୟରେ ଶିଖି ପାରିବା ।"
 
ତାଙ୍କ ଅର୍ଥନୈତିକ ପରାମର୍ଶଦାତା ମାନେ ତାଙ୍କୁ ଟିକସ ହ୍ରାସ କରିବାର ଉପଦେଶ ଦେଲେ କିନ୍ତୁ ତା ବଦଳରେ କେନେଡ଼ି ଏକ ସନ୍ତୁଳିତ ବଜେଟ ବାଛିଲେ । ହାଉସ ରୁଲ୍ସ କମିଟିର ସଦସ୍ୟତା ବଢ଼ାଇବା ଲାଗି ଦରକାର ଭୋଟ ପାଇଁ ଏହା ଆବଶ୍ୟକ ଥିଲା ଓ ଏହା ଦ୍ୱାରାଏହାଦ୍ୱାରା ଆଇନ ପ୍ରସ୍ତୁତି ବିଧିରେ ଡେମୋକ୍ରାଟ ମାନଙ୍କୁ ବହୁମତ ମିଳିପାରିଲା । ରାଷ୍ଟ୍ରପତି କେନେଡ଼ି ସରକାର ସମ୍ମୁଖରେ ଥିବା ବର୍ତ୍ତମାନ ସମସ୍ୟା ଉପରେ ଅଧିକ ଧ୍ୟାନ ଦେଇଥିଲେ ଓ ନଗଣ୍ୟ ତାତ୍ତ୍ୱିକ ସମସ୍ୟା ଗୁଡ଼ିକୁ ଉପେକ୍ଷା କରିଥିଲେ । ଥରେ ତାଙ୍କ ସହକାରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ୱାଲ୍ଟ ହ୍ୱିଟମ୍ୟାନ ରୋଷ୍ଟୋ ସାମ୍ୟବାଦର ବୃଦ୍ଧି ବିଷୟରେ ସମାଲୋଚନା ଆରମ୍ଭ କରନ୍ତେ କେନେଡ଼ି ତାଙ୍କୁ ଅଧାରୁ ଅଟକେଇ ପଚାରିଲେ "ସେ ବିଷୟରେ ମୁଁ ଆଜି ଦିନକରେ କଣ କରି ପାରିବି (କି)?"
 
କେନେଡ଼ି F-111 TFX (Tactical Fighter Experimental) ଗୋଳାବର୍ଷକ ଯୁଦ୍ଧବିମାନ ନିର୍ମାଣର ଠିକା ବୋ‍ଇଂ କମ୍ପାନୀ (ସେନାବାହିନୀର ପସନ୍ଦ)କୁ ନଦେଇ ଜେନେରାଲ ଡାଇନାମିକ୍ସ କମ୍ପାନୀ (ନାଗରିକ ପ୍ରତିରକ୍ଷା ବିଭାଗର ପସନ୍ଦ) କୁ ଦେବାର ପ୍ରତିରକ୍ଷା ସେକ୍ରେଟାରୀ ରବର୍ଟ ମ୍ୟାକ୍‌ନାମାରାଙ୍କ ବିବାଦାସ୍ପଦ ନିର୍ଣ୍ଣୟକୁ ସମର୍ଥନ କରିଥିଲେ । ପରେ ସାଂସଦ ହେନେରୀ ଜ୍ୟାକସନଙ୍କ ଅନୁରୋଧରେ ସାଂସଦ ଜନ ମ୍ୟାକ୍‌କ୍ଲେଲ୍ଲାନ ୧୯୬୩ରେ ଫେବ୍ରୁଆରୀରୁ ନଭେମ୍ବର ଭିତରେ ୪୬ ଦିନ ଧରି ସ୍ଥାୟୀ ଜାଞ୍ଚ ସବକମିଟି ସହ ରୁଦ୍ଧ ଦ୍ୱାର ବୈଠକରେ ଏଇ TFX ଠିକାରେ ହୋ‍ଇଥିବା ଗୋଳମାଳର ଜାଞ୍ଚ କରିଥିଲେ ।
୧୭୨ କ ଧାଡ଼ି:
କେନେଡ଼ିଙ୍କ ପାଇଁ ପରିସ୍ଥିତି ଦ୍ୱନ୍ଦାତ୍ମକ ଥିଲା: ଯଦି ଆମେରିକା ଏଇ କ୍ଷେପଣାସ୍ତ୍ର ସ୍ଥଳୀ ଗୁଡ଼ିକ ଉପରେ ଆକ୍ରମଣ କରେ ତାହେଲେ ତାହା ଖୋଲାଖୋଲି ରୂପେ ସୋଭିଏତ ଋଷିଆ ସହ ଆଣବିକ ଯୁଦ୍ଧର ରୂପ ନେବ, ଏଣେ ଯଦି ଆମେରିକା କିଛି ନ କରେ ତାହେଲେ ଅତି ନିକଟରୁ ଆଣବିକ ଅସ୍ତ୍ରର ଭୟ ମୁଣ୍ଡ ଉପରେ ଛାଇ ରହିବ ଆଉ ବାକି ଦେଶ ଭାବିବେ ଯେ ଆମେରିକା ଦୁର୍ବଳ ଓ ନିଜର ଓ ଉତ୍ତର ଆମେରିକାର ପ୍ରତିରକ୍ଷା ପ୍ରତି ତା’ର ଦାୟିତ୍ୱ ନାହିଁ । ବ୍ୟକ୍ତିଗତ ଭାବେ କେନେଡ଼ି, କୃଶ୍ଚେଭଙ୍କୁ ନିଜ ମନୋବଳ ପ୍ରଦର୍ଶନ କରିବାର ଆବଶ୍ୟକତା ଥିଲା, ଖାସ୍ କରି ଭିଏନା ଶିଖର ସମ୍ମେଳନ ପରେ ।
 
ଜାତୀୟ ସୁରକ୍ଷା କାଉନ୍ସିଲର ପ୍ରାୟ ଏକ-ତୃତୀୟାଂଶ ଛଦ୍ମ ଭାବେ କ୍ଷେପଣାସ୍ତ୍ର ସ୍ଥଳୀ ଗୁଡ଼ିକୁ ଆକ୍ରମଣ କରିବାର ସମର୍ଥନ କଲେ, କିନ୍ତୁ ଅନ୍ୟ କିଛି ଆଶଙ୍କା ପ୍ରକାଶ କଲେ ଯେ ଏହା ଠିକ୍ ପଲ୍ ହାର୍ବରର ଓଲଟା ଅବସ୍ଥା (ଯେଉଁଠି ଜାପାନ ଛଦ୍ମ ଭାବେ ଅଚାନକ ଆମେରିକା ଉପରେ ଆକ୍ରମଣ କରିଥିଲା) ଭଳି ହେବ । ଆଉ କିଛି ମତ ଦେଲେ ଏଇଟା ଆଇଜେନହାୱାର ତୁର୍କୀରେ ସ୍ଥାପନ କରିଥିବା ଆମେରିକୀୟ କ୍ଷେପଣାସ୍ତ୍ର ଲାଗି ଋଷିଆର "ଯେସାକୁ ତେସା" ଜବାବ୍ ଆଉ ଋଷିଆ, ଆମେରିକାର ଅତିପ୍ରତିକ୍ରିୟାଶୀଳତାର ଫାଇଦା ଉଠାଇବାକୁ ଚାହେଁ । ତା ଛଡ଼ା ଏଇ କ୍ଷେପଣାସ୍ତ୍ର ସ୍ଥଳୀ ଉପରେ ଆକ୍ରମଣ ଶତ ପ୍ରତିଶତ ସଫଳ ହେବ ତା ମଧ୍ୟ ନଥିଲା । ଶେଷରେ ବହୁମତ ନିଷ୍ପତ୍ତି ହେଲା ଯେ ନୌବାହିନୀ ଦ୍ୱାରାନୌବାହିନୀଦ୍ୱାରା କ୍ୟୁବାର ସଙ୍ଗରୋଧ କରାଯାଉ । ଏ ନେଇ ୨୨ ଅକ୍ଟୋବରରେ କେନେଡ଼ି, କୃଶ୍ଚେଭଙ୍କୁ ବାର୍ତ୍ତା ପଠାଇବା ସହ ନିଜ ନିଷ୍ପତ୍ତି ଟିଭିରେ ଘୋଷଣା କଲେ ।
 
ଆମେରିକୀୟ ନୌବାହିନୀ ୨୪ ଅକ୍ଟୋବରରୁ କ୍ୟୁବାକୁ ଯା ଆସ କରୁଥିବା ସମସ୍ତ ସୋଭିଏତ ଜାହାଜକୁ ରୋକି ଜାଞ୍ଚ କରିବ ବୋଲି ସ୍ଥିର ହେଲା । ଆମେରିକୀୟ ଦେଶମାନଙ୍କ ସଙ୍ଗଠନ ଏଇ କ୍ଷେପଣାସ୍ତ୍ର ହଟାଯାଉ ବୋଲି ଏକମତ ସମର୍ଥନ ଦେଲେ । କେନେଡ଼ିଙ୍କ ଏନେଇ କୃଶ୍ଚେଭଙ୍କ ସହ ଦୁଇଟି ଚିଠି ଆଦାନ ପ୍ରଦାନ ହୋ‍ଇଥିଲା, କିନ୍ତୁ ଫଳ କିଛି ହେଲା ନାହିଁ । ମିଳିତ ଜାତିସଙ୍ଘର ସେକ୍ରେଟାରୀ ଜେନେରାଲ ୟୁ ଥାଣ୍ଟ ଅନୁରୋଧ କଲେ ଯେ ଉଭୟ ପକ୍ଷ ନିଜ ନିଜ ନିଷ୍ପତ୍ତିକୁ ପ୍ରତ୍ୟାବର୍ତ୍ତନ କରି ସାମୟିକ ଶାନ୍ତି ବଜାୟ ରଖନ୍ତୁ ଯାହା ଭିତରେ ଅଧିକ ଆଲୋଚନା ହୋ‍ଇପାରିବ । ଏଥିରେ କୃଶ୍ଚେଭ ହଁ କହିଲେ କିନ୍ତୁ କେନେଡ଼ି ନାସ୍ତି କଲେ ।
୧୮୪ କ ଧାଡ଼ି:
"ଯେଉଁମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ପଥରୋଧ କରନ୍ତି ସେମାନେ ହିଂସାପୂର୍ଣ୍ଣ ଆନ୍ଦୋଳନର ବାଟ କଢ଼େଇ ନିଅନ୍ତି" ଯୁକ୍ତି ବାଢ଼ି କେନେଡ଼ି ଲାଟିନ ଆମେରିକାରେ କ୍ରମାଗତ ସାମ୍ୟବାଦର ପ୍ରସାରକୁ ସଙ୍କୁଚିତ କରିବା ଲାଗି ଆଲାଏନ୍ସ ଫର ପ୍ରୋଗ୍ରେସ ନାମକ ସଙ୍ଗଠନ ଗଢ଼ିଥିଲେ, ଯାହା ମାଧ୍ୟମରେ କିଛି ରାଷ୍ଟ୍ରକୁ ଅର୍ଥନୈତିକ ସାହାଯ୍ୟ ଦିଆଗଲା । ଏହା ମଧ୍ୟ ଅଞ୍ଚଳରେ ଅଧିକ ମାନବାଧିକାର ଦାବୀ କରିଥିଲା । ସେ ପୁଏର୍ତ୍ତୋ ରିକୋର ରାଜ୍ୟପାଳ ଲୁଇସ ମିନ୍ୟୋଜ ମାରିନଙ୍କ ସହଯୋଗରେ ସଙ୍ଗଠନର ବିକାଶ କରିଥିଲେ ।
 
ସେ ରାଷ୍ଟ୍ରପତି ପଦବୀ ନେବା ବେଳେ, ଆଇଜେନହାୱାର ସରକାର, CIA ଦ୍ୱାରାCIAଦ୍ୱାରା କ୍ୟୁବା ଶାସକ ଫିଡ଼େଲ କାଷ୍ଟ୍ରୋ ଓ ଡୋମିନିକାନ ଗଣରାଜ୍ୟର ରାଫାଏଲ ଟ୍ରୁଜିଲୋଙ୍କ ହତ୍ୟାର ଯୋଜନା କରୁଥିଲେ । କେନେଡ଼ି CIAକୁ ଜଣାଇ ଦେଲେ ଯେ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ ତେବେ ଆମେରିକାର ନାମ ଏଥିରେ ଯେପରି ସଂଶ୍ଳିଷ୍ଟ ନ ହୁଏ ତାହା ନିଶ୍ଚିତ କରାଯିବ । ସାର୍ବଜନିକ ରୂପେ ସେ ଏପରି ହତ୍ୟା ବିରୋଧ ବିବୃତି ଦେଇଥିଲେ ଯଦିଓ । ଜୁନ ୧୯୬୧ରେ ଡୋମିନିକାନ ଗଣରାଜ୍ୟର ଶାସକଙ୍କୁ ହତ୍ୟା କରାଗଲା, ଏ ସମ୍ବନ୍ଧରେ ଘରୋ‍ଇ ଅଧିସଚିବ ଚେଷ୍ଟର ବାୱେଲ ଖୁବ ମାପି ଚୁପି ବିବୃତି ଦେ‍ଇଥିଲେ । କିନ୍ତୁ ଘଟଣା ଟିରେ ଆମେରିକାର ଫାଇଦାର ସୁଯୋଗ ଉଣ୍ଡୁଥିବା ରବର୍ଟ କେନେଡ଼ି, ବାୱେଲଙ୍କୁ "କାପୁରୁଷ ଓ ଅବୈଧ ସନ୍ତାନ" ବୋଲି ମୁହାଁମୁହିଁ ଗାଳି ଦେଇଥିଲେ ।
 
====ପିସ୍ କର୍ପ====
୧୯୯ କ ଧାଡ଼ି:
ପ୍ରଥମେ ପ୍ରଥମେ ଆଇଜେନହାୱାରଙ୍କ ନୀତି ଅନୁସାରେ ହୋ ଚି ମିନଙ୍କ କମ୍ୟୁନିଷ୍ଟ ସେନାର ମୁକାବିଲା ଲାଗି କେନେଡ଼ି ଅଳ୍ପ କିଛି ସୈନ୍ୟ ଓ ଗୋଳାବାରୁଦ ସମର୍ଥନ ଦେଇଥିଲେ । ଦକ୍ଷିଣ ଭିଏତନାମ ସରକାରକୁ ମୁଖ୍ୟ ସମର୍ଥନ ପୂର୍ବ ପରି କୂଟନୈତିକ, ଅର୍ଥନୈତିକ ଓ ପରୋକ୍ଷ ସାମରିକ ଭାବେ ଦିଆଯାଉଥିଲା । ୧୯୬୧ର ପର ଭାଗରେ ଭିଏଟ୍ କଙ୍ଗ ଅଧିକ ଶକ୍ତିଶାଳୀ ହୋ‍ଇ ଉଠିଲା ଓ ଶକ୍ତି ପ୍ରଦର୍ଶନ ରୂପେ ଆଞ୍ଚଳିକ ରାଜଧାନୀ ଫୁଓକ ଭିନ୍କୁ ଅକ୍ତିଆର କରିନେଲା । ଉତ୍ତର ରୂପେ କେନେଡ଼ି ସରକାର ଅଧିକ ସଂଖ୍ୟକ ହେଲିକପ୍ଟର, ସାମରିକ ପରାମର୍ଶଦାତା, ଆମେରିକୀୟ ସ୍ୱତନ୍ତ୍ର ବାହିନୀ ଆଦି ପ୍ରେରଣ କଲେ କିନ୍ତୁ ଖୋଲା ଖୋଲି ଯୁଦ୍ଧ ଘୋଷଣାରୁ ପଶ୍ଚାତ୍‌ପଦ ହେଲେ ।
 
ସେଇ ବର୍ଷ କେନେଡ଼ି ଗୃହ ବିଭାଗର ଗୋ‍ଇନ୍ଦା ମୁଖ୍ୟ ରଜର ହିଲ୍ସମ୍ୟାନଙ୍କୁ ଭିଏତନାମ ଅବସ୍ଥା ନିରୀକ୍ଷଣ ପାଇଁ ପଠାଇଲେ । ସେଠି ହିଲ୍ସମ୍ୟାନଙ୍କ ଦକ୍ଷିଣ ଭିଏତନାମକୁ ବ୍ରିଟିଶ ପରାମର୍ଶଦାତା ମିଶନ ମୁଖ୍ୟ ସାର ରବର୍ଟ ଥମ୍ପସନଙ୍କ ସହ ଦେଖା ହେଲା ଓ ଷ୍ଟ୍ରାଟେଜିକ ହାମଲେଟ ପ୍ରୋଗ୍ରାମ ଜନ୍ମ ନେଲା । ଉଭୟ କେନେଡ଼ି ଓ ଙ୍ଗୋ ଡିନ ଡିଏମ ଏହାକୁ ସ୍ୱୀକୃତି ଦେବାରୁ ୧୯୬୨ରେ ଏହା କାର୍ଯ୍ୟକାରୀ ହେଲା । ଏହା ଅନ୍ତର୍ଗତ ଗ୍ରାମ ଗୁଡ଼ିକର ଜନବସତିକୁ ବିସ୍ଥାପିତ କରାଯାଇ ନୂଆ ବସତିରେ ଏଠାକାର ଚାଷୀ ମୂଲିଆ ମାନଙ୍କୁ କମ୍ୟୁନିଷ୍ଟ ପ୍ରଭାବରୁ ଦୂରେଇ ରଖିବାକୁ ଉଦ୍ୟମ କରା ଯାଇଥିଲା । ଆଶା କରାଯାଇଥିଲା ଯେ ଏହା ଦ୍ୱାରାଏହାଦ୍ୱାରା ଲୋକଙ୍କୁ ଅଧିକ ସୁରକ୍ଷା ମିଳିବା ସହ କେନ୍ଦ୍ର ସରକାର ସହ ସମ୍ପର୍କ ଦୃଢ଼ ହେବ । ନଭେମ୍ବର ୧୯୬୩ ସୁଦ୍ଧା ଏହି ଯୋଜନା ଧୀମେଇ ଯାଇଥିଲା ଓ ଆଧିକାରିକ ଭାବେ ୧୯୬୪ରେ ଅନ୍ତ କରିଦିଆଗଲା ।
 
୧୯୬୨ରେ କେନେଡ଼ି "National Security Action Memorandum – Subversive Insurgency (War of Liberation)" ନାମକ ଚିଠାରେ ସ୍ୱାକ୍ଷର କରି ଭିଏତନାମରେ ପୂର୍ଣ୍ଣ ଭାବେ ଲିପ୍ତ ହେବା ଲାଗି ସ୍ୱୀକୃତି ଦେଲେ । ଗୃହ ସଚିବ ଡିନ ରସ୍କ ଖୋଲାଖୋଲି ଭାବେ ଆମେରିକାର ଲିପ୍ତତା ପ୍ରକାଶ କଲେ । "Operation Ranch Hand" ନାମରେ ଦକ୍ଷିଣ ଭିଏତନାମର ରାସ୍ତା କଡ଼ରେ ବ୍ୟାପକ ସ୍ତରରେ ଜଙ୍ଗଲ ସଫା କରିବା ଉଦ୍ୟମ ଆରମ୍ଭ ହେଲା ।
୨୫୮ କ ଧାଡ଼ି:
୧୯୬୩ରେ କେନେଡ଼ି ପ୍ରଶାସନ, ଅବଦୁଲ କରିମ କାସିମଙ୍କ ନେତୃତ୍ୱାଧୀନ ଇରାକ ସରକାର ବିରୋଧରେ ବିପ୍ଳବ କରି ତାକୁ ହଟାଇବାକୁ ସମର୍ଥନ ଦେଇଥିଲା । କାସିମ ପାଞ୍ଚ ବର୍ଷ ପୂର୍ବେ ଆମେରିକା ସମର୍ଥିତ ଇରାକୀ ରାଜବଂଶକୁ ଗାଦିଚ୍ୟୁତ କରିଥିଲେ । ଏ ବାବଦରେ ଫେବ୍ରୁଆରୀ ୮, ୧୯୬୩ରେ କେନେଡ଼ିଙ୍କୁ ଗୋଟିଏ ମେମୋ ମଧ୍ୟ ମିଳିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ପାଖେ ଏଥିଲାଗି ଉପଯୁକ୍ତ ଯୋଜନା ରହିଛି । ବାସ୍ତବରେ CIA ପୂର୍ବରୁ ମଧ୍ୟ କାସିମଙ୍କୁ ଗାଦିଚ୍ୟୁତ କରିବାର ଉଦ୍ୟମ କରି ବିଫଳସାର ହୋ‍ଇଥିଲା ।
 
ରାଷ୍ଟ୍ରପତି ଅବଦୁଲ ସଲାମ ଆରିଫଙ୍କ ନେତୃତ୍ୱରେ ନୂଆ ସରକାର ଗଢା ହେଲା ଯାହାକି ମୁଖ୍ୟତଃ ବା’ଆଥ୍ ଦଳ ଓ ଅନ୍ୟାନ୍ୟ ଗୌଣ ଦଳ (ନାସେରିଷ୍ଟ ଓ ଜାତୀୟତାବାଦୀ) ମାନଙ୍କୁ ନେଇ ସଙ୍ଗଠିତ ହୋ‍ଇଥିଲା । ଏହି ସରକାର CIA ଦ୍ୱାରାCIAଦ୍ୱାରା ପ୍ରସ୍ତୁତ ଗୋଟେ ସନ୍ଦିଗ୍ଧ କମ୍ୟୁନିଷ୍ଟ ଓ ବାମପନ୍ଥୀ ମାନଙ୍କ ତାଲିକା ବ୍ୟବହାର କରି ବହୁସଂଖ୍ୟକ ଇରାକୀ ଉଚ୍ଚଶିକ୍ଷିତ ବୁଦ୍ଧିଜୀବି ମାନଙ୍କୁ ହତ୍ୟା କଲେ । ଏହା ପରେ କ୍ଷମତା ପାଇଁ ଆରିଫ ଓ ବା’ଆଥ୍ ଦଳର ପ୍ରଧାନମନ୍ତ୍ରୀ ଅହମଦ ହସନ ଅଲ୍ ବକର ମଧ୍ୟରେ କିଛି କାଳ ସଂଘର୍ଷ ହୋ‍ଇଥିଲା । ଏଥିରେ ଆରିଫ ବିଜୟୀ ହୋ‍ଇ ବା’ଆଥ୍ ଦଳକୁ କ୍ଷମତାରୁ ବିତାଡିତ କଲେ । ପୂର୍ବତନ CIA ଅଫିସର ଜେମ୍ସ କ୍ରିଚ୍‌ଫିଲ୍ଡଙ୍କ ଅନୁସାରେ ଯଦିଓ CIA ଏହି କ୍ଷମତା ପରିବର୍ତ୍ତନରେ କୌଣସି ସକ୍ରିୟ ଭୂମିକା ନେଇନଥିଲା ତଥାପି ଆନ୍ଦୋଳନର ପ୍ରାକ୍-ସୂଚନା ପାଇଥିଲା । କିନ୍ତୁ ଆରିଫ ଓ ଅହମଦଙ୍କ ମଧ୍ୟରେ ଯେଉଁ ଟଣା ଓଟରା ହେଲା ତାହା CIA ଆଶା କରି ନଥିଲା ।
 
[[ଶ୍ରେଣୀ:୧୯୧୭ ଜନ୍ମ]]