"ଚୈତନ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୂର୍ବପୁରୁଷଙ୍କ ବିଷୟରେ
ଟିକେ Regular Character Changes
୪୯ କ ଧାଡ଼ି:
ସେ ତାଙ୍କର ଶତ ଶତ ଗୌଡ଼ୀୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାଯ୍ୟରେ ସ୍ଵ ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ । ଏହି ଧର୍ମର ମୂଳତତ୍ତ୍ଵ ହେଲା ପ୍ରେମ ଓ ଭଗବାନ [[କୃଷ୍ଣ]]ଙ୍କଠାରେ ଗଭୀର ଭକ୍ତି । ସେ ଜାତିଧର୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ । ତାଙ୍କର ମୁସଲମାନ ଶିଷ୍ୟ ହରିଦାସ ଯବନ ହରିଦାସ ନାମରେ ପ୍ରସିଦ୍ଧ ଲାଭ କରିଥିଲେ । ଉତ୍କଳ ଓ ବଙ୍ଗର ହିନ୍ଦୁସମାଜ ତାଙ୍କ ଧର୍ମମତ ପ୍ରଚାରଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା ।<ref>http://www.britannica.com/EBchecked/topic/88600/Chaitanya-movement</ref><ref>http://www.scsmath.com/docs/chaitanya_mahaprabhu.html</ref>
 
ତତ୍କାଳୀନ ଶାସକଙ୍କ ବିରୋଧରେ ଆଇନ ଅମାନ୍ୟ କୃଷ୍ଣ [[ନାମ]] ସଂକୀର୍ତ୍ତନ ଆନ୍ଦୋଳନ କରି ଚାନ୍ଦକାଜୀଙ୍କୁ ସାଧୁ କରାଇ ଦେଇଥିଲେ । ଚୈତନ୍ୟ ଦେବ [[ବେଦ]] ଓ ଭାଗବତୋକ୍ତ ସାମ୍ୟବାଦର ପ୍ରବର୍ତ୍ତକ । ଜାତିଭେଦକୁ ସେ ଦୂର କରି ଯବନ ହରିଦାସ ଠାକୁରଙ୍କୁ ତାଙ୍କ ନାମ ଆନ୍ଦୋଳନର ଆଚାର୍ଯ୍ୟ କରାଇଥିଲେ । ରାମାନନ୍ଦ ରାୟଙ୍କ ଦ୍ୱାରାରାୟଙ୍କଦ୍ୱାରା ଭକ୍ତି ତତ୍ତ୍ୱର ଶିକ୍ଷା ପ୍ରଚାର କରାଇଥିଲେ । ତାଙ୍କର ଅନୁଜ ଶ୍ରୀ ରୂପ ସନାତନାଦି ବ୍ରଜର ଗୋସ୍ୱାମୀମାନେ [[ସଂସ୍କୃତ]]ରେ ବହୁ ଉଚ୍ଚକୋଟୀର ଗ୍ରନ୍ଥ ପ୍ରଣୟକରିଛନ୍ତି । ତାଙ୍କ ଦାର୍ଶନିକ ମତବାଦର ନାମ ଅଚିନ୍ତ୍ୟ ଭେଦାଭେଦବାଦ, ବେଦାନ୍ତର ଏହି ପ୍ରାଚୀନ ମତବାଦ ଉପରେ ଶ୍ରୀଚେତନ୍ୟାନୁଜ [[ଓଡ଼ିଶା]]ର ବଳଦେବ ବିଦ୍ୟାଭୂଷଣ ଗୋବିନ୍ଦ ଭାଷ୍ୟ ପ୍ରଣୟନ କରିଛନ୍ତି । ଠାକୁର [[ନିଗମାନନ୍ଦ ସରସ୍ୱତୀ]] ଚୈତନ୍ୟଙ୍କୁ ଶେଷ ଅବତାର ବୋଲି କହିଛନ୍ତି ।
 
== ଆଧାର ==
"https://or.wikipedia.org/wiki/ଚୈତନ୍ୟ"ରୁ ଅଣାଯାଇଅଛି