"ଚନ୍ଦ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:ଜ୍ୟୋତିଷୀ using HotCat |
ଟିକେ Regular Character Changes |
||
୩୦ କ ଧାଡ଼ି:
ଅନ୍ୟଏକ ମତ ଅନୁସାରେ ବ୍ରହ୍ମା ଅତ୍ରିଙ୍କୁ ସୃଷ୍ଟି ସର୍ଜନା କରିବାକୁ ନିର୍ଦ୍ଦେଶ ହେଲେ । ସୁଚାରୁରୂପେ ସଂସାର ସୃଷ୍ଟିକରିବା ପାଇଁ ଶକ୍ତି ଆବଶ୍ୟକତା ଦୃଷ୍ଟିରୁ ଋଷି ତପସ୍ୟା କଲେ । ବିଷ୍ଣୁ ଋଷିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଏକ ଦିବ୍ୟଜ୍ୟୋତି ରୂପେ ଆସି ହୃଦୟରେ ରହିଲେ । ତାହା ଜାଣି ଅତ୍ରିଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ଝରିପଡ଼ିଲା । ସେହି ଲୁହରୁ କେତେଗୁଡ଼ିଏ ଭ୍ରୂଣ ଜାତ ହେଲେ । ବ୍ରହ୍ମା ସେହି ଭ୍ରୂଣଗୁଡ଼ିକୁ ଏକାଠି କରି ଏକ ସୁନ୍ଦର ତରୁଣ ସୃଷ୍ଟିକଲେ । ସେହି ସୁନ୍ଦର ତରୁଣ ବ୍ରହ୍ମାଙ୍କ ଅଂଶରୁ ଜାତ ହୋଇଥିବାରୁ ତାଙ୍କର ରୂପ ଅତ୍ୟନ୍ତ ଦୀପ୍ତିମାନ ହୋଇଥିଲା । ସେ ହେଲେ ଚନ୍ଦ୍ରଦେବତା । ତତ୍ପରେ ମୁନି, ଋଷି, ଦେବତା, ଗନ୍ଧର୍ବ ଓ ଅପସରୀମାନେ ସାମବେଦ ଗାନ କରି ଚନ୍ଦ୍ରଙ୍କୁ ସ୍ତୁତିକଲେ । ସେହି ସ୍ତୁତି ହେତୁ ପୃଥିବୀରେ ଔଷଧୀୟ ବୃକ୍ଷଲତା ଉଦ୍ଭବ ହେଲେ । ତେଣୁ, ଚନ୍ଦ୍ରଙ୍କୁ ଔଷଧିମାନଙ୍କର ଅଧିପତି କହାଗଲା । ଆଉମଧ୍ୟ ହରିବଂଶ ପୁରାଣରେ ଚନ୍ଦ୍ରଙ୍କୁ ନକ୍ଷତ୍ରମାନଙ୍କର ରାଜା ରୂପେ ବର୍ଣ୍ଣନା କରାଯାଇଛି ।<ref> ଅସିତ ମହାନ୍ତି, ଆମଦେବାଦେବୀ, ପୃଷ୍ଠା-୮୫ </ref>
==ଚନ୍ଦ୍ରକ୍ଷୟ==
ଚନ୍ଦ୍ର ସୌନ୍ଦର୍ଯ୍ୟରେ ଅନୁମପ ତଥା ସମସ୍ତ ଉଦ୍ଭିଦଙ୍କ ରାଜା ହୋଇଥିବାରୁ ଯଶ, ଖ୍ୟାତି ବହୁଗୁଣିତ ହେଲା। ପ୍ରଜାପତି ଦକ୍ଷ ଚନ୍ଦ୍ରଙ୍କ ସହିତ ତାଙ୍କର ୨୭ଟି କନ୍ୟାମାନଙ୍କୁ ବିବାହ କରାଇଥିଲେ । ସେମାନେ ହେଲେ, [[ଅଶ୍ଵିନୀ (ନକ୍ଷତ୍ର)|ଅଶ୍ଵିନୀ]], [[ଭରଣୀ (ନକ୍ଷତ୍ର)|ଦ୍ଵିଜା]], [[କୃତ୍ତିକା (ନକ୍ଷତ୍ର)|କୃତ୍ତିକା]], [[ରୋହିଣି (ନକ୍ଷତ୍ର)|ରୋହିଣି]], [[ମୃଗଶିରା (ନକ୍ଷତ୍ର)|ମୃଗଶିରା]], [[ଆର୍ଦ୍ରା (ନକ୍ଷତ୍ର)|ଆର୍ଦ୍ରା]], [[ପୁନର୍ବସୁ (ନକ୍ଷତ୍ର)|ପୁନର୍ବସୁ]], [[ପୁଷ୍ୟା (ନକ୍ଷତ୍ର)|ପୁଷ୍ୟା]], [[ଅଶ୍ଳେଷା (ନକ୍ଷତ୍ର)|ଅଶ୍ଳେଷା]], [[ମଘା (ନକ୍ଷତ୍ର)|ମଘା]], [[ପୂର୍ବ ଫାଲ୍ଗୁନୀ (ନକ୍ଷତ୍ର)|ପୂର୍ବଫାଲ୍ଗୁନୀ]], [[ଉତ୍ତର ଫାଲ୍ଗୁନୀ (ନକ୍ଷତ୍ର)|ଉତ୍ତର ଫାଲ୍ଗୁନୀ]], [[ହସ୍ତା (ନକ୍ଷତ୍ର)|ହସ୍ତା]], [[ଚିତ୍ରା (ନକ୍ଷତ୍ର)|ଚିତ୍ରା]], [[ସ୍ଵାତି (ନକ୍ଷତ୍ର)|ସ୍ଵାତି]], [[ବିଶାଖା (ନକ୍ଷତ୍ର)|ବିଶାଖା]], [[ଅନୁରାଧା (ନକ୍ଷତ୍ର)|ଅନୁରାଧା]], [[ଜ୍ୟେଷ୍ଠା (ନକ୍ଷତ୍ର)|ଜ୍ୟେଷ୍ଠା]], [[ମୂଳା (ନକ୍ଷତ୍ର)|ମୂଳା]], [[ପୂର୍ବାଷାଢ଼ା (ନକ୍ଷତ୍ର)|ପୂର୍ବାଷାଢ଼ା]], [[ଉତ୍ତରାଷାଢ଼ା (ନକ୍ଷତ୍ର)|ଉତ୍ତରାଷାଢ଼ା]], [[ଶ୍ରବଣା (ନକ୍ଷତ୍ର)|ଶ୍ରବଣା]], [[ଧନିଷ୍ଠା (ନକ୍ଷତ୍ର)|ଧନିଷ୍ଠା]], [[ଶତଭିଷା (ନକ୍ଷତ୍ର)|ଶତଭିଷା]], [[ପୂର୍ବ ଭାଦ୍ରପଦ (ନକ୍ଷତ୍ର)|ପୂର୍ବ ଭାଦ୍ରପଦ]], [[ଉତ୍ତର ଭାଦ୍ରପଦ (ନକ୍ଷତ୍ର)|ଉତ୍ତର ଭାଦ୍ରପଦ]] ଓ [[ରେବତୀ(ନକ୍ଷତ୍ର)|ରେବତୀ]] । ଦକ୍ଷଙ୍କର ସେହି ୨୭କନ୍ୟାଗଣ ଆକାଶରେ ତାରାରୂପେ ଦେଖାଯାଆନ୍ତି । ସେମାନଙ୍କ ସହିତ ଚନ୍ଦ୍ର ମହାମେରୁ ପରିକ୍ରମା କରନ୍ତି । ଜ୍ୟୋତିର୍ବିଜ୍ଞାନ ମଧ୍ୟ ପୌରାଣିକ ବିବରଣୀକୁ ସମର୍ଥନ କରେ। ଚନ୍ଦ୍ରଙ୍କର ବୈବାହିକ ଜୀବନରେ ପକ୍ଷପାତିତା ଅବଲମ୍ବନ କରିଥିଲେ, ୨୭ଜଣ ପତ୍ନୀଙ୍କ ମଧ୍ୟରୁ କେବଳ ଅପରୂପା ରୂପସୀ ରୋହିଣୀଙ୍କ ସହିତ ନିବିଡ଼ ସମ୍ପର୍କ ରଖୁଥିଲେ ବେଳେ ଅନ୍ୟମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିଲେ । କନ୍ୟାମାନଙ୍କ ଅଭିଯୋଗକ୍ରମେ ପିତାଦକ୍ଷ ଚନ୍ଦ୍ରଙ୍କୁ ସତ୍ଉପଦେଶ ଦେଇଥିଲେ। କିନ୍ତୁ, ଚନ୍ଦ୍ରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଘଟିନଥିଲା; ବରଂ ରୋହିଣୀଙ୍କ ସହିତ ସମ୍ପର୍କ ଅଧିକ ନିବିଡ଼ତର ହେଲା । ବାରମ୍ବାର କନ୍ୟାମାନଙ୍କ ଅଭିଯୋଗରେ ଉତ୍କ୍ଷିପ୍ତହୋଇ ଚନ୍ଦ୍ରଙ୍କୁ କ୍ଷୟରୋଗ ‘[[ଯକ୍ଷ୍ମା]]’ ହେଉବୋଲି ଅଭିଶାପ ଦେଲେ । ଯକ୍ଷ୍ମାରେ ପୀଡ଼ିତ ଚନ୍ଦ୍ରଙ୍କର କାନ୍ତି ଓ ଶକ୍ତି ଦିନକୁ ଦିନ ହ୍ରାସ ଘଟିଲା । ବହୁ
ଆଉମଧ୍ୟ, ଚନ୍ଦ୍ର ଅତ୍ୟନ୍ତ ସୁନ୍ଦର ହେତୁ ମନରେ କୌଣସି ଗର୍ବ ଅହଙ୍କାର ନଥିଲା । ଏକଦା ବିଷ୍ଣୁଙ୍କୁ ତପସ୍ୟା କଲେ। ବିଷ୍ଣୁ ତପସ୍ୟାରେ ସନ୍ତୁଷ୍ଟ ହୋଇ ଚନ୍ଦ୍ରଙ୍କୁ ବର ଯାଚନା କଲେ । ଚନ୍ଦ୍ର କହିଲେ , ସେ ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କରିବେ, ସେଥିରେ ଶିବ ତ୍ରିଶୂଳ ଧରି ଯଜ୍ଞକୁ ରକ୍ଷା କରିବେ ଏବଂ ସମସ୍ତ ଦେବତା ଯଜ୍ଞରେ ଯୋଗଦେଇ ଯଜ୍ଞଭାଗ ଗ୍ରହଣ କରିବେ। ବିଷ୍ଣୁ ତାଙ୍କୁ ସେହିବର ଦେଲେ । ବିଷ୍ଣୁଙ୍କଠାରୁ ବର ପାଇବା ପରେ ଚନ୍ଦ୍ର ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କଲେ। ସେଥିରେ ସମସ୍ତ ମୁନିଋଷି, ଦେବତା ଆଦି ଅଂଶ ଗ୍ରହଣ କଲେ । ଫଳରେ ଚନ୍ଦ୍ରଙ୍କର ସୌନ୍ଦର୍ଯ୍ୟ ବହୁଗୁଣିତ ହେଲା । ଏହା ଦେଖି ଲକ୍ଷ୍ମୀ ପ୍ରଭୃତି ଦେବୀଗଣ ମୁଗ୍ଧ ହେଲେ । ଏହା ଦେଖି ଚନ୍ଦ୍ରଙ୍କ ଛାତି ଗର୍ବରେ ଫୁଲିଉଠିଲା, ମନକୁ ଯାହା ଆସିଲା କଲେ ଏବଂ ଯଜ୍ଞରେ ଉପସ୍ଥିତ ନବଦେବୀଙ୍କୁ ଅସମ୍ମାନ କଲେ । <ref>ଆମଦେବାଦେବୀ, ପୃଷ୍ଠା-୮୫ </ref>
== ଆଧାର ==
|