"ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବିକାଶଓଝା ପୃଷ୍ଠାଟିକୁ ଚଉଷଠି ଯୋଗିନୀ ମନ୍ଦିରରୁ ଚଉଷଠି ଯୋଗିନୀ ମନ୍ଦିର, ହୀରାପୁରକୁ ଘୁଞ୍ଚାଇଲେ: ଏହି ଲେ...
ଟିକେ Regular Character Changes
୩୫ କ ଧାଡ଼ି:
}}
 
'''ଚଉଷଠି ଯୋଗିନୀ ମନ୍ଦିର''' [[ଓଡ଼ିଶା]]ର [[ଭୁବନେଶ୍ଵର]]ରେ ଥିବା ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ (ତନ୍ତ୍ରପୀଠ) । ସ୍ଥାନୀୟ ଅଞ୍ଚଳରେ ଏହା ମହାମାୟା ମନ୍ଦିର ନାମରେ ମଧ୍ୟ ଜଣା । ତନ୍ତ୍ର ସଂସ୍କୃତିରେ ଯୋଗିନୀମାନଙ୍କ ସମ୍ପର୍କରେ ବିଶେଷ ଭୂମିକା ଅନ୍ତର୍ନିହିତ ଅଛି । ତେଣୁ ହୀରାପୁରର ଚଉଷଠୀ ଯୋଗିନୀ ପୀଠକୁ ତନ୍ତ୍ରପୀଠ କୁହାଯାଏ । ଏହି ମନ୍ଦିର ୧୯୫୩ ମସିହାରେ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ର ମୁଖ୍ୟ ଓ ପ୍ରତ୍ନତତ୍ୱବିଦ [[କେଦାରନାଥ ମହାପାତ୍ର]]ଙ୍କ ଦ୍ଵାରାଙ୍କଦ୍ଵାରା ଲୋକଲୋଚନକୁ ଆସିଥିଲା । ଏହି ଦେଉଳର ଉପରିଭାଗ ଖୋଲା । ମନ୍ଦିରର କେନ୍ଦ୍ରସ୍ଥଳରେ ଅଷ୍ଟକୋଣୀ ବିଶାଳ ଲିଙ୍ଗ ରହିଛି । ଦେଉଳ ମଧ୍ୟଭାଗରେ ପରବର୍ତ୍ତୀ ସମୟରେ ଏକ ଚଣ୍ଡୀମଣ୍ଡପ ସ୍ଥାପିତ । ଏଥିରେ ଚାରୋଟି ଶିବ ଓ ଯୋଗିନୀଙ୍କ ପ୍ରତିମା ସ୍ଥାପିତ । <ref name =samaja>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref>
 
ଦେବୀ ମହାମାୟା ଏହି ପୀଠ ଓ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜିତା । ଏହି ପୀଠଟି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୦ କି.ମି ଦୂରରେ ବାଲିଅନ୍ତା ଥାନା ଓ ପଞ୍ଚାୟତ ସମିତି ଅନ୍ତର୍ଗତ ବାଳକାଟିଠାରୁ ୨/୩ କି.ମି ଦୂରରେ ପୁଣ୍ୟତୋୟା [[ଭାର୍ଗବୀ ନଦୀ]] ତଟ ଦେଶରେ ହୀରାପୁର ଗ୍ରାମର ଦକ୍ଷିଣ ଓ ପୂର୍ବ ଦିଗରେ ବିଦ୍ୟମାନ । ଏହି ପୀଠର ସମ୍ମୁଖରେ ଗୋଟିଏ ପୁଷ୍କରିଣୀ ଅବସ୍ଥିତ । ପୁଷ୍କରିଣୀର ମଧ୍ୟଭାଗରେ ଏକ ଦୀପଦାଣ୍ଡି ରହି ଏହି ସ୍ଥାନର ପରିବେଶକୁ ସୁଶୋଭିତ କରୁଅଛି । କେହି କେହି କୁହନ୍ତି ଏହି ଦୀପଦଣ୍ଡିରେ ୨୧/୨ ଦଣ୍ଡ ସୁବର୍ଣ୍ଣ ବୃଷ୍ଟି ହୋଇଥିଲା । ବାସ୍ତବିକ୍ ହୀରାପୁର ନାମ ଅନୁସାରେ ଏହି ପୀଠର ମହିମା, ଗୁଣ ଗାରିମା, ପ୍ରାକୃତିକ ସୌନ୍ଦର୍ଯ୍ୟ, ପରିବେଶ ଇତ୍ୟାଦିର ମହତ୍ୱ ପ୍ରତିପାଦନର ଯଥାର୍ଥତା ଅଟେ । ପ୍ରକାଶ ଥାଉକି ହୀରପୁର ଶବ୍ଦକୁ ବାଖ୍ୟା କଲେ ଜଣାଯାଏ ହୀରାରେ ପୂର୍ଣ୍ଣ ତଥା ହୀରାପୁର । ଏହି ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ଐଶ୍ୱର୍ଯ୍ୟପୁରୀ ପରି ଶୋଭା ବହନ କରି ପ୍ରସିଦ୍ଧି ଲାଭ କରି ପାରିଛି । ନଦୀ, ନାଳ ଘେରା ଶସ୍ୟ ଶାମଳା କ୍ଷେତ୍ର ମଧ୍ୟରେ ପୁଷ୍ପ, ଫଳ, ଗୁଳ୍ମ ଓ ତରୁଲତାରେ ପରିପୂର୍ଣ୍ଣ ଶୋଭାର ଭଣ୍ଡାର ଆକର୍ଷିତ କରି ପାରିଛି ଶତଶତ ଭକ୍ତଙ୍କୁ । ସର୍ବୋପରି ଅଧିକ ବିମୋହିତ କରିପାରିଛି ସେଠାରେ ଥିବା ପୁଷ୍କରିଣୀର କାଚକେନ୍ଦୁ ପରି ଜଳରାଶୀ, କଇଁ ଓ ପଦ୍ମଫୁଲର ସୌନ୍ଦର୍ଯ୍ୟ ମାଧୁରୀ । ଆଉ ମଧ୍ୟ ସୁପ୍ରଭାତ ଓ ସନ୍ଧ୍ୟା ସମୟରେ ଶୀତଳ ମଳୟରେ ଫୁଲଗୁଡିକର ସୁବାସିତ କରି ପାରୁଛି ଏହି ପୀଠର ପରିବେଶକୁ ହୀରାପୁରର ଚଉଷଠି ଯୋଗିନୀ ପୀଠ ଭାରତରେ ଆଧ୍ୟାମିିକ ଶକ୍ତିର ପରିସର ବ୍ୟାପକ । ଏହି ଶକ୍ତି ମଧ୍ୟରେ ହିନ୍ଦୁ ତତ୍ତ୍ଵ ଦ୍ୱାରାତତ୍ତ୍ଵଦ୍ୱାରା ଆଧାରିତ ସନାତନ ଧର୍ମ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଅଛି । କାଳକ୍ରମେ ଜୈନ, ବୌଦ୍ଧ ଓ ବ୍ରହ୍ମଣ୍ୟ ଧର୍ମ ଅଭ୍ୟୁଦୟ ହୋଇ ପ୍ରସାର ଲାଭ କରିଥିଲା । ଏହା ପରେ ପଞ୍ଚୋପାସନା ପଦ୍ଧତି ଦ୍ରୁତ ଗତିରେ ପ୍ରସାର ଲାଭ କରିଥିଲା । ଏହି ପଞ୍ଚୋପାସନା ପଦ୍ଧତି ହେଲା- ଶୈବ, ବୈଷ୍ଣବ, ଶାକ୍ତ, ସୌର ଓ ଗାଣପତ୍ୟ । ଶଙ୍କରାଚାର୍ଯ୍ୟଙ୍କ ସମୟରୁ ଶୈବ ଓ ବୈଷ୍ଣବ ଧର୍ମର ମତବାଦରୁ ବହୁଳ ଭାବରେ ଶାକ୍ତ ଉପାସନା ପଦ୍ଧତି ସୃଷ୍ଟି ହୋଇଥିଲା । ସେହି ଶୈବ ମତବାଦର ଏକ ମୁଖ୍ୟ ଶାଖା ରୂପେ ଶାକ୍ତ ଉପାସନା ପ୍ରଭାବିତ ହୋଇ କ୍ରମବିକାଶ ଲାଭ କରିଥିଲା । ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ଓ ଯୋଗମାର୍ଗକୁ ପାଥେୟ କରି ଶକ୍ତି ଉପାସନାର ମାତୃକା, ବିଦ୍ୟା ଓ ମହାବିଦ୍ୟାର ମିଶ୍ରଣରେ ଚତୁଃଷଷ୍ଠୀ ଯୋଗିନୀଙ୍କ ଆରମ୍ଭ ହୋଇଥିଲା । କାଳିକା ପୁରାଣକୁ ଆଲୋଚନା କଲେ ଜଣାଯାଏ ଭାରତରେ ସର୍ବପ୍ରଥମ ତନ୍ତ୍ରପୀଠ ରୂପେ ହୀରାପୁରର ଚଉଷଠି ଯୋଗିନୀ ପୀଠ ବିଦ୍ୟମାନ ।
 
== ଦେବଦେବୀ ==