"ଗୌତମ ବୁଦ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Regular Character Changes
୩୫ କ ଧାଡ଼ି:
ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ [[ନେପାଳ]]ର କପିଳବାସ୍ତୁଠାରେ ।
== ଜୀବନୀ ==
ଗୌତ୍ତମ ବୁଦ୍ଧ [[ବୌଦ୍ଧ ଧର୍ମ]]ର ପ୍ରତିଷ୍ଠାତା ।<ref>http://webspace.ship.edu/cgboer/buddhaintro.html</ref> ସେ ଖ୍ରୀ. ପୂ ୫୬୭ (ମତାନ୍ତର)ରେ ହିମାଳୟର ପାଦଦେଶରେ ଅବସ୍ତିତ କପିଳବାସ୍ତୁ ନିକଟବର୍ତ୍ତୀ [[ଲୁମ୍ବିନୀ]] ଉପବନରେ ଜନ୍ମ ଗ୍ରହଣ କରିଥିଲେ । [[କପିଳାବାସ୍ତୁ]] ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା । ଗୌତ୍ତମଙ୍କର ପିତା ଶୁଦ୍ଧୋଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ ।<ref>http://www.buddhanet.net/e-learning/buddhistworld/buddha.htm</ref> ତାଙ୍କର ମାତାନକ ନାମ ଥିଲା ମାୟାଦେବୀ । ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ବିମାତା ଗୌତମୀଙ୍କ ଦ୍ଵାରାଗୌତମୀଙ୍କଦ୍ଵାରା ପରିପାଳିତ ହୋଇ ଥିଲେ । <ref>http://buddhism.about.com/od/lifeofthebuddha/a/buddhalife.htm</ref> ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲେ । ସେ ସଂସାରବିରାଗୀ ଥିଲେ । ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦ୍ଧୋଦନ ଗୌତମଙ୍କୁ ଗୋପାନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ବିବାହ କରାଇଥିଲେ । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ଏସବୁ ସତ୍ତ୍ଵେ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା । <ref>http://www.thewildrose.net/the_buddha.html</ref>
== କିମ୍ବଦନ୍ତୀ ==
କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ କଲେ । ମନୁଷ୍ୟର ଜନ୍ମ ,ବାର୍ଦ୍ଧକ୍ୟ,ରୋଗ,ଦୁଃଖ, କ୍ଳେଶ, ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଖଃରେ ଅଭିଭୂତ ହୋଇପଡ଼ିଲେ । ସେ ଏସବୁଥିରୁ ମୁକ୍ତିଲାଭ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ । ଏହି ସମୟରେ ଦିନେ ସେ ଏକ ପ୍ରସନ୍ନବଦନ ସନ୍ୟାସୀଙ୍କୁ ଦେଖିଲେ । ସନ୍ୟାସ ବରଣ କଲେ ଦୁଃଖ୍ଗରୁ ତ୍ରାହି ମିଳିବ ବୋଲି ସେ ୨୯ ବର୍ଷ ବୟସରେ ଦିନେ ନିଶାର୍ଦ୍ଧରେ ସାଂସାରିକ ମାୟାବନ୍ଧନ ଛିନ୍ନକରି ସମସ୍ତଙ୍କ ଅଗୋଚରରେ ରାଜପ୍ରସଦ ତ୍ୟାଗକରିଥିଲେ । <ref>http://www.thebigview.com/buddhism/buddhasresume.html</ref>
୪୩ କ ଧାଡ଼ି:
 
==ବୌଦ୍ଧଧର୍ମର ପ୍ରସାର==
ଗୌତମ ବୁଦ୍ଧଙ୍କ ପରିନିର୍ମାଣର ଅଳ୍ପ କାଳପରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା । ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ [[ଅଶୋକ (ସମ୍ରାଟ)|ସମ୍ରାଟ ଅଶୋକ]]ଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ, ଭାରତ ବାହାରେ ପଶ୍ଚିମରେ [[ଗ୍ରୀସ]] ଦେଶଠାରୁ ପୂର୍ବରୁ [[ବ୍ରହ୍ମଦେଶ]] ଏବଂ ଦକ୍ଷିଣରେ [[ସିଂହଳ]] ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣବଂଶର ଶ୍ରେଷ୍ଠସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ [[ଚୀନ]], [[ତିବ୍ଦତ]], [[ଜାପାନ]] ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ [[କନୌଜ]]ର ରାଜା [[ହର୍ଷବର୍ଦ୍ଧନ]]ଙ୍କ ସାହାଯ୍ୟରେ ଗୌଦ୍ଧଧର୍ମ ବିଶେଷ ଅଗ୍ରଗତି କରିଥିଲା । ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧଧର୍ମ [[ପୃଥିବୀ]]ର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା ।<ref>http://www.thebuddhistsociety.org/resources/Spread.html#top</ref> ରାଜା ମହାରାଜାମାନଙ୍କ ଦ୍ଵାରାମହାରାଜାମାନଙ୍କଦ୍ଵାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା, ସ୍ତୂପ,ଚୈତ୍ୟ, ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତିଗୁଡିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇ ତାହା ବୌଦ୍ଧ ଧର୍ମର ପ୍ରସାର ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲା । ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ ।
==ଆହୁରି ଦେଖନ୍ତୁ==
*[[ବୁଦ୍ଧ ପୂର୍ଣ୍ଣିମା]]