"ଉପେନ୍ଦ୍ର ତ୍ରିପାଠୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ସମ୍ମାନ ଓ ପୁରସ୍କାର, ରଚନାବଳୀ |
ଟିକେ Regular Character Changes |
||
୪୨ କ ଧାଡ଼ି:
ଉପେନ୍ଦ୍ର ତ୍ରିପାଠୀ, ୧୯୦୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ, ଯାଜପୁର ଜିଲ୍ଲାର ହରିଦାସପୁର ନିକଟସ୍ଥ ମୁରାରିପୁରଠାରେ ଜନ୍ମଗ୍ରହଣ କରିଥିଲେ ।<ref name="MohantyPatnaik">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|title=Cultural Heritage of [Orissa]: Jajpur|url=http://books.google.com/books?id=PCpuAAAAMAAJ|publisher=State Level Vyasakabi Fakir Mohan Smruti Samsad}}</ref> ପିଲାଦିନରୁ ପଢିବାରେ ତାଙ୍କର ଖୁବ ଆଗ୍ରହ ଥିଲା । ନିଜ ଆତ୍ମଜୀବନୀ "ଗୋଟାଏ କଲମ ଟୋପାଏ କାଳି"ରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ [[ମଧୁସୂଦନ ରାଓ]]ଙ୍କ ''ସାହିତ୍ୟ କୁସୁମ'' ଓ [[ମଧୁସୂଦନ ଦାସ]]ଙ୍କ "ଭାରତ ଇତିହାସ" ବହି ଦୁଇଟି ପଢିଥିବା କଥା ଲେଖିଛନ୍ତି । ସେହି ତରୁଣ ବୟସରେ, ସେ ଲେଖାଲେଖି ଆରମ୍ଭ କରିଥିଲେ ଓ "ଆଲୋକ" ନାମକ ଏକ ହାତଲେଖା ପତ୍ରିକା ବାହାର କରୁଥିଲେ । "ବିଧବା ଗୁହାରି", "ବଡ଼ ହେଲେ ମୁଁ ମାଷ୍ଟର ହେବି" ଆଦି କେତେଗୁଡିଏ କବିତା, ସେହି ସମୟରେ ଲେଖିଥିଲେ ।
ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା, ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ଶିଶୁସାହିତ୍ୟକୁ କେବଳ ଶିକ୍ଷାଧର୍ମୀ ନକରି, ମୁଖ୍ୟ ସାହିତ୍ୟର ଏକ ଭିନ୍ନଧାରା ଭାବରେ ଦେଖୁଥିଲେ । ୧୯୨୬-୨୭ ମସିହା ବେଳକୁ ତାଙ୍କ ପ୍ରଚେଷ୍ଠା ସଫଳତା ଲାଭକରିଥିଲା ଓ ବହୁ ବିଜ୍ଞ ପ୍ରତିଷ୍ଠିତ ବ୍ୟକ୍ତିମାନେ ପିଲାଙ୍କ ପାଇଁ ସ୍ଵତନ୍ତ ଭାବେ ସାହିତ୍ୟ ସୃଷ୍ଟି କରିଥିଲେ । ଚିନ୍ତାମଣି ଆଚାର୍ଯ୍ୟ ଓ ଅଗଣି
ଉପେନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟ ଅବଦାନକୁ ସ୍ଵୀକୃତି ଜଣାଇ, "ଗୋକର୍ଣ୍ଣିକା ସାହିତ୍ୟ ସମାଜ", ଜାରକା ପକ୍ଷରୁ ପ୍ରତିବର୍ଷ "ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଉଛି । <ref name="Mohanty2009">{{cite book|author=Jagannath Mohanty|title=Encyclopaedia of Education, Culture and Children's Literature: v. 4. Children's literature and education|url=http://books.google.com/books?id=zfLATnA1IAMC&pg=PA161|year=2009|publisher=Deep & Deep Publications|isbn=978-81-8450-151-3|pages=161–}}</ref> ଆତ୍ମଚରିତ ''ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ'' ପ୍ରକାଶନ ଅବସରରେ [[ମାୟାଧର ମାନସିଂହ]] ଉପେନ୍ଦ୍ର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ {{Rquote|centre|ଯଥାର୍ଥରେ ଆପଣ ଓଡ଼ିଆ ସାହିତ୍ୟର ଅନାବାଦି ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ ସାଇତି ରଖିପାରିଛନ୍ତି॥}}
|