"ଇନ୍ଦ୍ରଦ୍ୟୁମ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
ଟିକେ Regular Character Changes
୪ କ ଧାଡ଼ି:
 
==କିମ୍ବଦନ୍ତୀ==
[[ସ୍କନ୍ଦ ପୁରାଣ]], [[ବ୍ରହ୍ମ ପୁରାଣ]] ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀ[[ଜଗନ୍ନାଥ]] ପ୍ରକୃତରେ [[ନୀଳମାଧାବ]] ନାମରେ '''ବିଶ୍ଵାବସୁ''' ନାମକ ଜାଣେ ଶବର ରାଜାଙ୍କ ଦ୍ଵାରାରାଜାଙ୍କଦ୍ଵାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ । [[ନୀଳ ମାଧବ]]ଙ୍କ ନାମ ଶୁଣିବା ପରେ, ଏହି ବିଷୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, [[ବିଦ୍ୟାପତି]] ନାମକ ଜଣେ ବ୍ରାହ୍ମଣଙ୍କୁ ଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ । ବହୁ ଚେଷ୍ଟା ପରେ ମଧ୍ୟ [[ବିଦ୍ୟାପତି]] ଠାକୁରଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । କିଛି ଦିନ ସେଠାରେ ରହି ସେ ଶେଷରେ ବିଦ୍ୟାପତିଙ୍କ କନ୍ୟା '''[[ଲଳିତା]]'''ଙ୍କୁ ବାହା ହୋଇଥିଲେ ଓ ନିଜ ଶ୍ଵଶୁର [[ବିଶ୍ଵାବସୁ]]ଙ୍କ ବିଶ୍ଵାସଭାଜନ ହୋଇଥିଲେ । <ref name="Sharma2005">{{cite book|author=Mahesh Sharma|title=Tales From The Puranas|url=http://books.google.com/books?id=XakxUK85CL4C&pg=PA55|year=2005|publisher=Diamond Pocket Books (P) Ltd.|isbn=978-81-288-1040-4|pages=55–}}</ref> [[ବିଶ୍ଵାବସୁ]] ଶେଷରେ ନିଜ ଜ୍ଵାଇଁଙ୍କ ଅନୁରୋଧ ରକ୍ଷାକରି, [[ବିଦ୍ୟାପତି]]ଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି [[ନୀଳମାଧବ]] ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ । କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଆସିଯାଇଥିଲେ ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଗୁମ୍ଫା ଭିତରକୁ ରାସ୍ତା ଚିହ୍ନାଇବାରେ ସାହାଯ୍ୟ କରିଥିଲା । ସେଠାରୁ ଫେରିବା ପରେ ସେ କଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଥିଲେ । <ref name=Indradyumna>{{cite web|title=ଇନ୍ଦ୍ରଦ୍ୟୁମ୍ନ|url=https://en.wikipedia.org/wiki/Indradyumna|publisher=wikipedia|accessdate=10 September 2015}}</ref>
 
ବିଦ୍ୟାପତି ଠାରୁ ଏ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ, ନୀଳମାଧବଙ୍କ ଦର୍ଶନ ନିମନ୍ତେ [[ଉତ୍କଳ]] ଦେଶକୁ ଯାଇଥିଲେ । ଯଦିଓ ବିଦ୍ୟାପତିଙ୍କ ସହାୟତାରେ ନିଳକନ୍ଦରକୁ ଠାବ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ସେଠାରେ ନୀଳମାଧବଙ୍କ ଦର୍ଶନ କରିପାରିନଥିଲେ । ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ରାଜାଙ୍କୁ ନୀଳସିନ୍ଧୁ କୂଳରେ ଅବସ୍ଥିତ ନୀଳଶଇଳଠାରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଏକ ଦିବ୍ୟଶ୍ଵର ମାଧ୍ୟମରେ ଆଦେଶନାମା ହୋଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ତୁରନ୍ତ ସେହି ସ୍ଥାନରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଆଦେଶ ଦେଲେ । ବିଗ୍ରହ ତିଆରି କରିବାପାଇଁ ସେ ଗୋଟିଏ ରହସ୍ୟମୟ ବୁଢ଼ା [[ବଢ଼େଇ|ମହାରଣା]]ଙ୍କୁ ସେ ଦାୟିତ୍ଵ ଦେଇଥିଲେ । <ref name="The appearence of lord Jagannath">{{cite web|title=ଜଗନ୍ନାଥ ଦର୍ଶନ|url=http://krishna.com/appearance-lord-jagannatha|publisher=Bhakti Bedant book trust|accessdate=10 September 2015}}</ref> କିନ୍ତୁ ମହାରଣା ଜଣକ ନିଜର କିଛି ସର୍ତ୍ତାବଳୀ ରଖି କାର୍ଯ୍ୟ ଆରମ୍ଭ କରିଥିଲେ ଓ ୨୧ ଦିନ ଯାଏ ବିଗ୍ରହ ତିଆରି ଚାଲିଥିବା ଗୃହର କବାଟ ନ ଖୋଲିବା ପାଇଁ ରାଜାଙ୍କୁ କହିଥିଲେ । ଏବଂ ରାଜା ମଧ୍ୟ ଉକ୍ତ ସର୍ତ୍ତକୁ ସାଦରେ ଗ୍ରହଣ କରିଥିଲେ ଓ ବିଗ୍ରହ ତିଆରି କାମ ମଧ୍ୟ ଆରମ୍ଭ ହୋଇଥିଲା । ଏମିତି ଅଳ୍ପ କିଛିଦିନ ଗଲାପରେ ଉକ୍ତ ଗୃହମଧ୍ୟରୁ ସମସ୍ତ ପ୍ରକାର ଶବ୍ଦ ଶୁଣାଯିବାର ବନ୍ଦ ହୋଇଗଲା । କିଛି ଅଘଟଣ ଘଟିଥିବାର ଅନୁମାନ କରି, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ "ଗୁଣ୍ଡିଚା" ବ୍ୟସ୍ତବିବ୍ରତ ହୋଇ ଉକ୍ତ ଗୃହର କବାଟ ଖୋଲି ଦେଇଥିଲେ । କିନ୍ତୁ ସେଠାରେ ସେ କେବଳ କାଠର ତିନୋଟି ଦରଗଢ଼ା ମୁର୍ତ୍ତି ହିଁ ଦେଖିବାକୁ ପାଇଥିଲେ ଓ କାରିଗର ଜଣଙ୍କୁ ସେଠାରୁ ଅନ୍ତର୍ଧାନ ହୋଇଯାଇଥିଲେ । ବିଧାତାଙ୍କ ଆଦେଶ ଭାବି, ରାଜା ଇନ୍ଦ୍ରଦ୍ୟୁମ୍ନ ଦରଗଢ଼ା ତିନି ବିଗ୍ରହଙ୍କୁ ନେଇଁ ନୀଳଶଇଳରେ ସ୍ଥାପନ କରିଥିଲେ ।<ref name="History of Jagannath Temple">{{cite web|title=ଶ୍ରୀମନ୍ଦିର ଇତିହାସ|url=https://www.jagannathpuri.in/index.php/history-of-jagannath-puri-temple|publisher=Jgannath Puri|accessdate=10 September 2015}}</ref>