"ଇଡ଼ିତାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଉଦ୍ଧୃତି: re-categorisation per https://or.wikipedia.org/s/t0f
ଟିକେ Regular Character Changes
୨ କ ଧାଡ଼ି:
ଓଡ଼ିଶାର [[ଆଦିବାସୀ]] ସମାଜରେ ପ୍ରଚଳିତ ଚିତ୍ରକଳା, ମୁଖ୍ୟତଃ ଝୋଟି ଚିତ୍ର ଭାବେ ଜଣାଶୁଣା । ଏହି ଝୋଟିଚିତ୍ରକୁ ସେମାନେ ଘରର କାନ୍ଥରେ ବିଭିନ୍ନ ପର୍ବପର୍ବାଣି ପାଳନ ଅବସରରେ ଆଙ୍କିଥାନ୍ତି, ଯାହାର ମୂଳଲକ୍ଷ୍ୟ ବିଭିନ୍ନ ଦେବଦେବୀଙ୍କୁ ଆବାହନ କରି ସନ୍ତୁଷ୍ଟ କରିବା । ଏହି ନିଆରା କାନ୍ଥଚିତ୍ରକୁ ଲାଞ୍ଜିଆ [[ସଉରା]]ମାନେ ଇଡିତାଲ ବୋଲି କୁହନ୍ତି । [[ସଉରା ଭାଷା]]ରେ ଇଡିର ଅର୍ଥ ଚିତ୍ର ଓ ତାଲର ଅର୍ଥ କାନ୍ଥ । କାନ୍ଥ ଉପରେ ଚିତ୍ର ହୋଇଥିବାରୁ ଏହାର ନାମ ଇଡ଼ିତାଲ ରହିଛି । [[ଚନ୍ଦ୍ରଗିରି]] ଅଞ୍ଚଳର [[ସଉରା]]ମାନେ ଏହାକୁ ଆନିତାଲ ବୋଲି କହନ୍ତି । ସେହି ଅଞ୍ଚଳର କେତକ ଲୋକ ଏହାକୁ ଇଡ଼ିତାଲ ବୋଲି ମଧ୍ୟ କୁହନ୍ତି । <ref>{{cite news|last=ରାଓ|first=ନାଗଭୂଷଣ|title=ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ସଉରା ଚିତ୍ରକଳା - ଇଡ଼ିତାଲ|url=http://samajaepaper.com/epaper/svww_index1.php|accessdate=30 May 2015|newspaper=ସମାଜ|date=୧୦ ମେ ୨୦୧୫}}</ref>
==ଅଙ୍କନ ବିଧି==
ଇଡିତାଲ ହେଉଛି ରେଖା ପ୍ରଧାନ, ଏହାର ସମସ୍ତ ଚିତ୍ରକଳାର ମୌଳିକ ରୂପ ଯେପରି ବିନ୍ଦୁ, ରେଖା ଓ ବୃତ୍ତ ଦ୍ୱାରାବୃତ୍ତଦ୍ୱାରା ନିୟନ୍ତ୍ରିତ । ଇଡିତାଲ ସମସ୍ତ ରୂପରେଖକୁ କେତେକ ମୁଖ୍ୟ ନିୟମରେ ବିଭକ୍ତ କରାଯାଇଥିବାର ଜଣାଯାଏ । ତାହା ହେଉଛି ପରିଧି, ମଣିଷ, ଜୀବଜନ୍ତୁâ, ବୃକ୍ଷଲତା ଓ ବିବିଧ ଚିତ୍ର ଆଦି ମଧ୍ୟରେ ସମାହିତ ହୋଇଥାଏ । ଜୀବଜନ୍ତୁ ମଧ୍ୟରେ [[ହାତୀ]], [[ଘୋଡ଼ା]], [[ମାଙ୍କଡ଼]], [[ଛେଳି]], [[ହରିଣ]], [[ବଳଦ]], [[ଗାଈ]], [[ବାଘ]] ଠାରୁ ଆରମ୍ଭ କରି ବିଭିନ୍ନ ପକ୍ଷୀ ଯଥା [[ମୟୂର]], [[ପାରା]], [[ହଂସ]] ସହିତ ଅନ୍ୟାନ୍ୟ ସରୀସୃପ ପ୍ରାଣୀ ଇତ୍ୟାଦି ଚିତ୍ର ଦେଖିବାକୁ ମିଳେ, ଏସବୁରେ ରଙ୍ଗ ମଧ୍ୟ ଦିଆଯିବା ସହିତ ଆଧୁନିକତାର ସ୍ପର୍ଶ ମଧ୍ୟ ଦେଖିବାକୁ ମିଳେ ।
ସାଧାରଣତଃ ଗୃହକର୍ତ୍ତା ନୂତନ ଘର ଆରମ୍ଭ କରିବାକୁ ଥିଲେ "ଫାଲଗୁନ ମାସରୁ ବୈଶାଖ ମାସ ମଧ୍ୟରେ ଘର ତିଆରି ସମ୍ପୂର୍ଣ୍ଣ ହେବାପରେ କିମ୍ବା ଘରର କୌଣସି ବଖରା ବଢାଇବାକୁ ଥିଲେ ଏହି ସମୟ ମଧ୍ୟରେ ନିର୍ମାଣ କରେ । ନୂଆ ଘର କରିଲେ ଘରର କାନ୍ଥରେ ଇଡ଼ିତାଲ କରିବା ବିଧିସଙ୍ଗତ । ଜନଶ୍ରୁତିରୁ ଜଣାଯାଏ ପୂଜକକୁ ପୂର୍ବରାତ୍ରରେ ଯାହା ସ୍ୱପ୍ନରେ ନିର୍ଦେଶ ହୋଇଥାଏ, ତାହା ସେ କାନ୍ଥ ଉପରେ ଆଙ୍କି ଥାଏ । ପ୍ରଥମେ ସେ କାନ୍ଥ ଉପରେ ଏକ କୋଠି ଆଙ୍କି ତାହା ଭିତରେ ଗଛଲତା, ଜୀବଜନ୍ତୁ, ମଣିଷ ଇତ୍ୟାଦିର ରେଖାଚିତ୍ର ଅଙ୍କନ କରିଥାଏ । ଚାଉଳର ପିଠଉରେ ସରୁ ବାଉଁଶ କାଠି ସାହାଯ୍ୟରେ ନିଖୁଣ ଚିତ୍ର କାର୍ଯ୍ୟ ସମ୍ପନ୍ନ ହୋଇଥାଏ । କାନ୍ଥରେ ଚିତ୍ର ଅଙ୍କନ ହେଲାପରେ ତାହା ପ୍ରତିଷ୍ଠା ହୋଇଥାଏ ।
==ଅଙ୍କନ କିଏ କରେ==
୧୧ କ ଧାଡ଼ି:
ଜୀବନ ପ୍ରଣାଳୀକୁ ପ୍ରାୟତଃ ଆଙ୍କି ପରୋକ୍ଷରେ ସେମାନଙ୍କୁ ଆବାହନ କରି ବିଶ୍ୱାସ ଓ ଭକ୍ତି ସତ୍ତାର ପରିଚୟ ଦେଇଥାଆନ୍ତି ।
===ଦେହ ଅସୁସ୍ଥ ଓ ଦୁର୍ବିପାକ ସମୟରେ===
ଇଡିତାଲର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଘରର ଇଷ୍ଟଦେବତା ଭାବେ ପୂଜା ପାଇଥାଏ । କାରଣ ଚିତ୍ରରେ ଯେଉଁ ପ୍ରକାରର ଜୀବଜନ୍ତୁ ମାନଙ୍କର ଆକୃତି ପ୍ରକୃତି ଦୃଷ୍ଟି ଗୋଚର ହୁଏ, ସେମାନେ ଘରର ମଙ୍ଗଳକାରକ ଓ ସେମାନଙ୍କ ଦ୍ୱାରାସେମାନଙ୍କଦ୍ୱାରା ଅଦୃଷ୍ଟର ବିଧାନ ଓ ସର୍ବଦା ପରିବାରର ସଦସ୍ୟମାନଙ୍କ ପ୍ରତି ହିତକର । ଏହି ବିଶ୍ୱାସ ରଖି ସେମାନେ ପରିବାର ମଧ୍ୟରେ କାହାରି ଦେହ ଅସୁସ୍ଥ ହେଲେ, ସେ ଚିତ୍ର ପାଖରେ ରୋଗୀକୁ ଶୁଆଇ ଜଣେ ବୟୋଜ୍ୟେଷ୍ଠ ଅଧିଆ ପଡନ୍ତି । ପରିବାରର ଆଉଜଣେ ସ୍ତ୍ରୀ ସଦସ୍ୟ କୁଲାରେ ଚାଉଳ ରଖି ହଳଦୀ ମିଶାଇ ହାତରେ ବୁଲାଇବା ସମୟରେ ଧିରେ ଧିରେ ଆଦିବାସୀ ଗୀତ ବୋଲନ୍ତି । ଏହିଭଳି କରିବା ଦ୍ୱାରାକରିବାଦ୍ୱାରା ନିଜର ପାରମ୍ପରିକ ବିଶ୍ୱାସ, ରୋଗୀ ସୁସ୍ଥ ହେବା ସେମାନଙ୍କ ଅତୁଟ ବିଶ୍ୱାସ ରହିଛି । ଯେତେବେଳେ ସେମାନେ ଦୁଃଖ, ଦୁର୍ଦିନ ଓ ଦୁର୍ବିପାକର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସେମାନେ ଅଲୌକିକ ଶକ୍ତିର କୁପ୍ରଭାବରୁ ମୁକ୍ତି ପାଇବାର ବିଶ୍ୱାସ ନେଇ ଚିତ୍ର ଅଙ୍କନ କରି, ତା' ନିକଟରେ ବଳି ଦେଇଥା'ନ୍ତି ।<ref>{{cite news|last=ରାଓ|first=ନାଗଭୂଷଣ|title=ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ସଉରା ଚିତ୍ରକଳା - ଇଡ଼ିତାଲ|url=http://samajaepaper.com/epaper/svww_index1.php|accessdate=30 May 2015|newspaper=ସମାଜ|date=୧୦ ମେ ୨୦୧୫}}</ref>
===ପିତୃପୁରୁଷଙ୍କୁ ବିଶ୍ୱାସ===
ଆଦିବାସୀମାନେ ପିତୃପୁରୁଷଙ୍କୁ ଯଥେଷ୍ଟ ସମ୍ମାନ ଦେଇଥା'ନ୍ତି । ସେମାନଙ୍କ ଧାରଣା ପିତୃପୁରୁଷଗଣ ଅଲୌକିକ ଶକ୍ତିମାନଙ୍କ ସହିତ ଏଣେତେଣେ ବିଚରଣ କରିଥା'ନ୍ତି । ସେମାନଙ୍କୁ ସ୍ମରଣ କରିଲେ ବା ଚିତ୍ରରେ ସ୍ଥାନିତ କରିଲେ ଘର ଓ ପରିବାରର ମଙ୍ଗଳ ହୁଏ । ତେଣୁ ଇଡିତାଲରେ ସେହି ପିତୃପୁରୁଷଙ୍କ ଚିତ୍ର ଅଧିକ ଦେଖାଯାଏ ।
"https://or.wikipedia.org/wiki/ଇଡ଼ିତାଲ"ରୁ ଅଣାଯାଇଅଛି