"ଅହିରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ Regular Character Changes
୩୩ କ ଧାଡ଼ି:
==ବର୍ଗୀକରଣ==
OPHIOPHAGUS HANNAH, MONOTYPIC GENUS OPHOIPHAGUSରୁ ଆସିଛି । ଏହାଗୋଟେ ELAPIDAE ପରିବାରର ବିଭାଗୀକରଣ । ଅହିରାଜ କେବଳ ଏକାକୀ ସଦସ୍ୟ OPHIOPHAGUS ପ୍ରଜାତିର ।
ଯେଊଁଠାରେ କି ଅନ୍ୟ ନାଗ ପ୍ରଜାତି NAJA ଶ୍ରେଣୀରେ ଅନ୍ତର୍ଭୁକ୍ତ । ଅହିରାଜ ଅନ୍ୟ ନାଗମାନଙ୍କ ଠାରୁ ବଡ, ଏମାନଙ୍କ ଫଣୀ ଓ ଦେହରେ ଥିବା ଚିହ୍ନ ଦ୍ଵାରାଚିହ୍ନଦ୍ଵାରା ଚିହ୍ନଟ କରିହୁଏ ।
 
== ବାସସ୍ଥଳୀ ==
୪୦ କ ଧାଡ଼ି:
 
==ବ୍ୟବହାର==
ଅହିରାଜ ଅନ୍ୟ ସର୍ପମାନଙ୍କ ପରି ନିଜ ଜିହ୍ଵା ଦ୍ଵାରାଜିହ୍ଵାଦ୍ଵାରା ତଥ୍ୟ ସଂଗ୍ରହ କରେ । ଜିହ୍ଵା ଗନ୍ଧର କ୍ଷୁଦ୍ର କଣିକାକୁ ଧରି ଏକ ସଂବେଦନଶୀଳ ଅଙ୍ଗକୁ ପଠାଏ ଯାହାକି ପାଟିର ଉପରି ଅଂଶ(ତାଳୁ)ରେ ଥାଏ । ଯଦି କୌଣସି ଖାଦ୍ୟର ସୁବାସ ଆସେ ନିଜର ଜିଭକୁ ଲହରାଇ ଖାଦ୍ୟର ଉପସ୍ଥିତି ନିର୍ନୟକରେ । ତା’ସହ ଅହିରାଜ ୧୦୦ ମିଟର ଦୂରରେ ପ୍ରଚଳିତ ଜୀବକୁ ଦେଖିପାରେ ,ଜୀବ ଦ୍ଵାରାଜୀବଦ୍ଵାରା ପୃଥିବୀର କମ୍ପନକୁ ମଧ୍ୟ ଅନୁଭବ କରିପାରେ । ଅହିରାଜ ଯେବେ କୌଣସି ଜୀବକୁ ଗିଳିବାରେ ଲାଗିଥାଏ ତେବେ ତା’ର ମୁହଁରେ ଥିବା ଜହର ଖାଦ୍ୟକୁ ପରିପାକ ଆରମ୍ଭ କରିଦେଇଥାଏ । ଅନ୍ୟ ସର୍ପମାନଙ୍କ ପରି ନମାନଶୀଳ ମୁହଁ ହୋଇଥାଏ । ଅହିରାଜର ତଳପାଟିର ଅସ୍ଥି ଦ୍ୱୟ ସ୍ଵାଧୀନ ଭାବେ କାର୍ଯ୍ୟ କରନ୍ତି ଯାହାର ଫଳସ୍ୱରୂପ ଖାଦ୍ୟକୁ ସମ୍ପୂର୍ଣ ଗିଳିବାରେ ସହାୟକ ହୁଏ । ନିଜର ମୁଣ୍ଡ ତୁଳନାରେ ଅହିରାଜ ବଡ ଜୀବକୁ ଗିଳିପାରେ । ଏମାନେ ଦିନରେ ଶିକାର କରନ୍ତି ରାତ୍ରିକାଳରେ ଶିକାର କରିବା ଖୁବ କମ ଦେଖା ଯାଇଛି
==ପ୍ରଜନନ==
ସ୍ତ୍ରୀ ଅହିରାଜ ଜଣେ ସମର୍ପିତ ମାଁ ଅନ୍ୟ ସର୍ପମାନଙ୍କ ଅପେକ୍ଷା । ସେ ଅଣ୍ଡା ଦେବା ପାଇଁ ବସା ବନାଏ,ପତ୍ର ଓ ଅନ୍ୟାନ୍ୟ ବସ୍ତୁ(କାଠି,ଛୋଟ ଛୋଟ ଡାଳ ଯାହା ଭୂମିଉପରେ ପଡିଥାଏ ) ଗୋଟେ ଜାଗାରେ ରଖି ବସା ପ୍ରସ୍ତୁତ କରେ । ବସା ପିଲାଙ୍କ ଜନ୍ମ ହେବା ପର୍ଯ୍ୟନ୍ତ ଥାଏ । ସ୍ତ୍ରୀ ଅହିରାଜ ୨୦-୪୦ଟି ଅଣ୍ଡା ଦେଇଥାଏ,୬୦-୯୦ ପରେ ଅଣ୍ଡାରୁ ପିଲାମାନେ ଜନ୍ମ ନିଅନ୍ତି ସେତେ ଦିନ ପର୍ଯ୍ୟନ୍ତ ମାଁ ବସାକୁ ଜଗିରହିଥାଏ । ବସାର ତାପମାତ୍ରା ୨୮॰c ରକ୍ଷା କରିବା ଓ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ମାଁ ଅହିରାଜର ପ୍ରମୁଖ କର୍ମ । ଅଣ୍ଡାରୁ ପିଲା ଜନ୍ମନେବା ପୂର୍ବରୁ ମାଁ ବହୁଦୂର ଚାଲିଯାଏ କାରଣ ଅହିରାଜ ସର୍ପ ଭକ୍ଷୀ ହେଇଥିବାରୁ ନିଜ ଜନ୍ମିତ ପିଲାମାନଙ୍କୁ ନ ଖାଇଯାଏ ସେ ଦୂରକୁ ଚାଲିଯାଏ ।
୪୭ କ ଧାଡ଼ି:
କୌଣସି ପ୍ରକାର ବିପଦ ପରିଲକ୍ଷିତ ହୁଏ ଅହିରାଜ ଯଥାଶୀଘ୍ର ପଳାୟନ କରିବାକୁ ଚେଷ୍ଟା କରେ ନଚେତ ନିଜ ଶରୀରକୁ ଏକ-ତୃତୀୟାଂଶ ଭୂମି ଉପରକୁ ଉଠାଇ ଫଣା ଖୋଲି ଗର୍ଜନ କରେ । ଯେତେବେଳେ ଅହିରାଜ ନିଜ ଶରୀରକୁ ଭୂମି ଉପରେ ରଖିଥାଏ ସେତେବେଳେ ମଧ୍ୟ ଆଗକୁ ବଢିବାରେ ସକ୍ଷମ ଥାଏ ଓ ଦୂର ପର୍ଯ୍ୟନ୍ତ ଆକ୍ରମଣ କରିଥାଏ । ଅହିରାଜ ଥରେ ମାତ୍ର ଆକ୍ରମଣରେ ଲଗାତର କାମୁଡି ଚାଲିଥାଏ । ମୁଖ୍ୟତଃ କିଶୋର ସାପମାନେ ଯଥା ଶୀଘ୍ର ବିଷ ସ୍ଖଳନ କରନ୍ତି କିନ୍ତୁ ବୟସ୍କ ମାନେ ଅତି ସଂଯମ ସହ ବିଷ ସ୍ଖଳନ କରନ୍ତି କାରଣ ସେମାନେ ନିଜ ବିଷର ମୂଲ୍ୟ ଜାଣନ୍ତି ।
ଅହିରାଜର ଜହରରେ ନିଉରୋଟୋକ୍ସସିନ(NEUROTOXIN)ସହ ଅନ୍ୟ ପଦାର୍ଥ ଥାଏ । ଯେପରିକି ମ୍ୟୂରିନ(Murine)LD50 ଯାହାକି Intravenous ୧.୩୧ମିଲିଗ୍ରାମ ଏବଂ Intraperitoneal ୧.୬୪୪ମିଲିଗ୍ରାମରୁ Subcutaneous ୧.୭ -୧.୯୩ ମିଲିଗ୍ରାମକୁ ପରିବର୍ତନ ହେଇଥାଏ । ଅହିରାଜ ନିଜ ଶିକାରର ଶରୀରରେ ୨୦୦-୩୦୦ ମିଲିଗ୍ରାମ କିମ୍ବା ୭ ମିଲିଲିଟର ବିଷ ପ୍ରବାହିତ କରିଥାଏ ।
ଅହିରାଜର ଶିକାର/ପୀଡିତ ଶରୀରର ସ୍ନାୟୁତନ୍ତ୍ରରେ ଯଥେଷ୍ଟ ଖ୍ୟତିଗ୍ରସ୍ତର ସମ୍ମୁଖୀନ ହେବାକୁ ପଡିଥାଏ । ପୀଡିତକୁ ମୁଣ୍ଡ ବୁଲାଇବା,ବେହୋସ,ଶ୍ଵାସରୁଦ୍ଧ,ପକ୍ଷାଘାତ ଓ କୋମା ହେବାର ଲକ୍ଷଣ ଦେଖାଯାଏ । ସର୍ପାଘାତର ୩୦ ମିନିଟରେ ପୀଡିତ ପ୍ରାଣ ହରାଏ । ମାତ୍ର ୨ଟି ପ୍ରତିରୋଧକର ଆବିଷ୍କାର ହୋଇଛି ଯାହା Central Research Institute ଭାରତ ଓ Red Cross ଥାଇଲାଣ୍ଡ ଦ୍ଵାରାଥାଇଲାଣ୍ଡଦ୍ଵାରା ଯାହାକି ସ୍ୱଳ୍ପ ପରିମାଣରେ ଉପଲବ୍ଧ କିନ୍ତୁ ଆଶ୍ଚର୍ଯ୍ୟର କାରଣ ନୁହେଁ । Ohanin ନାମକ ପ୍ରୋଟିନ ଯାହାକି ଏହି ବିଷରେ ଥାଏ ସ୍ତନ୍ୟପାଇ ପ୍ରାଣିମାନଙ୍କଠାରେ Hypolocomotion, Hyperalgesia ପରିଲକ୍ଷିତ ହୁଏ ଏବଂ ଅନ୍ୟ ପଦାର୍ଥ Cardiotoxic,Cytotoxic ଓ Neurotoxic ମଧ୍ୟ ଥାଏ । ଥାଇଲାଣ୍ଡରେ ଏଲକହଲ,ହଳଦୀ ଓ ଚେରମୂଳିରେ ପ୍ରସ୍ତୁତ ପଦାର୍ଥକୁ ଶେବନ କରାଇଲେ ଅପେକ୍ଷାକୃତ ଫଳମିଳିଥାଏ ଉଚିତ ସମୟରେ ଉପଚାର କରାଇଲେ ପୀଡିତ ସମ୍ପୂର୍ଣ ସୁସ୍ଥ ହୋଇଯାଏ । ଏହା ଉଭୟ ଅହିରାଜ ଓ ଅନ୍ୟ ନାଗ ଦଂଶନରୁ ମଧ୍ୟ ଉପଚାର କରାଇଥାଏ । ଥାଇଲାଣ୍ଡର ସର୍ବେକ୍ଷଣରୁ ଜଣାଯାଏ ଯେ ୧୦ ଜଣ ଲୋକ ମୃତ୍ୟୁ ବରଣ କରନ୍ତି ୩୫ ଜଣଙ୍କ ମଧ୍ୟରେ ଓ ଭାରତର ଦକ୍ଷିଣାଞ୍ଚଳରେ ଏକ ଡାକ୍ତରଖାନାର ୬ବର୍ଷର ବିବରଣୀରୁ ଜଣାଯାଏ ଯେ ଦୁଇ-ତୃତୀୟାଂସ ଲୋକ ଯିଏକି ଅହିରାଜ ଦଂଶନର ଶିକାର ହୋଇଥିଲେ ଉଚିତ ଉପଚାର ଯୋଗୁଁ ଗୋଟାଏବି ପୀଡିତ ମୃତ୍ୟୁ ବରଣ କରିନାହାନ୍ତି । ଏହି ସର୍ପର ଦଂଶନର ଶିକାର ମୁଖ୍ୟ ରୂପରେ ସର୍ପ ପ୍ରତି ଆକ୍ରୁଷ୍ଟ ବ୍ୟକ୍ତି ମାନେହିଁ ହୁଅନ୍ତି ।
 
===ଫୁତ୍କାର===
"https://or.wikipedia.org/wiki/ଅହିରାଜ"ରୁ ଅଣାଯାଇଅଛି