"ଅଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୭୦ କ ଧାଡ଼ି:
ଅଦାକୁ ମୂଷାମାଟିରେ ଆଠଦିନ ପୋତି ରଖିଲାପରେ ବାହାର କରି ଏହି ଅଦା ରସକୁ ମାଲିସ କଲେ ବହୁତ ଦିନରୁ ରହି ଯାଇଥିବା ଜଖମ, ଦରଜ, ସ୍ତ୍ରୀ ଲୋକଙ୍କର ପ୍ରସବକାଳୀନ ଶୂଳ, ଜଙ୍ଘ, ଗୋଡ଼, ଅଣ୍ଟା ପ୍ରଭୃତିରେ ଅଟକି ଯାଇଥିଲେ ଭଲ ହୋଇଯାଏ । ଏହାର ରସକୁ କୁଳି କଲେ ମୁଖ ଦୁର୍ଗନ୍ଧ ଦୂର ହୁଏ। ଭୋଜନ ପୂର୍ବରୁ କିମ୍ବା ସକାଳୁ ଖାଲି ପେଟରେ ଅଦା ସାଧାରଣ[[ଲୁଣ]] ବା [[ସୈନ୍ଧବ ଲୁଣ]] ଖାଇଲେ ଖାଦ୍ୟପଦାର୍ଥ ସହଜରେ ଜୀର୍ଣ୍ଣ ହୁଏ। ଅରୁଚି ଆଦିରେ ଅଦାକୁ [[ତେନ୍ତୁଳି]], [[ଜୀରା]] [[ଲୁଣ]] ସହିତ ମଧ୍ୟ ବ୍ୟବହାର କରାଯାଏ । ପିଲାମାନଙ୍କର କାଶ, ଶ୍ୱାସ, କଫ, ଶ୍ଳେଷ୍ମା, ସର୍ଦ୍ଦିଜ୍ୱର, ମୁଣ୍ଡବ୍ୟଥା ଓ ଅରୁଚି ଆଦି ଦୂର କରିବାପାଇଁ ଅଦାରସ ସହିତ [[ମହୁ]]ର ପ୍ରୟୋଗ କରାଯାଏ। ପୁରୁଣା [[ଗୁଡ଼]] ସହିତ ସେବନ କଲେ ଶୋଥ, ଗୁଳ୍ମ ଆଦି ଭଲ ହୁଏ। ଅଦାରସ ସହିତ [[ଡାଳଚିନି]] ଘୋରି ଲଗାଇଲେ ମୁଣ୍ଡବ୍ୟଥା ଦୂର ହୁଏ । ଅଦାକୁ କାଟି ଚିନିରେ ପାକ କରି ଖାଇଲେ ଅଗ୍ନିମାନ୍ଦ୍ୟ, ଅରୁଚି ଦୂର ହୋଇ ଖାଦ୍ୟପ୍ରତି ସ୍ପୃହା ଜନ୍ମେ, ତୁଣ୍ଡ ଦୁର୍ଗନ୍ଧ ଭାଙ୍ଗେ, ଅଗ୍ନିବୃଦ୍ଧି ହୁଏ ଓ ଖାଦ୍ୟଦ୍ରବ୍ୟ ସହଜରେ ପାକ ହୁଏ। କାଶ, ଶ୍ୱାସ ଆଦିରେ ଏହାକୁ [[ପିପ୍ପଳୀ]] ସହିତ ପ୍ରୟୋଗ କରାଯାଏ। ଅଦା, ଧଳା[[ଦୁବ]], ଅରୁଆ[[ଚାଉଳ]]କୁ ବାଟି ଲେପଦେଲେ ଜଖମ, ପବନ ଅଟକିବା ଓ ରକା ଭଲ ହୁଏ । ପେଟ ଉପରେ ଲେପିଲେ ଅଜୀର୍ଣ୍ଣ, ଅତିସାର, ଗୁଳ୍ମ, ପ୍ଳୀହା ନିବାରିତ ହୁଏ। ଅଦାରସ ସହିତ [[ଲବଙ୍ଗ]]ଗୁଣ୍ଡ ଓ [[ମହୁ]] ମିଶାଇ ସେବନ କଲେ, ମୁଣ୍ଡବ୍ୟଥା, ଦେହ ଦରଜ ହେବା ଓ ଜ୍ୱର ଆରମ୍ଭ ହେବାପରି ଜଣା ପଡୁଥିଲେ ଭଲ ହୋଇଯାଏ। ଅଦା ଓ [[ତେଜପତ୍ର]]କୁ ପାଣିରେ ସିଝାଇ, ଥଣ୍ଡା ହେଲା ପରେ ସେଥିରେ [[ମିଶ୍ରି]] ଅଥବା ମହୁ ମିଶାଇ ସେବନ କଲେ ପିଲା, ବଡ଼ ସମସ୍ତଙ୍କର କାଶ, ଶ୍ୱାସ ନିବାରିତ ହୁଏ । ଅଦାକୁ ଜଳରେ ସିଝାଇ ଛାଣି ସେଥିରେ ଅଳ୍ପ [[ଲୁଣ]] ଓ [[ଶୁଣ୍ଠୀ]]ଚୂର୍ଣ୍ଣ ମିଶାଇ ଦିନରେ ତିନିଥର ସେବନ କଲେ ଅଣ୍ଟାଧରା ଭଲ ହୁଏ ।
 
ଅଦା ସେବନ ଦ୍ୱାରାସେବନଦ୍ୱାରା ଶରୀରରେ ରକ୍ତପ୍ରବାହ ବଢ଼ିଥାଏ । ଆଧୁନିକ ବୈଜ୍ଞାନିକ ପରୀକ୍ଷା ଦ୍ୱାରାପରୀକ୍ଷାଦ୍ୱାରା ଅଦା [[ପାଚନତନ୍ତ୍ର]] ସଂକ୍ରମଣ, [[ହୃଦ୍‌ରୋଗ]] ସଂକ୍ରମଣ, [[ଅଧକପାଳି]] (ମାଇଗ୍ରେନ୍), [[ଗଣ୍ଠି ବାତ|ଆଣ୍ଠୁ ଗଣ୍ଠି ବାତ]], [[କର୍କଟ]] ଆଦି ରୋଗରୁ ମୁକ୍ତି ଦେଇଥାଏ ବୋଲି ଜଣାପଡ଼ିଛି । ଅଦାର ବ୍ୟବ‌ହାର [[ବଦ‌ହଜମି]], [[ଗ୍ୟାସ୍‌ଟ୍ରିକ୍|ଗ୍ୟାସ୍]], ପେଟ କାମୁଡ଼ା, ପେଟ ବିନ୍ଧା, କାଶ ଆଦି ପ୍ରଶମିତ କରିଥାଏ । ଅଦା ଖାଦ୍ୟ ହଜମରେ ମଧ୍ୟ ସ‌ହାୟକ ହୁଏ । ଏହା ମଧ୍ୟ ଏକ ଶକ୍ତିଶାଳୀ ଜୀବାଣୁ ନାଶକ । ଏହା [[ବୃହଦନ୍ତ୍ର]]ରେ ସୃଷ୍ଟି ହେଉଥିବା [[ଜୀବାଣୁ]]ଙ୍କ ବଢ଼ିବାରେ ବାଧା ସୃଷ୍ଟି କରିଥାଏ । ଫଳରେ ପେଟର ଗ୍ୟାସ୍‌ରୁ ମୁକ୍ତି ମିଳିଥାଏ । ନିୟମିତ ଅଦା ସେବନ ଦ୍ୱାରାସେବନଦ୍ୱାରା ପେଟର ବ‌ହୁ ରୋଗ ଜୀବାଣୁ ଧ୍ୱଂସ ହୋଇଯାନ୍ତି ।<ref name=ସମାଜ-ଅଦା>{{cite news|title=କେତେ ଉପକାରୀ ଅଦା|url=http://www.thesamaja.com/|accessdate=30 August 2016}}</ref>
 
==ଔଷଧୀୟ ଗୁଣ==
"https://or.wikipedia.org/wiki/ଅଦା"ରୁ ଅଣାଯାଇଅଛି