"ମହିଳାଙ୍କ ଆତ୍ମରକ୍ଷା ଲାଗି ମୋବାଇଲ ଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
ଟିକେ Bot: Automated text replacement (- ଟି +ଟି )
୧୦ କ ଧାଡ଼ି:
କୌଣସି ଜରୁରୀ ପରିସ୍ଥିତିରେ ବ୍ୟବାହାରକାରୀଙ୍କୁ ଫୋନର ପାଵର ବଟନ/ ସଫ୍ଟ ବଟନ ଚିପି ରଖି ଫୋନକୁ ହଲାଇବା ଦ୍ବାରା ଏକ ସୂଚନା ପଠାଇ ପାରିବେ । ଯେତେ ଜଲ୍ଦୀ ଏହି ବିପତ୍ତି ସହାୟତା ଲୋଡା କଲ ଗ୍ରହଣ କରାଯାଏ, ଫୋନରେ ଏହାର ୩୦ ସେକେଣ୍ଡିଆ ଅଡ଼ିଓ ଏବଂ ଭିଡ଼ିଓ ରେକଡିଂ ଆରମ୍ଭ ହୋଇଯାଏ ଯାହା ପୋଲୋସ ନିୟନ୍ତ୍ରଣ କକ୍ଷକୁ ସିଧାପ୍ରସାରିତ ହୋଇଥାଏ, ଏବଂ ସଂଗେସଂଗେ ପିଡ଼ିତା ପିସିଆରଙ୍କଠାରୁ ଏକ ଉତ୍ତର କଲ ପାଆନ୍ତି । ବ୍ୟବାହାରକାରୀଙ୍କ ବନ୍ଧୁ ଏବଂ ପରିଜନ ଏକ ଏସଏମଏସ ସୂଚନା ପାଆନ୍ତି ତତସହିତ ବ୍ୟବାହାରକାରୀଙ୍କ ଆପକୁ ଯୋଡାହୋଇଥିବା ଟୁଇଟର ଏବଂ ଫେସବୁକ ଟାଇମଲାଇନରେ ଏକ ସ୍ଥିତି ପୋଷ୍ଟ ହୋଇଥାଏ । ଆପଟି ସ୍ଥାନ ସୂଚନା ସହ ପୀଡିତାର ସମସ୍ତ ତଥ୍ୟ ଏକାଥରରେ ପୋଲିସ ସହାୟତା କକ୍ଷ, ସେହି ଅଂଚଳରେ ପାଟ୍ରୋଲିଂ କରୁଥିବା କାର ଏବଂ ଦିଲ୍ଲୀ ପୋଲୋସ ସାଇବର ହାଇଵେ ଜରିଆରେ ସ୍ଥାନୀୟ ଷ୍ଟେସନ ହାଉସ ଅଫିସର (SHO)ଙ୍କୁ ପଠେଇଥାଏ ।
 
ଏହି ଆପର ଅସଦବ୍ୟବହାର ନକରିବା ପାଇଁ ପୋଲିସ ଜନସାଧାରଣଙ୍କୁ ସାବଧାନ କରାଇଛନ୍ତି । ହିମତ ଆପ୍ଲିକେସନ ଏବଂ ସେବାଗୁଡ଼ିକ ସେତେବେଳେ ବ୍ୟବହାର କରାଯିବାକୁ ନିର୍ଦ୍ଦେଶ ରହିଛି ଯେତେବେଳେ ଜୀବନ ଏବଂ ଶରୀର ପ୍ରତି ବିପଦ ଥିବ । ମିଥ୍ୟା ଏସଓଏସ (SOS) ସୂଚନା/ ଆଲରାମ, ଉଦ୍ଦେଶ୍ୟ ପୁର୍ଣ୍ଣ /ଅଣଉଦ୍ଦେଶ୍ୟ ପୁର୍ଣ୍ଣ (ଏହିପରି ୩ ଟି୩ଟି ମିଥ୍ୟା SOS ସୂଚନା) ଘଟଣା ଘଟିଲେ ପଂଜୀକରଣକ ରଦ୍ଦ କରାଯାଏ । ପରେ ବ୍ୟବାହାରକାରୀ ସହାୟତା ନମ୍ବରରେ ଫୋନ କିମ୍ବା କର୍ତୃପକ୍ଷଙ୍କୁ ଇମେଲ ଆବେଦନ କଲେ ପୁନଃ ପଂଜୀକରଣ କରି ତାଙ୍କ ସୁବିଧାକୁ ସଚଳ କରିପାରିବେ । ଏଥିପାଇଁ ସହାୟତା ନମ୍ବର ହେଉଛି : ୦୧୧-୨୩୪୯୦୩୭୮ ।
ଏହି ଆପଟି ଏବେ ଆଣ୍ଡରଏଡ ପ୍ଲାଟଫର୍ମରେ ଉପଲବ୍ଧ । ଏକ ସର୍ବେକ୍ଷଣରୁ ଜଣାପଡିଛି ଅଧିକାଂଶ ମହିଳା କର୍ମଜୀବୀ ଆଣ୍ଡରଏଡ ସୁବିଧା ଥିବା ଫୋନ ବ୍ୟବହାର କରୁଛନ୍ତି । କିଛି ଦିନ ମଧ୍ୟରେ ଏହା ଅନ୍ୟ ଅପରେଟିଂ ସିଷ୍ଟମ (ଯଥା ଆଇଫୋନ, ଵିଣ୍ଡୋ ଇତ୍ୟାଦି)ରେ ଉପଲବ୍ଧ ହେବାକୁ ଅଛି ।