"ଚା’" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ Bot: Automated text replacement (- ଟି +ଟି )
୧୧ କ ଧାଡ଼ି:
|color =
}}
ଚା’ [[ପୃଥିବୀ]]ର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ। ଚା’ ଓ ଟିଓଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି। Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ [[ଚୀନ]] ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରି ଟିଧରିଟି ନାମରେ କହାଯାଏ । <ref>http://wals.info/chapter/138</ref> ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା।ଉତ୍ତର ଚୀନରେ ଟିଚୀନରେଟି ଶବ୍ଦ ପ୍ରଚଳିତ ଅଛି।ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି । ଆସାମରେ ଉଚ୍ଚାରଣ ଦୃଷ୍ଟିରୁ ଚା’କୁ '''ସା''' କହାଯାଏ।<ref>ପୌରୁଷ ପତ୍ରିକା</ref>
== ଗଛ ଓ ପରିବେଶ ==
ଚା’ର ବୋଟାନିକାଲ ନାମ ହେଉଛି '''କାଲେଲିଆ ସିନେନ୍ସିସ''' । ଏହାକୁ ନେକ ଏଭର ଗ୍ରୀନ ପ୍ଲାଣ୍ଟ ବୋଲି କହାଯାଏ । ମୂଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ହିଂ ଏହି ଗଛ ନିଜକୁ ଉପଯୋଜିତ କରି ବଢି ପାରିଥାଏ । ଅବଶ୍ୟ ଚା’ର କେତେକ ପ୍ରଜାତି ସାମୁଦ୍ରିକ ଜଳବାୟୁରେ ବଢୁଥିବା ଜଣାଯାଏ । ଗଛ ଲଗାଇବାର ଚାରି ବର୍ଷ ପରେ ଏହା ଫଳ ଧରେ ଓ ଏଥିରୁ ପ୍ରାୟ ବାର ବର୍ଷ ପର୍ଯ୍ୟନ୍ତ ଚା’ ଆମଦାନୀ କରାଯାଇପାରିଥାଏ । ମୂଖ୍ୟତଃ କଢ଼ ଓ ପତ୍ରକୁ ଚା’ ଭାବରେ ବ୍ୟବହାର କରାଯାଇଥାଏ । ଉଦ୍ଭିଦ ବିଜ୍ଞାନୀମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚା’ ଚାଷ ପାଇଁ ଅତିକମରେ ବର୍ଷିକ ୧୨୭ ସେଣ୍ଟିମିଟର( ୫୦ ଇଞ୍ଚ) ବୃଷ୍ଟିପାତ ଆବଶ୍ୟକ । ସେହି ପରି ଅମ୍ଳଯୁକ୍ତ ଭୂମି ବା ଏସିଡିକ୍ ସଏଲରେ ଏହି ଗଛ ଖୁବ ଭଲ ଭାବରେ ବଢିପାରିଥାଏ । ସେଥିଲାଗି ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ବା ୪୯୦୦ ଫୁଟ ଉଚ୍ଚରେ ହିଁ ସର୍ବାଧିକ ତଥା ଉଚ୍ଚ ଗୁଣଯୁକ୍ତ ଚା’ ଚାଷ କରାଯାଉଥିବା ଦେଖାଯାଏ । ଏହାର କାରଣ,ଏହି ଉଚ୍ଚତାରେ ଚା’ ଚାଷ କରିବା ଦ୍ଵାରା ଚା’ ଖୁବ ସ୍ଵାଦିଷ୍ଟ ହୋଇଥାଏ । <ref name="hort.purdue">{{cite web | url=http://www.hort.purdue.edu/newcrop/duke_energy/camellia_sinensis.html | title=Camellia Sinensis | publisher=Purdue University Center for New Crops and Plants Products | accessdate=2010-10-26}}</ref><ref>{{cite book |title=Tea Cuisine: A New Approach to Flavoring Contemporary and Traditional Dishes |last=Pruess |first=Joanna |year=2006 |publisher=Globe Pequot |isbn=1-59228-741-7 }}</ref> ଗୋଟିଏ ପରିପକ୍ଵ ଚା’ ଗଛର ଅଗରୁ ୧ରୁ ୨ ଇଞ୍ଚ ପର୍ଯୟନ୍ତ ଉତ୍ପାଦାନ କରାଯାଏ । ଏହାର କଢ଼ ଓ ପତ୍ରକୁ '''ଫ୍ଲସ''' ବୋଲି କହାଯାଏ । ପ୍ରତି ୧୫ ଦିନରେ ଚା’ ଗଛରେ ନୂଆ ଫ୍ଲସ ସୃଷ୍ଟି ହୋଇଥାଏ । <ref>{{cite book |author=Elizabeth S. Hayes |title=Spices and Herbs: Lore and Cookery |url=http://books.google.com/?id=htsIVCwRsEcC&dq= |publisher=Courier Dover Publications |year=1980 |isbn=0-486-24026-6|accessdate=2008-09-20 |page=74}}</ref> ଏଠାରେ ଗୋଟିଏ କଥା ଉଲ୍ଲେଖ ଯୋଗ୍ୟ ଯେ, ଚା’ ଚାଷରେ ସବୁବେଳେ ମନ୍ଥରତାକୁ ହିଁ ଗୁରୁତ୍ଵ ପ୍ରଦାନ କରାଯାଏ । ଯେଉଁ ଚା’ ଗଛର ପତ୍ର ଖୁବ ଧୀରେ ଧୀରେ ବଢେ ସେହି ଚା’ର ମୂଲ୍ୟ ଅଧିକ ହୋଇଥାଏ । କାରଣ ଧୀରେ ଧୀରେ ବଢୁଥିବା ଚା’ର ସ୍ଵାଦ ଅଧିକ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରନ୍ତି ଓ ଏହା ବହୁ ପରୀକ୍ଷିତ ମଧ୍ୟ । ଗୋଟିଏ ଚା’ ଗଛକୁ ଯଦି ଆଦୌ କଟାନଯାଏ ବା ଏଥିରୁ କଢ଼ ବା ପତ୍ରକୁ ଛିଣ୍ଡା ନ ଯାଏ ତା' ହେଲେ ଏହା ୧୬ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ମାତ୍ର ଚା’ ତୋଳିବାରେ ଅସୁବିଧା ହେଉଥିବା ହେତୁ ଏହି ଗଛକୁ ଜଣେ ବ୍ୟକ୍ତିର ଅଣ୍ଟା ପର୍ଯ୍ୟନ୍ତ ବଢିବାକୁ ସୁଯୋଗ ଦିଆଯାଏ । ସେଥିପାଇଁ ଚା’ ଗଛକୁ ଖୁବ ଧୀରେ ଧୀରେ ବଢିବାକୁ ଛଡାଯାଏ । ଫଳରେ ଚା’ ଗଛରୁ ଉତ୍ପାଦନ ଖୁବ ଦୃତଗତିରେ କରାଯାଇଥାଏ । <ref name="Tea Cultivation">[http://www.britannica.com/EBchecked/topic/585098/tea Britannica Tea Cultivation]. Retrieved June 2007.</ref>
୪୫ କ ଧାଡ଼ି:
ପ୍ରତ୍ୟେକ ମଣିଷ ପାଇଁ ଚା’ ଏକ ଉପଯୋଗୀ ପାନୀୟ । ତଥ୍ୟ ଅନୁଯାୟୀ ,ଏଥିରେ ରହିଛି ଅତିକମରେ ୭୦୦ ପ୍ରକାରର ସ୍ଵାଥ୍ୟନୁକୂଳିତ କେମିକାଲ୍ସ ବା ରସାୟନ । ସେଥି ମଧରୁ ଆମିନୋ ଏସିଡ, ଭିଟାମିନ (ସି,ଇ ଏବଂ କେ) ,କ୍ୟାଫେଇନ ଏବଂ ପଲିସାକାରାଇଡ୍ସ ଇତ୍ୟାଦି ଅନ୍ୟତମ । ସମ୍ପ୍ରତି ଚା’ ପାନୀୟକୁ ଧ୍ୟାନ ତଥା ଯୋଗ ସହିତ ଯୋଡି ଦିଆଯାଇଛି । ମଣିଷ ଶରୀରର ସେଲ୍-ମେଡିଏଟେଦ୍ ଇମ୍ୟୁନୁ ଫଙ୍କସନରେ ଚା’ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଗବେଷକଙ୍କ ଦୃଢ଼ମତ । ମଣିଷ ପାକସ୍ଥଳୀର ଅନ୍ତ୍ର ସମସ୍ୟାକୁ ଦୂର କରିବାରେ ଚା’ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେହି ଭଳି ନିୟମିତ ଚା’ ପିଇବାଦ୍ଵାରା ଶରୀରର ରକ୍ତଚାପ ସ୍ଵାଭାବିକ ରହିବା ସହିତ ଲିପିଡ୍ ଡିପ୍ରେସିଂ ଆକ୍ଟିଭିଟିକୁ ମଧ୍ୟ ସନ୍ତୁଳିତ କରିଥାଏ । ଏହା ରକ୍ତ ଶର୍କରାର ସକ୍ରିୟତାକୁ ହ୍ରାସକରି ଉଭୟ କରୋନାରୀ ହାର୍ଟ୍ ଡିଜିଜ୍ ଏବଂ ମଧୁମେହର ଆଶଙ୍କାକୁ କମ କରିଥାଏ । ଉଭୟ ଗ୍ରୀନ୍ ଏବଂ ବ୍ଲାକ୍ ଚା’କୁ ଆଣ୍ଟିଅକ୍ସିଡାଣ୍ଟ ବୋଲି କହାଯାଏ । <ref>http://en.wikipedia.org/wiki/Tea_processing</ref>
 
ଗ୍ରୀନ ଟିଗ୍ରୀନଟି ସେବନ କରିବା ଦ୍ଵାରା ଏଥିରେ ଥିବା ଭିଟାମିନ - ସି ଏବଂ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଫ୍ରୀ - ରାଡିକାଲ୍ସକୁ ନଷ୍ଟ କରେ । ଫଳରେ ପ୍ରତିରକ୍ଷା ତନ୍ତ୍ର ସୁଦୃଢ ରହେ । ଦିନରେ ୩/୪ ଥର ଏହାକୁ ସେବନ କଲେ ଶରୀର ରୋଗମୁକ୍ତ ହୁଏ । ଏହାବ୍ୟତୀତ ଶରୀରରେ ଥିବା କ୍ୟାନ୍‌ସର ସେଲ୍ ବୃଦ୍ଧିକୁ ଏହା ରୋକିଥାଏ । ଏହାକୁ ନିୟମିତ ପାନକଲେ ପାଚନ ନଳୀ ଏବଂ ମୁତ୍ରାଶୟ କ୍ୟାନ୍‌ସରର ସମ୍ଭାବନା ହ୍ରାସ ପାଇଥାଏ । ଛଣା ଚା'ଠାରୁ ଗ୍ରୀନ ଟିଗ୍ରୀନଟି ଅଧିକ ଉପାଦେୟ । ଏହାଦ୍ଵାରା ଶରୀରରେ କୋଲେଷ୍ଟରଲର ମାତ୍ରା ସନ୍ତୁଳିତ ରହିଥାଏ । ଏଥିସହ ଷ୍ଟୋକ୍‌ର ଆଶଙ୍କା କମ୍ ହୁଏ ।
 
== ଶିଳ୍ପ ==
"https://or.wikipedia.org/wiki/ଚା’"ରୁ ଅଣାଯାଇଅଛି