"ସାରଳା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
୬୩ କ ଧାଡ଼ି:
 
==ମା ଶାରଳାଙ୍କ ପୀଠର ବିଶେଷତ୍ଵ==
ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ଠାରେମା’ଶାରଳାଙ୍କଠାରେ ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳେ । ଏହି ମନ୍ଦିରରେ ମା’ଙ୍କ ପୂଜାରେ ବେଲପତ୍ର ଓ ତୁଳସୀ ପତ୍ର ବ୍ୟବହୃତ ହୁଏ, ଯାହା କି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ , କାରଣ ବେଲପତ୍ର ଓ ତୁଳସୀ ପତ୍ର ହିନ୍ଦୁଧର୍ମରେ ଦୁଇଟି ଭିନ୍ନ ସଂସ୍କୃତିର ପ୍ରତୀକ ଅଟନ୍ତି । ଦେବୀଙ୍କ ପ୍ରତିମା ଗଠନକୁ ଦେଖିଲେ, ମନେହୁଏ ବୌଦ୍ଧ ତାନ୍ତ୍ରିକ ପ୍ରତିମୂର୍ତ୍ତି ହୋଇଥାଇ ପାରେ । କାରଣ ଦେବୀ ହାତରେ ବୀଣା ଓ ଘଣ୍ଟି ଧରିଛନ୍ତି; ଯାହାକି ମହାଯାନର ପ୍ରତୀକ ରୂପେ ବିଦିତ । ଚୀନ ପରିବ୍ରାଜକ ହୁଏନ୍‌ସାଂ ଓଡ଼ିଶା ଆସିଥିଲେ, ଚେଲିତାଲେ ବନ୍ଦରରୁ ଏକ ଜାହାଜ ନେଇ ଶ୍ରୀଲଙ୍କା ଯାଇଥିଲେ ଯାହାକୁ ଐତିହାସିକମାନେ ବର୍ତ୍ତମାନର ତିର୍ତ୍ତୋଲ ବୋଲି ଅଭିହିତ କରନ୍ତି । ସମ୍ଭବତଃ ଏହା ହୋଇପାରେ, ଭୌଗଳିକ ଅବସ୍ଥିତି ଅନୁସାରେ ପାରାଦ୍ୱୀପ ଏକ ଦ୍ୱୀପ ଥିଲା ଏବଂ ଅଞ୍ଚଳଟି ଭିତର ଓ କୁଜଙ୍ଗ ଚାରିପାଖ ସମୁଦ୍ର/ନଦୀ ଜଳରେ ବୁଡି ରହିଥିଲା । ଭୌଗଳିକ ତଥ୍ୟ ଏହାକୁ ସମର୍ଥନ କରେ । ନିଶ୍ଚିତ ରୂପେ କୁହାଯାଇ ପାରେ, ମା’ଶାରଳା ଶିବ-ଶକ୍ତି ଉପାସନାକୁ ପ୍ରତିପାଦିତ କରନ୍ତି ଯାହା ଶୈବ ଓ ଶାକ୍ତ ଧର୍ମର ସମ୍ମିଶ୍ରଣରୁ ଆନୀତ କିମ୍ବା ଆଉ ତନ୍ତ୍ର ରୂପରେ । ମା’ଶାରଳାଙ୍କୁ ବାକ୍ ଦେବୀ କୁହାଯାଏ, ଯିଏ ବିଦ୍ୟା ଓ ବୁଦ୍ଧିର ଦେବୀ । ବର୍ଣ୍ଣିତ ଅଛି ଯେ, ସିଦ୍ଧେଶ୍ୱର ପରିଡା ଜଣେ ସାମାନ୍ୟ କୃଷକ ଓ ସାମୟିକ ଭାବେ ଓଡ଼ିଆ ପାଇକ ମା’ଙ୍କର ପରମ ଭକ୍ତ ଥିଲେ; ତାଙ୍କରି ଆର୍ଶିବାଦ ଯୋଗୁଁ ସିଦ୍ଧେଶ୍ୱର ପରିଡା ସାରଳା ଦାସ ହେଲେ, ଯିଏ ଓଡ଼ିଆ ମହାଭାରତର ରଚୟିତା । ଲୋକକଥା ଅନୁସାରେ, ହଜାର ହଜାର ବର୍ଷ ପୂର୍ବେ ପର୍ଶୁରାମଙ୍କ ସମୟର କଥା । କୁହାଯାଏ, ଭଗବାନ୍ ପର୍ଶୁରାମ ତୀରମୁନରେ ଦେବୀଙ୍କୁ ଆଙ୍କିଥିଲେ । ଏପରିକି ମନ୍ଦିରଟି କଳାଚାନ୍ଦ(କଳାପାହାଡ)ର ଧ୍ୱଂସ ସାଧନରୁ ବର୍ତ୍ତିଯାଇ ଥିଲା । ନୂଆ ମନ୍ଦିରଟି ୫୦୦ବର୍ଷ ତଳର, ଯାହାକୁ ମଣିଜଙ୍ଗାର ରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଛି । ପୁରୁଣା ମନ୍ଦିରର ଅବଶେଷ ଆଉ ଦେଖିବାକୁ ମିଳେନାହିଁ; ଲୋକକଥା ଅନୁସାରେ ତାହା ବଡ଼ ସାରୋଳଠାରେ ଥିଲା, ଯେଉଁ ସ୍ଥାନରେ ଗଣେଶ ମନ୍ଦିର ସାକ୍ଷୀ ରୂପେ ଦଣ୍ଡାୟମାନ, ସେଠାରେ ଏକଦା ପୁରୁଣା ମନ୍ଦିରଟି ଥିଲା । ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି, ତାହାକୁ ଏବେ ନବୀକରଣ କରାଯାଇଛି । ମନ୍ଦିରରେ ଅନେକଗୁଡିଏ ଉତ୍ସବ ପାଳନ କରାଯାଏ, ମୁଖ୍ୟପର୍ବ ଗୁଡିକ ହେଲା: ପାର୍ବଣ, ଶାରଦୀୟ ଉତ୍ସବ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଆଉ ଚନ୍ଦନ ଯାତ୍ରା । କେନ୍ଦ୍ରାପଡା, ଜଗତସିଂହପୁର ଓ କଟକର ଲୋକମାନଙ୍କର ମା’ଶାରଳା ଏତେ ଆଦରଣୀୟ ଯେ ଅନ୍ତତଃ ବର୍ଷକୁ ଥରେ ମନ୍ଦିର ଦର୍ଶନ କରିବାକୁ ମନ ବଳାଇ ଥାନ୍ତି । ଐତିହାସିକ ତଥ୍ୟ ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ଏହି ପ୍ରସିଦ୍ଧ ସାରୋଳା ଚଣ୍ଡିବାସ ମନ୍ଦିର ଅଷ୍ଟମ ଶତାବ୍ଦୀରେ ଭୌମବଂଶର ରାଜତ୍ୱ କାଳରେ ସାରୋଳ ଗ୍ରାମରେ ନିର୍ମିତ ହୋଇଥିଲା । ୧୫୬୮ ଖ୍ରୀଷ୍ଟାବ୍ଦର ଶେଷ ହିନ୍ଦୁ ଶାସନ ପର୍ଯ୍ୟନ୍ତ ମା’ଶାରଳା ଏହି ମନ୍ଦିରରେ ପୂଜା ପାଉଥିଲେ । ଇତିହାସ, ସଂସ୍କୃତି, କିମ୍ବଦନ୍ତୀ ଓ ସାହିତ୍ୟ ସାରୋଳା ଗ୍ରାମରେ ସାରୋଳା ଚଣ୍ଡୀ ରହିଥିବାର ମୁକସାକ୍ଷୀ ଥିଲେ । ଭାଙ୍ଗିଯାଇ ଥିବା ମନ୍ଦିର ପାଖରେ ଏକ ବୃହତ ପୁଷ୍କରଣୀ ଥିଲା ଓ ଏହାର ଚାରିପାଖରେ ସମସ୍ତ ପ୍ରକାର ପୂଜକ(ପୂଜାପଣ୍ଡା, ନିୟୋଗୀ, ରାଉଳ, ସେବକ ଓ ମାଳି ଇତ୍ୟାଦି) ବାସ କରୁଥିଲେ । ଆଉମଧ୍ୟ ସେଠାରେ ଗୋଟିଏ ବୃହତ ବରଗଛ ଥିଲା, ଓଡ଼ିଆ ମହାଭାରତରେ ‘ନୀଳକଳ୍ପବଟ’ ରୂପେ ବର୍ଣ୍ଣିତ ହୋଇଛି, ତାହା ୧୯୯୯ ମସିହା ମହାବାତ୍ୟାରେ ଉପୁଡି ପଡ଼ିଲା । ଅଷ୍ଟମ ଶତାବ୍ଦୀର ଭୌମବଂଶର ଶାସନ ସମୟରେ ମନ୍ଦିରଟି ସ୍ଥାପିତ ହୋଇଥିଲା; ୧୫୬୮ ଖ୍ରୀଷ୍ଟାବ୍ଦୀର ଶେଷ ହିନ୍ଦୁଶାସନ ପର୍ଯ୍ୟନ୍ତ ସମୃଦ୍ଧିଲାଭ କରିଥିଲା । କିମ୍ବଦନ୍ତୀ ରୂପେ ଯାହାକୁ ଐତିହାସିକ ତଥ୍ୟ ସମର୍ଥନ କରେ, ୧୫୬୮ ଖ୍ରୀଷ୍ଟାବ୍ଦରେ, ବଙ୍ଗଦେଶ ସୁଲତାନ ସୁଲେମାଙ୍କରନିଙ୍କର ସେନାପତି କଳାପାହାଡ ମୁସଲମାନ ସୈନ୍ୟମାନଙ୍କ ସହିତ ସାରୋଳା ଗ୍ରାମରେ ଥିବା ସାରୋଳା ଚଣ୍ଡୀଙ୍କ ଆଦିପୀଠକୁ ଆକ୍ରମଣ କଲେ, ଏହାର ଅତି ପ୍ରସିଦ୍ଧ ଶକ୍ତିପୀଠକୁ ଆଂଶିକଭାବେ ନଷ୍ଟ କରିଦେଲେ । ଠିକ୍ ଶହେବର୍ଷ ପରେ, ମୋଗଲ ଶାସକ ଔରାଙ୍ଗଜେବଙ୍କ ଶାସନ ସମୟରେ ସାରୋଳା ଗ୍ରାମରେ ଥିବା ପୁରୁଣା ମନ୍ଦିରକୁ ନଷ୍ଟକରି ଦିଆଯାଇଥିଲା ଏବଂ ମନ୍ଦିରର ପଶ୍ଚିମ ପଟକୁ କିଛି ମିଟର ଦୂରରେ ଏକ ମସଜିଦ ନିର୍ମିତ କରାଯାଇ ଥିଲା । ବର୍ତ୍ତମାନ ନଷ୍ଟହୋଇ ଯାଇଥିବା ମନ୍ଦିରରେ ଶାରଳା ମନ୍ଦିର ଟ୍ରଷ୍ଟର ପୃଷ୍ଟପୋଷକତାରେ ଗଣେଶଙ୍କୁ ଦେବୀଙ୍କ ମୂଖ୍ୟପୂଜକଙ୍କ ପୂଜା କରାଯାଉଛି । ଉକ୍ତ ମନ୍ଦିରକୁ ୧୯୮୨ ମସିହାରେ ନୂତନଭାବେ ନିର୍ମାଣ କରାଯାଇଛି । ବିଧି ସମ୍ବଳିତ କିଛି ପ୍ରମୁଖ ଉତ୍ସବଗୁଡିକ ମଧ୍ୟ ପୁରୁଣା ପୀଠରେ ବର୍ଷକୁ ତିନିଥର ପାଳନ କରାଯାଏ । ପ୍ରାଚୀନ ବିଧିକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ଶାରଳାଙ୍କ ଚଳନ୍ତିବିଗ୍ରହକୁ ସୁସଜ୍ଜିତ ପାଲିଙ୍କିରେ ବର୍ତ୍ତମାନର ମନ୍ଦିରରୁ ସାରୋଳା ଗ୍ରାମକୁ ବର୍ଷକୁ ସାତଥର ଅଣାଯାଏ । ଦେବୀପ୍ରତିମାଙ୍କୁ ବିଧିପୂର୍ବକ ଭାବେ ପୁରୁଣା ବେଦୀ ଉପରେ ସ୍ଥାପିତ କରାଯାଏ, ଯେଉଁଠାରେ ସେ ଶତାବ୍ଦୀ ଶତାବ୍ଦୀ ଧରି ପୂଜା ପାଇ ଆସୁଥିଲେ । ଦଶହରା ଉତ୍ସବର ଅନ୍ତିମ ବିଧି ହୋଇଥିବା ଯୋଗୁଁ ସେଠାରେ ଏକ ବୋଦାକୁ ପଞ୍ଚଉପଚାର ପୂଜା ମାଧ୍ୟମରେ ପାରମ୍ପରିକଭାବେ ବଳିଦିଆଯାଏ । ମହାବିଷୁବ ପଣା ସଂକ୍ରାନ୍ତି ମଧ୍ୟାହ୍ନରେ ମହାନ ଉତ୍ସବ ଝାମୁଯାତ୍ରା ହୁଏ; ରାଉଳମାନେ ନିଆଁ ଉପରେ ଚାଲନ୍ତି ଆଉ ପଣ୍ଡା ପୂଜକଙ୍କ ଦ୍ୱାରା ଦେବୀଙ୍କୁ ପଇଡ ଅର୍ପଣ କରାଯାଏ । ଦୋଳପୂର୍ଣ୍ଣିମାର ଭୋର ସମୟରେ ସୁସଜ୍ଜିତ ବିମାନଗୁଡିକରେ ବିଗ୍ରହଗୁଡିକ ଆଖପାଖ ଅଞ୍ଚଳରୁ ଆସି ଦେବୀଙ୍କ ସହ ସମ୍ମିଳିତ ହୁଅନ୍ତି । ଏହି ଚିତାକର୍ଷକ ଉତ୍ସବ ବଡ ଧୁମଧାମରେ ପାଳନ କରାଯାଏ । ଏହି ନିର୍ଦ୍ଦିଷ୍ଟ ଉତ୍ସବରେ, ଯେତେବେଳେ ଦେବୀ ଶାରଳାଙ୍କୁ ଅନ୍ୟ ବିଗ୍ରହମାନଙ୍କ ସହିତ ପୂଜା କରାଯାଏ, ମା ଶାରଳାଙ୍କୁ ସୂଚିତ ହୁଅନ୍ତି ଯେ ସେ ବୈଦିକ,ତାନ୍ତ୍ରିକ ବିଧିର ସମ୍ମିଶ୍ରଣ ଓ ପରମ ବୈଷ୍ଣବୀ । ବର୍ତ୍ତମାନର ମନ୍ଦିରଟି ମରହଟ୍ଟା ଶାସନ କାଳରେ ୧୭୫୩ ଓ ୧୮୦୩ ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ମରହଟ୍ଟା ସୁବେଦାରମାନେ ବର୍ତ୍ତମାନର ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ/ନେତୃତ୍ୱ ନେଇଥିଲେ ଏବଂ କୁଜଙ୍ଗ, କନିକା, ବେନପୁର ଓ ହରିଶପୁରମାନଙ୍କର ସ୍ଥାନୀୟ ରାଜାମାନଙ୍କୁ ଏଥିପାଇଁ ସାହାଯ୍ୟ କରିଥିଲେ । ବର୍ତ୍ତମାନର ମନ୍ଦିରଟି କନକପୁର ଗ୍ରାମର ଝଙ୍କଡ ପ୍ରଗଣା (କନକବାଟି ପାଟଣା)ରେ ଅବସ୍ଥିତ ।
==କିମ୍ବଦନ୍ତୀ==
ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ତୀର୍ଥ ପର୍ଯ୍ୟଟନରେ ବାହାରିଲେ, ଉଦ୍ଦେଶ୍ୟ ଥିଲା ଯିବାବାଟରେ ମାତୃତୀର୍ଥ ସ୍ଥାପନ କରିବା । ସ୍ଥାନରୁ ସ୍ଥାନ ଭ୍ରମଣ କରୁଥିବା ସମୟରେ ସେ ଚନ୍ଦ୍ରଭାଗା ନଦୀ ନିକଟରେ ପହଞ୍ଚିଲେ, ନଦୀରେ ବୁଡ ପକାଇ ଏକ ବରଗଛ ମୂଳରେ ବିଶ୍ରାମ ନେଲେ । ଯେତେବେଳେ ଧ୍ୟାନରେ ବସିଲେ, ଏକ ଶକ୍ତି ଲୁକ୍ କାୟିତ ଥିବାର ସେ ଜାଣିବାକୁ ପାଇଲେ ଏବଂ ଆତ୍ମପ୍ରକାଶ କରିବାକୁ ଚାହୁଁଛି । ଏହାପରେ ପର୍ଶୁରାମ ଏକ ପରଶମଣି ଶିଳା ଯାହା ଅଦ୍ ଭୁତ ଚକ୍ ମକ୍ ଉଜ୍ଜଳ ମୁଗୁନିପଥର, ମାଟିତଳୁ ଉଦ୍ଧାର କଲେ । ଦେବୀଙ୍କ ଦିବ୍ୟ ପ୍ରତିକୃତି ତୀର ଦ୍ୱାରା ଆଙ୍କିଲେ । ସେଇସ୍ଥାନରେ କିମ୍ବଦନ୍ତୀ ବର୍ଣ୍ଣିତ ଭେଟିଥିବା ବରଗଛ ‘ଭେଟବର’ ଅଛି । ଝଙ୍କାର ବା ଝଙ୍କଡ଼ ନାମ ଭାଷା ଜନିତ ଶବ୍ଦ ଯାହା ଦିବ୍ୟ ପଥରକୁ ପର୍ଶୁରାମଙ୍କ ତୀର ସ୍ପର୍ଶ ଦ୍ୱାରା ସୃଷ୍ଟି ହେଉଥିବା ସମ୍ମୋହନଜନକ ଝଙ୍କାର ବା ପ୍ରତିଧ୍ୱନି ସୃଷ୍ଟି ହେଉଥିଲା । କିମ୍ବଦନ୍ତୀ ଅନୁଯାୟୀ, ପର୍ଶୁରାମ ଶରରେ ଦେବୀଙ୍କ ପ୍ରତିକୃତି ଖୋଦିତ କରିଥିବାରୁ ଦେବୀଙ୍କ ଅନ୍ୟନାମ ସାରଦା । ଅନ୍ୟଏକ ଜନଶ୍ରୁତି ଅନୁସାରେ ପର୍ଶୁରାମ ବହୁ ତୀର୍ଥକୁ ପର୍ଯ୍ୟଟନ କରି ପବିତ୍ର ନଦୀମାନଙ୍କରେ ସ୍ନାନ କରିଥିଲେ । ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବାକୁ ଯିବା ସମୟରେ ନିଜର ଧନୁଟିକୁ ଏକ ବଟବୃକ୍ଷ ମୂଳରେ ଡେରି ଦେଇଥିଲେ । ସ୍ନାନରୁ ଫେରିଆସି ସେ ଆଶ୍ଚର୍ଯ୍ୟ ହେଲେ । କାରଣ ତାଙ୍କ ଧନୁର ଗୁରୁତା ଯୋଗୁଁ ସର୍ବତ୍ର ସେ ମାଟି ସ୍ଖଳନ ହେବାର ଦେଖିଥିଲେ । କିନ୍ତୁ ସେଠାରେ କିଛି ସେମିତି ଘଟିଲା ନାହିଁ । ସେହିସ୍ଥାନର କିଛି ମହାତ୍ମ୍ୟ ଥିବାର ମନେକରି ମାଟି ଖନନ କଲେ ଓ ଏକ ପଥର ଖଣ୍ଡରେ ଏକ ଶକ୍ତିମୟୀଙ୍କ ମୂର୍ତ୍ତି ଅଙ୍କନ ହୋଇଥିଲା । ସେହି ଦେବୀ ମୂର୍ତ୍ତିଙ୍କୁ ସେଠାରେ ସ୍ଥାପନା କଲେ । <ref>ଶ୍ରୀ ବିଷ୍ଣୁପ୍ରସାଦ ବାହାଲିଆ, ଓଡ଼ିଶାର ଦେବଦେବୀ, ପୃଷ୍ଠା- ୩୭୭</ref> ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଉକ୍ତସ୍ଥାନ ଓ ପ୍ରତିମୂର୍ତ୍ତି, ଦେବୀପୁରାଣ ଆଉ ଅନ୍ୟ ପୌରାଣିକ ଗ୍ରନ୍ଥରେ ବର୍ଣ୍ଣିତ ଦକ୍ଷଯଜ୍ଞ ସମ୍ପର୍କୀତ ଅଟେ, ଦକ୍ଷକନ୍ୟା ଆଦିଶକ୍ତି ସତୀ, ପ୍ରଭୁଶିବଙ୍କ ପତ୍ନୀ ଯଜ୍ଞରେ ପିତା ଦକ୍ଷଙ୍କର ଶିବଙ୍କ ପ୍ରତି ନିନ୍ଦା ସହିନପାରି ଆତ୍ମବିସର୍ଜନ କଲେ। ଗଭୀର ଦୁଃଖ ଓ ଅନୁତାପରେ , ଶିବ ସତୀଙ୍କ ଶରୀରକୁ କାନ୍ଧରେ ପକାଇ ଅବିଶ୍ରାନ୍ତ ଭାବେ ଇତସ୍ତିତ ଘୁରି ବୁଲିଲେ । ଶିବଙ୍କ କ୍ରୋଧକୁ ଯାହା ଜନସମାଜ ପାଇଁ କ୍ଷତିକାରକ ହୃଦୟଙ୍ଗମ କରି ବିଷ୍ଣୁ ଚକ୍ର ଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ତାଙ୍କର ଶରୀରର ଅଂଶଗୁଡ଼ିକ ୫୧ସ୍ଥାନରେ ପଡ଼ିଲା, ପ୍ରତ୍ୟେକ ସ୍ଥାନ ହେଲା ପବିତ୍ରସ୍ଥାନ ଆଉ ଶକ୍ତିପୀଠ । କିମ୍ବଦନ୍ତୀ ଅନୁସାରେ ନାଭି ପଡ଼ିଥିଲା ଯାଜପୁରରେ, ଯେଉଁଠି ବିରଜା ପୂଜା ପାଉଛନ୍ତି ତାହା ନାଭିକ୍ଷେତ୍ର ରୂପେ ବିଦିତ । ପାଦ ଶ୍ରୀକ୍ଷେତ୍ରରେ ପଡ଼ିଥିଲା, ଯେଉଁଠାରେ ବିମଳା ପୂଜା ପାଉଛନ୍ତି ତାହା ପାଦପୀଠ ରୂପେ ଖ୍ୟାତ ଏବଂ ଜିଭ ଝଙ୍କଡ଼ରେ ପଡ଼ିଥିଲା ଯାହା ଜିହ୍ନା ବା ବାଣୀପୀଠ ରୂପେ ଖ୍ୟାତ । ତେଣୁ ଦେବୀ ଶାରଳାଙ୍କୁ ମଧ୍ୟ ‘ଉତ୍କଳ ଭାରତୀ’ କହାଯାଏ ।