"ଶରଣ ଶ୍ରୀକ୍ଷେତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
୨ କ ଧାଡ଼ି:
 
==ଇତିହାସ==
୧୬୦୦ ଖ୍ରୀଷ୍ଟାବ୍ଦରେ [[କଳାପହାଡ଼]] ଆକ୍ରମଣ ସମୟରେ [[ଜଗନ୍ନାଥ]]ଙ୍କ ସୁରକ୍ଷା ଏବଂ [[ଗଜପତି ମହାରାଜା]]ଙ୍କୁ ଶରଣ ଦେଇଥିବାରୁ ଏହି ସ୍ଥାନର ନାମ ଶରଣ ଶ୍ରୀକ୍ଷେତ୍ର । [[ଆଠଗଡ଼]] ରାଜା [[ମଧୁସୂଦନ ଜଗଦେବ]] ତତ୍କାଲିନ ରାଜା ଗଜପତି [[ରମଚନ୍ଦ୍ର ଦେବ]] ଓ ତାଙ୍କ ସପରିବାରଙ୍କୁ ଆକ୍ରମଣକାରୀଙ୍କ ଠାରୁ ଉଦ୍ଧାର କରିବା ପାଇଁ ସହଯୋଗ କରିଥିଲେ । [[ପାନ୍ତିଆମାଗଡ଼]]ଠାରେ ଗଜପତି ଓ ରାଜପରିବାର ସଦସ୍ୟଙ୍କୁ ଭୂଗର୍ଭରେ ଥିବା ଏକ ମହଲ [[ଗୁପ୍ତଗଡ଼]] ଠାରେ ଶରଣ ଦେଇଥିଲେ । ଏକ ସୁନ୍ଦର ଉଦ୍ୟାନ ତଳେ ଏହି ମହଲଟି ନିର୍ମାଣ କରାଯାଇଥୁଲା ଯାହା ଫଳରେ ଆକ୍ରମଣକାରୀ ଏହାର କୌଣସି ସନ୍ଧାନ ମଧ୍ୟ ପାଇ ପାରିନଥିଲେ । ଏଥୁରୁ ପ୍ରମାଣିତ ହୁଏ ରାଜପରିବାରକୁ ସାହାଯ୍ୟ କରି ଉତ୍ତମ ବନ୍ଧୁର ପରିଚୟ ଦେଇଥିଲେ [[ଆଠଗଡ଼]] ରାଜା । ଆଠଗଡ଼ ରାଜାଙ୍କ ଏହି ସାହାଯ୍ୟକୁ ଚିରଦିନ ଇତିହାସରେ ସାକ୍ଷୀ ଭାବରେ ରଖୁବାକୁ ତାଙ୍କୁ [[ପୁରୀ]] ଗଜପତି, '''ମନୋଦ୍ଧାରଣ ଶରଣ ପଞ୍ଜର ବିରାଧୀବୀର ଭାଇ ଶ୍ରୀ ହରିଚନ୍ଦନ ଜଗବ୍ଦବ ରାଜା ବାହାଦୂର''' ଉପାଧିରେ ଭୂଷିତ କରିଥିଲେ । ସେହିଦିନଠାରୁ [[ଆଠଗଡ଼]] ରାଜାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ [[ଜଗନ୍ନାଥ ମନ୍ଦିର]]ରେ ପ୍ରତି ଏକାଦଶୀ ତିଥିରେ ଏକ [[ମହାଦୀପ]] ଜଳିଥାଏ । [[ଗଜପତି ମହାରାଜା]] [[ଆଠଗଡ଼]]ଠାରେ ଅକ୍ଷୟକୀର୍ତ୍ତି ପ୍ରସ୍ତର ନିର୍ମିତ ସଭା ମଣ୍ଡପ ଓ [[ଜଗନ୍ନାଥ ମନ୍ଦିର]]ର ଶୁଭ ଦେଇଥିଲେ । [[ପୁରୀ]] [[ଜଗନ୍ନାଥ ମନ୍ଦିର]] ଭଳି ଅନୁରୂପ ଏକ ମନ୍ଦିର [[ଆଠଗଡ଼ ପାଟଣା]] ଠାରେ ନିର୍ମାଣ କରାଗଲା । [[ପୁରୀ]] ମହାରାଜା ଗଜପତି [[ଦିବ୍ୟସିଂହ ଦେବ]] ହୃଦୟଙ୍ଗମ କଲେ ଯେ ପ୍ରଭୁଙ୍କର ଏହି ସ୍ଥାନ ହିଁ ଶେଷ ଲୀଳା ଖେଳାର ସ୍ଥାନ । ତେଣୁ ଏହି ମନ୍ଦିରକୁ ସେ କିଛି ପରିମାଣର ସାହାଯ୍ୟ କରୁଛନ୍ତି ।
==ନାମକରଣ==
ଏହାକୁ [[ଅଷ୍ଟଦୁର୍ଗ]] କୁହାଯିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହା ଏକ ଗଡ଼ଜାତ ରାଜ୍ୟ ଥୁଲା । ଏହି ରାଜ୍ୟଟି ଏକ ଭୂସ୍ବର୍ଗ ସହ ସମାନ ଥୁଲା । ଏହାର ଚାରିପାଖରେ ସୁନ୍ଦର ବନାନୀ, ଫୁଲ ବଗିଚା [[ନାଗେଶ୍ଵର]] ଫୁଲର ବଗିଚା ଏହାକୁ ଅଧିକ ସୁନ୍ଦରମୟ କରୁଥିଲା । ବିଭିନ୍ନ ବନ ପଶୁ ଓ ପକ୍ଷୀଙ୍କ କୋଳାହଳ ଶବ୍ଦରେ ପ୍ରକମ୍ପିତ ହୋଇଉଠୁଥୁଲା ସମ୍ପୂର୍ଣ୍ଣ ପରିବେଶ । ଏହି ରାଜ୍ୟର ଚାରିପାଖେ ଆଠଟି ସୁରକ୍ଷିତ ପ୍ରାଚୀର ସଦୃଶ ଦୁର୍ଗ ରହିଥିଲା ତେଣୁ ଏହାର ନାମକରଣ ଏଇଭଳି ହୋଇଛି । ସେହି ଆଠଟି ଦୁର୍ଗ ମଧ୍ୟରେ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା ଦୁର୍ଗ, ରୁମାଗଡ଼, ଓପାଟିଗଡ଼ ଦୁର୍ଗ ସୁରକ୍ଷାର କବଚ ଭାବେ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ । <ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>