"ଲତା ମଙ୍ଗେସକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ )
୨୦ କ ଧାଡ଼ି:
'''ଲତା ମଙ୍ଗେସକର''' [[ଭାରତ|ଭାରତୀୟ]] ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର [[ଭାରତ ରତ୍ନ]]ରେ ସମ୍ମାନିତ କରାଯାଇଛି ।
==ଜୀବନ ଓ ପରିବାର==
ଲତା ମଙ୍ଗେସକର [[ମଧ୍ୟ ପ୍ରଦେଶ]]ର [[ଇନ୍ଦୋର]]ରେ ୧୯୨୯ ମସିହା [[ସେପ୍ଟେମ୍ବର]] ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର ଆର୍ଟିଷ୍ଟ ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍‌ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ ରୁ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ଲତା ଏବେ ଯାଏଁ ଅବିବାହିତ ଭାବେ ଜୀବନ ବିତାଉଛନ୍ତି ।
 
==ସଙ୍ଗୀତ ଜୀବନ==
ପରିବାରର ଭରଣପୋଷଣ ନିମନ୍ତେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଲତା ୧୯୪୨ ରୁ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର 'କିଟ୍ଟି ହାସଲ'ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । [[ମୁମ୍ବାଇ]]ରେ ଏକ ଲୋକାଲ୍ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ତାଙ୍କୁ 'ଆପ୍ କି ସେବା ମେଁ'ରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ 'ମଜବୁର୍' ଓ 'ବେଦର୍ଦ୍' ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । ଏହି ଦୁଇଟି ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ଜଗତରେ କିଛି ମାତ୍ରାରେ ପରିଚିତ ହେଲେ । କିନ୍ତୁ ପରେ ଅନ୍ଦାଜ୍, ବରସାତ୍ ଓ ମହଲ୍ ଚଳଚ୍ଚିତ୍ରଦ୍ୱାରା ସେ ସଙ୍ଗୀତ ମହଲରେ ପୁରାପୁରି ଭାବେ ଛାଇଗଲେ । ୧୯୬୩ରେ ଭାରତ - [[ଚୀନ]] ଯୁଦ୍ଧ ସମୟରେ ଲତାଙ୍କର ଦେଶାତ୍ମବୋଧକ ଗୀତ 'ଏ ମେରେ ୱତନ୍ କେ ଲୋଗୋଁ'ରେ ସେତେବେଳର ପ୍ରଧାନମନ୍ତ୍ରୀ [[ଜବାହରଲାଲ ନେହେରୁ]] ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ [[ପଦ୍ମଭୂଷଣ]] ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୭୦ ରୁ୧୯୭୦ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍, କଲ୍ୟାଣଜୀ ଆନନ୍ଦଜୀ ଓ ଆର ଡି ବର୍ମନ୍ଙ୍କ ସହ କାମ କରିଥିଲେ । ସେ 'ହମ୍ ଆପକେ ହେ କୌନ୍', 'ବୀରଜାରା' ପରି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ସେ ରେହେମାନ୍ଙ୍କ ଭଳି ନୂଆ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଛନ୍ତି । ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଛନ୍ତି । ଏବେବି ସେ ରେକର୍ଡିଂ ପାଇଁ ଗଲେ ଷ୍ଚୁଡିଓ ବାହାରେ ଯୋତା ରଖିଥାନ୍ତି । ଗୁଲଜାର୍‌ଙ୍କ ରଚିତ ଓ ସେ ନିଜେ ଗାଇଥିବା ଏକ ଗୀତ 'ନାମ୍ ଗୁମ୍ ଯାଏଗା , ଚେହେରା ୟେ ବଦଲ୍ ଯାଏଗା , ମେରି ଆୱାଜ୍ ହି ମେରି ପେହେଚାନ୍ ହୈ.. 'କେବଳ ଲତାଙ୍କ ପାଇଁ ଲେଖାଯାଇଛି ବୋଲି ତାଙ୍କର ଅଗଣିତ ପ୍ରଶଂସକ କୁହନ୍ତି ।
 
==ମାନ ସମ୍ମାନ==