"ରକ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୧୫ କ ଧାଡ଼ି:
== ଲୋହିତ ରକ୍ତ କଣିକା<ref>http://www.orissabigyanacademy.nic.in/pdf/Bigyan_diganta_Feb_2012.pdf Monthly Odia magazine "Bigyan Diganta"(Feb,2012 ) * Content Copied using OR-TTsarala2UNICODE CONVERTER</ref> ==
[[ଫାଇଲ:1GZX Haemoglobin.png|thumbnail|ହିମୋଗ୍ଲୋବିନ(ସବୁଜ- ହିମ୍,ନାଲି ଓ ନୀଳ- ପୁଷ୍ଟିସାର)]]
ରକ୍ତରେ ଅନ୍ୟ କଣିକାମାନଙ୍କ ତୁଳନାରେ ଲୋହିତ ରକ୍ତ କଣିକାର ସଂଖ୍ୟା ସର୍ବାଧିକ । ସାଧାରଣତଃ ପ୍ରତ୍ୟେକ ଘନ ମିଲିମିଟର ରକ୍ତରେ ପ୍ରାୟ ୪.୫ ରୁ୫ରୁ ୫ ନିୟୁତ ଲୋହିତ ରକ୍ତ କଣିକା ଥାଏ (ଗୋଟିଏ ରକ୍ତ ବିନ୍ଦୁର ଆୟତନ ହେଉଛି ପ୍ରାୟ ୫୦ ଘନ ମି.ମି.) । ଏହାର ଆକାର ଗୋଲାକାର କିନ୍ତୁ ଏହାର ଦୁଇପାର୍ଶ୍ଵ ଚେପଟା ହୋଇଥିବାରୁ ଏହା ଗୋଟିଏ ଗୋଲାକାର ଚକତି (disc) ପରି ଦେଖାଯାଏ । ଲୋହିତ ରକ୍ତ କଣିକାରେ ହିମୋଗ୍ଲୋବିନ ନାମକ ସଂଯୁକ୍ତ ପୁଷ୍ଟିସାର (conjugated protein) ଥାଏ । ଏହି ହିମୋଗ୍ଲୋବିନ ହିମାଟିନ ନାମକ ଲୌହ ଲବଣ ମିଶ୍ରିତ ହିମ୍ (haem or heme) ଓ ଗ୍ଲୋବିନ ନାମକ ପୁଷ୍ଟିସାରର ମିଶ୍ରଣରେ ଗଠିତ। ହିମାଗ୍ଲୋବିନର ପ୍ରକୃତ ରଙ୍ଗ ଈଷତ ବାଇଗଣୀ ମିଶ୍ରିତ ଲାଲ। କିନ୍ତୁ ଯେତେବେଳେ ଏହା ସହିତ ଅମ୍ଳଜାନ ସଂଯୁକ୍ତ ହୁଏ ସେତେବେଳେ ତାହା ଗାଢ଼ ଲାଲ ରଙ୍ଗ ଦେଖାଯାଏ। ତେଣୁ ଧମନୀରେ ପ୍ରବାହିତ ରକ୍ତରେ ବେଶି ପରିମାଣରେ ହିମୋଗ୍ଲୋବିନ ଥିବାରୁ ଏହି ରକ୍ତ ଗାଢ଼ଲାଲ ରଙ୍ଗ ଦେଖାଯାଏ ଏବଂ ଶିରାରେ ପ୍ରବାହିତ ରକ୍ତର ରଙ୍ଗ ବାଇଗଣୀ ହୋଇଥାଏ । ପ୍ରତ୍ୟେକ ଲୋହିତ ରକ୍ତ କଣିକା ଶତକଡ଼ା ପ୍ରାୟ ୭୦ ଭାଗ ଜଳ ଓ ୩୦ ଭାଗ ଅନ୍ୟ ପଦାର୍ଥକୁ ନେଇ ଗଠିତ।
[[ଫାଇଲ:Heme.svg|thumbnail|ହିମ୍]]
=== ଉତ୍ପତ୍ତି ===
ଲାଲ [[ଅସ୍ଥିମଜ୍ଜା]] (red bone marrow) ହେଉଛି ଲୋହିତ ରକ୍ତ କଣିକାର ପ୍ରଧାନ ଉତ୍ପତ୍ତିସ୍ଥଳ । ଶିଶୁମାନଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ଧାରଣ କରୁଥିବା ସମସ୍ତ [[ଅସ୍ଥି]]ରେ ଏହା ଉତ୍ପାଦିତ ହୋଇଥାଏ । କିନ୍ତୁ ବୟସ୍କମାନଙ୍କ କ୍ଷେତ୍ରରେ ଯେଉଁ ସ୍ଥାନରେ ଅସ୍ଥିମଜ୍ଜା ଥାଏ ଯେପରି ଛାତିପଟା, ପଞ୍ଜରାସ୍ଥି, କରୋଟି ହାଡ଼ ଏବଂ ଭୁଜାସ୍ଥି ଓ ଊର୍ବସ୍ଥିର ଅଗ୍ରଭାଗ ଏହିସବୁ ସ୍ଥାନମାନଙ୍କରେ କେବଳ ଲୋହିତ ରକ୍ତକଣିକା ଉତ୍ପନ୍ନ ହୋଇଥାଏ । ଏହା ବ୍ୟତୀତ ପ୍ଳୀହା (spleen ) ଓ ଯକୃତ (liver )ରେ ମଧ୍ୟ ଏହା ଉତ୍ପନ୍ନ ହୁଏ । ଉତ୍ପନ୍ନ ହେବାର ପ୍ରଥମ ଅବସ୍ଥାରେ ଏଥିରେ ନ୍ୟଷ୍ଟିଥାଏ । କ୍ରମେଏଥିରେ ହିମୋଗ୍ଲୋବିନ ତିଆରି ହୁଏ । ଶେଷରେ ନ୍ୟଷ୍ଟି ଅଦୃଶ୍ୟ ହେବା ସଙ୍ଗେ ସଙ୍ଗେ ଏହା ରକ୍ତ ସ୍ରୋତ ମଧ୍ୟକୁ ପ୍ରବେଶ କରେ । ଏଥିରେ ମାଇଟୋକଣ୍ଡ୍ରିଆ ମଧ୍ୟ ନଥାଏ । ଲୋହିତ ରକ୍ତ କଣିକାର ଗଠନ ପାଇଁ କେତେକ ଉପାଦାନ ଆବଶ୍ୟକ ହୋଇଥାଏ । ସେଗୁଡ଼ିକ ହେଉଛି ଲୌହ, ପୁଷ୍ଟିସାର, ଖାଦ୍ୟପ୍ରାଣ "ଖ", "ଗ" ଏବଂ ଅଳ୍ପ ପରିମାଣର କୋବାଲଟ୍ ଓ ତାମ୍ର ଲବଣ । ଏହି ଉପାଦାନମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଉପାଦାନର ଅଭାବ ହେଲେ ଲୋହିତ ରକ୍ତ କଣିକାର ପୂର୍ଣ୍ଣଗଠନ ହୋଇପାରେ ନାହିଁ ଯାହା ଫ ଳରେ ରକ୍ତହୀନତା ରୋଗ ଦେଖା ଦେଇଥାଏ ।
=== ପରମାୟୁ ===
ଲୋହିତ ରକ୍ତ କଣିକାର ଜୀବନକାଳ ୧୦୦ ରୁ୧୦୦ରୁ ୧୨୦ ଦିନ ବା ପ୍ରାୟ ୩ ରୁ୩ରୁ ୪ ମାସ। ପ୍ରତ୍ୟେକ ଦିନ ଶରୀରରେ ନୂତନ କଣିକା ତିଆରି ହୁଏ ଓ କିଛି ପୁରାତନ କଣିକାର ଅବକ୍ଷୟ ହୁଏ । ଅକର୍ମଣ୍ୟ ଲୋହିତ କଣିକାଗୁଡ଼ିକ ମୁଖ୍ୟତଃ ପ୍ଳୀହାରେ ନଷ୍ଟ ହୁଅନ୍ତି। ତେଣୁ ପ୍ଳୀହାକୁ ଲୋହିତରକ୍ତ କଣିକାର "କବରସ୍ଥାନ" କୁହାଯାଏ । ଲୋହିତରକ୍ତ କଣିକାଗୁଡ଼ିକ ନଷ୍ଟ ହେବାପରେ ସେଥିରେ ଥିବା ଲୌହଲବଣ ରକ୍ତକୁ ଯାଇ ପୁନର୍ବାର ହିମୋଗ୍ଲୋବିନ ତିଆରି ପ୍ରକ୍ରିୟାରେ ଅଂଶଗ୍ରହଣ କରେ କିନ୍ତୁ ହିମ ଯକୃତକୁ ଯାଇ ସେଠାରେ ପିତ୍ତ ବର୍ଣ୍ଣକଣା (bile pigment) ତିଆରିରେ ଅଂଶଗ୍ରହଣ କରେ ।
 
=== କାର୍ଯ୍ୟ ===
୨୭ କ ଧାଡ଼ି:
 
== ଶ୍ଵେତ ରକ୍ତ କଣିକା ==
ଶ୍ଵେତ ରକ୍ତ କଣିକାକୁ ଲିଉକୋସାଇଟ ( Leuccocyte) କୁହାଯାଏ । ଏଗୁଡ଼ିକ ଆୟତନରେ ଲୋହିତ ରକ୍ତ କଣିକା ଅପେକ୍ଷା ବଡ଼। ଏମାନଙ୍କର ନ୍ୟଷ୍ଟି ଥାଏ। ରକ୍ତରେ ଏମାନଙ୍କର ସଂଖ୍ୟାସବୁ କଣିକାମାନଙ୍କ ଠାରୁ କମ । ପ୍ରତି ଘନ ମିଲିମିଟର ରକ୍ତରେ ମାତ୍ର ୭୦୦୦ ରୁ୭୦୦୦ରୁ ୧୦,୦୦୦ ଶ୍ଵେତ ରକ୍ତ କଣିକାଥାଏ । ଶ୍ଵେତ ରକ୍ତ କଣିକାକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଛି;-
# କଣିକାଯୁକ୍ତ ବା ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ଵେତ ରକ୍ତ କଣିକା (polymorpho nuclear leucocyte)
# କଣିକାବିହୀନ ଏକ ନ୍ୟଷ୍ଟିବିଶିଷ୍ଟ ଶ୍ଵେତ ରକ୍ତ କଣିକା
୪୦ କ ଧାଡ଼ି:
 
==== ନିଉଟ୍ରୋଫିଲ୍ ====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ ରୁ୨ରୁ ୭ ପାଳି (କ୍ଷଚ୍ଛଭର) ବିଶିଷ୍ଟ । କୋଷର ଆକାର ସାମାନ୍ୟ ଗୋଲାକାର । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ଵେତ ରକ୍ତ କୋଷର ୬୦ ରୁ୬୦ରୁ ୭୦ ଶତକଡ଼ା କୋଷ ହେଉଛି ଏହି ଶ୍ରେଣୀର । ଏହି କୋଷଗୁଡ଼ିକର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ପ୍ରବେଶ କରୁଥିବା କ୍ଷତିକାରକ ଅଣୁଜୀବ ଆଦିକୁ ଭକ୍ଷଣ କରି ସୁରକ୍ଷା ପ୍ରଦାନ କରିବା ।
==== ଇଓସିନୋଫିଲ୍ ====
ଏହିକୋଷଗୁଡ଼ିକର ନ୍ୟଷ୍ଟି ୨ ପାଳି ବିଶିଷ୍ଟ । ଏଥିରେ ଥିବା କଣିକାଗୁଡ଼ିକ ଇଓସିନ (eosine) ନାମକ ରଙ୍ଗ ଦ୍ଵାରା ଗାଢ଼ ଲାଲ ରଙ୍ଗରେ ରଙ୍ଗିତ ହୋଇପାରନ୍ତି । ଏହି କୋଷମାନଙ୍କର ପରିମାଣ ହେଉଛି ୧ ରୁ୧ରୁ ୫ ଶତାଂଶ ।
==== ବେସୋଫିଲ୍ ====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ ରୁ୨ରୁ ୩ ପାଳି ବିଶିଷ୍ଟ । କୋଷଗୁଡ଼ିକରେ ଅଳ୍ପ ସଂଖ୍ୟକ କଣିକା ଦେଖାଯାଏ। ସମସ୍ତ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତରକ୍ତ କୋଷର ୦.୫ ରୁ୫ରୁ ୧ ଶତାଂଶ ହେଉଛି ଏହି ଶ୍ରେଣୀର ।
 
=== କଣିକାବିହୀନ ବା ଏକ ନ୍ୟଷ୍ଟିବିଶିଷ୍ଟ ଶ୍ଵେତ ରକ୍ତ କୋଷ ===
୫୫ କ ଧାଡ଼ି:
ଶ୍ଵେତ ରକ୍ତ କଣିକା ଆମ ଶରୀରର ପ୍ରତିରକ୍ଷା ବାହିନୀ। ଏମାନଙ୍କର ପ୍ରଧାନ କାର୍ଯ୍ୟ ହେଉଛି ଜୀବାଣୁମାନଙ୍କ ଆକ୍ରମଣରୁ ଶରୀରକୁ ରକ୍ଷା କରିବା । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ଵେତ ରକ୍ତକଣିକା ଜୀବାଣୁ ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମ କରେ ଏବଂ ଅନ୍ୟଟି ଜୀବାଣୁନାଶକ ଉପାଦାନ ଯୋଗାଏ ।
 
ଶରୀରରେ ଜୀବାଣୁ ପ୍ରବେଶ କଲେ ଶ୍ଵେତ ରକ୍ତ କଣିକାଗୁଡ଼ିକ ରକ୍ତ କୈଶିକ (capillaries) ମଧ୍ୟରୁ ବାହାରି ଆସି ଜୀବାଣୁ ଥିବା ସ୍ଥାନରେ ଜମିଯାଏ । ସେଥିମଧ୍ୟରୁ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ଵେତ ରକ୍ତ କଣିକା ଜୀବାଣୁ ଚାରିପାଖରେ ଘେରିଯାଏ ଓ ଜୀବାଣୁକୁ କବଳିତ କରି ନିଜ ଭିତରେ ପୁରାଇ ନଷ୍ଟ କରିଦିଏ । ଜୀବାଣୁ ନଷ୍ଟ ହେବାପରେ ଜୀବାଣୁମାନଙ୍କ ଦ୍ଵାରା ହତ ବା କ୍ଷତ ହୋଇଥିବା ତନ୍ତୁଗୁଡ଼ିକର "ସଂସ୍କାର" ମଧ୍ୟ ଏହି କୋଷମାନଙ୍କ ଦ୍ଵାରା ହୋଇଥାଏ । କଣିକାବିହୀନ କୋଷମାନଙ୍କ ରୁକୋଷମାନଙ୍କରୁ ଉତ୍ପନ୍ନ ବିଭିନ୍ନ ପ୍ରକାର ଜୀବାଣୁ ନାଶକାରୀ ଉପାଦାନ ଜୀବାଣୁମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କୁ ପଙ୍ଗୁ କରିଦିଏ । ତେଣୁ ଜୀବାଣୁଗୁଡ଼ିକ ନଷ୍ଟ ହେବାରେ ଏହା ବହୁତ ସାହାଯ୍ୟ କରେ ।
 
== ଅଣୁଚକ୍ରିକା ==
ଏହି କୋଷଗୁଡ଼ିକ ଲୋହିତ ରକ୍ତ କଣିକା ଅପେକ୍ଷା ଆତୟନରେ ଛୋଟ । ଏକ ଘନ ମିଲିମିଟର ରକ୍ତରେ ପ୍ରାୟ ୨୫,୦୦,୦୦ ରୁ୦୦ରୁ ୪୦,୦୦,୦୦ ଅଣୁଚକ୍ରିକା ଥାଏ । ଏହି କୋଷଗୁଡ଼ିକ ରକ୍ତ ଜମାଟ ବାନ୍ଧିବା କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି। ଏଗୁଡ଼ିକୁ platelets କୁହାଯାଏ । ଏଗୁଡ଼ିକର ଜୀବନକାଳ ପ୍ରାୟ ୫-୬ ଦିନ ।
 
== ଆଧାର ==
"https://or.wikipedia.org/wiki/ରକ୍ତ"ରୁ ଅଣାଯାଇଅଛି