"ପାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ପାନର କିସମ |
ଟିକେ Bot: Automated text replacement (- ରୁ +ରୁ ) |
||
୩୮ କ ଧାଡ଼ି:
* ମାଲାୟଲମ୍ – ଭେଟିଲା କୋଡ଼ି
== ପାନର ଇତିହାସ ==
ପାନର ଜନ୍ମ ଦକ୍ଷିଣ ପୂର୍ବ ଏସିଆରେ, ଖ୍ରୀଷ୍ଟପୂର୍ବ ୩୪୦ରେ ହୋଇଥିଲା। ଗ୍ରୀକ୍ ଐତିହାସିକ ହେରୋଡଟସ୍ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ତାଙ୍କ ହିସାବରେ ପାନର ଜନ୍ମ ମାଳୟ। କିନ୍ତୁ ମହାଭାରତ ଯୁଗ (ଖ୍ରୀ.ପୂ.
ଏହାଛଡ଼ା [[ଜୟପୁର, କୋରାପୁଟ|ଜୟପୁର]] ଧାନର ଜନ୍ମସ୍ଥାନ ପରି [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]ର [[ହିଞ୍ଜିଳିକାଟୁ]] ପାନର ଉତ୍ପତ୍ତି ସ୍ଥଳ ବୋଲି ଉଦ୍ଭିଦବିତ୍ ମାନେ ମତ ପୋଷଣ କରିଥାନ୍ତି।
== ପାନ ଗଛ ==
୫୯ କ ଧାଡ଼ି:
== ପାନଚାଷ ==
ଓଡ଼ିଆରେ ପ୍ରବାଦ ଅଛି “ଷୋହଳ ଚାଷେ ମୂଳା, ତା’ର ଅର୍ଦ୍ଧେକ ତୁଳା, ତା’ର ଅର୍ଦ୍ଧେକ ଧାନ, ବିନା ଚାଷେ ପାନ।“ ପୁରାକାଳରେ ଗଛ ଛାଇରେ, ଜଙ୍ଗଲର ଚିର ଉଷ୍ମ-ଆର୍ଦ୍ର ଜଳବାୟୁର ଉର୍ବର ଆର୍ଦ୍ର ମୃତ୍ତିକାରେ ପାନ ଜଙ୍ଗଲୀ ଲତା ରୂପେ ବଢୁଥିଲା। ଅନ୍ୟାନ୍ୟ ପତ୍ର ସହିତ ମିଶାଇ ଏହାକୁ ଆଗରୁ ଶାଗ ହିସାବରେ ଖିଆ ଯାଉଥିଲା। ଏହାର କଫ ଓ ଶ୍ଳେଷ୍ମା ନାଶକ ପ୍ରକୃତି କାରଣରୁ ଏହାକୁ ପରବର୍ତ୍ତୀ କାଳରେ ଚାଷ କରାଗଲା।</br>
ପାନଚାଷ ଏକ ସୂକ୍ଷ୍ମ କଳା। ଏଥିପାଇଁ ନିଗିଡ଼ା ବାଲିଆ ଦୋରସା ମାଟି ତଥା ସବୁଦିନିଆ ଜଳ ସେଚନ ବ୍ୟବସ୍ଥା ଆବଶ୍ୟକ। ବର୍ଷାଋତୁକୁ ଛାଡ଼ିଦେଲେ ଅନ୍ୟ ସବୁ ଋତୁରେ ପାନ ଚାଷ ଆରମ୍ଭ କରାଯାଇଥାଏ। ଶୀତଦିନେ ପାନ ଚାଷ କରିବା ବ୍ୟୟ ବହୁଳ। ବର୍ଷରେ ଦୁଇଥର ପାନ ଚାରା ରୋପଣ କରାଯାଏ। ନଭେମ୍ବର କିମ୍ବା ମାର୍ଚ୍ଚ ମାସରେ ପାନ ରୋପିଲେ ସହଜରେ ଗଛ ହୁଏ। ଗଛ ଲଗାଇବାର ପଚିଶ ଦିନ ପରେ ସାର ଦେବାକୁ ହୋଇଥାଏ। ସୋରିଷ, ରାଶି, ଚିନା ବାଦାମ ବା କରଞ୍ଜ ପିଡିଆ ଆଦି ପାନ ଗଛମୂଳେ ଦିଆ ଯାଇଥାଏ। ପାନ ଗଛ
=== ପାନର ରୋଗ ===
ପାନ ଗଛରେ ହେଉଥିବା ବିଭିନ୍ନ ପ୍ରକାର ରୋଗ ଭିତରେ ମୁଖ୍ୟ ରୋଗ କେତୋଟି ହେଲା : </br>
୭୩ କ ଧାଡ଼ି:
=== ପାନ ବରଜ ===
ପାନଚାଷ କରିବାପାଇଁ ମୂଳତଃ ବାଉଁଶରେ ତିଆରି କରାଯାଉଥିବା ସ୍ୱତନ୍ତ୍ର ପ୍ରକାରର ପ୍ରାକୃତିକ ଘର(ଆବଦ୍ଧ କ୍ଷେତ୍ର)କୁ “ପାନ ବରଜ” କୁହାଯାଏ। ବଙ୍ଗଳା ଭାଷାରେ ପାନ ବରଜକୁ ବରେଇ କୁହାଯାଏ। ଯେଉଁମାନେ ବରଜରେ ପାନଚାଷ କରନ୍ତି, ସେମାନଙ୍କୁ “ବରଜୀ” କୁହାଯାଏ। </br>
ଗୋଟିଏ ବରଜର କ୍ଷେତ୍ରଫଳ ପ୍ରାୟ ଦୁଇ ଡେସିମିଲ୍। ଏହାର ଚାରିପଟରେ ପଥରବନ୍ଧ ଓ ତା ଉପରେ ବାଲିମାଟି ଦିଆଯାଇ ବାଉଁଶ, କାଠ ଓ ଇକଡ଼ (ଖଡ଼ିକା) ଓ ପ୍ରାୟ ଦୁଇ କ୍ୱିଣ୍ଟାଲ ଜି.ଆଇ.ତାରଦ୍ୱାରା ବନ୍ଧାଯାଇ ତାକୁ ଏକ ମଞ୍ଚାର ରୂପ ଦିଆଯାଏ। ଏହାତଳେ ପାନ “କଡ଼ମା” (ପୁଆ) ଧାଡ଼ି ଧାଡ଼ିକରି ଲଗାଯାଏ। କଡ଼ମାଟି ଲଟେଇବା ଆରମ୍ଭ କଲାମାତ୍ରେ, ତାକୁ ଖଡ଼ିକା ଦେହରେ ବାନ୍ଧି ସିଧା ଉପରକୁ ଟୁଇ ପର୍ଯ୍ୟନ୍ତ ମଡ଼େଇ ଦିଆଯାଏ। ଗୋଟିଏ ଗଛ ଟୁଇ ପର୍ଯ୍ୟନ୍ତ ପହଞ୍ଚିବାକୁ ଶୀତ ଦିନରେ ପ୍ରାୟ
ଅନ୍ୟାନ୍ୟ ସ୍ଥାନରେ ପାନ ବରଜର ପରମାୟୁ
ବାଲେଶ୍ୱର ଓ ବାଲିଆପାଳର ଚାଷୀମାନେ କଡ଼ମା (ପୁଆ) ପାଇଁ ପଶ୍ଚିମ ବଙ୍ଗର ଉପରେ ନିର୍ଭର କରିଥାନ୍ତି। ଦେଶୀ ପାନର କଡ଼ମା ମୋହନପୁର ଆଦି ଅଞ୍ଚଳରୁ ଓ ଚନ୍ଦ୍ରକଣା ପାନର କଡ଼ମା ସାଦି ଓ ଖଇରଗଣ୍ତା (ରାମନଗର) ଅଞ୍ଚଳରୁ ମିଳିଥାଏ। ପଶ୍ଚିମବଙ୍ଗର ଅଠାଳିଆ ମାଟିରେ ଜାତହୋଇଥିବା କଡ଼ମା ଗୁଡ଼ିକ ବାଲେଶ୍ୱରର ବାଲିଆ ମାଟିରେ ଭଲ ବଢ଼ୁଥିବାରୁ ବରଜୀମାନେ ଏହାକୁ ସେଠାରୁ କିଣିଆଣିବାକୁ ପସନ୍ଦ କରିଥାନ୍ତି।</br>
ଓଡ଼ିଶାର [[ପୁରୀ]] ଜିଲ୍ଲାରେ [[ଚନ୍ଦନପୁର]], [[ପିପିଲି]], [[ନିମାପଡ଼ା]] ନିକଟବର୍ତ୍ତୀ ନୂଆହାଟ, କୁଣ୍ଢେଇ, ଓଥକା, ଉଦୟପୁର, ବାଙ୍ଗୁରିଗାଁ, ନାସିକେଶର, କଣିଆ, ତରପଦା, ତେନ୍ତୁଳିଆ, ବାଣିଆ, ତଣ୍ଡାହର, ସିରେଇ, ଇନାୟତପୁର, ତଇଆ, ଅସୁରଖଳା, ରତ୍ନପୁର, ଓଲା, କୋରଣା, କୁସୁମ୍ଭର, ଅସ୍ତରଙ୍ଗ, କେନ୍ଦ୍ରାପଟି, ଜୁନ୍ତୁ, କାକଟପୁର ଓ ପ୍ରାଚୀନଦୀ କୂଳର ବିଭିନ୍ନ ଗ୍ରାମ, ଜଳେଶ୍ୱରପଦା, ପାଣିଛତ୍ର, ବନ୍ତୀଳ ଆଦି ଗ୍ରାମ।</br>
୯୧ କ ଧାଡ଼ି:
ବ୍ରହ୍ମପୁର ଅଞ୍ଚଳର ପାନ ବନାରସ ଯାଇଥାଏ। ବ୍ରହ୍ମପୁର ଅଞ୍ଚଳର ପାନ ଆକାରରେ ସାନ ଓ ଏଥିରେ ଅଧିକଦିନ ରହିବାର କ୍ଷମତା ଥିବାରୁ ଏହାକୁ ବାହାର ବେପାରୀମାନେ ପସନ୍ଦ କରିଥାନ୍ତି।</br>
ଓଡ଼ିଶାର ଚନ୍ଦନପୁର ଅଞ୍ଚଳରୁ ପାନ ମଧ୍ୟପ୍ରଦେଶକୁ ପଠାଯାଏ। ପ୍ରତିବର୍ଷ ପଚାଶ ହଜାରରୁ ଏକଲକ୍ଷ ପର୍ଯ୍ୟନ୍ତ ପାନଝୁଡ଼ି ବଜାରକୁ ଯାଇଥାଏ।</br>
ବାଲେଶ୍ୱରର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରୁ ଉଭୟ କଞ୍ଚା ଓ ପାଚିଲାପାନ ବାହାରକୁ ପଠାଯାଏ। ପ୍ରତିଦିନ ଓଡ଼ିଶାରୁ ହାରାହାରି ୨୦,୦୦୦ ପାନ ଝୁଡ଼ି ବଜାରକୁ ଯାଇଥାଏ। ପ୍ରତି ଝୁଡ଼ିର ଦାମ୍
ଓଡ଼ିଶା ପାନର ବଜାର ଦିନକୁ ଦିନ କମିବାରେ ଲାଗିଛି। ପ୍ରଥମେ ବ୍ରହ୍ମପୁର ଅଞ୍ଚଳରୁ ବର୍ଷକୁ ୩୦୦ ଟ୍ରକ ପାନ ପଠାଯାଉଥିଲାବେଳେ ଏବେ କେବଳ ୩୦ ଟ୍ରକ ପାନ ପଠାଯାଉଅଛି। </br>
|