"ଜାନକୀ ଅମ୍ମାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୨୪ କ ଧାଡ଼ି:
କେରଳର ତଲସେରିରେ (ପୁରୁଣା ତେଲିଚେରି) ଜାନକୀ ଆମ୍ମାଲ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ<ref>{{cite web|last=Subramanian|first=C V|title=Edavaleth Kakkat Janaki Ammal&nbsp;— IAS Women in Science|url=http://www.ias.ac.in/womeninscience/Janaki.pdf|publisher=Indian Academy of Sciences|accessdate=22 December 2012}}</ref> । ତାଙ୍କର ପିତା ଦିଵାନ ବାହାଦୂରଏଡାଭାଲେଥ କକ୍କଟ କ୍ରିଷ୍ନନ ମାନ୍ଦ୍ରାଜ ପ୍ରେସିଡେନ୍ସିରେ ସବ ଜଜ ଥିଲେ । ତାଙ୍କର ୬ ଭାଇ ଓ ୫ ଭଉଣୀ ଥିଲେ । ପରିବାରରେ ଝିଅମାନଙ୍କୁ ବୌଦ୍ଧିକ ଚିନ୍ତାଧାରା ଓ [[ସୂକ୍ଷ୍ମ କଳା]] ବିଷୟରେ ଆଗେଇବାକୁ ଉତ୍ସାହିତ କରାଯାଉଥିଲା । ତେଲିଚେରିରେ ସ୍କୁଲ ଶିକ୍ଷା ସମାପ୍ତ ହେବା ପରେ କୁଇନ୍ସମେରୀ କଲେଜରୁ ସ୍ନାତକ ହେଲେ ଓ ୧୯୨୧ ମସିହାରେ ପ୍ରେସିଡେନ୍ସି କଲେଜରୁ ପ୍ରାଣୀ ବିଜ୍ଞାନରେ ସମ୍ମାନ ଲାଭ କଲେ । ତାଙ୍କର ଶିକ୍ଷକମାନଙ୍କର ଉପଦେଶ ଅନୁସାରେ ସେ [[ସାଇଟୋଜେନେଟିକ୍ସ]] ପଢ଼ିବାକୁ ସ୍ଥିର କଲେ ।
== ବୃତ୍ତି ==
ଜାନକୀ ମାଡ୍ରାସର (ଆଧୁନିକ ଚେନ୍ନଇ) ମହିଳା ଖ୍ରୀଷ୍ଟିଆନ କଲେଜରେ ଶିକ୍ଷା ଦାନ କରି ୧୯୨୫ ମସିହାରେ ଆମେରିକାର ମିସିଗାନ ୟୁନିଭରସିଟିରୁ ମାସ୍ଟର ଡିଗ୍ରୀ ପାଇଲେ । ସେଠାରୁ ଫେରି ସେହି ମହିଳା କଲେଜରେ ଶିକ୍ଷା ଦାନ ଜାରି କଲେ । ଆଉ ଥରେ ଓରିଏଣ୍ଟାଲ ବାର୍ବୋର ଫେଲୋ ପାଇ ମିସିଗାନ ଯାଇ ୧୯୩୧ ମସିହାରେ ଡି.ଏସ.ସି. ଡିଗ୍ରୀ ଲାଭ କଲେ । ସେଠାରୁ ଫେରିବା ପରେ ତିଭାନ୍ଦ୍ରମର ମହାରାଜା ବିଜ୍ଞାନ କଲେଜରେ ପ୍ରଫେସର ରୁପେ ୧୯୩୨ ରୁ୧୯୩୨ରୁ ୧୯୩୪ ପର୍ଯ୍ୟନ୍ତ କାମ କଲେ । କୋଏମ୍ବାଟୁରର ସୁଗରକେନ ବ୍ରିଡିଙ୍ଗ ଅନୁସ୍ଠାନରେ ସେ ଜେନେଟିସିସ୍ଟ ରୂପେ ୧୯୩୪ ରୁ୧୯୩୪ରୁ ୧୯୩୯ ପର୍ଯ୍ୟନ୍ତ କାମ କଲେ । ଇଂଲଣ୍ଡର ଜନ୍ ଇନ୍ନେସ୍ ହର୍ଟିକଲଚରାଲ୍ ଇନସ୍ଟିଚ୍ୟୁଟରେ ସେ ସହାୟକ ସାଇଟୋଲଜିଷ୍ଟ ରୂପେ ୧୯୪୦ ରୁ୧୯୪୦ରୁ ୧୯୪୫ ପର୍ଯ୍ୟନ୍ତ କାମ କଲେ । ତା ପରେ ରୟଲ ହର୍ଟିକଲଚରାଲ୍ ସୋସାଇଟି, ଵିସଲେରେ ସାଇଟୋଲୋଜସ୍ଟ ରୁପେ ୧୯୪୫ ରୁ୧୯୪୫ରୁ ୧୯୫୧ ପର୍ଯ୍ୟନ୍ତ କାମ କଲେ ।
 
ଜବାହରଲାଲ ନେହେରୁଙ୍କର ନିମନ୍ତ୍ରଣ ପାଇ ସେ ୧୯୫୧ରେ ବୋଟନିକାଲ ସର୍ଭେ ଅଫ ଇଣ୍ଡିଆ ଅନୁଷ୍ଠାନକୁ ପୁନଃସ୍ଥାପନ କରିବାକୁ ଭାରତ ଫେରି ଆସିଲେ<ref>{{cite news|title=Seminar to remember woman scientist|url=http://www.hindu.com/2010/10/27/stories/2010102758040300.htm|accessdate=10 August 2013|newspaper=The Hindu|date=27 October 2010}}</ref> । ସନ୧୯୫୨ରେ ସେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ପଦବୀରେ ଯୋଗଦାନ କରି ଶେଷରେ ଡାଇରେକ୍ଟର ଜେନେରାଲ୍ ହେଲେ<ref>{{cite news|title=Vice-President to open Inter-University Centre for Biosciences|url=http://www.thehindu.com/news/national/kerala/article496900.ece|accessdate=10 August 2013|newspaper=The Hindu|date=2 July 2010}}</ref> । <br />
ଆମ୍ମାଲ ଅନେକ୍ ଇଣ୍ଟରଜେନେଟିକ ହାଇବ୍ରିଡ ( Saccharum x Zea, Saccharum x Erianthus, Saccharum x Imperata and Saccharum x Sorghum ) ତିଆରି କରିଥିଲେ । ଏହି କାମ ଗୁଡ଼ିକ ଯୁଗାନ୍ତକାରୀ ଥିଲା । ପରେ ଭାରାତ ସରକାର ଅଧିନରେ ସେଣ୍ଟ୍ରାଲ ବୋଟନିକାଲ୍ ଲାବୋରେଟରୀର ମୂଖ୍ୟ ହେଲେ, ଜାମ୍ମୁର ରିଜିଓନାଲ ରିସର୍ଚ୍ଚ ଲାବରେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଥିଲେ । ଟ୍ରମ୍ବେର ଭାବା ଆଟମିକ ଅନୁଷ୍ଠାନରେ କାମ କରିବା ପରେ ୧୯୭୦ରେ ଏମେରିଟସ୍ ସାଇଣ୍ଟିଷ୍ଟ ଭାବେ ମାଡ୍ରାସର ସେଣ୍ଟର ଫର ଆଡଭାନ୍ସଡ ଷ୍ଟଡି ଅନୁଷ୍ଠାନରେ ଯୋଗ ଦେଲେ । ମାଡ୍ରାସ ନିକଟରେ ଅବସ୍ଥିତ ମଦୁରାଭୋୟାଲର ଫିଲ୍ଡ ଲାବୋରେଟରି ସେଣ୍ଟରରେ ତାଙ୍କର ମୃତ୍ୟୁ (୧୯୮୪) ପର୍ଯ୍ୟନ୍ତ ରହିଥିଲେ ।
== ଗବେଷଣା ==
ଜାନକୀ ଇଂଲଣ୍ଡରେ ଥିଲାବେଳେ (୧୯୩୯ ରୁ୧୯୩୯ରୁ ୧୯୫୦) ଅନେକ ବଗିଚା ଗଛର କ୍ରୋମୋଜୋମ ଅନୁଶୀଳନ କରିଥିଲେ । ବିଭିନ୍ନ ସ୍ପେସିଜମାନଙ୍କର ବିବର୍ତ୍ତନ ପ୍ରକ୍ରିୟା ଉପରେ ତାଙ୍କର ଗବେଷଣା ଆଲୋକପାତ କରିଥିଲା । ଏହି ବିଷୟ ନେଇ ସି.ଡି.ଡାରିଙ୍ଗଟନଙ୍କ ସହ ମିଶି କ୍ରୋମୋଜୋମ୍ ଆଟଲାସ ଅଫ୍ କଲ୍ଟିଭେଟେଡ ପ୍ଲାଣ୍ଟସ ନାମକ ଏକ ବହି ରଚନା କରିଥିଲେ । ଔଷଧୀୟ ଗୁଳ୍ମ ବ୍ୟତୀତ ସୋଲାନମ, ଦୁଦୁରା, ମେନ୍ଥା, ସିମ୍ବୋପୋଗୋନ୍ ଓ ଡାୟୋସ୍କୋରିଆ ବିଷୟରେ କାମ କରିଥିଲେ । ଥଣ୍ଡା, ଆର୍ଦ୍ର ଜଳବାୟୁରେ ହେଉଥିବା ଗଛ ଓ ଥଣ୍ଡା ଶୁଷ୍କ ଜଳବାୟୁରେ ହେଉଥିବା ଗଛ ପାର୍ଥକ୍ୟ ପଲିପ୍ଲଏଡି ([[Polyploidy]]) ଯୋଗୁ ହେବା ପ୍ରତିପାଦନ କରିଥିଲେ । ଏଥନୋବୋଟାନି ([[ethnobotany]]) ଉପରେ ତାଙ୍କର ଗବେଷଣା କେନ୍ଦ୍ରୀଭୁତ ହୋଇଥିଲା । ସେ 'ମ୍ୟାଗ୍ନୋଲିଆ କୋବୁସ ଜାନକୀ ଆମ୍ମାଲ ନାମରେ ଏକ ଫୁଲ ସୃଷ୍ଟି କରିଥିଲେ ।
== ପୁରସ୍କାର ଓ ସମ୍ମାନ ==
* ୧୯୩୫ - ଫେଲୋ ଅଫ୍ ଦି ଇଣ୍ଡିଆନ୍ ଏକାଡେମି ଅଫ୍ ସାଇନ୍ସ